Posted inଫୁରସତ

ନିଆରା ପ୍ରେମ: ଗୋଟିଏ ମୁହୂର୍ତ୍ତ ବି ପ୍ରେମିକାଙ୍କୁ ଦୂରେଇବାକୁ ଚାହୁଁ ନ ଥିଲେ ପ୍ରେମିକ, ଏବେ ଘଟିଲା ଏମିତି…

ୟୁକ୍ରେନର ପ୍ରେମୀଯୁଗଳଙ୍କ ପ୍ରେମକାହାଣୀ ଏବେ ଚର୍ଚ୍ଚାରେ ରହିଛି। ପ୍ରେମିକ ଜଣକ ପ୍ରେମିକାଙ୍କୁ ନିଜଠାରୁ ଗୋଟିଏ ମୁହୂର୍ତ୍ତ ବି ଦୂରେଇବାକୁ ଚାହୁଁ ନ ଥିଲେ। ଏଥିପାଇଁ ସେ ନିଜ ହାତକୁ ପ୍ରେମିକାଙ୍କ ହାତରେ ଏକ ଲୁହାକଡ଼ିରେ ବାନ୍ଧି ଦେଇଥିଲେ। ଏବେ ପରିସ୍ଥିତି ଏମିତି ହୋଇଛି ଯେ, ହସ୍ପିଟାଲରେ ଭର୍ତ୍ତି ହେବେ। ଜାଣନ୍ତୁ ପୂରା ଘଟଣା ସମ୍ପର୍କରେ…

ୟୁକ୍ରେନର ଆଲେକଜାଣ୍ଡାର ଏବଂ ଭିକ୍ଟୋରିଆ ଦୁହେଁ ଦୁହିଁଙ୍କୁ ଖୁବ୍‌ ଭଲ ପାଆନ୍ତି। ଏଥିପାଇଁ କେହି କାହାଠାରୁ ଅଲଗା ନ ହେବା ପାଇଁ ୨୪ ଘଣ୍ଟା ହାତରେ ହାତକଡ଼ି ପକାଇ ବାଟ ଚାଲୁଥିଲେ। ଏପରିକି ସାଙ୍ଗ ହୋଇ କପଡ଼ା ଧୋଇବା, ଖାଇବା, ଅଫିସ ଯିବା, ଶପିଂ ଆଦି କରୁଥିଲେ।

୨୮ ବର୍ଷୀୟା ଭିକ୍ଟୋରିଆଙ୍କ ହାତରେ ଏବେ ଫୋଡ୍‌ ଅଲସର ହୋଇଯାଇଛି। ସେ ଡାକ୍ତରଙ୍କ ପାଖକୁ ଯିବାରୁ ଏହା ଜଣାପଡ଼ିଲା। ଭିକ୍ଟୋରିଆ ହାତରେ ବାନ୍ଧିଥିବା ମେଟାଲ ଯୋଗୁ ଏପରି ସମସ୍ୟା ଦେଖାଦେଇଛି। ତାଙ୍କ ଚର୍ମ ସଂକ୍ରମିତ ହୋଇଛି।

ଆଲେକ୍‌ଜାଣ୍ଡାର କୁହନ୍ତି, ତାଙ୍କ ମନକୁ ଦିନେ ଏକ ଆଇଡିଆ ଆସିଲା। ସେ କହିଛନ୍ତି, ଭିକ୍ଟୋରିଆ ଛୋଟ ଛୋଟ କଥାରେ ରାଗି ଚାଲିଯାଆନ୍ତି। ଦିନେ ମୁଁ ତାଙ୍କ ମଜାରେ କହିଲି ତୁମକୁ ବାନ୍ଧିଦେବି ଯେ, ଆଉ କେଉଁଆଡ଼େ ଯାଇପାରିବ ନାହିଁ। ସେହି ଦିନଠାରୁ ଆମେ ଦୁଇଜଣ ଏକ ଚେନ୍‌ରେ ବାନ୍ଧି ହୋଇ ରହିବା ପାଇଁ ନିଷ୍ପତ୍ତି ନେଇଥିଲୁ।


Enter your email to get our daily news in your inbox.

All Right Reserved By Dharitri.Com

ଦିନେ ରାହୁଲ ଗାନ୍ଧୀଙ୍କ ସହ ଆଫେୟାରକୁ ନେଇ ଥିଲେ ଚର୍ଚ୍ଚାରେ, ଏବେ ଏହି ବ୍ୟକ୍ତିଙ୍କୁ କଲେ ବିବାହ

ଲକ୍ଷ୍ନୌ,୨୪।୧୧: ଉତ୍ତରପ୍ରଦେଶ ରାୟବରେଲିର କଂଗ୍ରେସ ବିଧାୟିକା ଅଦିତି ସିଂ ଖୁବ ଶ୍ରୀଘ୍ର ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ନଭେମ୍ବର ୨୧ରେ ଦିଲ୍ଲୀରେ ତାଙ୍କ ବିବାହ ଅନୁଷ୍ଠିତ...

ଟିକ୍‌ଟକ୍‌ ଭିଡିଓ କରି ମାସ୍କର ଉଡ଼ାଉଥିଲେ ମଜା, ଏବେ ନିଜେ କରୋନା ଆକ୍ରାନ୍ତ

ସମଗ୍ର ବିଶ୍ୱକୁ ମହାମାରୀ କରୋନା ଭୂତାଣୁ ଗ୍ରାସ କରିଥିବା ବେଳେ ଟିକ୍‌ଟକ୍‌ରେ ଏକ ଭିଡିଓ ଭାଇରାଲ ହୋଇଥିଲା। ଯେଉଁଥିରେ ଜଣେ ଟିକ୍‌ଟକ୍‌ ୟୁଜର ମାସ୍କର ମଜା...

ଏହି ରେଷ୍ଟୁରାଣ୍ଟରେ ୮ ଜଣ ଡିନର କରି ଭରିଲେ ୪୪ ଲକ୍ଷ ଟଙ୍କାର ବିଲ୍‌

ଆଜିକାଲି ସୋସିଆଲ ମିଡିଆରେ ବିଭିନ୍ନ ରେଷ୍ଟୁରାଣ୍ଟ ଚର୍ଚ୍ଚାରେ ରହୁଛି। କେଉଁଠି ଚା’ କପ୍‌ର ଦାମ୍‌ ଆକାଶଛୁଆଁ ତ ଆଉ କେଉଁଠି ଦୁଇଟି କଦଳୀର ଦାମ୍‌ ୧...

ଶ୍ରୀପଦ୍ମକେଶର ମନ୍ଦିର ନିର୍ମାଣରେ ଗଙ୍ଗବଂଶୀ ଷୋଳଗଡ଼

ଓଡ଼ିଶାର ପବିତ୍ରମୟ ତୀର୍ଥଭୂଇଁ ଥିଲା କୋଣାଦିତ୍ୟ। ଏଠାରେ ବହୁ ପ୍ରାଚୀନ କାଳରୁ ସୂର୍ଯ୍ୟ ଉପାସନା ପ୍ରଚଳିତ ଥିଲା। ମନ୍ଦିର ବି ହୋଇଥିଲା। ଲାଙ୍ଗୁଳା ନରସିଂହ ଦେବ...

ଘର ଛାତ ଉପରେ ସ୍କର୍ପିଓ ଡିଜାଇନ୍‌ର ପାଣିଟାଙ୍କି, ଦେଖିଲେ ଲାଖିଯିବ ଆଖି

ବିହାରର ଜଣେ ବ୍ୟକ୍ତି ମହିନ୍ଦ୍ରା ସ୍କର୍ପିଓର ଡିଜାଇନ୍‌ରେ ଘର ଛାତ ଉପରେ ଏକ ପାଣିଟାଙ୍କି ତିଆରି କରିଛନ୍ତି। ଯାହାକୁ ଦେଖିଲେ ଆଖି ଲାଖିଯିବ। ଭାଗଲପୁରର ଇଣ୍ଟସାର...

ବିବାହ ପରେ ଯେଉଁଠି ନବଦମ୍ପତ୍ତିଙ୍କ ଦେହରେ ବୋଳାଯାଏ କାଦୁଅ…

ପୃଥିବୀର ଭିନ୍ନ ଭିନ୍ନ ଅଞ୍ଚଳରେ ନାନା ପ୍ରକାର ବିବାହ ପରମ୍ପରା ରହିଛି। ଏଭଳି ପରମ୍ପରା ପଛରେ କିଛି ରୋଚକ କାହାଣୀ ରହିଥାଏ । ସ୍କଟଲାଣ୍ଡ୍‌ରେ ବିବାହ...

ମୋ ଓଡ଼ିଆ ଭାରି ବଢ଼ିଆ

ଯେଉଁ ଜାତିର ଭାଷାପ୍ରୀତି ଯେତେ ଅଧିକ, ସେ ଜାତି ସେତିକି ସମୃଦ୍ଧ। ଆଉ ଯେଉଁ ରାଜ୍ୟର ମାତୃଭାଷା ଯେତେ ପ୍ରଗତି କରିଛି, ସେ ରାଜ୍ୟ ସେତେ...

କଏଦୀଙ୍କ ପ୍ରେମରେ ପଡ଼ିଲେ ମହିଳା ଜେଲର, ହାତରେ କଲେ ଏମିତି ଟାଟୁ; ଆଉ ତା’ ପରେ…

ପ୍ରେମ କାହା ସହ କେତେବେଳେ କେଉଁ ପରିସ୍ଥିତିରେ ହେବ କହି ହେବ ନାହିଁ। ଠିକ୍‌ ଏମିତି ଘଟିଛି ବ୍ରିଟେନର ଜଣେ ମହିଳା ଜେଲରଙ୍କ କ୍ଷେତ୍ରରେ। ଏହି...

Advertisement
Archives

Model This Week