Posted inଫୁରସତ

ବଟର ଚିକେନ୍‌ ଉଦ୍ଭାବକ କିଏ

ନୂଆଦିଲ୍ଲୀ,୧୮ା୫: ବଟର ଚିକେନ୍‌ ହେଉଛି ତନ୍ଦୁରରେ ରନ୍ଧାଯାଉଥିବା ଚିକେନ୍‌ ପିସ୍‌ଗୁଡ଼ିକୁ ଟମାଟୋ, କ୍ରିମ୍‌ ଓ ବଟର ସହ ମିଶ୍ରଣ କରି ପ୍ରସ୍ତୁତ କରାଯାଉଥିବା ଏକ ବ୍ୟଞ୍ଜନ। ଏହାକୁ ‘ଟେଷ୍ଟ ଆଟଲାସ୍‌’ ବିଶ୍ୱର ସର୍ବୋତ୍ତମ ଡିସ୍‌ ତାଲିକାର ୪୩ତମ ସ୍ଥାନରେ ରଖିଛି। ପ୍ରାୟ ୪ ଲକ୍ଷ ୟୁଜର୍ସ ଏହାକୁ ରେଟ୍‌ କରିଛନ୍ତି। ବଟର ଗାର୍ଲିକ୍‌ ନାନ୍‌ ବ୍ରେଡ୍‌ ପରେ ଭାରତୀୟ ଖାଦ୍ୟଗୁଡ଼ିକ ମଧ୍ୟରେ ଏହାର ର଼୍ୟାଙ୍କ ହେଉଛି ଦ୍ୱିତୀୟ। ରେଷ୍ଟୁରାଣ୍ଟ ଚେନ୍‌ ମୋତି ମହଲ ଦାବି କରିଛି ଯେ, ୧୯୩୦ ଦଶକରେ ପାକିସ୍ତାନର ପେଶାଓ୍ବରରେ ରେଷ୍ଟୁରାଣ୍ଟ ପ୍ରତିଷ୍ଠାତା ଲାଲ ଗୁଜରାଲ ପ୍ରଥମେ ଏହି ଚିକେନ୍‌ ତରକାରି ପ୍ରସ୍ତୁତ କରିଥିଲେ। ପରେ ସେ ଦିଲ୍ଲୀକୁ ଚାଲିଆସିଥିଲେ। ଗୁଜରାଲ ପରିବାର ୨,୭୫୨ ପୃଷ୍ଠା ସମ୍ବଳିତ ନିଜ ଆବେଦନରେ ପ୍ରତିଦ୍ୱନ୍ଦ୍ୱୀ ଚେନ୍‌ ଦରିୟାଗଞ୍ଜକୁ ଅଭିଯୁକ୍ତ ଦର୍ଶାଇଛି। ଦରିୟାଗଞ୍ଜ ମିଛରେ ନିଜକୁ ବଟର ଚିକେନ୍‌ର ଉଦ୍ଭାବକ ବୋଲି ଦାବି କରୁଛି। ସେହିପରି ଦାଲ ମଖାନିକୁ ମଧ୍ୟ ନିଜର ଉତ୍ପାଦ ବୋଲି କହୁଛି। ମୋତି ମହଲ ଓ୍ବେବ୍‌ସାଇଟ୍‌ରୁ ଏହି ବ୍ୟଞ୍ଜନଗୁଡ଼ିକର ନକଲ କରି ବିକ୍ରି କରୁଛି। ତେଣୁ ଦରିୟାଗଞ୍ଜଠାରୁ ଗୁଜରାଲ ପରିବାର ୨୪୦,୦୦୦ ଆମେରିକୀୟ ଡଲାର କ୍ଷତିପୂରଣ ଦାବି କରିଛି। ମୋତି ମହଲ ପରିଚାଳନା ନିର୍ଦ୍ଦେଶକ ମନୀଷ ଗୁଜରାଲ କହିଛନ୍ତି, କାହାର ଲିଗାସିକୁ ଅନ୍ୟ କେହି ଛଡ଼ାଇ ନେଇପାରିବେ ନାହିଁ। ପାକିସ୍ତାନରେ ମୋ’ ଜେଜେବାପା ରହୁଥିବାବେଳେ ବଟର ଚିକେନ୍‌ ଉଦ୍ଭାବନ କରିଥିଲେ। ଅନ୍ୟପକ୍ଷେ ୨୦୧୯ରେ ଦିଲ୍ଲୀରେ ପ୍ରତିଷ୍ଠିତ ଦରିୟାଗଞ୍ଜ ଏହି ଅଭିଯୋଗକୁ ଖଣ୍ଡନ କରିଛି। ଦରିୟାଗଞ୍ଜର ପୂର୍ବତନ ମାଲିକ ସ୍ବର୍ଗତ କୁନ୍ଦନ ଲାଲ ଜଗ୍ଗି ୧୯୪୭ରେ ଦିଲ୍ଲୀରେ ଗୁଜରାଲଙ୍କ ସହ ମିଶି ପାର୍ଟନରଶିପ୍‌ରେ ରେଷ୍ଟୁରାଷ୍ଟ ନିର୍ମାଣ କରିଥିଲେ। ସେହି ରେଷ୍ଟୁରାଣ୍ଟରେ ଏହି ବ୍ୟଞ୍ଜନ ପ୍ରସ୍ତୁତ କରାଯାଇଥିବାରୁ ଏହାର ସ୍ବତ୍ୱାଧିକାର ନିଜ ପାଖରେ ଥିବା ଦରିୟାଗଞ୍ଜ ଦାବି କରିଛି। ଗତ ଜାନୁଆରୀରେ ସହଭାଗିତା ଦାବି ସପକ୍ଷରେ ଦରିୟାଗଞ୍ଜ ୧୯୪୯ରେ ପଞ୍ଜୀକୃତ ଏକ ହାତଲେଖା ପାର୍ଟନରଶିପ୍‌ ଦସ୍ତାବିଜ ହାଇକୋର୍ଟରେ ଦାଖଲ କରିଥିଲା। ଇତିମଧ୍ୟରେ ଦରିୟାଗଞ୍ଜ ୬୪୨ ପୃଷ୍ଠା ସମ୍ବଳିତ ଦସ୍ତାବିଜ ଅଦାଲତରେ ଦାଖଲ କରିଛି। ୧୯୩୦ ଦଶକରେ ଉଠାଯାଇଥିବା କେତେକ କଳାଧଳା ଫଟୋରେ ପେଶାଓ୍ବରରେ ଦୁଇ ବନ୍ଧୁ ଥିବା ଏଥିରେ ଦେଖିବାକୁ ମିଳିଛି। ମୋତି ମହଲର ଦାବି କୋର୍ଟଙ୍କୁ ବିଭ୍ରାନ୍ତ କରିବା ପାଇଁ ଉଦ୍ଦିଷ୍ଟ ବୋଲି ଦରିୟାଗଞ୍ଜ ଏଥିରେ ଯୁକ୍ତି ବାଢ଼ିଛି। ପ୍ରକାଶ ଯେ, ୧୯୯୭ରେ ଗୁଜରାଲ ଏବଂ ୨୦୧୮ରେ ଜଗ୍ଗିଙ୍କ ପରଲୋକ ହୋଇସାରିଛି। ତେଣୁ ଆସନ୍ତା ୨୯ ତାରିଖରେ ଦିଲ୍ଲୀ ହାଇକୋର୍ଟ ନେବାକୁ ଥିବା ନିଷ୍ପତ୍ତି ଅପେକ୍ଷାରେ ଭାରତ ସମେତ ଅନେକ ଦେଶର ଖାଦ୍ୟପ୍ରେମୀ।


Enter your email to get our daily news in your inbox.

All Right Reserved By Dharitri.Com

ପୋଡ଼ମାପେଟା ବେଳାଭୂମି ଅବକ୍ଷୟ, ଭୟରେ ଅଞ୍ଚଳବାସୀ

ଗଞ୍ଜାମ,୨୨ା୮(ବିଦ୍ୟାଧର ସାହୁ): ଦିନକୁ ଦିନ ଅଶାନ୍ତ ହୋଇ ପଡୁଛି ସମୁଦ୍ର। ଉଚ୍ଚ ଲହଡି ଯୋଗୁ କୂଳ ଖାଉଥିବା ବେଳେ ଭୟରେ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ। ଗଞ୍ଜାମ ଜିଲାର…

ପୁଣି ଭାଇରାଲ ହେଲେ ରାନୁ ମଣ୍ଡଳ, ଏହି ରୋମାଣ୍ଟିକ୍‌ ଗୀତ ଗାଇ…

କୋଲକାତା,୨୨ା୮: ଯେତେବେଳେ ଆମେ ଷ୍ଟ୍ରିଟ୍‌ ଗାୟିକା/ଗାୟକଙ୍କ କଥା ଭାବୁ ପ୍ରଥମେ ରାନୁ ମଣ୍ଡଳଙ୍କ ନାଁ ମନେ ପଡ଼େ। ଜଣେ ଷ୍ଟ୍ରିଟ୍‌ ଗାୟିକା ହେବା ସହିତ ସେ ଜଣେ…

ସାପ ନେଲା ଚାଷୀଙ୍କ ଜୀବନ

ପାତ୍ରପୁର,୨୨ା୮(ଉମା ଚରଣ ନେପାକ): ଜରଡ଼ା ଥାନା ଆମପୁର ପଞ୍ଚାୟତ ମହାଦେଈପୁର ଗ୍ରାମରେ ସାପ କାମୁଡ଼ାରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବାସୁଦେବ ପ୍ରଧାନ(୬୪)। ଶନିବାର…

ଘରେ ବସି ସ୍କୁଲ ପ୍ରୋଜେକ୍ଟ କରୁଥିଲେ ଛାତ୍ର, ମାରିଲା କରେଣ୍ଟ…

ଖଲ୍ଲିକୋଟ,୨୨।୮( ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ଅଧୀନ କୈରାସି ଗ୍ରାମରେ ଶନିବାର ଏକ ଦୁଃଖଦ ଘଟଣା ଘଟିଛି। ବିଦ୍ୟୁତ୍‌ କରେଣ୍ଟ ଲାଗି ଜଣେ…

ଲଘୁଚାପ ଛଡାଇ ନେଇଛି ମତ୍ସ୍ୟଜୀବୀଙ୍କ ଜୀବିକା

ଛତ୍ରପୁର, ୨୨ା୮ (ଦ୍ୱାରକା ପଟ୍ଟନାୟକ/ଦିଲୀପ ସାମଲ): ବଙ୍ଗୋପସାଗରରେ ସୃଷ୍ଟି ହେଉଛି ତୁହାକୁ ତୁହା ଲଘୁଚାପ। ଏଥିପାଇଁ ସମୁଦ୍ର ଅଶାନ୍ତ ରହିଛି। ମତ୍ସ୍ୟଜୀବୀଙ୍କ ସୁରକ୍ଷା ପାଇଁ ଆଞ୍ଚଳିକ ପାଣିପାଗ…

ପୋଲିସର ନିଶାମୁକ୍ତ ଅଭିଯାନକୁ ନେଇ ବଢ଼ିଲା ଚର୍ଚ୍ଚା

କୋକସରା,୨୨ା୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ପକ୍ଷରୁ ଗତ କିଛିଦିନ ହେଲା ନିଶା ମୁକ୍ତ ଅଭିଯାନ ଆରମ୍ଭ ହୋଇଛି। ଅଞ୍ଚଳର ବିଭିନ୍ନ ସ୍କୁଲ, କଲେଜ…

ବନ୍ଧୁକ ଦେଖାଇ ଗହଣା ବ୍ୟବସାୟୀଙ୍କଠାରୁ ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର, ବାଇକ୍‌ ଛାଡ଼ି…

ମୋରଡ଼ା,୨୨ା୮(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ଥାନା ଅଞ୍ଚଳରେ ବନ୍ଧୁକ ମୁନରେ ଜଣେ ଗହଣା ବ୍ୟବସାୟୀଙ୍କୁ ଲୁଟ୍‌ ହୋଇଛି। ସୂଚନା ଅନୁଯାୟୀ, ଶୁଳିଆପଦା ଥାନା ଅଧୀନ କୋଷ୍ଠା…

ସ୍ବାୟତ୍ତ ଶାସନ ଦିବସ ପାଳନ ନେଇ ପ୍ରସ୍ତୁତି ଚୂଡ଼ାନ୍ତ

ଦିଗପହଣ୍ଡି,୨୨।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍‌ଏସି ପକ୍ଷରୁ ଅଗଷ୍ଟ ୩୧ରେ ପାଳନ ହେବାକୁ ଥିବା ସ୍ବାୟତ୍ତ ଶାସନ ଦିବସ ପାଳନ ଉପଲକ୍ଷେ ଏକ ପ୍ରସ୍ତୁତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri