Posted inଜାତୀୟ

କେଉଁଠୁ ଆସୁଛନ୍ତି ଔରଙ୍ଗଜେବଙ୍କ ବଂଶଜ: ଫଡନାଭିସଙ୍କ ପ୍ରଶ୍ନ …

ମୁମ୍ବାଇ୨୫।୬ : ମହାରାଷ୍ଟ୍ରର ବୁଲଡାନା ଜିଲାରେ ଏଆଇଏମଆଇଏମ ମୁଖ୍ୟ ତଥା ହାଇଦ୍ରାବାଦ ଏମପି ଅସଦୁଦ୍ଦିନ ଓୱାଇସିଙ୍କ ଏକ ସାଧାରଣ ସଭା ଶନିବାର ହୋଇଥିଲା। ଏହି ରାଲିରେ କିଛି ଲୋକେ ଔରଙ୍ଗଜେବ ଅମର ରହେଙ୍କ ସ୍ଲୋଗାନ ଦେଇଥିଲେ। ଏହି ସ୍ଲୋଗାନର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଉତ୍ତେଜନା ବଢ଼ିବାରେ ଲାଗିଛି। ଗୋଟିଏ ପଟେ ବୁଲଢାନା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ଅନ୍ୟପକ୍ଷରେ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ପୁଣିଥରେ ପ୍ରଶ୍ନ ଉଠାଇଛନ୍ତି ମୋଗଲ ରାଜା ଔରଙ୍ଗଜେବଙ୍କର ବଂଶଜ ଭାରତ କେଉଁଠୁ ଆସୁଛନ୍ତି। ସେ କହିଛନ୍ତି ଏଠାରେ ରହୁଥିବା ସମସ୍ତ ମୁସଲମାନ ଔରଙ୍ଗଜେବଙ୍କ ବଂଶଜ ନୁହନ୍ତି।

ମହାରାଷ୍ଟ୍ର କିମ୍ବା ଦେଶରେ କାହା ପାଖରେ ଔରଙ୍ଗଜେବଙ୍କ ରକ୍ତ ନାହିଁ। ଏଠାରେ ଥିବା ମୁସଲମାନ କେବେହେଲେ ଔରଙ୍ଗଜେବର ବଂଶଜ ହୋଇପାରିବେ ନାହିଁ। ଏହି ଦେଶକୁ ଶାସନ କରିବା ପାଇଁ ହିନ୍ଦୁ-ଶିଖମାନଙ୍କ ଉପରେ ଅତ୍ୟାଚାର କରିବା ଏବଂ ଆମ ମା-ଭଉଣୀଙ୍କ ସମ୍ମାନ ଲୁଟିବା ପାଇଁ ଔରଙ୍ଗଜେବ ଏଠାକୁ ଆସିଥିଲେ। ତାଙ୍କର ଅତ୍ୟାଚାର ବିଷୟରେ ହଜାର ହଜାର ପୃଷ୍ଠା ଲେଖାଯାଇପାରିବ। ସେଥିପାଇଁ ଔରଙ୍ଗଜେବ କୌଣସି ଦେଶପ୍ରେମୀ ମୁସଲମାନଙ୍କର ଆଦର୍ଶ ହୋଇପାରିବେ ନାହିଁ।

ଫଡନାଭିସ କହିଛନ୍ତି ଯିଏ ଏପରି କରୁଛି, ସେ କିପରି ଦେଶପ୍ରେମୀ ହୋଇପାରିବ। ଏହା ସହିତ ସେ ପୁଣି ଥରେ ପ୍ରଶ୍ନ ଉଠାଇଛନ୍ତି ଏଭଳି କରୁଥିବା ଲୋକେ ଔରଙ୍ଗଜେବଙ୍କ ବଂଶଜ। କିନ୍ତୁ ସେମାନେ କେଉଁଠାରୁ ଆସୁଛନ୍ତି ତାହା ଜଣା ପଡିନାହିଁ। ସେମାନଙ୍କ ପଛରେ କିଏ ଅଛନ୍ତି ଏବଂ ସେମାନଙ୍କର ଉଦ୍ଦେଶ୍ୟ କ’ଣ? ସେମାନେ ମହାରାଷ୍ଟ୍ରରେ ଯାହା କରିବାକୁ ଚାହୁଁଛନ୍ତି, ତାହା ଶୀଘ୍ର ବାହାରକୁ ଆସିବ।


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମବଙ୍ଗ ରାଜନୀତିରେ ହଇଚଇ: ମମତାଙ୍କୁ ଧମକ ଦେଲେ ମୁଖ୍ୟମନ୍ତ୍ରୀ! ଘରୁ ବାହାରିବାକୁ….

କୋଲକାତା,୨୫ା୮: ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଶୁଭେନ୍ଦୁ ଅଧିକାରୀଙ୍କୁ ଟାର୍ଗେଟ କରିଛନ୍ତି । ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଏକ ଭିଡିଓ ସେୟାର କରି ଶୁଭେନ୍ଦୁ…

ଗରିମା କନକ୍ଲେଭ୍‌, ଛତ୍ରପୁର ପୌରପରିଷଦକୁ ରାଜ୍ୟସ୍ତରୀୟ ସମ୍ମାନ

ଛତ୍ରପୁର,୨୫।୮( ଦିଲ୍ଲୀପ ସାମଲ): ଓଡ଼ିଶା ସରକାରଙ୍କ ‘ଗରିମା ଯୋଜନା’ର ସଫଳ ରୂପାୟନ ପାଇଁ ଛତ୍ରପୁର ପୌରପରିଷଦକୁ ରାଜ୍ୟସ୍ତରୀୟ ସମ୍ମାନ ପ୍ରଦାନ କରାଯାଇଛି । ଭୁବନେଶ୍ୱରସ୍ଥିତ ଲୋକସେବା ଭବନଠାରେ…

ଧାନ ବିକ୍ରି ପଞ୍ଜୀକରଣବେଳେ ଚାଷୀଙ୍କୁ ବିଭ୍ରାନ୍ତ କରିଥିବା ଅଭିଯୋଗ: ଜିଲାପାଳଙ୍କୁ ଫେରାଦ ହେଲେ ଚାଷୀ

ଲୋଇସିଂହା,୨୫।୮(ସୁଶାନ୍ତ ବାରିକ): ଖରିଫ ୨୦୨୬-୨୭ ଧାନ ବିକ୍ରି ପାଇଁ ପାକ୍ସଗୁଡ଼ିକରେ ଚାଷୀ ପଞ୍ଜୀକରଣ ପ୍ରକ୍ରିୟା ଚାଲିଥିବାବେଳେ ଆଗଲପୁର ବ୍ଲକ ମୁରୁଶୁଣ୍ଡି ପାକ୍ସରେ ଧାନ କିଣାବିକାକୁ ନେଇ ଏକ…

ଦୁର୍ଗମ ଅଞ୍ଚଳରେ ‘ଦମନ’ ଟିମ୍‌: କମୁଛି ମ୍ୟାଲେରିଆ ଜ୍ୱର ଭୟ

ଦାରିଙ୍ଗବାଡି, ୨୫।୮ (ଅରୁଣ ସାହୁ): ମ୍ୟାଲେରିଆ ମୁକ୍ତ ଲକ୍ଷ୍ୟରେ ଦୁର୍ଗମ ଅଞ୍ଚଳରେ ଅପରେଶନ ଦମନ କାର୍ଯ୍ୟକ୍ରମ ଜୋରଦାର କରାଯାଉଛି। ଏହି ପ୍ରରିପ୍ରେକ୍ଷୀରେ କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ…

ଜଳ ନିଷ୍କାସନ ଫେଲ୍‌, ବେହାଲ ବରଗଡ଼ ସହର

ବରଗଡ଼,୨୫।୮(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହରରେ ବର୍ଷାଜଳ ନିଷ୍କାସନ ବ୍ୟବସ୍ଥା ଫେଲ୍‌ ମାରିଛି। ସହରର ବିଭିନ୍ନ ସ୍ଥାନରେ ଏପର୍ଯ୍ୟନ୍ତ ଡ୍ରେନ୍‌(ନାଳ) ନିର୍ମାଣ ହୋଇପାରି ନାହିଁ। ସେହିପରି ଯେଉଁଠି ନାଳ ରହିଛି,…

ନାଗାବଳୀ ନଦୀରୁ ଦଶମ ଶ୍ରେଣୀ ଛାତ୍ରଙ୍କ ମୃତଦେହ ଉଦ୍ଧାର, ନିଖୋଜର ୩ ଦିନ ପରେ ମିଳିଲା ପତ୍ତା

କଲ୍ୟାଣସିଂହପୁର,୨୫।୮(ଦୀପକ କୁମାର ପରିଡା ): ବିଦ୍ୟାଳୟରୁ ନିଖୋଜ ଥିବା ଜଣେ ଦଶମ ଶ୍ରେଣୀ ଛାତ୍ରଙ୍କ ମୃତଦେହ ନାଗାବଳୀ ନଦୀରୁ ଉଦ୍ଧାର ହୋଇଛି । ମୃତ ଛାତ୍ରଜଣକ କାଶୀପୁର…

ଆପରାଧିକ ମାନସିକତାରେ ପୋଲିସ ଅଧିକାରୀ: ଲୋକଙ୍କୁ ନ୍ୟାୟ ପରିବର୍ତ୍ତେ କରୁଛନ୍ତି ଶୋଷଣ

ଭୁବନେଶ୍ୱର,୨୫।୮(ତ୍ରିନାଥ ମହାନ୍ତି):ଖାକି ପୋଷାକରେ ଥାଇ ପୋଲିସ ଅଧିକାରୀ ଘଟାଉଛନ୍ତି ଅପରାଧ। କେଉଁଠି ସୁରକ୍ଷା ଆଳରେ ଶୋଷଣ ତ’ ଆଉ କେଉଁଠି ଲଭ୍‌ ସେକ୍ସ ଧୋକାର ସଙ୍ଗିନ ଅଭିଯୋଗ।…

ଗୋଲ୍ଡି ମାନିଲେ

କାନାଡାରେ ଜୁନ୍‌ ୨୦୨୩ରେ ଖଲିସ୍ତାନୀ ବିଚ୍ଛିନ୍ନତାବାଦୀ ନେତା ହରଦୀପ ସିଂ ନିଜ୍ଜାରଙ୍କୁ ହତ୍ୟା କରାଯାଇଥିଲା। ଏହି ଘଟଣା ପାଇଁ କାନାଡାର ତତ୍କାଳୀନ ପ୍ରଧାନମନ୍ତ୍ରୀ ଜଷ୍ଟିନ୍‌ ଟ୍ରୁଡୋ ଭାରତକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri