ଏକକ ଦେୱାନୀ ସଂହିତା ଲାଗୁହେବ କି

୨୨ତମ ବିଧି ଆୟୋଗ ଏବେ ଦେଶରେ ସମାନ ନାଗରିକ ଆଇନ ବା ଏକକ ଦେୱାନୀ ସଂହିତା ଲାଗୁହେବା ନେଇ ସମସ୍ତଙ୍କର ମତାମତ ଲୋଡ଼ିଛନ୍ତି। ଏହା ପୂର୍ବରୁ ୨୦୨୧ରେ ସମାନ ଦଓ୍ବୋନୀ ସଂହିତାକୁ ନେଇ ଦିଲ୍ଲୀ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ଟିପ୍ପଣୀ ଦେଇ କହିଥିଲେ, ଦେଶରେ ଏହାର ଆବଶ୍ୟକତା ରହିଛି ଓ ଏହାକୁ ଲାଗୁ କରିବା ନେଇ ଆଉ ବିଳମ୍ବ ନ କରିବା ଉଚିତ। ଭାରତୀୟ ସମାଜରେ ଜାତି, ଧର୍ମ ଓ ସମୁଦାୟ ସହିତ ଜଡ଼ିତ ଥିବା ବିଭିନ୍ନ ଫରକ ଶେଷ ହେବାକୁ ଯାଉଛି। କିନ୍ତୁ କିଛି ଆଇନ ଏପରି ବିଭେଦକୁ ଶେଷ କରିବା ପାଇଁ ଦେଉନାହିଁ ବୋଲି ହାଇକୋର୍ଟ କହିଥିଲେ। ସମାନ ଦେୱାନୀ ସଂହିତା ଲାଗୁ ହୋଇ ନ ଥିବା କାରଣରୁ ମହିଳାଙ୍କ ପ୍ରତି ଅନ୍ୟାୟ, ଛାଡ଼ପତ୍ର, ସମ୍ପତ୍ତିରେ ପିଲାମାନଙ୍କର ଅଧିକାର ନେଇ ସମସ୍ୟା ହେଉଛି। ଆଗରୁ ଅନେକ ଥର ସୁପ୍ରିମକୋର୍ଟ, ବିଭିନ୍ନ ରାଜ୍ୟର ହାଇକୋର୍ଟମାନେ ସମାନ ଦେୱାନୀ ସଂହିତା ଲାଗୁ କରିବା ସପକ୍ଷରେ ମତ ଦେଇଛନ୍ତି। ଏହାର ଲାଗୁ ସପକ୍ଷରେ ଯେଉଁମାନେ ଅଛନ୍ତି ସେମାନେ କୁହନ୍ତି, ଦେଶର ଏକତା, ଧର୍ମନିରପେକ୍ଷତା, ମହିଳା ସଶକ୍ତୀକରଣ, ଲିଙ୍ଗଗତ ସମାନତା ଦୃଷ୍ଟିରୁ ଏହା ଲାଗୁ ହେବାର ଆବଶ୍ୟକତା ରହିଛି। ଯେଉଁମାନେ ଏହାକୁ ବିରୋଧ କରୁଛନ୍ତି ସେମାନଙ୍କର କହିବା କଥା ହେଉଛି ଏହା ଲାଗୁ ହେଲେ ସେମାନଙ୍କର ଧର୍ମୀୟ ସ୍ବାଧୀନତା କ୍ଷୁଣ୍ଣ ହେବ। ୨୧ତମ ବିଧି ଆୟୋଗ ମଧ୍ୟ ଏଭଳି ସମାନ ଢଙ୍ଗରେ ଏକ ପ୍ରକ୍ରିୟା ଆରମ୍ଭ କରିଥିଲା। ୨୦୧୮ରେ ପ୍ରକାଶିତ ଏହାର ରିପୋର୍ଟରେ ଯଦିଓ ସମାନ ଦେୱାନୀ ସଂହିତାର ଆବଶ୍ୟକତା ନାହିଁ ବୋଲି ବିଧି ଆୟୋଗ କହିଥିଲେ କିନ୍ତୁ ବିଭିନ୍ନ ପର୍ସନାଲ ଲ’ରେ ଥିବା ଅସଙ୍ଗତି, କୁସଂସ୍କାର, ଲିଙ୍ଗଗତ ତାରତମ୍ୟକୁ ସଂଶୋଧନ କରିବା ନେଇ ସୁପାରିସ କରିଥିଲେ। ଇତିମଧ୍ୟରେ ୪ ବର୍ଷରୁ ଅଧିକ ସମୟ ବିତିଗଲାଣି କିନ୍ତୁ କୌଣସି ପର୍ସନାଲ ଲ’ରେ ସେଭଳି କିଛି ସଂଶୋଧନ ହୋଇପାରିଲା ନାହିଁ; ଯାହା ଏବେ ପୁଣି ସମାନ ଦେୱାନୀ ଆଇନ ଲାଗୁକରିବା ପାଇଁ ଆଲୋଚନା କରିବା ଲାଗି ବାଧ୍ୟ କରିଛି।
ଦେଶରେ ନାଗରିକମାନଙ୍କ ପାଇଁ ଯେଉଁ ଆଇନ ବ୍ୟବସ୍ଥା ଅଛି ତାହା ଦୁଇଭାଗରେ ବିଭକ୍ତ। ଗୋଟିଏ ହେଲା ଆପରାଧିକ ଆଇନ, ଯାହା ସମସ୍ତଙ୍କ ପାଇଁ ସମାନ। ଅନ୍ୟଟି ହେଲା ବିବାହ, ଛାଡ଼ପତ୍ର, ରକ୍ଷଣାବେକ୍ଷଣ, ପୋଷ୍ୟ ସନ୍ତାନ, ସମ୍ପତ୍ତିରେ ଅଧିକାର ଭଳି ସିଭିଲ ମାମଲା, ଯେଉଁଥିରେ ଦେଶରେ ବିଭିନ୍ନ ଧର୍ମୀୟ ସମ୍ପ୍ରଦାୟଙ୍କ ପାଇଁ ଅଲଗା ଅଲଗା ନିୟମ ରହିଛି। ସମାନ ଦଓ୍ବୋନୀ ସଂହିତାର ଅର୍ଥ ହେଉଛି, ଦେଶର ବିଭିନ୍ନ ସମ୍ପ୍ରଦାୟ ଭିତରେ ଥିବା ଅଲଗା ଅଲଗା ଆଇନ ପରିବର୍ତ୍ତେ ସମସ୍ତ ନାଗରିକଙ୍କ ପାଇଁ ଗୋଟିଏ ଆଇନ। ଭାରତ ହେଉଛି ବିଶ୍ୱରେ ସବୁଠାରୁ ବଡ଼ ଗଣତନ୍ତ୍ର। କିନ୍ତୁ ନିଜର ସ୍ବତନ୍ତ୍ର ସମ୍ବିଧାନ ହେବାର ୭୩ ବର୍ଷ ପରେ ବି ଆମେ ‘ସମସ୍ତ ନାଗରିକଙ୍କ ପାଇଁ ସମାନ ନିୟମ’ ଏପରି କଥା ସୁନିଶ୍ଚିତ କରିପାରିନେ। ‘ଗୋଟିଏ ଦେଶ ଗୋଟିଏ ଆଇନ’ ହେଉଛି ଯେ କୌଣସି ଦେଶର ପ୍ରଥମ ଭିତ୍ତିଭୂମି। ସମ୍ବିଧାନ ଅନୁସାରେ ଦେଶ ଚାଲିବା ଉଚିତ। ଗର୍ବ କରୁଛେ ଯେ ଆମ ଦେଶ ହେଉଛି ପନ୍ଥ ନିରପେକ୍ଷ ଦେଶ କିନ୍ତୁ ରିଲିଜିଅନ ଆଧାରରେ ଥିବା ଅଲଗା ଅଲଗା ଆଇନକୁ ପାଳନ କରୁଛେ। ସମ୍ବିଧାନର ଧାରା ୧୪ରେ ଆମେ କହୁଛେ ଆଇନ ଆଗରେ ସମସ୍ତେ ସମାନ କିନ୍ତୁ ସମସ୍ତଙ୍କ ପାଇଁ ସମାନ ଆଇନ ଆମେ କରିପାରିନେ। ସେହିଭଳି ସମାନ ଦେୱାନୀ ସଂହିତା ଲାଗୁ ନ ହେବା ସମ୍ବିଧାନର ଧାରା ୧୫ ଓ ୨୧କୁ ମଧ୍ୟ ବିରୁଦ୍ଧାଚରଣ କରୁଛି। ଲିଙ୍ଗଗତ ସମାନତା, ମହିଳାଙ୍କ ସଶକ୍ତୀକରଣ କଥା କହୁଛେ କିନ୍ତୁ ପରିବାରରେ ମହିଳାଙ୍କ ସାମାଜିକ ଅଧିକାର, ସମ୍ପତ୍ତିରେ ଅଧିକାର, ଛାଡ଼ପତ୍ର ଆଦି ଅନେକ କ୍ଷେତ୍ରରେ ବିଭିନ୍ନ ‘ପର୍ସନାଲ ଲ’ ନାଁରେ ବଞ୍ଚିତ କରୁଛେ।
