ଶୃଙ୍ଖଳା ଜାଣିବା କେବେ

ଡ.ସତ୍ୟ ନାରାୟଣ ମିଶ୍ର

ଜୀବନର ପ୍ରତିଟି ମୁହୂର୍ତ୍ତକୁ ନିହିତ ଅର୍ଥରେ ବ୍ୟବହାର କରି କର୍ତ୍ତବ୍ୟ, ଅନୁଶାସନ ଓ ବିବେକର ନିର୍ଦ୍ଦେଶରେ ଅନୁଧାବନ କରିବା ହେଉଛି ଶୃଙ୍ଖଳା। ଏହା ଜାଣିବା ବା ଶିଖିବାକୁ ମଣିଷ ସମାଜକୁ କୌଣସି ବିଶେଷ ଅନୁଷ୍ଠାନ ବା ଶିକ୍ଷାଳୟର ଆବଶ୍ୟକତା ନ ଥାଏ। ଏହା ଶିକ୍ଷା ହୋଇଥାଏ ମଣିଷ ଜୀବନର ପୂର୍ଣ୍ଣାଙ୍ଗ ଜୀବନଶୈଳୀ ଓ ନିଜକୁ ଅନୁଶାସନରେ ନିୟନ୍ତ୍ରଣ କରିବାରେ। ଅନୁଶାସନ ହେଉଛି ଏପରି ନିଷ୍ଠା, ଯାହା ପ୍ରତ୍ୟେକ ବ୍ୟକ୍ତିଙ୍କୁ ନିୟନ୍ତ୍ରଣରେ ରଖେ। ଏହା ବ୍ୟକ୍ତି ଜୀବନରେ ଅଗ୍ରଗତି କରିବାକୁ ଏବଂ ସଫଳତା ହାସଲ କରିବାକୁ ପ୍ରେରଣା ଦିଏ। ସମାଜର ପ୍ରତ୍ୟେକ ବ୍ୟକ୍ତି ନିଜ ଜୀବନରେ ଅନୁଶାସନକୁ ଭିନ୍ନ ରୂପରେ ଅନୁସରଣ କରନ୍ତି ଓ ପ୍ରତ୍ୟେକଙ୍କର ନିଜସ୍ବ ଅନୁଶାସନର ଆଶା ଅଛି, ଯାହା ଶୃଙ୍ଖଳାର ଭିତ୍ତିଭୂମି ଉପରେ ପ୍ରତିଷ୍ଠିତ। ଶୃଙ୍ଖଳା ବ୍ୟକ୍ତିକୁ ଆଗକୁ ବଢ଼ିବାରେ ପ୍ରେରଣା ଦିଏ ଓ ମାର୍ଜିତ ଜୀବନ ଶୈଳୀରେ ନିଜକୁ ଶୋଧନ କରି ସଫଳତା ମଧ୍ୟ ଦିଏ। ଶୃଙ୍ଖଳା ରହିତ ଜୀବନ ସମ୍ପୂର୍ଣ୍ଣ ନିଷ୍କ୍ରିୟ ଓ ମୂଲ୍ୟହୀନ ହୋଇଯାଏ, କାରଣ ଉକ୍ତ ଜୀବନ ଶୈଳୀରେ ଯୋଜନା ଅନୁଯାୟୀ କିଛି କରାଯାଇ ନ ଥାଏ ା ଫଳତଃ ଶଙ୍କା ଓ ଆଶଙ୍କାରେ ଜୀବନର ଗତିପଥ ପ୍ରବାହ ହୋଇଥାଏ। ଶୃଙ୍ଖଳା ଦୁଇ ପ୍ରକାରର, ଗୋଟିଏ ହେଉଛି ଯାହାକୁ ଆମେ ବାହ୍ୟ ସମାଜରୁ ପାଇଥାଉ ଏବଂ ଦ୍ୱିତୀୟଟି ଯାହା ଆମ ଭିତରେ ଆମ ଦ୍ୱାରା ଉତ୍ପନ୍ନ ହୁଏ। ତଥାପି ଅନେକ ଥର ଆତ୍ମ-ଶୃଙ୍ଖଳା ଅଭ୍ୟାସରେ ଉନ୍ନତି ଆଣିବା ପାଇଁ ବ୍ୟକ୍ତିକୁ ଜଣେ ପ୍ରଭାବଶାଳୀ ବ୍ୟକ୍ତିଙ୍କଠାରୁ ପ୍ରେରଣା ଆବଶ୍ୟକ ହୋଇଥାଏ, ଯିଏ ଶୃଙ୍ଖଳିତ ଜୀବନ ଧାରଣ କରିଥାଏ। ଜୀବନର ବିଭିନ୍ନ ବର୍ଗରେ ଶୃଙ୍ଖଳା ଆବଶ୍ୟକ ା ତେଣୁ ବାଲ୍ୟକାଳରୁ ଶୃଙ୍ଖଳା ଅଭ୍ୟାସ କରିବା ଉଚିତ, ଯାହା ବୟସ ବୃଦ୍ଧି ସଙ୍ଗେ ସଙ୍ଗେ ଜୀବନ ଧାରଣର ମାନକୁ ଉନ୍ନତ କରିଥାଏ। ଶୃଙ୍ଖଳା ହେଉଛି ଜୀବନଶୈଳୀ, ବକ୍ତୃତା ନୁହେଁ; ଏହା ଚରିତ୍ର ଏବଂ ଅଭ୍ୟାସରୁ ସୃଷ୍ଟି ହୋଇଥାଏ, ଏହା ଉପଦେଶ ଅପେକ୍ଷା ଉଦାହରଣ ଦ୍ୱାରା ସର୍ବୋତ୍ତମ ଶିକ୍ଷା ଦେଇଥାଏ।
ପ୍ରଥମ ପ୍ରକାରର ଶୃଙ୍ଖଳା ହେଉଛି ପ୍ରତିଷେଧକ ଶୃଙ୍ଖଳା। ଏହି ପ୍ରକାରର ଅନୁଶାସନ ନିର୍ଦ୍ଦିଷ୍ଟ ପ୍ରକାରର ଆଚରଣକୁ ବିଷୟବସ୍ତୁ ଦ୍ୱାରା ପ୍ରଦର୍ଶିତ ନ କରିବା ଉପରେ ଧ୍ୟାନ ଦେଇଥାଏ। ଏହା ପ୍ରକୃତରେ ଅସଦାଚରଣରୁ ଦୂରେଇ ଦିଏ ଓ ସେହି କ୍ଷେତ୍ରରେ ଉନ୍ନତି ଆଣେ। ଦ୍ୱିତୀୟ ପ୍ରକାର ହେଉଛି ସହାୟକ ଅନୁଶାସନ। ଏହି ପ୍ରକାରର ଅନୁଶାସନ ସ୍ବୟଂ ନିୟନ୍ତ୍ରଣ ଭଳି ବ୍ୟକ୍ତିବିଶେଷରେ ନୀତିକୁ ସମର୍ଥନ କରିବା ପାଇଁ ଉଦ୍ଦିଷ୍ଟ ଏବଂ ଏହା ସହଜରେ ମୁଖ୍ୟ ସ୍ରୋତକୁ ଫେରିବାରେ ସାହାଯ୍ୟ କରେ। ତୃତୀୟ ପ୍ରକାର ଅନୁଶାସନ ହେଉଛି ସଂଶୋଧନ ଅନୁଶାସନ। ଏହା ସମସ୍ୟା ସହିତ ଜଡିତ । ଶୃଙ୍ଖଳାଗତ କାର୍ଯ୍ୟ ଏବଂ ଏହାର ଦୀର୍ଘମିଆଦୀ ପ୍ରଭାବ ଖୋଜିବା ମଧ୍ୟରେ ଏକ ସନ୍ତୁଳନ ଖୋଜିବା ଉଚିତ। ସକାରାତ୍ମକ ଏବଂ ନକାରାତ୍ମକ ଶକ୍ତି ମାଧ୍ୟମରେ ଆଚରଣକୁ ସଂଶୋଧନ କରାଯାଇପାରିବ ଏବଂ ଏହା ଶୃଙ୍ଖଳିତ କାର୍ଯ୍ୟକୁ ସଫଳ କରିଥାଏ। ଜ୍ଞାନଗତ ବିକାଶମୂଳକ କାର୍ଯ୍ୟ ହେତୁ ଶୃଙ୍ଖଳା ପ୍ରତି ଜ୍ଞାନଗତ ଆଭିମୁଖ୍ୟ ବିକଶିତ ହୋଇଥାଏ। ଆଚରଣ ନିୟନ୍ତ୍ରଣ କରିବା ଜ୍ଞାନ ଉପରେ ଅତ୍ୟଧିକ ନିର୍ଭରଶୀଳ, କାରଣ ଚିନ୍ତା ପ୍ରକ୍ରିୟା ଆଚରଣକୁ ପ୍ରଭାବିତ କରିଥାଏ। ଜନସଂଖ୍ୟାରେ ବୃଦ୍ଧି ହେତୁ ଅନୁଶାସନର ପରିଚାଳନା କଷ୍ଟସାଧ୍ୟ, କାରଣ ଦରିଦ୍ରତା ଏବଂ ଅନୁଶାସନ ପରିଚାଳନା ହେତୁ ଅସଦାଚରଣ ଘଟଣା ଏହି ଅର୍ଥନୈତିକ ଅସୁବିଧା ଦ୍ୱାରା କ୍ଷତିଗ୍ରସ୍ତ ହୁଏ। ନେତୃତ୍ୱ ଓ ପରିଚାଳନା ଭୂମିକା ଶୃଙ୍ଖଳା ସହିତ ଜଡିତ, କିନ୍ତୁ ସେହି ପରିସ୍ଥିତିରେ ଏହା ସମ୍ଭବ ନୁହେଁ ଯେଉଁଠାରେ ଅଧସ୍ତନମାନଙ୍କ ପ୍ରତି ଆଗ୍ରହ ଦେଖାନ୍ତି ନାହିଁ। ସିଦ୍ଧାନ୍ତ ଦେବା ପାଇଁ ଶୃଙ୍ଖଳା ପ୍ରକୃତରେ ଆଚରଣର କଳା। ଏହାର କାର୍ଯ୍ୟକାରିତାକୁ ବୃଦ୍ଧି କରିବା ପାଇଁ ନୀତି ମାଧ୍ୟମରେ ନିର୍ଦ୍ଦିଷ୍ଟ ନିୟମାବଳୀ ଆବଶ୍ୟକ କରେ। ମାତ୍ର ବର୍ତ୍ତମାନର ସମାଜରେ ଶୃଙ୍ଖଳା ଦିଗହରା ହୋଇଯାଇଛି। ବ୍ୟବସ୍ଥିତ ଶୃଙ୍ଖଳିତ ଜୀବନ ବର୍ତ୍ତମାନ ଏକ ଦୁର୍ମୂଲ୍ୟ ସ୍ଥିତି ଦେଇ ଗତି କରୁଛି।
ତେବେ ଯଦି ଏକବିଂଶ ଶତାବ୍ଦୀରେ ମଣିଷର ବିଶୃଙ୍ଖଳିତ ଆଚରଣ ପାଇଁ ସରକାରୀ ସ୍ତରରେ ଏକ ପ୍ରମୁଖ ବିଭାଗ ଖୋଲିବାକୁ ପଡିଥାଏ, ତେବେ ମଣିଷର ଅଗ୍ରଗତି କେତେ ମାତ୍ରାରେ ଓ କେଉଁ ସ୍ଥିତିରେ ହୋଇଛି ତାହା ଅନୁମେୟ। ସାଧାରଣତଃ ସହରଗୁଡ଼ିକରେ ଟ୍ରାଫିକ୍‌ ନିୟମ ମାନି ଯାତାୟାତ କରିବା ହେଉଛି ଏକ ଶୃଙ୍ଖଳା। ମାତ୍ର ସହରରେ ବାସ କରୁଥିବା ଅପେକ୍ଷାକୃତ ସଭ୍ୟ ଓ ଉତ୍ତମ ଶ୍ରେଣୀର ସମାଜ ଉକ୍ତ ଶୃଙ୍ଖଳାକୁ ଉଲ୍ଲଂଘନ କରିବା ପାଇଁ କେତେ ତତ୍ପର ତାହା ଆଇନ ଶୃଙ୍ଖଳା ବିଭାଗର ପୃଷ୍ଠାରୁ ଅନୁମେୟ। କୌଣସି ଦାବି ହାସଲ ପାଇଁ ନାଗରିକ ଗଣତାନ୍ତ୍ରିକ ପଦ୍ଧତିରେ ଶୃଙ୍ଖଳିତ ଭାବରେ ପ୍ରତିରୋଧ କରିବା ଉଚିତ, ମାତ୍ର ବିଶୃଙ୍ଖଳିତ ହୋଇ ସାମୂହିକ ଧନ ଜୀବନ ନଷ୍ଟ କରିବା ହେଉଛି ବିଶୃଙ୍ଖଳା, ଯାହା ଆମେ ଜାଣିବା କେବେ ଓ ଏପରି କାର୍ଯ୍ୟ କଲେ ଆମର ଉତ୍ତରଦାୟାଦ ଶିକ୍ଷା କ’ଣ କରିବେ? ସମାଜର ପ୍ରତ୍ୟେକ ବିଭାଗରେ କର୍ମଚାରୀ ହେଉ ବା ସାଧାରଣ ନାଗରିକ ହେଉ କେହି ଶୃଙ୍ଖଳାକୁ ସମ୍ମାନ ଦେଇ କାର୍ଯ୍ୟରେ ମନୋନିବେଶ କରିବା ଉଚିତ ମଣୁନାହାନ୍ତି। ସଂସଦରୁ ଆରମ୍ଭ କରି ସାଧାରଣ ଜନତା ପର୍ଯ୍ୟନ୍ତ ଶୃଙ୍ଖଳାକୁ ଅନୁଧାବନ କରିବା ଶିକ୍ଷା ହୁଏତ ମଣିଷ ଗ୍ରହଣ କରିପାରି ନାହିଁ ବୋଲି ବର୍ତ୍ତମାନର ଘଟଣାକ୍ରମରୁ ଜଣାଯାଏ। ମଣିଷ ଅନେକ କଥା ଓ ଅନେକ ଜ୍ଞାନର ଅଧିକାରୀ ହୋଇଥିବାବେଳେ ସେ ସମୟରେ, ଖାଦ୍ୟରେ, ଶିକ୍ଷାରେ, ସ୍ବାସ୍ଥ୍ୟରେ, ଜୀବନଶୈଳୀରେ, ବିଚାରରେ, କର୍ମରେ, ଆଚରଣରେ, ବ୍ୟବହାରରେ ତଥା ଚରିତ୍ରରେ ଶୃଙ୍ଖଳାର ଅଧିକାରୀ ହୋଇପାରୁନାହିଁ, ଯାହା ବର୍ତ୍ତମାନ ସମୟରେ ନିନ୍ଦନୀୟ ବୋଲି ସ୍ବୀକାର କରିବାକୁ ପଡିବ। ଯଦି ଏଇ ମଣିଷ ଏତେ ଉନ୍ନତ କାର୍ଯ୍ୟ ଓ ଦକ୍ଷତାର ଅଧିକାରୀ ହୋଇପାରୁଛି ତେବେ ସେହି ମଣିଷ ଶୃଙ୍ଖଳାକୁ ଜାଣିବାରେ ଅପରିପକ୍ୱ କ’ଣ ପାଇଁ ତାହା ଏ ସମାଜ ଅନୁଧ୍ୟାନ କରିବା ଉଚିତ। ପରିପୂର୍ଣ୍ଣ ଜୀବନରେ ଆତ୍ମଚେତନା ଓ ଅନୁଶାସନରେ ନିଜକୁ ନିୟନ୍ତ୍ରିତ କରିବାରେ ଏ ମଣିଷ ସମାଜ ଯେତେବେଳେ ସକ୍ଷମ ବୋଲି ଦାବିକରିଥାଏ, ସେତେବେଳେ ଜୀବନର ପ୍ରଥମ ପାହାଚରୁ ଶୃଙ୍ଖଳାଗତ ଅଭ୍ୟାସକୁ ଆଦରିନେଲେ ଜୀବନର ପରିପୂର୍ଣ୍ଣତାରେ ଆଉ ପ୍ରଶ୍ନ ଅଧିକାର ସାବ୍ୟସ୍ତ କରିପାରନ୍ତା ନାହିଁ, ଯାହାର ଉତ୍ତର ମଣିଷକୁ ଖୋଜିବାକୁ ପଡିବ ‘ଶୃଙ୍ଖଳା ଜାଣିବା କେବେ’ ?
ଅଭିଲେଖାଧିକାରୀ
ଜାତୀୟ ଅଭିଲେଖାଗାର, ଭାରତ ସରକାର, ଭୁବନେଶ୍ବର, ମୋ:୯୯୩୭୩୪୫୯୦୦


Enter your email to get our daily news in your inbox.

All Right Reserved By Dharitri.Com

ଏଆଇ ବନାମ ଓଡ଼ିଆ ସାହିତ୍ୟ

ସଭ୍ୟତାର ବିକାଶ କ୍ରମରେ ମଣିଷ ନିଜର ବୁଦ୍ଧିମତ୍ତାକୁ ବ୍ୟବହାରକରି ଅନେକ ଅସାଧ୍ୟକୁ ସାଧନ କରିଛି। ସେଇ ପରିପ୍ରେକ୍ଷୀରେ ଚଳନ୍ତି ସମୟରେ ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସ ବା କୃତ୍ରିମ ବୁଦ୍ଧିମତ୍ତା(ଏଆଇ)…

ନାଟୋ ଓ ପ୍ରତିରକ୍ଷା ବଜାର

୧୯୩୯ ମସିହାରେ ଯେତେବେଳେ ଦ୍ୱିତୀୟ ବିଶ୍ୱଯୁଦ୍ଧ ଆରମ୍ଭ ହେଲା, ସେତେବେଳେ କାନାଡ଼ା ପାଖରେ କୌଣସି ଆଖିଦୃଶିଆ ସାମରିକ ଶିଳ୍ପ ନ ଥିଲା। ହେଲେ ୬ ବର୍ଷ ପରେ,…

ମୁଇଁ ପାଠ ପଢ଼ିନି ଆଜ୍ଞା

ବିକ୍ରମ ଦେବ ବିଶ୍ବବିଦ୍ୟାଳୟର ତୃତୀୟ ସ୍ବର୍ଣ୍ଣକ୍ଷେତ୍ର ଦିବସ ପାଳନ ଅବସରରେ ସମ୍ବର୍ଦ୍ଧିତ ହୋଇଥିଲେ ମାଣ୍ଡିଆ ରାଣୀ ନାମରେ ପରିଚିତା ଡ. ରାଇମତୀ ଘିଉରିଆ। କୋରାପୁଟ ଜିଲା କୁନ୍ଦୁରା…

ଏଇ ଭାରତରେ

ଏକତା ନହର ରହୁଛନ୍ତି ନଏଡାର ଏକ ଆପାର୍ଟମେଣ୍ଟରେ। ପେସାରେ ସେ ଜଣେ ଚିତ୍ରଶିଳ୍ପୀ। ଏବେ ତାଙ୍କୁ ବୟସ ୩୫। ବିଲୁପ୍ତିର ଦ୍ୱାର ଦେଶରେ ଥିବା କେତେକ ପ୍ରଜାତିର…

ସନାତନ ଧର୍ମର ସାତ୍ତ୍ୱିକ ପରିଚୟ

ସନାତନ ଧର୍ମ ବିଷୟରେ ସମସାମୟିକ ଭାରତୀୟ ରାଜନୈତିକ ସ୍ତରରେ ସବୁଠୁ ବେଶି ଆଲୋଚନା ହେଉଛି, କିିନ୍ତୁ ଏହି ଶବ୍ଦକୁ ସବୁଠାରୁ କମ୍‌ ବୁଝାଯାଉଥିବା ଜଣାପଡ଼ୁଛି। ଶାବ୍ଦିକ ଅର୍ଥରେ…

ନିଷ୍ପ୍ରଭ ହେଉଛି ସାମୁଦ୍ରିକ ପ୍ରାଣୀଙ୍କ ଧ୍ୱନି

କଥାବାର୍ତ୍ତା ବା ଭାବର ଆଦାନପ୍ରଦାନ ଆବହମାନ ସମୟରୁ ରହିଆସିଛି। ଏ ସୃଷ୍ଟିର ବଡ଼ ବୈଚିତ୍ରତା ହେଉଛି ମଣିଷଠାରୁ ଜୀବଜଗତ, କୀଟପତଙ୍ଗ ସମସ୍ତଙ୍କର ଏହି ଧ୍ୱନି ପ୍ରକରଣ ଯେତିକି…

ଆମ ତୃଷ୍ଣାର କ’ଣ ବିକଳ୍ପ ନାହିଁ

ସାମାଜିକ ଗଣମାଧ୍ୟମର ଭିଡିଓ କ୍ଲିପ୍‌ ଦେଖୁଦେଖୁ ମୋର ନଜର ପଡ଼ିଲା ମଦଜନିତ ବିଶେଷ ଖବର ଉପରେ। ଜିଲା ପ୍ରଶାସନିକ ମୁଖ୍ୟ ଅର୍ଥାତ୍‌ ଜିଲାପାଳମାନେ ବି କେଡ଼େ କୌତୁକିଆ…

ସଂସ୍କୃତିର ଅନ୍ୟ ନାମ ସ୍ବଚ୍ଛତା

ଜାପାନୀ ଭାଷାରେ ଅଛି-‘ଟାଟ୍‌ସୁ ଟୋରି ଏଟୋ ଓ୍ବ ନିଗୋସାଜୁ’। ଏହାର ଆକ୍ଷରିକ ଇଂଲିଶ୍‌ ଅନୁବାଦ କଲେ ହେବ-‘ଏ ବାର୍ଡ ଲିଭ୍‌ସ ନଥିଂ ବିହାଇଣ୍ଡ’। ଓଡ଼ିଆରେ ଏହାକୁ କୁହାଯାଇପାରେ-‘ପକ୍ଷୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri