Advertisement

ଏଇ ଭାରତରେ

ଆଗାମୀ ୫୦ ବର୍ଷରେ ଜଳ ସଙ୍କଟ ଉତ୍କଟ ହେବା ସହ ଏହା ଜୀବଜଗତକୁ ପ୍ରଭାବିତ କରିବ। ସେଥିପାଇଁ ଆଗାମୀ ଦିନରେ ଏକ ଜଳ ଯୁଦ୍ଧ ହେବ ବୋଲି ଆଶଙ୍କା ପ୍ରକାଶ ପାଇଛି। ଏ କଥାକୁ କିଏ ଗମ୍ଭୀରତାର ସହ ନିଅନ୍ତୁ ବା ନ ନିଅନ୍ତୁୁ, କେରଳର ଷ୍ଟାନ୍‌ଲେ ଜାକବ୍‌ ଏହା ଉପରେ ଗଭୀର ଚିନ୍ତା କରିଛନ୍ତି। ସେ ପାନୀୟ ଜଳ ପାଇଁ ଏକ ଫିଲଟର ନିର୍ମାଣ କରିଛନ୍ତି; ଯାହା ବିନା ବିଦ୍ୟୁତ୍‌ରେ ମଇଳା ପାଣିକୁ ଫିଲଟର କରି ପାନୀୟ ଉପଯୋଗୀ କରିପାରୁଛି। ଏପରି କି ଏଥିରେ ବ୍ୟାଟେରି ଆବଶ୍ୟକ ହେଉନାହିଁ। ଏହି ଫିଲ୍‌ଟରରେ ବିଭିନ୍ନ ପ୍ରକାର ପ୍ରାକୃତିକ ଷ୍ଟୋନ୍‌ ଖଞ୍ଜାଯାଇଛି ଯାହା ପାଣିକୁ ସ୍ବଚ୍ଛ କରିବା ସହ ବ୍ୟାକ୍ଟେରିଆ, ଭୂତାଣୁ, ଫଙ୍ଗସ ଆଦି ଶେଷ କରିପାରୁଛି। ଏହାକୁ କ୍ଷୁଦ୍ର, ମଧ୍ୟମ ଓ ବଡ଼ ଆକାରରେ ନିର୍ମାଣ କରାଯାଇଛି। ବଡ଼ ଫିଲ୍‌ଟରଗୁଡ଼ିକୁ ବ୍ୟବସାୟିକ ଉଦ୍ଦେଶ୍ୟରେ ବ୍ୟବହାର କରାଯାଇପାରିବ ବୋଲି କହନ୍ତି ଜାକୋବ। ଏବେ ସୁଦ୍ଧା ସେ ୫୦୦ ଫିଲଟର ବିକ୍ରି କରିସାରିଲେଣି। ଜାକୋବ ରହନ୍ତି ଏର୍ନାକୁଲମ୍‌ର କୋଥାଡ ଜିଲାରେ। ଏହି ଅଞ୍ଚଳରେ ସ୍ବଚ୍ଛ ପାଣି ଉପଲବ୍‌ଧ ହୁଏ ନାହିଁ। ପିଇବା ପାଣି ତ ଦୂରର କଥା; ଗାଧୋଇବା, ପୋଷାକ କିମ୍ବା ବାସନ ସଫା କରିବା ପାଇଁ ମଧ୍ୟ ସ୍ବଚ୍ଛ ପାଣି ମିଳେନାହିଁ। ଏଭଳି ସମସ୍ୟା ଟାଳିବା ପାଇଁ ଜାକୋବ ନିଜସ୍ବ ଉଦ୍ୟମରେ ଏହି ଫିଲଟର ନିର୍ମାଣ କରିବାକୁ ନିଷ୍ପତ୍ତି ନେଇ ସଫଳତା ପାଇପାରିଛନ୍ତି। ଏହା ସ୍ବଚ୍ଛ ପାଣି ଉପଲବ୍ଧ ହେଉ ନ ଥିବା ଦୁର୍ଗମ ଅଞ୍ଚଳରେ ଲୋକମାନଙ୍କ କାମରେ ଆସିବା ସହ ସ୍ବାସ୍ଥ୍ୟ କ୍ଷେତ୍ରରେ ପରିବର୍ତ୍ତନ ଆଣିବାରେ ସହାୟକ ହେବ ବୋଲି କହନ୍ତି ଜାକୋବ।


Enter your email to get our daily news in your inbox.

All Right Reserved By Dharitri.Com

ରାଜନୈତିକ ବିଚାର ନା ଆତଙ୍କବାଦ

ଅନିଲ କୁମାର ବିଶ୍ୱାଳ କୋଭିଡ୍‌ ବିରୋଧରେ ସାରା ଦେଶର ଜନତା ଲଢ଼େଇ କରୁଥିବା ବେଳେ ଆଉ ଏକ ଦୁଃଖଦାୟକ ଘଟଣାରେ ସାରା ଦେଶ ସ୍ତବ୍ଧ ହୋଇଯାଇଥିଲା।...

ଭାଗ୍ୟ ବନାମ କର୍ମ

ଡ. ସିଦ୍ଧାର୍ଥ କାନୁନ୍‌ଗୋ ଯେତେବେଳେ ପିଲା ଥିଲି, ସେତେବେଳେ ଅଜା ଉପଦେଶ ଛଳରେ ମୋତେ କହିଥିଲେ- ”ବାବୁରେ, ବାମ ହାତର ପାପ ଡାହାଣ ହାତକୁ ଯାଏନି।“...

କମ୍ପାନୀ ଅଧିନିୟମ ୨୦୨୦ର ଆବଶ୍ୟକତା

ଡ. ପ୍ରୀତିଶ କୁମାର ସାହୁ ସ୍ୱାଧୀନତା ପରେ ଭାରତରେ ପ୍ରଥମ କମ୍ପାନୀ ଅଧିନିୟମ (କମ୍ପାନୀ ଆକ୍ଟ) ସଂସଦ ଦ୍ୱାରା ୧୯୫୬ ମସିହାରେ ପାରିତ କରାଯାଇଥିଲା, ଯାହାକି...

କରୋନା ମୁକାବିଲାରେ ଭାରତୀୟ ଡାକ

ବୃହସ୍ପତି ସାମଲ ଭାରି ବ୍ୟସ୍ତ ଲାଗୁଥାଏ ସଂଜିତ୍‌ ହାଲଦାରଙ୍କୁ। ଶନିବାର କାମ ସାରି ନିଜର କର୍ମସ୍ଥଳୀ ନଦିଆ ଜିଲାର ଦେବଗ୍ରାମ ଉପଡାକଘରୁ ୧୬୦ କି.ମି. ଦୂର...

ଶକ୍ତି ସଂରକ୍ଷଣ

ଇଂ. ହାଡ଼ିବନ୍ଧୁ ଖଣ୍ଡୁଆଳ ପୃଥିବୀରେ ଯେଉଁ ରାଷ୍ଟ୍ରମାନେ ବିକଶିତ ହୋଇଛନ୍ତି ଓ ଉନ୍ନତମାନର ଜୀବନଚର୍ଯ୍ୟା ପାଇଁ ଗର୍ବ ଅନୁଭବ କରୁଛନ୍ତି ତା’ର ମୂଳ କାରଣ ହେଲା,...

ଏଇ ଭାରତରେ

ବିନା ମାଟିରେ, କେବଳ ପାଣିରେ ଚାଷ(ହାଇଡ୍ରୋପୋନିକ୍ସ) କରିବା ଲାଗି ୫୦୦୦ କୃଷକଙ୍କୁ ସାହାଯ୍ୟ କରି ଏକ ଉଦାହରଣ ପାଲଟିଛନ୍ତି ଗୌରବ ନାରଙ୍ଗ। ସେ ଆଇଆଇଏମ୍‌ କୋଲ୍‌କାତାରୁ...

ନୀତିଶିକ୍ଷାକୁ ଗୁରୁତ୍ୱ ଦିଅ

ଡ. ଭରତ ଝୁନ୍‌ଝୁନ୍‌ଓ୍ବାଲା ଅଯୋଧ୍ୟାରୁ ମାତା ସୀତା ନିର୍ବାସିତ ହେବା ପରେ ବାଲ୍ମୀକି ଆଶ୍ରମରେ ରହିଥିଲେ। ଏହି ଆଶ୍ରମର ଅବସ୍ଥିତି ଉପରେ ଏବେ ପାଞ୍ଚଟି ସ୍ଥାନକୁ...

ଏଇ ଭାରତରେ

ପ୍ରତିବର୍ଷ ଅଗଷ୍ଟ ୧୫କୁ ଭାରତ ସ୍ବାଧୀନତା ଦିବସ ଭାବେ ପାଳନ କରିଥାଏ। କାରଣ ଭାରତୀୟଙ୍କ ପାଇଁ ଏହି ଦିନର ମହତ୍ତ୍ୱ ଖୁବ୍‌ ଅଧିକ। ହେଲେ ଭାରତରେ...

Advertisement
Archives

Model This Week