୨୦୨୭ରେ ଏହି ୪ ରାଶି ଉପରେ ଶନିଙ୍କ କୋପଦୃଷ୍ଟି! ମେଷ-ମୀନ ସମେତ ଏମାନଙ୍କ ବଢ଼ିବ ଅଡୁଆ, ପାଦେ ପାଦେ ବିପଦ

ଜ୍ୟୋତିଷ ଶାସ୍ତ୍ରରେ ଶନିଦେବ ଏବଂ ତାଙ୍କର ପ୍ରଭାବକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ଧରାଯାଏ। ତାଙ୍କୁ କର୍ମଫଳଦାତା କୁହାଯାଏ ଏବଂ ତାଙ୍କର ସ୍ଥିତିର ପ୍ରଭାବ ବ୍ୟକ୍ତିର ବ୍ୟକ୍ତିଗତ ଜୀବନଠାରୁ ଆରମ୍ଭ କରି କ୍ୟାରିୟର ଓ ବ୍ୟବସାୟ ସମେତ ଅନେକ କ୍ଷେତ୍ର ଉପରେ ଦେଖିବାକୁ ମିଳେ। ବିଶେଷକରି ଶନିଙ୍କ ‘ସାଢ଼େସାତୀ’କୁ ଜୀବନର ଏପରି ଏକ ସମୟ ଭାବେ ବିବେଚନା କରାଯାଏ, ଯେତେବେଳେ କାର୍ଯ୍ୟରେ ସଫଳତା ପାଇବା ପାଇଁ ବ୍ୟକ୍ତିଙ୍କୁ ଅଧିକ ପରିଶ୍ରମ, ବାଣୀ ଉପରେ ନିୟନ୍ତ୍ରଣ ଏବଂ ଅଧିକ ର୍ଧଯ୍ୟର ଆବଶ୍ୟକତା ପଡ଼ିଥାଏ।

ବର୍ତ୍ତମାନର କଥା କହିଲେ, ଶନି ଏବେ ମୀନ ରାଶିରେ ଚଳନ କରୁଛନ୍ତି ଏବଂ ତିନୋଟି ରାଶି ତାଙ୍କ ସାଢ଼େସାତୀର ପ୍ରଭାବରେ ଅଛନ୍ତି। ଶନିଙ୍କ ଏହି ସ୍ଥିତିର ପ୍ରଭାବ କେବଳ ୨୦୨୬ ନୁହେଁ ବରଂ ୨୦୨୭ ରେ ମଧ୍ୟ ଦେଖିବାକୁ ମିଳିବ। କିନ୍ତୁ ଆସନ୍ତା ବର୍ଷ ଶନିଙ୍କ ରାଶି ପରିବର୍ତ୍ତନ ହେତୁ ସାଢ଼େସାତୀ ପ୍ରଭାବିତ ରାଶିଗୁଡ଼ିକରେ ପରିବର୍ତ୍ତନ ଘଟିବ। ଏଭଳି ପରିସ୍ଥିତିରେ କିଛି ରାଶିର ଲୋକଙ୍କୁ ଆଶ୍ୱସ୍ତି ମିଳିବ, ତ ଆଉ କିଛି ରାଶି ଉପରେ ସାଢ଼େସାତୀର ନୂଆ ପର୍ଯ୍ୟାୟ ଆରମ୍ଭ ହେବ। ଆସନ୍ତୁ ଜାଣିବା ବର୍ଷ ୨୦୨୭ ରେ କେଉଁ କେଉଁ ରାଶି ଉପରେ ଶନିଙ୍କ ସାଢ଼େସାତୀର ପ୍ରଭାବ ରହିବ।

୨୦୨୭ ରେ ଏହି ଚାରୋଟି ରାଶି ଉପରେ ରହିବ ସାଢ଼େସାତୀ

ଜ୍ୟୋତିଷୀୟ ଗଣନା ଅନୁସାରେ, ୨୦୨୭ ରେ କୁମ୍ଭ, ମୀନ, ମେଷ ଏବଂ ବୃଷ ରାଶିର ଲୋକଙ୍କ ଉପରେ ସାଢ଼େସାତୀ ରହିବ। ବାସ୍ତବରେ, ଶନି ୩ ଜୁନ ୨୦୨୭ ରେ ମଙ୍ଗଳଙ୍କ ରାଶି ମେଷରେ ପ୍ରବେଶ କରିବେ। ଏଠାରେ ପ୍ରବେଶ କରିବା ମାତ୍ରେ ବୃଷ ରାଶିର ବ୍ୟକ୍ତିବିଶେଷଙ୍କ ଉପରେ ସାଢ଼େସାତୀର ପ୍ରଥମ ପର୍ଯ୍ୟାୟ ଆରମ୍ଭ ହୋଇଯିବ ଏବଂ କୁମ୍ଭ ରାଶିର ଲୋକଙ୍କୁ ଏଥିରୁ ମୁକ୍ତି ବା ଆଶ୍ୱସ୍ତି ମିଳିବ। ତେବେ ଏହି ଆଶ୍ୱସ୍ତି ଅଧିକ ସମୟ ପର୍ଯ୍ୟନ୍ତ ରହିବ ନାହିଁ। ୨୦ ଅକ୍ଟୋବର ୨୦୨୭ ରେ ଶନି ବକ୍ରୀ ହୋଇ ପୁଣି ଥରେ ମୀନ ରାଶିକୁ ଫେରିବେ। ଏପରି ପରିସ୍ଥିତିରେ କୁମ୍ଭ ରାଶି ପୁଣି ଥରେ ସାଢ଼େସାତୀର ପ୍ରଭାବକୁ ଆସିଯିବ। ତେଣୁ ୨୦୨୭ ରେ କୁମ୍ଭ, ମୀନ, ମେଷ ଏବଂ ବୃଷ ରାଶିର ଲୋକେ ସାଢ଼େସାତୀର ପ୍ରଭାବରେ ରହିବେ।

ଶନିଙ୍କ ସାଢ଼େସାତୀ ସଂଯମ ଏବଂ ର୍ଧଯ୍ୟର ପରୀକ୍ଷାର ସମୟ ବୋଲି ଧରାଯାଏ। ଏହି ସମୟରେ ଜାତକମାନଙ୍କୁ ସୱାସ୍ଥ୍ୟ ସମ୍ୱନ୍ଧୀୟ ସମସ୍ୟାର ସାମ୍ନା କରିବାକୁ ପଡ଼ିପାରେ। କାର୍ଯ୍ୟକ୍ଷେତ୍ରରେ ସଫଳତା ଓ ଲାଭ ପାଇବା ପାଇଁ ସାଧାରଣଠାରୁ ଅଧିକ ପରିଶ୍ରମ କରିବାର ସମ୍ଭାବନା ସୃଷ୍ଟି ହେବ। ଏହା ବ୍ୟତୀତ ବ୍ୟବସାୟ ସହିତ ଜଡ଼ିତ ଲୋକଙ୍କୁ ଯୋଜନାଗୁଡ଼ିକରୁ ଆଶାନୁରୂପ ଫଳ ପାଇବା ପାଇଁ ର୍ଧଯ୍ୟ ରଖିବାକୁ ହେବ।

ପାରିବାରିକ ଜୀବନରେ ସାଧାରଣ ପରିବେଶ ରହିବ, କିନ୍ତୁ କୌଣସି କଥାକୁ ନେଇ ପରିବାରର ସଦସ୍ୟମାନଙ୍କ ମଧ୍ୟରେ ଯୁକ୍ତିତର୍କର ପରିସ୍ଥିତି ଉପୁଜିପାରେ। ଆର୍ଥିକ କ୍ଷେତ୍ରରେ ମଧ୍ୟ ଉତ୍ଥାନ-ପତନ ଦେଖିବାକୁ ମିଳିପାରେ। ଟଙ୍କା ପଇସା କାରବାର ବେଳେ ସାବଧାନତା ଅବଲମ୍ୱନ କରନ୍ତୁ, କାରଣ ଅସାବଧାନତା ଯୋଗୁଁ କ୍ଷତି କିମ୍ୱା ପ୍ରତାରଣାର ଶିକାର ହେବାର ସମ୍ଭାବନା ଥାଇପାରେ। ଚାକିରି କିମ୍ୱା ପରିବାର ସମ୍ୱନ୍ଧୀୟ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ୱରୁ ଭଲ ଭାବରେ ଚିନ୍ତା କରି ନିଷ୍ପତ୍ତି ନିଅନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀ-ଏନ୍‌ସିଆର୍‌ରେ ଭୂକମ୍ପ ଝଟ୍‌କା: ଭୟରେ ଘରୁ ବାହାରି ଆସିଲେ ଲୋକେ

ନୂଆଦିଲ୍ଲୀ,୬।୧୦: ଦିଲ୍ଲୀ-ଏନ୍‌ସିଆର୍‌ (Delhi-NCR) ସମେତ ଉତ୍ତର ଭାରତର ବିଭିନ୍ନ ଅଞ୍ଛଳରେ ମୃଦୁ ରୁ ମଧ୍ୟମ ଧରଣର ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ରାତି ୧୦ଟା ୨୩ ମିନିଟ୍‌ରେ…

BCCIର ବଡ଼ ଘୋଷଣା; ରିଷଭ ପନ୍ତ ନୁହଁନ୍ତି, ଧ୍ରୁବ ଜୁରେଲଙ୍କୁ କରାଗଲା ଅଧିନାୟକ, ଏହା ହେଉଛି କାରଣ

ନୂଆଦିଲ୍ଲୀ,୬।୧୦: ନ୍ୟୁଜିଲାଣ୍ଡ ‘ଏ’ ବିପକ୍ଷରେ ହେବାକୁ ଥିବା ୩ ଟିକିଆ ଅନଅଫିସିଆଲ୍ ଟେଷ୍ଟ ସିରିଜ୍ ପାଇଁ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (BCCI) ୧୫ ଜଣିଆ ଇଣ୍ଡିଆ…

LPG ଗ୍ରାହକଙ୍କ ପାଇଁ ବଡ଼ ଖବର, ଗ୍ୟାସ ସିଲିଣ୍ଡର ଫେରାଇଲେ ସିଧା ମିଳିବ ୫୦୦ଟଙ୍କା!

ନୂଆଦିଲ୍ଲୀ,୬।୧୦: ଯଦି ଆପଣ ଚାକିରି କିମ୍ୱା ପାଠପଢ଼ା ପାଇଁ ବାହାରେ କୌଣସି ଅନ୍ୟ ସହରରେ ରହୁଛନ୍ତି ଏବଂ ଆପଣଙ୍କ ପାଖରେ ସେଠାକାର ସ୍ଥାନୀୟ ଠିକଣା ପ୍ରମାଣପତ୍ର (Local…

ତପ୍ତପାଣି ଜଙ୍ଗଲରେ ପ୍ରେମର କରୁଣ ଅନ୍ତ: କୀଟନାଶକ ପିଇ ଆତ୍ମହତ୍ୟା କଲେ ପ୍ରେମୀଯୁଗଳ,କାନ୍ଦବୋବାଳିରେ ଫାଟି ପଡ଼ୁଛି…

ଦିଗପହଣ୍ଡି,୬।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ-ଗଜପତି ସୀମାନ୍ତ ସାନଖେମୁଣ୍ଡି ବ୍ଲକର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ତପ୍ତପାଣି ଜଙ୍ଗଲ ନିକଟସ୍ଥ ପାଳୁଖଳା ଗ୍ରାମ ନିକଟରେ ମଙ୍ଗଳବାର ଏକ ହୃଦୟବିଦାରକ ଘଟଣା…

ଶୁକ୍ରାଦିତ୍ୟ ଯୋଗ ବଦଳାଇବ ୩ ରାଶିଙ୍କ ଭାଗ୍ୟ: ପ୍ରଚୁର ଧନଲାଭ ସହ କ୍ୟାରିୟରରେ ମିଳିବ ବଡ଼ ସଫଳତା

ତୁଳା ରାଶିରେ ସୂର୍ଯ୍ୟଙ୍କ ଗୋଚର ବେଶ ସ୍ୱତନ୍ତ୍ର ହେବାକୁ ଯାଉଛି, କାରଣ ଏହି ରାଶିର ଅଧିପତି ଶୁକ୍ର ବୋଲି ବିବେଚନା କରାଯାଏ। ଅନ୍ୟପକ୍ଷରେ, ସଂଯୋଗବଶତଃ ବର୍ତ୍ତମାନ ଶୁକ୍ର…

ଅଲିମ୍ପିକ୍ସ-୨୦୩୬ ଆୟୋଜନ ପାଇଁ ଭାରତ ବ୍ୟତୀତ ଏହି ୬ ଦେଶ ଆଗ୍ରହୀ, ଜାଣନ୍ତୁ…

ଲାଉସାନେ, ୬ା୧୦: ଅଲିମ୍ପିକ୍‌ ଗେମ୍ସ-୨୦୩୬ର ଆୟୋଜନ ପାଇଁ ଭାରତ ବ୍ୟତୀତ ଅନ୍ୟ ୬ଟି ଦେଶ ଆଗ୍ରହ ପ୍ରକାଶ କରିଛନ୍ତି। ଏହି ଦେଶଗୁଡ଼ିକ ନଭେମ୍ବରରେ ସେମାନଙ୍କ ପ୍ରୋଜେକ୍ଟଗୁଡ଼ିକ ଫ୍ୟୁଚର…

ଶ୍ରମିକଙ୍କୁ ପାର୍ବଣ ଭେଟି ଦେଲେ ସରକାର, ଏତେ ବଢିଲା ମଜୁରୀ!

ନୂଆଦିଲ୍ଲୀ,୬।୧୦: ଦୀପାବଳି ପୂର୍ବରୁ ଦେଶର ଲକ୍ଷ ଲକ୍ଷ ଶ୍ରମିକଙ୍କ ପାଇଁ ଉପହାର ଦେଇଛନ୍ତି କେନ୍ଦ୍ର ସରକାର। ଭେରିଏବଲ୍ ଡିଅରନେସ୍ ଆଲାଉନ୍ସ (VDA)କୁ ବୃଦ୍ଧି କରିଛନ୍ତି ସରକାର। ଏହି…

ହାଲ୍‌ରେ ଶକ୍ତି ମିଗ୍‌ ଇଞ୍ଜିନ ପ୍ରକଳ୍ପର ଶିଳାନ୍ୟାସ କଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ

ସୁନାବେଡ଼ା, ୬।୧୦(କୃତ୍ତିବାସ ପ୍ରଧାନ): କୋରାପୁଟ ଜିଲା ସୁନାବେଡ଼ାସ୍ଥିତ ହିନ୍ଦୁସ୍ଥାନ ଏରୋନଟିକ୍ସ ଲିମିଟେଡ୍‌ (ହାଲ୍‌)କୁ ମଙ୍ଗଳବାର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଗସ୍ତକରି ଶକ୍ତି ମିଗ୍‌ ଇଞ୍ଜିନ ପ୍ରକଳ୍ପର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?