୫ ଜଣ ଏକାଠି ହେଲେ କାର୍ଯ୍ୟାନୁଷ୍ଠାନ

କେନ୍ଦୁଝର, ୨୯।୪ (ସ୍ବ.ପ୍ର./ଡି.ଏନ.ଏ.): କେନ୍ଦୁଝର ଜିଲାରେ କରୋନାର ଦ୍ୱିତୀୟ ଲହରରେ ସ୍ଥିତି ଗୁରୁତର ହୋଇ ପଡୁଛି। ବିଶେଷ କରି ସହରାଞ୍ଚଳରେ କରନା ସଂଖ୍ୟା ଅଧିକ ଥିବାରୁ ଏହାର ସ୍ଥିତି ଅଧିକ ଗୁରୁତର ହୋଇ ପଡୁଛି। ଏଥିପାଇଁ ଜିଲାପାଳ ଆଶିଷ ଠାକରେ ଏକ ଖବରଦାତା ସମ୍ମିଳନୀ ଡାକି ଜାରି କରାଯାଇଥିବା ନୂତନ ଗାଇଡ ଲାଇନ ଓ ଏସଓପି ଉପରେ ଜଣାଇଥିଲେ। ସହରାଞ୍ଚଳ ତଥା ଏହାକୁ ଲାଗିଥିବା ପଞ୍ଚାୟତ ଅଞ୍ଚଳରେ ଏକସଙ୍ଗରେ ୫ ରୁ ଅଧିକ ଲୋକ ଏକାଠି ଉପରେ କଟକଣା ଲାଗୁକରାଯିବା ସହ ଧାରା ୧୪୪ ଲଗାଇବା ପାଇଁ ଉପଜିଲାପାଳ ମାନଙ୍କୁ ଆଦେଶ କରାଯାଇଛି।
କରୋନା ଟେଷ୍ଟ ପାଇଁ ମେଡିକାଲ ରେ ଦେଖାଦେଉଥିବା ଭିଡକୁ ଦେଖି ଏହାକୁ ପୂର୍ବ ବର୍ଷ ଭଳି ସ୍ଥାନୀୟ ଡି.ଏନ.ହାଇସ୍କୁଲରେ ଟେଷ୍ଟ କରିବା ନିଷ୍ପତ୍ତି ନିଆଯାଇଥିବା କହିଛନ୍ତି। ଟେଷ୍ଟ ପାଇଁ ନମୂନା ଦେବା ପରେ ସମସ୍ତେ ଘରେ ସଙ୍ଗରୋଧରେ ରହିବାକୁ କହିଥିଲେ। ଅଧିକ ରୋଗୀ ଗୁରୁତର ହୋଇ ପଡୁଥିବା କାରଣରୁ ଏବଂ ଅଧିକ ଅକ୍ସିଜେନର ଆବଶ୍ୟକତା ପଡୁଥିବାରୁ କୋଭିଡ ହସ୍ପିଟାଲରେ ବେଡ ସଂଖ୍ୟା ବୃଦ୍ଧି କରିବା ସହ କୋଭିଡ କେୟାର ସେଣ୍ଟରରେ ବେଡ ସଂଖ୍ୟା ବୃଦ୍ଧି କରାଯାଉଥିବା କହିଛନ୍ତି। ଏଥିପାଇଁ କର୍ମଚାରୀ ଓ ମେଡିକାଲ କର୍ମଚାରୀ ନିଯୁକ୍ତ ହୋଇସାରିଥିବା କହିଛନ୍ତି।
ରାଙ୍କି ସ୍ଥିତ କୋଭିଡ ହସ୍ପିଟାଲରେ ଅକ୍ସିଜେନ ଯୁକ୍ତ ବେଡ ସଂଖ୍ୟାକୁ ୧୩୦କୁ ବୃଦ୍ଧି କରାଯାଇଛି। କେନ୍ଦୁଝରରେ ୨, ଯୋଡା, ବଡବିଲ ଚମ୍ପୁଆ, ଆନନ୍ଦପୁରରେ ଥିବା କୋଭିଡ କେୟାର ସେଣ୍ଟର୍‌ରେ ସମୁଦାୟ ୩୯୦ ସାଧାରଣ ଓ ୧୨୦ ଅକ୍ସିଜେନ ଯୁକ୍ତ ବେଡ୍‌ ରହିଛି ା ଜିଲା ମୁଖ୍ୟାଳୟରେ ଅଧିକ ୭୫୦ ବେଡ ବିଶିଷ୍ଟ କୋଭିଡ କେୟାର ସେଣ୍ଟର ପ୍ରସ୍ତୁତ କରାଯାଉଛି। ଜିଲାରେ ଅଧିକ ଅକ୍ସିଜେନ ବେଡ୍‌ ପ୍ରସ୍ତୁତ କରି ୪୫୦ ପର୍ଯ୍ୟନ୍ତ ବୃଦ୍ଧି କରାଯିବ ବୋଲି କହିଛନ୍ତି। ବର୍ତ୍ତମାନ ରାଙ୍କି ହସ୍ପିଟାଲରେ ଜମ୍ବୋ ସିଲିଣ୍ଡର ୧୦୫ରୁ (୬୦ଟି ବ୍ୟବହାର ହେଉଛି) ଓ ଛୋଟ ସିଲିଣ୍ଡର ୧୩୯ରୁ (୫୯)ଟି ବ୍ୟବହାର ହୋଇଛି) ରହିଛି। ଅନ୍ୟ ହସ୍ପିଟାଲ ଓ ସେଣ୍ଟରରେ ୫୪୧-ବି ଟାଇପ ସିଲିଣ୍ଡର ଓ ୪୬-ଡି ଟାଇପ ସିଲିଣ୍ଡର ମହଜୁଦ ଅଛି। ସେହିପରି କୋଭିଡ ହସ୍ପିଟାଲର ଆବଶ୍ୟକତା ଦୂର କରିବା ପାଇଁ ଅକ୍ସିଜେନ ଜେନେରେଟର ପ୍ରତିଷ୍ଠା କରାଯାଇଥିବା ବେଳେ ଆବଶ୍ୟକତା ପୂରଣ ପାଇଁ ବିଭିନ୍ନ ସଂସ୍ଥା ସହିତ ଯୋଗାଯୋଗ ରଖାଯାଇଛି ବୋଲି ଜିଲାପାଳ କହିଛନ୍ତି। ଭୟ କରିବା ଦରକାର ନାହିଁ। ସମସ୍ତେ ସହଯୋଗ କରିବା ସହ ସଚେତନ ରହି କୋଭିଡ ନିୟମକୁ ପାଳନ କରିବା ପାଇଁ ଜନସାଧାରଣଙ୍କୁ ଅନୁରୋଧ କରାଯାଇଛି। ପଜିଟିଭ କେସ୍‌କୁ ଟ୍ରାକ କରାଯାଉଥିବାବେଳେ ଅଧିକ ଗୁରୁତର ଥିବା ରୋଗୀଙ୍କୁ ପ୍ରାଧାନ୍ୟ ଦିଆଯାଉଛି। ତେବେ କେନ୍ଦୁଝର ପୌରାଞ୍ଚଳରେ ଘର ଘର ବୁଲି ସର୍ଭେ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଦିନିଆ ବର୍ଷାରେ ଯୋଡା ବେହାଲ

ଯୋଡ଼ା, ୯।୨(ଡି.ଏନ.ଏ.)-କେନ୍ଦୁଝର ଜିଲା ଯୋଡା ସହରରେ ଅଦିନିଆ ବର୍ଷା ଫଳରେ ଜନସାଧାରଣ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଯୋଡା ସହରରେ ଥିବା ପିଚୁ...

ହନୁମାନ ପଇସା ପରେ ନୂଆ ଗୁଜବ: ଲକ୍ଷପତି ହେବା ଆଶାରେ ପୁରୁଣା ଟିଭି-ଫୋନ ପଛରେ ପଡ଼ିଛନ୍ତି ଯୁବପିଢ଼ି

ପାଟଣା,୨୦।୯(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ଓ ତୁରୁମୁଙ୍ଗା ଥାନା ଅଞ୍ଚଳର ବିଭିନ୍ନ ବଜାର ଅଞ୍ଚଳରେ ନୂଆ ଗୁଜବ। ପୁରୁଣା ଟିଭି ଓ ଫୋନ ରେ ଥିବା...

ସମଲିଙ୍ଗୀ ଆପ୍‌ରେ ଫସିଲେ ନର୍ସିଂ ଅଫିସର

ଭୁବନେଶ୍ୱର, ୯।୬(ବ୍ୟୁରୋ) : ସାଇବର ଅପରାଧୀମାନେ ଦିନକୁ ଦିନ ନୂଆ ନୂଆ ତରିକାରେ ଲୋକଙ୍କୁ ଠକୁଛନ୍ତି। କେତେବେଳେ ସୋସିଆଲ ମିଡିଆ ଆକାଉଣ୍ଟକୁ ହ୍ୟାକ୍‌ କରି ତ...

ଦୁର୍ବଳ ମୌସୁମୀ ଯୋଗୁ ବଢୁଛି ତାପମାତ୍ରା

ଭୁବନେଶ୍ୱର, ୩-ା୮(ବ୍ୟୁରୋ):ଦୁର୍ବଳ ମୌସୁମୀ ପ୍ରଭାବରେ ରାଜ୍ୟରେ ତାପମାତ୍ରା ବଢ଼ି ଚାଲିଛି। ବର୍ଷା ଋତୁରେ ଗ୍ରୀଷ୍ମର ଅନୁଭବ ହେଉଛି। ମଝିରେ ମଝିରେ କେଉଁଠି କେମିତି ବର୍ଷା ହେଉଥିଲେ...

ଆସନ୍ତା ୨୭ ପର୍ଯ୍ୟନ୍ତ ବଢ଼ିଲା କାଳିଆ ଯାଞ୍ଚ ଅବଧି

ଭୁବନେଶ୍ୱର, ୧୩।୮(ବ୍ୟୁରୋ): କାଳିଆ ଯୋଜନା ପାଇଁ ଯୋଗ୍ୟ ହିତାଧିକାରୀଙ୍କ ତାଲିକା ଯାଞ୍ଚ ପାଇଁ ଅବଧି ବୃଦ୍ଧି ପାଇଛି। ବୁଧବାର ଏହି ଯାଞ୍ଚର ଶେଷ ତାରିଖ ଥିବାବେଳେ...

ଲିଙ୍ଗରାଜ ମନ୍ଦିର ଚତୁଃପାର୍ଶ୍ୱରୁ ଉଚ୍ଛେଦ ଆରମ୍ଭ

ଭୁବନେଶ୍ୱର,୯।୧୨(ବ୍ୟୁରୋ): ଭୁବନେଶ୍ୱରସ୍ଥିତ ଲିଙ୍ଗରାଜ ମନ୍ଦିର ପରିସରର ଉନ୍ନତୀକରଣ ଲାଗି ରାଜ୍ୟ ସରକାର ଯୋଜନା କରିଛନ୍ତି। ଏ ନେଇ ସୋମବାର ଲିଙ୍ଗରାଜ ମନ୍ଦିର ଚତୁଃପାର୍ଶ୍ୱରୁ ଉଚ୍ଛେଦ ପ୍ରକ୍ରିୟା...

‘ଅଣ୍ଡା, ଚାଉଳ ଫେରାଇ ନିଅ, ସ୍କୁଲ ଚାଲୁ କର’

ଭୋଗରାଇ, ୯।୧୧(ଡି.ଏନ.ଏ.)-ପ୍ରାଥମିକ ବିଦ୍ୟାଳୟ ଖୋଲିବା ଦାବିରେ ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ସମ୍ମୁଖରେ ସୋମବାର ବାରବାଟିଆ ଆଦିବାସୀ ପ୍ରାଥମିକ ବିଦ୍ୟାଳୟ ଓ ଘଣ୍ଟିଲୋଡ଼ି ପ୍ରାଥମିକ ବିଦ୍ୟାଳୟର...

ଚାକିରି ପାଇଁ ରେଳରୋକୋ

ପଦ୍ମପୁର,୨୦ା୮(ଡି.ଏନ.ଏ.): ଭଦ୍ରକ ଜିଲା ଚରମ୍ପା-ଧାମରା ନିର୍ମିତ ରେଳପଥ ପାଇଁ ଜମି ହରାଇଥିବା ସଦର ବ୍ଲକର ଶତାଧିକ ଲୋକ ଶୁକ୍ରବାର ଭଟତିରା-ଇଚ୍ଛାପୁରଠାରେ ରେଳରୋକୋ କରିଥିଲେ। ଧାମରା ବନ୍ଦର...

Advertisement
Archives

Model This Week