କିଏ ସେ ବିମଲ ପାରେଖ? ଯିଏ ଗୋଟିଏ ସେକେଣ୍ଡରେ ଆମିର ଖାନଙ୍କୁ କରିଦେଇପାରନ୍ତି କାଙ୍ଗାଳ 

ମୁମ୍ବାଇ: ପ୍ରତିବର୍ଷ ଅଭିନେତାମାନେ କୋଟି କୋଟି ଟଙ୍କା ରୋଜଗାର କରନ୍ତି। ଯେତେବେଳେ ସୁପରଷ୍ଟାର ଆମିର ଖାନଙ୍କ କଥା ଆସେ, ତାଙ୍କ ଫିଲ୍ମ କୋଟି କୋଟି ଟଙ୍କା ରୋଜଗାର କରେ। ଏମିତିରେ ତାଙ୍କ ରୋଜଗାର ମଧ୍ୟ କୋଟିରେ ହୋଇଥାଏ। ଏହି ଟଙ୍କାକୁ କିଭଳି ସେ ପରିଚାଳନା କରନ୍ତି ଜାଣନ୍ତି କି? ଆମିର ଏହି ଦାୟିତ୍ୱ ବିମଲ ପାରେଖଙ୍କୁ ହସ୍ତାନ୍ତର କରିଛନ୍ତି। ଏହି ବ୍ୟକ୍ତି କିଏ ବୋଲି ମନକୁ ପ୍ରଶ୍ନ ଆସୁଥାଇପାରେ। ନିକଟରେ ଆମିର ଖାନ କହଛନ୍ତି ଯେ ସେ ମୋତେ ଗୋଟିଏ ମୁହୂର୍ତ୍ତରେ ଦେବାଳିଆ କରିପାରନ୍ତି।
ଆମିର ନିକଟରେ ଏକ ସାକ୍ଷାତକାର ସମୟରେ ବିମଲ ପାରେଖଙ୍କ ବିଷୟରେ କହିଥିଲେ। ତାଙ୍କୁ ମଜାରେ ତାଙ୍କ ସାବତ ମାଆ ବୋଲି ମଧ୍ୟ ଉଲ୍ଲେଖ କରି ସୁପରଷ୍ଟାର କହିଛନ୍ତି ଯେ ଆରମ୍ଭରୁ ତାଙ୍କର ସମ୍ପୂର୍ଣ୍ଣ ଧ୍ୟାନ ସୃଜନଶୀଳତା ଉପରେ ରହିଆସିଛି। ତାଙ୍କର କେବେବି ଟଙ୍କା ପ୍ରତି ଆଗ୍ରହ ନ ଥିଲା। ବିମଲ ତାଙ୍କ ସମସ୍ତ ଟଙ୍କା ପାଇଁ ଦାୟିତ୍ୱ ନିଅନ୍ତି। ସେ ମୋ ଟଙ୍କା ସହିତ କ’ଣ କରନ୍ତି ମୁଁ ଜାଣେନା। ଯଦି ସେ ଚାହିଁବେ, ତେବେ ସେ ମୋତେ ଗୋଟିଏ ମୁହୂର୍ତ୍ତରେ ଦେବାଳିଆ କରିପାରନ୍ତି। ତାଙ୍କୁ ସେ ଅଟକାଇ ପାରିବେ ନାହିଁ।
ବିମଲ ପାରେଖ କିଏ?
ବିମଲ ପାରେଖ ବଲିଉଡର ପ୍ରିୟ ଚାର୍ଟର୍ଡ ଆକାଉଣ୍ଟାଣ୍ଟ (CA)। ସେ ଜଣେ ଆର୍ଥିକ ପରାମର୍ଶଦାତା ମଧ୍ୟ। ସେ କେବଳ ଆମିର ଖାନ ନୁହନ୍ତି, ରଣବୀର କପୁର, କ୍ୟାଟ୍ରିନା କୈଫ, ଜୁହି ଚାୱଲା ଏବଂ କପିଲ ଶର୍ମାଙ୍କ CA। ସେ ଅନେକ ପ୍ରଡକ୍ସନ ହାଉସକୁ ଆର୍ଥିକ ମାର୍ଗଦର୍ଶନ ମଧ୍ୟ ଦେଇଛନ୍ତି। ଯେଉଁଥିରେ ଫରହାନ ଅଖତର-ରିତେଶ ସିଧୱାନୀଙ୍କ ଏକ୍ସେଲ ଏଣ୍ଟରଟେନମେଣ୍ଟ, ଜୋୟା ଅଖତର-ରୀମାଙ୍କ ଟାଇଗର ବେବି, ଭଂସାଲି ଏବଂ ଆଶୁତୋଷ ଗୋୱାରିକରଙ୍କ ପ୍ରଡକ୍ସନ ହାଉସ ଅନ୍ତର୍ଭୁକ୍ତ।
