୨୦୨୭ରେ ଏହି ୪ ରାଶି ଉପରେ ଶନିଙ୍କ କୋପଦୃଷ୍ଟି! ମେଷ-ମୀନ ସମେତ ଏମାନଙ୍କ ବଢ଼ିବ ଅଡୁଆ, ପାଦେ ପାଦେ ବିପଦ

ଜ୍ୟୋତିଷ ଶାସ୍ତ୍ରରେ ଶନିଦେବ ଏବଂ ତାଙ୍କର ପ୍ରଭାବକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ଧରାଯାଏ। ତାଙ୍କୁ କର୍ମଫଳଦାତା କୁହାଯାଏ ଏବଂ ତାଙ୍କର ସ୍ଥିତିର ପ୍ରଭାବ ବ୍ୟକ୍ତିର ବ୍ୟକ୍ତିଗତ ଜୀବନଠାରୁ ଆରମ୍ଭ କରି କ୍ୟାରିୟର ଓ ବ୍ୟବସାୟ ସମେତ ଅନେକ କ୍ଷେତ୍ର ଉପରେ ଦେଖିବାକୁ ମିଳେ। ବିଶେଷକରି ଶନିଙ୍କ ‘ସାଢ଼େସାତୀ’କୁ ଜୀବନର ଏପରି ଏକ ସମୟ ଭାବେ ବିବେଚନା କରାଯାଏ, ଯେତେବେଳେ କାର୍ଯ୍ୟରେ ସଫଳତା ପାଇବା ପାଇଁ ବ୍ୟକ୍ତିଙ୍କୁ ଅଧିକ ପରିଶ୍ରମ, ବାଣୀ ଉପରେ ନିୟନ୍ତ୍ରଣ ଏବଂ ଅଧିକ ର୍ଧଯ୍ୟର ଆବଶ୍ୟକତା ପଡ଼ିଥାଏ।

ବର୍ତ୍ତମାନର କଥା କହିଲେ, ଶନି ଏବେ ମୀନ ରାଶିରେ ଚଳନ କରୁଛନ୍ତି ଏବଂ ତିନୋଟି ରାଶି ତାଙ୍କ ସାଢ଼େସାତୀର ପ୍ରଭାବରେ ଅଛନ୍ତି। ଶନିଙ୍କ ଏହି ସ୍ଥିତିର ପ୍ରଭାବ କେବଳ ୨୦୨୬ ନୁହେଁ ବରଂ ୨୦୨୭ ରେ ମଧ୍ୟ ଦେଖିବାକୁ ମିଳିବ। କିନ୍ତୁ ଆସନ୍ତା ବର୍ଷ ଶନିଙ୍କ ରାଶି ପରିବର୍ତ୍ତନ ହେତୁ ସାଢ଼େସାତୀ ପ୍ରଭାବିତ ରାଶିଗୁଡ଼ିକରେ ପରିବର୍ତ୍ତନ ଘଟିବ। ଏଭଳି ପରିସ୍ଥିତିରେ କିଛି ରାଶିର ଲୋକଙ୍କୁ ଆଶ୍ୱସ୍ତି ମିଳିବ, ତ ଆଉ କିଛି ରାଶି ଉପରେ ସାଢ଼େସାତୀର ନୂଆ ପର୍ଯ୍ୟାୟ ଆରମ୍ଭ ହେବ। ଆସନ୍ତୁ ଜାଣିବା ବର୍ଷ ୨୦୨୭ ରେ କେଉଁ କେଉଁ ରାଶି ଉପରେ ଶନିଙ୍କ ସାଢ଼େସାତୀର ପ୍ରଭାବ ରହିବ।

୨୦୨୭ ରେ ଏହି ଚାରୋଟି ରାଶି ଉପରେ ରହିବ ସାଢ଼େସାତୀ

ଜ୍ୟୋତିଷୀୟ ଗଣନା ଅନୁସାରେ, ୨୦୨୭ ରେ କୁମ୍ଭ, ମୀନ, ମେଷ ଏବଂ ବୃଷ ରାଶିର ଲୋକଙ୍କ ଉପରେ ସାଢ଼େସାତୀ ରହିବ। ବାସ୍ତବରେ, ଶନି ୩ ଜୁନ ୨୦୨୭ ରେ ମଙ୍ଗଳଙ୍କ ରାଶି ମେଷରେ ପ୍ରବେଶ କରିବେ। ଏଠାରେ ପ୍ରବେଶ କରିବା ମାତ୍ରେ ବୃଷ ରାଶିର ବ୍ୟକ୍ତିବିଶେଷଙ୍କ ଉପରେ ସାଢ଼େସାତୀର ପ୍ରଥମ ପର୍ଯ୍ୟାୟ ଆରମ୍ଭ ହୋଇଯିବ ଏବଂ କୁମ୍ଭ ରାଶିର ଲୋକଙ୍କୁ ଏଥିରୁ ମୁକ୍ତି ବା ଆଶ୍ୱସ୍ତି ମିଳିବ। ତେବେ ଏହି ଆଶ୍ୱସ୍ତି ଅଧିକ ସମୟ ପର୍ଯ୍ୟନ୍ତ ରହିବ ନାହିଁ। ୨୦ ଅକ୍ଟୋବର ୨୦୨୭ ରେ ଶନି ବକ୍ରୀ ହୋଇ ପୁଣି ଥରେ ମୀନ ରାଶିକୁ ଫେରିବେ। ଏପରି ପରିସ୍ଥିତିରେ କୁମ୍ଭ ରାଶି ପୁଣି ଥରେ ସାଢ଼େସାତୀର ପ୍ରଭାବକୁ ଆସିଯିବ। ତେଣୁ ୨୦୨୭ ରେ କୁମ୍ଭ, ମୀନ, ମେଷ ଏବଂ ବୃଷ ରାଶିର ଲୋକେ ସାଢ଼େସାତୀର ପ୍ରଭାବରେ ରହିବେ।

ଶନିଙ୍କ ସାଢ଼େସାତୀ ସଂଯମ ଏବଂ ର୍ଧଯ୍ୟର ପରୀକ୍ଷାର ସମୟ ବୋଲି ଧରାଯାଏ। ଏହି ସମୟରେ ଜାତକମାନଙ୍କୁ ସୱାସ୍ଥ୍ୟ ସମ୍ୱନ୍ଧୀୟ ସମସ୍ୟାର ସାମ୍ନା କରିବାକୁ ପଡ଼ିପାରେ। କାର୍ଯ୍ୟକ୍ଷେତ୍ରରେ ସଫଳତା ଓ ଲାଭ ପାଇବା ପାଇଁ ସାଧାରଣଠାରୁ ଅଧିକ ପରିଶ୍ରମ କରିବାର ସମ୍ଭାବନା ସୃଷ୍ଟି ହେବ। ଏହା ବ୍ୟତୀତ ବ୍ୟବସାୟ ସହିତ ଜଡ଼ିତ ଲୋକଙ୍କୁ ଯୋଜନାଗୁଡ଼ିକରୁ ଆଶାନୁରୂପ ଫଳ ପାଇବା ପାଇଁ ର୍ଧଯ୍ୟ ରଖିବାକୁ ହେବ।

ପାରିବାରିକ ଜୀବନରେ ସାଧାରଣ ପରିବେଶ ରହିବ, କିନ୍ତୁ କୌଣସି କଥାକୁ ନେଇ ପରିବାରର ସଦସ୍ୟମାନଙ୍କ ମଧ୍ୟରେ ଯୁକ୍ତିତର୍କର ପରିସ୍ଥିତି ଉପୁଜିପାରେ। ଆର୍ଥିକ କ୍ଷେତ୍ରରେ ମଧ୍ୟ ଉତ୍ଥାନ-ପତନ ଦେଖିବାକୁ ମିଳିପାରେ। ଟଙ୍କା ପଇସା କାରବାର ବେଳେ ସାବଧାନତା ଅବଲମ୍ୱନ କରନ୍ତୁ, କାରଣ ଅସାବଧାନତା ଯୋଗୁଁ କ୍ଷତି କିମ୍ୱା ପ୍ରତାରଣାର ଶିକାର ହେବାର ସମ୍ଭାବନା ଥାଇପାରେ। ଚାକିରି କିମ୍ୱା ପରିବାର ସମ୍ୱନ୍ଧୀୟ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ୱରୁ ଭଲ ଭାବରେ ଚିନ୍ତା କରି ନିଷ୍ପତ୍ତି ନିଅନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ଲଦ ସିକକାଙ୍କ ଗିରଫ ପ୍ରତିବାଦରେ କଲ୍ୟାଣସିଂହପୁର ଥାନା ଘେରାଉ

କଲ୍ୟାଣସିଂହପୁର, ୧୧/୯ (ଦୀପକ କୁମାର ପରିଡ଼ା): ନିୟମଗିରି ସୁରକ୍ଷା ସମିତିର ଆବାହକ ତଥା ସଭାପତି ଲଦ ସିକକାଙ୍କୁ ପୋଲିସ ଗିରଫ କରିବା ଘଟଣାକୁ ନେଇ କଲ୍ୟାଣସିଂହପୁର ଅଞ୍ଚଳରେ…

ସମିତିସଭ୍ୟଙ୍କଠାରୁ ସୁନା ଚେନ୍‌ ଛଡ଼ାଇ କରିଥିଲେ ହତ୍ୟା ଉଦ୍ୟମ, ଆଜି ଅଭିଯୁକ୍ତଙ୍କୁ…

ଦିଗପହଣ୍ଡି,୧୧ା୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ଶୁକ୍ରବାର ସନ୍ଧ୍ୟାରେ ପାଟପୁର ଥାନା ପି. ରାମଚନ୍ଦ୍ରପୁର ଗ୍ରାମର ବଳରାମ ପ୍ରଧାନ ଓରଫ ବଳିଆଙ୍କୁ ଛିନତାଇ…

ଗୋଆରୁ ଓଡ଼ିଆ ଶ୍ରମିକ ନିଖୋଜ, ଟ୍ରେନରେ ଗାଁ କୁ ଫେରୁଥିଲେ, ୧୨ ଦିନ ହେଲା ମିଳୁନି ପତ୍ତା

ଦିଗପହଣ୍ଡି,୧୧|୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଆଙ୍କୋରଡ଼ା ପଞ୍ଚାୟତ ନବରଙ୍ଗପୁର ଗାଁର ସୁରେଶ ଗୌଡ଼(୫୬) ଦାଦନ ଶ୍ରମିକ ଭାବେ ଗୋଆର ଏକ ଘରୋଇ ଷ୍ଟିଲ…

Pension: ପେନସନଭୋଗୀଙ୍କ ପାଇଁ ବଡ଼ ଖୁସି ଖବର! ୮ମ ବେତନ ଆୟୋଗରେ ବଢ଼ିବ ପେନସନ, ଜାଣନ୍ତୁ ପୁରା ହିସାବ…

ନୂଆଦିଲ୍ଲୀ,୧୧।୯: କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନ୍‌ଭୋଗୀଙ୍କ ମଧ୍ୟରେ ଅଷ୍ଟମ ବେତନ କମିଶନ ସମ୍ବନ୍ଧୀୟ ଆଲୋଚନା ଜୋର୍ ଧରିଛି । ଦରମା ଓ ପେନସନ୍ ସମ୍ପର୍କିତ ନୂଆ…

ଗଣେଶ ପୂଜା ପାଇଁ ବାନ୍ଧୁଥିଲେ ତୋରଣ, ବିଦ୍ୟୁତ୍‌ ତାରରେ ଲାଗିଗଲେ ନାବାଳକ, ଆଉ ତା’ପରେ…

ହିଞ୍ଜିଳିକାଟୁ,୧୦।୯(ଦ୍ବିତୀକୃଷ୍ଣ ପଣ୍ଡା): ଗଣେଶ ପୂଜା ପାଇଁ ତୋରଣ ବନ୍ଧା ବେଳେ ବିଦ୍ୟୁତ୍‌ ଆଘାତରେ ଜଣେ ୧୬ ବର୍ଷୀୟ ନାବାଳକଙ୍କ ମୃତ୍ୟୁ ଘଟିଛି। ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ବ୍ଲକ…

ଆନନ୍ଦପୁରରେ ବ୍ୟାଙ୍କ ଧର୍ମଘଟ, ଏସ୍‌ବିଆଇ ସମ୍ମୁଖରେ ବିକ୍ଷୋଭ କରି…

ବଞ୍ଚୋ,୧୧ା୯(ପ୍ରଦୋଷ ବିଶ୍ୱାଳ): ୟୁନାଇଟେଡ୍‌ ଫୋରମ ଅଫ ବ୍ୟାଙ୍କ ୟୁନିଅନ୍ସର ଆହ୍ବାନକ୍ରମେ ଶୁକ୍ରବାର ଦେଶବ୍ୟାପୀ ବ୍ୟାଙ୍କ ଧର୍ମଘଟ ପାଳିତ ହୋଇଛି। ଏହାର ପ୍ରଭାବ ଆନନ୍ଦପୁର ଉପଖଣ୍ଡର ବିଭିନ୍ନ ବ୍ୟାଙ୍କ…

ରୋଚକ ଘଟଣା: ଟିମ ଇଣ୍ଡିଆଠାରୁ ଛଡ଼ାଇ ନିଆଗଲା ଡ୍ରେସିଂ ରୁମ! ଆଫଗାନିସ୍ତାନ ସିରିଜରେ ବଡ଼ ପରିବର୍ତ୍ତନ

ନୂଆଦିଲ୍ଲୀ,୧୧।୯: ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ୩ ମ୍ୟାଚର T20 ସିରିଜ ଆସନ୍ତା ସେପ୍ଟେମ୍ବର ୧୩ରୁ ଆରମ୍ଭ ହେବ। ସିରିଜର ସମସ୍ତ ମ୍ୟାଚ ଦିଲ୍ଲୀର ଅରୁଣ ଜେଟଲୀ…

ଆଉ ମାଗଣା ନୁହେଁ UPI! ପ୍ରତି ଟ୍ରାଞ୍ଜାକ୍ସନ୍‌ରେ ଦେବାକୁ ପଡ଼ିବ ଏତେ ଟଙ୍କା: କେନ୍ଦ୍ରରୁ ଆସିଲା ବଡ଼ ଅପଡେଟ୍‌

ନୂଆଦିଲ୍ଲୀ,୧୧।୯: UPI ବ୍ୟବହାର କରୁଥିବା ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ଆସିଛି ବଡ଼ ଅପଡେଟ୍‌। କିଛି ଦିନ ତଳେ UPI ଉପରେ ଚାର୍ଜ ଲାଗିବ ବୋଲି ଖବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Trending

ଛୁଟିଦିନ
ପିଲାଙ୍କ ଧରିତ୍ରୀ
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?