୧୯୮୫ରେ ଶାହାବାନୋ ମାମଲାରେ ସୁପ୍ରିମକୋର୍ଟ ଯେଉଁ ବହୁ ଚର୍ଚ୍ଚିତ ରାୟ ଦେଇଥିଲେ ତାହା ସେତେବେଳେ ଦେଶରେ ସମାନ ଦେୱାନୀ ସଂହିତା ଲାଗୁ କରିବା ନେଇ ବାଟ ଫିଟିଥିଲା। ଯଦି ସେତେବେଳର ସରକାର ସୁପ୍ରିମକୋର୍ଟଙ୍କ ରାୟକୁ ଅକାମୀ କରିବା ପାଇଁ ସଂସଦରେ ଆଇନ ଆଣି ନ ଥାନ୍ତେ ହୁଏତ ଏତେବେଳକୁ ଭାରତରେ ସମାନ ଦେୱାନୀ ଆଇନ ଲାଗୁ ହୋଇସାରନ୍ତାଣି। ଯେତେବେଳେ ଦେଶର ସମ୍ବିଧାନ ପ୍ରସ୍ତୁତ ହେଲା ସମ୍ବିଧାନ ସଭାରେ ସମାନ ଦେୱାନୀ ସଂହିତାକୁ ଲାଗୁ କରିବା ନେଇ ଯଦିଓ ବାବା ସାହେବ ଆମ୍ବେଡକର, କେଏମ୍‌ ମୁନ୍‌ସି, କ୍ରିଷ୍ଣା ଆୟାର ସମାନ ଦେୱାନୀ ସଂହିତା ସପକ୍ଷରେ ଥିଲେ କିନ୍ତୁ କିଛି ସଦସ୍ୟ ଏହାକୁ ବିରୋଧ କରିବା କାରଣରୁ ସହମତି ହୋଇପାରିଲା ନାହିଁ। ଶେଷରେ ନିଷ୍ପତ୍ତି ହୋଇଥିଲା କି ବର୍ତ୍ତମାନ ଅଲଗା ଅଲଗା ନିୟମ ଥାଉ, କିନ୍ତୁ ଭବିଷ୍ୟତରେ ସମାନ ଦଓ୍ବୋନୀ ସଂହିତା ଲାଗୁ କରାଯିବ। ଆମ୍ବେଡକରଙ୍କ ଆଇନ ମନ୍ତ୍ରିତ୍ୱ ସମୟରେ ସେ ଏହାକୁ ଲାଗୁ କରିବା ପାଇଁ ପ୍ରୟାସ କରିଥିଲେ। ସମ୍ବିଧାନର ଅନୁଚ୍ଛେଦ ୪୪ ଓ ବାବା ସାହେବ ଯେଉଁ ଅପେକ୍ଷା ଦେଶର ପରବର୍ତ୍ତୀ ପିଢ଼ି ଉପରେ ରଖିଥିଲେ ତାହା ଆଜି ଯାଏ ଅଧୁରା ହୋଇ ରହିଗଲା। ସେତେବେଳର ମହିଳା ସାଂସଦ ତଥା ଭାରତର ପ୍ରଥମ ସ୍ବାସ୍ଥ୍ୟମନ୍ତ୍ରୀ ଅମ୍ରିତା କାଉର କହିଥିଲେ ଯେ ସମାନ ଦଓ୍ବୋନୀ ସଂହିତା ଲାଗୁ ନ ହୋଇ ପାରିବାର ଅର୍ଥ ହେଉଛି ପୁରୁଷପ୍ରଧାନ ସମାଜରେ ମହିଳାଙ୍କ ଅଧିକାରକୁ ସୁରକ୍ଷିତ ରଖିବା ପାଇଁ ଭାରତ ବିଫଳ।
ସମସ୍ୟା କେଉଁଠି ଅଛି? କାହିଁକି ଦେଶରେ ସମାନ ଦେୱାନୀ ସଂହିତା ଲାଗୁ ହୋଇପାରିନାହିଁ? ଯେତେବେଳେ ବି ଦେଶରେ ନାଗରିକ ସଂହିତା ଲାଗୁକରିବା କଥା ଆସିଛି ଏହାକୁ ବିରୋଧ କରାଯାଇଛି। ଯେଉଁମାନେ ଏହାକୁ ବିରୋଧ କରୁଛନ୍ତି ସେମାନେ ଜାଣିବା ଉଚିତ ଯେ ସମାନ ଦେୱାନୀସଂହିତାରେ ଦେଶରେ ଥିବା ସମସ୍ତ ପ୍ରକାରର ‘ପର୍ସନାଲ ଲ’କୁ ଧ୍ୟାନରେ ରଖି, ସେଥିରେ ସୁଧାର ଆଣି, ସମସ୍ତଙ୍କର ଗ୍ରହଣଯୋଗ୍ୟ ହେଲା ଭଳି ନିୟମ ପ୍ରଣୟନ ହେବ। ୧୯୮୫ ଓ ୨୦୧୭ରେ ସୁପ୍ରିମକୋର୍ଟ ଟ୍ରିପଲ ତଲାକକୁ ବେଆଇନ ଘୋଷଣା କରିଥିଲେ; ଯାହା ‘ମୁସଲିମ ପର୍ସନାଲ ଲ’ ଅନୁସାରେ ବୈଧ ଥିଲା। ୨୦୦୩ରେ ଫାଦର ଜନ୍‌ ଭାଲାମୋତମଙ୍କ ମାମଲାରେ ଯେତେବେଳେ ସୁପ୍ରିମକୋର୍ଟ ସମାନ ଦଓ୍ବୋନୀ ସଂହିତା କଥା ଉଲ୍ଲେଖ କରିଥିଲେ ସେତେବେଳେ ଖ୍ରୀଷ୍ଟିଆନମାନଙ୍କର ଉତ୍ତରାଧିକାରର ଏକ ନିୟମକୁ ଅସାମ୍ବିଧାନିକ କହିଥିଲେ। ନିକଟରେ ଜୁଲାଇ ୭, ୨୦୨୧ରେ ଦିଲ୍ଲୀ ହାଇକୋର୍ଟ ଯେଉଁ ମାମଲାରେ ସମାନ ଦେୱାନୀ ସଂହିତାର ଆବଶ୍ୟକତା କଥା କହିଛନ୍ତି ତାହା ଏକ ହିନ୍ଦୁ ବିବାହକୁ ନେଇ। ତେଣୁ କଥା ଧର୍ମୀୟ ଅଧିକାରର ନୁହେଁ, ବରଂ ଏହା ହେଉଛି ଲିଙ୍ଗଗତ ସମାନତାର, ମହିଳା ସଶକ୍ତୀକରଣ, ମହିଳାମାନଙ୍କର ସମ୍ମାନ ଓ ଅଧିକାରର।
‘ସମାନ ଦେୱାନୀ ସଂହିତା’ ଏପରି ଏକ ପ୍ରସଙ୍ଗ ନୁହେଁ ଯେ, ଯାହାକୁ ସଂସଦରେ ସଂଖ୍ୟା ଅଛି ବୋଲି ପାରିତ କରାଇ ଲାଗୁ କରିହେବ। ଏହାକୁ ଲୋକମାନଙ୍କ ସହମତିରେ ହିଁ ଲାଗୁ କରାଯିବାର ପ୍ରାସଙ୍ଗିକତା ରହିଛି। ବିତର୍କ ହେଉ, ଆଲୋଚନା ହେଉ। ବିଭିନ୍ନ ସମୟରେ ଅଦାଲତମାନେ ଏହାକୁ ଲାଗୁ କରିବା ନେଇ ସପକ୍ଷରେ କହିଛନ୍ତି। ସମାଜର ସବୁ ବର୍ଗର ମତାମତ ନିଆଯାଇ ସରକାର ଏହା ଉପରେ ଆବଶ୍ୟକ ସଂଶୋଧନ କରି ଏହାକୁ ଲାଗୁ କରିପାରନ୍ତି।

  • ଅନିଲ ବିଶ୍ୱାଳ
    ହରିରାଜପୁର, ପୁରୀ
    ମୋ:୯୪୩୮୫୭୯୨୯୦

Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ନିରବଚ୍ଛିନ୍ନ ପ୍ରୟାସ ଓ ଦୃଢ଼ ଇଚ୍ଛାଶକ୍ତି ଦ୍ୱାରା ସଫଳତା ମିଳେ, ଯାହା ପ୍ରମାଣ କରିଛନ୍ତି ରାଜସ୍ଥାନ ଏକାଲଖୋରି ଗାଁର ରାଣାରାମ ବିଷ୍ଣୋଇ । ଗଛ ପରିବେଶ ଓ…

ଗାନ୍ଧୀ ବିଚାରରେ ପରିବେଶ ସୁରକ୍ଷା

ମହାକାଳର ଅସୀମ ଗର୍ଭରେ ଇତିହାସର ଅନେକ ପୃଷ୍ଠା ରକ୍ତର କାଳିରେ ଲେଖାଯାଇଛି, ଅନେକ ବିପ୍ଳବ କେବଳ କ୍ଷମତା ଆଉ ସାମ୍ରାଜ୍ୟବାଦର ମୋହରେ ଧୂଳିସାତ ହୋଇଯାଇଛି। କିନ୍ତୁ ବିଂଶ…

ନିର୍ମୂଳୀ ଚେର

ଅନେକ ଦଶନ୍ଧି ଧରି ଦେଶରୁ ଗରିବ ହଟାଇବା ଲକ୍ଷ୍ୟରେ ଅନେକ ଦୃଷ୍ଟାନ୍ତମୂଳକ ଯୋଜନା ପ୍ରଣୟନ କରାଯାଇଛି। ଅର୍ଥଶାସ୍ତ୍ରବିତ୍‌ଙ୍କ ସୁକଳ୍ପିତ ପରାମର୍ଶ, ସଂଗଠନ ସଦସ୍ୟଙ୍କ ମତାମତ ଏବଂ ରାଜନୀତିଜ୍ଞଙ୍କ…

ମାନବାଧିକାର ଓ ନେତୃତ୍ୱରେ ତ୍ରୁଟି

ଦ୍ବିତୀୟ ବିଶ୍ୱଯୁଦ୍ଧ ପରବର୍ତ୍ତୀ ସମୟରେ ଗଠିତ ଅନ୍ତର୍ଜାତୀୟ ବ୍ୟବସ୍ଥା ଏବେ ବୈଧତା ସଙ୍କଟର ସମ୍ମୁଖୀନ ହେଉଛି। ମାନବାଧିକାର ରକ୍ଷା କରୁଥିବା ବ୍ୟବସ୍ଥା ମଧ୍ୟ ଏଥିରୁ ବାଦ୍‌ ପଡ଼ୁନାହିଁ।…

ଆସ, ଗଢ଼ିବା ବିଦ୍ୟାଳୟ

କିଛି ଦିନ ତଳେ ଜଣେ ବନ୍ଧୁ କଥା ପ୍ରସଙ୍ଗରେ କହିଲେ, ସନ୍ତାନସନ୍ତତିଙ୍କ ପାଠପଢ଼ାକୁ ନେଇ ପରୀକ୍ଷା ନିରୀକ୍ଷା କରିହେବ ନାହିଁ। ସ୍ବାଧୀନତା ପରେ ପାଖାପାଖି ପଚାଶ ବର୍ଷ…

ଆକାଶର ତାରା

ବାପଛେଉଣ୍ଡ ପିଲାଟି ଯେତେବେଳେ ମା’କୁ ବାପା କାହାନ୍ତି ବୋଲି ପଚାରେ, ମା’ତାକୁ ଅନେକ କଥା କହି ବୁଝାଇଦିଅନ୍ତି। ଆଜି ଆସିବେ, କାଲି ଆସିବେ, ଅମୁକ ଜାଗାକୁ ଯାଇଛନ୍ତି…

ସୁଶ୍ରୁତଙ୍କ ଶଲ୍ୟଚିକିତ୍ସା

ଭାରତର ପ୍ରାୟ ପ୍ରତ୍ୟେକ ପାରିବାରିକ ସମାବେଶରେ କେହି ନା କେହି ଦାବି କରନ୍ତି ଯେ ପ୍ରାଚୀନ ଭାରତୀୟଙ୍କ ପାଖରେ ପ୍ଲାଷ୍ଟିକ୍‌ ସର୍ଜରି, ଟେଷ୍ଟଟ୍ୟୁବ୍‌ ବେବି ଏବଂ ବିମାନ…

ସନ୍ତାନ ବତ୍ସଳତା

ଅମୃତ କାଳରେ ଅସହାୟତାର ଦୌଡ଼ ଜୀବନର ଦୌଡ଼ରେ ସମସ୍ତଙ୍କ ପାଖରେ ସମାନ ସୁଯୋଗ ନ ଥାଏ। କାହା ପାଖରେ ଦାମୀ ଜୋତା ଥାଏ, କାହା ପାଖରେ ଆଧୁନିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?