୮୦ ଦଶକରେ, ସେ ଏକ ଚାଟାର୍ଡ ଆକାଉଣ୍ଟାନ୍ସି ଫାର୍ମ ସହିତ କାମ ଆରମ୍ଭ କରିଥିଲେ। ଯେଉଁଥିରେ ବଲିଉଡର କିଛି ଲୋକଙ୍କ ଆକାଉଣ୍ଟ ପରିଚାଳନା କରାଯାଉଥିଲା। ଏଥିରେ ଜୀନତ ଅମାନ, ବି.ଆର. ଚୋପ୍ରା ଏବଂ ନାସିର ହୁସେନଙ୍କ ପରିବାର ଅନ୍ତର୍ଭୁକ୍ତ। କିନ୍ତୁ ସେ ଆରମ୍ଭରୁ ନିଜର କାମ ଆରମ୍ଭ କରିବାକୁ ଚାହୁଁଥିଲେ। ତାଙ୍କ ମାଲିକ ତାଙ୍କୁ ରୋକିବାକୁ ବହୁତ ଚେଷ୍ଟା କରିଥିଲେ, କିନ୍ତୁ ଯେତେବେଳେ ସେ ସେଠାରୁ ଚାଲିଗଲେ, ତାଙ୍କୁ ଦୁଇଟି କ୍ଲାଏଣ୍ଟ ଦିଆଯାଇଥିଲା। ପ୍ରଥମ – ଜୀନତ ଅମାନ ଏବଂ ଦ୍ୱିତୀୟ – ଆମିର ଖାନ, ଯିଏ ତାଙ୍କର ଡେବ୍ୟୁ କରିବାକୁ ଯାଉଥିଲେ।
ବିମଲ ପାରେଖ କହିଛନ୍ତି ଯେ ଆମିର ଖାନ ନିଜେ ଜୁହି ଚାୱଲାଙ୍କୁ ତାଙ୍କ ବିଷୟରେ କହିଥିଲେ। ଏହା ପରେ ଆହୁରି ଅନେକ ଷ୍ଟାର ତାଙ୍କ ସହିତ ଯୋଡ଼ି ହୋଇଥିଲେ। ପୂର୍ବରୁ ସେ କେବଳ ଆୟକର ଅଡିଟ କାମ କରୁଥିଲେ। ପରେ ସେ ଆର୍ଥିକ ପରାମର୍ଶଦାତା କାମ ମଧ୍ୟ ଆରମ୍ଭ କରିଥିଲେ। ସେ କୁହନ୍ତି ଯେ ମୁଁ ଦେଖିଛି ଯେ ସୃଜନଶୀଳ ଲୋକମାନେ ବ୍ୟବସାୟରେ ଭଲ ନୁହନ୍ତି। ତେଣୁ ସେମାନେ ବିମଲ ପାରେଖଙ୍କୁ ଡାକୁଛନ୍ତି। କମ୍ପାନୀ ସେଟଅପ, ଷ୍ଟୁଡିଓ ସହିତ ଚୁକ୍ତି କରିବା ଠାରୁ ଆରମ୍ଭ କରି ଫିଲ୍ମ ପାଇଁ କେତେ ଫି ନିଆଯିବା ଉଚିତ, ସେ ସବୁକିଛି ଉପରେ ଷ୍ଟାରମାନଙ୍କ ସହିତ ପରାମର୍ଶ କରନ୍ତି।
୨୦୦୧ ମସିହାରେ ଆମିରଙ୍କ ଦିଲ ଚାହତା ହେ ମୁକ୍ତିଲାଭ କରିଥିଲା। ସେହି ସମୟରେ ଫରହାନ ଏବଂ ରିତେଶ କହିଥିଲେ ଯେ ସେମାନେ ଏହି ଚଳଚ୍ଚିତ୍ର ପ୍ରଯୋଜନା କରିବାକୁ ଚାହାଁନ୍ତି। ତେଣୁ ବିମଲ ପାରେଖ ସେମାନଙ୍କୁ ଆର୍ଥିକ ମାର୍ଗଦର୍ଶନ କରିଥିଲେ। ’ଲଗାନ’ ମୁକ୍ତିଲାଭ ପରେ ଆଶୁତୋଷ ଗୋୱାରିକର ନିଜର ପ୍ରଯୋଜନା ଗୃହ ସ୍ଥାପନ କରିବା ବିଷୟରେ କଥା ହୋଇଥିଲେ। ୨୦୦୫ ମସିହାରେ ଭଂସାଲି ମଧ୍ୟ ତାଙ୍କ ସହିତ ଜଣେ ଘନିଷ୍ଠ ବନ୍ଧୁଙ୍କ ମାଧ୍ୟମରେ ଯୋଗ ଦେଇଥିଲେ। ଯେତେବେଳେ ଜୁହି ଚାୱଲା, ଶାହରୁଖ ଖାନ, ଅଜିଜ ର୍ମିଜା ଡ୍ରିମ୍ଜ ଅନଲିମିଟେଡ କମ୍ପାନୀ ଆରମ୍ଭ କରିଥିଲେ। ସେହି ସମୟରେ ତାଙ୍କୁ ଅଡିଟର ଭାବରେ ନିଯୁକ୍ତ କରାଯାଇଥିଲା। ଗୋଟିଏ ସମୟରେ ସେ ଆମିର ଏବଂ ଶାହରୁଖ ଉଭୟଙ୍କ ବାଲାନ୍ସ ସିଟ ସ୍ବାକ୍ଷର କରୁଥିଲେ।

Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା ଛୁଇଁବ ବାତ୍ୟାର ବାହ୍ୟ ବଳୟ: ୧୪ ମିଟର ଉଚ୍ଚକୁ ଉଠିବ ସମୁଦ୍ର ଢେଉ, ୭୦ କି.ମି. ବେଗରେ…

ଭୁବନେଶ୍ୱର, ୧୭ା୧୧ (ବନ୍ଦନା ସେଠୀ) – ବଙ୍ଗୋପସାଗରରେ ଅତି ମନ୍ଥର ଗତିରେ ଘଣ୍ଟା ପ୍ରତି ୩ କି.ମି. ବେଗରେ ଆଗକୁ ବଢ଼ୁଛି ବାତ୍ୟା ‘ଅକ୍ୱାନ’। ବୁଧବାର ଏହା…

୨୫ ବର୍ଷ ପରେ କରିନା-ହ୍ରିତିକଙ୍କ କମବ୍ୟାକ୍! କରଣ ଜୋହରଙ୍କ ଭିଡ଼ିଓ ପରେ…

ମୁମ୍ବାଇ: ବଲିଉଡରେ ବିଶିଷ୍ଟ ନିର୍ଦ୍ଦେଶକ କରଣ ଜୋହର ଏପରି ଅନେକ ଯୋଡ଼ିକୁ ପରଦାକୁ ଆଣିଛନ୍ତି, ଯେଉଁମାନେ ଆଜି ମଧ୍ୟ ଦର୍ଶକଙ୍କର ଅତି ପ୍ରିୟ। ଏହିପରି ଏକ ଯୋଡ଼ି…

ହାଇଆଲର୍ଟରେ ଗଞ୍ଜାମ ପ୍ରଶାସନ: ୩ ଦିନ ପାଇଁ ସମସ୍ତ ସମୁଦ୍ର ବେଳାଭୂମି ମନା, ୧୧୩୯ ଆଶ୍ରୟସ୍ଥଳୀ ପ୍ରସ୍ତୁତ, ସୁରକ୍ଷିତ ସ୍ଥାନକୁ…

ଛତ୍ରପୁର, ୧୭।୧୧ (ଦିଲୀପ ସାମଲ): ବାତ୍ୟା ‘ଅକ୍ୱାନ’ ଓ ସମ୍ଭାବ୍ୟ ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଓ ସତର୍କତାମୂଳକ…

MS Dhoni: କାହିଁକି ଧୋନୀଙ୍କୁ କିଣିପାରି ନ ଥିଲେ ମୁମ୍ବାଇ ଓ ଆରସିବି? କେତେ ଥିଲା ମାହିଙ୍କ ପ୍ରଥମ ଆଇପିଏଲ୍ ଦରମା?ଜାଣନ୍ତୁ …

ନୂଆଦିଲ୍ଲୀ,୧୭।୧୧: ଭାରତୀୟ କ୍ରିକେଟ୍‌ର ସବୁଠାରୁ ସଫଳ ଏବଂ ମହାନ ଅଧିନାୟକମାନଙ୍କ ମଧ୍ୟରୁ ଅନ୍ୟତମ ମହେନ୍ଦ୍ର ସିଂହ ଧୋନୀ ଆଇପିଏଲ୍ (IPL) ରୁ ମଧ୍ୟ ନିଜର ଅବସର ଘୋଷଣା…

ଆସାମ ସିଲାବସରେ ସଞ୍ଜୟଙ୍କ ଭୂଗୋଳ ବହି

କୋକସରା,୧୭ା୧୧ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ) ଓଡ଼ିଶା ଏବଂ ଜମ୍ମୁ-କଶ୍ମୀର ପରେ ଏବେ ଆସାମ ରାଜ୍ୟର ଦ୍ୱାଦଶ ଶ୍ରେଣୀ ଛାତ୍ରୀଛାତ୍ର କଳାହାଣ୍ଡି ଜିଲାର ସୁନାମଧନ୍ୟ ଅଧ୍ୟାପକ ସଞ୍ଜୟ କୁମାର…

IPL 2027: ଏହି ୬ ଖେଳାଳିଙ୍କୁ ଛାଡ଼ିଲା ପଞ୍ଜାବ, କାହାକୁ ଆଣିଲା ଜାଣନ୍ତୁ..

ନୂଆଦିଲ୍ଲୀ,୧୭।୧୧: ନ୍ୟୁଜିଲାଣ୍ଡ ପେସର ଲୋକି ଫର୍ଗୁସନ ଓ ଅଷ୍ଟ୍ରେଲିଆନ ଅଲରାଉଣ୍ଡର ମିଚେଲ ଓଓ୍ବେନଙ୍କ ସମେତ ୬ ଖେଳାଳିଙ୍କୁ ପଞ୍ଜାବ କିଙ୍ଗ୍ସ ମଙ୍ଗଳବାର ରିଲିଜ୍‌ କରିଛି। ଏମାନଙ୍କ ସହିତ…

ବନ୍ୟାଜଳ ପରିଚାଳନାରେ ଅବହେଳା ଅଭିଯୋଗ: ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ଥାନାରେ ଏତଲା

ଭଞ୍ଜନଗର, ୧୭/୧୧ (ବାବୁଲା ପ୍ରଧାନ): ଗତ ଅକ୍ଟୋବର ୨୯ ତାରିଖରେ ଭଞ୍ଜନଗର ଅଞ୍ଚଳରେ ଘଟିଥିବା ଭୟାବହ ବନ୍ୟା ପାଇଁ ବିଭିନ୍ନ ଜଳଭଣ୍ଡାରର ଜଳ ପରିଚାଳନାରେ ଅବହେଳା ଏବଂ…

IPL 2027 trade: ରାଜସ୍ଥାନ ରୟାଲ୍ସରୁ ଖେଳିବେ ଶାମି, ସାମ୍‌ କୁରାନଙ୍କୁ କିଣିଲା…

ନୂଆଦିଲ୍ଲୀ,୧୭ା୧୧: ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିିଏଲ୍‌) ୨୦୨୭ ସିଜନରେ ରାଜସ୍ଥାନ ରୟାଲ୍ସରୁ ଖେଳିବେ ଭେଟେରାନ ଭାରତୀୟ ପେସ୍‌ ବୋଲର ମହମ୍ମଦ ଶାମି। ସେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?