ସଞ୍ଜୟ ସବୁବେଳେ ନିଜ ରୁମ୍‌ରେ ରହୁଥିବାରୁ, ନର୍ଗିସ କହିଥିଲେ ଏଭଳି

ମୁମ୍ବାଇ: ହିନ୍ଦି ସିନେମା ଚଳଚ୍ଚିତ୍ର ଜଗତରେ ଅଭିନେତ୍ରୀ ନର୍ଗିସ ଦତ୍ତ ହେଉଛନ୍ତି ଶ୍ରେଷ୍ଠ ଅଭିନେତ୍ରୀଙ୍କ ମଧ୍ୟରୁ ଅନ୍ୟତମ। ଖୁବ୍‌ କମ୍‌ ବୟସରେ ସେ ଶିଶୁ କଳାକାର ଭାବେ ଅଭିନୟ କ୍ଷେତ୍ରରେ ଡେବ୍ୟୁ କରିଥିଲେ। ସେ ଆଜି ଏହି ଦୁନିଆରେ ନାହାନ୍ତି ସତ, କିନ୍ତୁ ତାଙ୍କ ଶ୍ରେଷ୍ଠ ଅଭିନୟର ଯାଦୁ ଏବେ ବି ଲୋକଙ୍କ ହୃଦୟରେ ଜିବୀତ ହୋଇ ରହିଛି। ନର୍ଗିସ ବଲିଉଡ୍‌ରେ ଗୋଟିଏ ପରେ ଗୋଟିଏ ସୁପରହିଟ୍‌ ପିଲ୍ମ ଦେଇ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ। ତେବେ ତାଙ୍କର ବ୍ୟକ୍ତିଗତ ଜିବନୀ କଥା କହିବାକୁ ଗଲେ ପୁଅ ସଞ୍ଜୟ ଦତ୍ତଙ୍କ ସହ ନର୍ଗିସ ସ୍ପେଶାଲ ବଣ୍ଡ୍‌ ଶେୟାର କରିଥାନ୍ତି। ନର୍ଗିସଙ୍କୁ କ୍ୟାନସର ଥିବାରୁ ବହୁ କମ୍‌ ସମୟରେ ତାଙ୍କର ଦେହାନ୍ତ ଘଟିଥିଲା।

ସଞ୍ଜୟଙ୍କୁ ଯେତେବେଳେ ୨୨ବର୍ଷ ହୋଇଥିଲା ସେତେବେଳେ ମା’ ନର୍ଗିସ ତାଙ୍କୁ ଛାଡ଼ି ଚିରନିଦ୍ରାକୁ ପଳାଇଥିଲେ। ଜୁନ ୧ରେ ନର୍ଗିସଙ୍କ ଜନ୍ମଦିନ ଅବସରରେ ପୁଅ ସଞ୍ଜୟ ଦତ୍ତ ଓ ଝିଅ ନମ୍ରତା ତାଙ୍କୁ ମନେପକାଇଛନ୍ତି। ଏହି ଅବସରରେ ଭଉଣୀ ନମ୍ରତା ସଞ୍ଜୟଙ୍କ ବାୟୋଗ୍ରାଫି ବିଷୟରେ ପ୍ରଶଂସକଙ୍କ ସହ ଶେୟାର କରିଛନ୍ତି। ସେ କହିଛନ୍ତି, ପିଲାଦିନେ ସଞ୍ଜୟଙ୍କ ସହ ନର୍ଗିସ କଠୋର ହେବାକୁ ଚେଷ୍ଟା କରନ୍ତି, କିନ୍ତୁ ଶେଷରେ ତାଙ୍କର ସବୁ ଡିମାଣ୍ଡକୁ ପୂରଣ କରିଥାନ୍ତି। ଥରେ ନର୍ଗିସ ସଞ୍ଜୟଙ୍କୁ ନେଇ ଚିନ୍ତିତ ଥିବା ବେଳେ ତାଙ୍କ ମନକୁ ଏକ ଭ୍ରାନ୍ତ ଧାରଣା ଆସିଥିଲା। ଯେତେବେଳେ ସାଙ୍ଗମାନେ ଘରକୁ ଆସନ୍ତି ସେତେବେଳେ ସଞ୍ଜୟ ରୁମ୍‌ ବନ୍ଦ କରିକି ରଖିଥାନ୍ତି ବୋଲି ମା’ ତାଙ୍କ ସାଙ୍ଗକୁ କହିଥିଲେ। ଏଥିସହ ସେ ତାଙ୍କ ସାଙ୍ଗକୁ କହିଥିଲେ, ଏଥିରେ କିଛି ବଡ଼ ରହସ୍ୟ ଅଛି କି, ଆଶା କରୁଛି ସେ ସମଲିଙ୍ଗୀ ନ ହୋଇଥାଉ। ତେବେ ମା’ଙ୍କ ଏଭଳି ଭାବନାରେ ନମ୍ରତା ମଧ୍ୟ ସେହି ସମୟରେ ଚକିତ ହୋଇପଡ଼ିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିବାହର ୯ ବର୍ଷ ପରେ ବାପା ହେଲେ ଅଭିନେତା, ଘରକୁ ଆସିଲା…

ବମ୍ବେ: ପିତା ହୋଇଛନ୍ତି ଲୋକପ୍ରିୟ ଟେଲି ଅଭିନେତା ମୃଣାଳ ଜୈନ। ତାଙ୍କ ସ୍ତ୍ରୀ ସ୍ବିଟି ଜୈନ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି। ୨୦୧୩ରେ ପରିବାରର...

ଦୀପିକାଙ୍କୁ ପରିଚୟପତ୍ର ମାଗିଲେ ଏୟାରପୋର୍ଟ ସିକ୍ୟୁରିଟି

ମୁମ୍ବାଇ: ବିମାନବନ୍ଦର ପ୍ରବେଶପଥରେ ଜଣେ ନିରାପତ୍ତା କର୍ମଚାରୀ ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ୍‌ଙ୍କୁ ପରିଚୟ ପତ୍ର ଦେଖାଇବାକୁ କହି ଧାର୍ଯ୍ୟ ବିଧି ବ୍ୟବସ୍ଥାର ଅନୁସରଣ କରିଥିବା...

ଧନ୍ୟବାଦ ଜଣାଇଲେ ହେମା

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ହେମାମାଳିନୀ ସ୍ବାମୀ ଧର୍ମେନ୍ଦ୍ରଙ୍କ ସହ ଏକ ଫଟୋ ସୋସିଆଲ ମିଡିଆରେ ଶେୟାର କରି ଜନ୍ମଦିନର ଶୁଭେଚ୍ଛା ପାଇଁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି।...

ମାସ୍କ ଲଗାଇ ୨ ମାସ ପରେ ଘରୁ ବାହାରିଲେ ଦେଶୀ ଗର୍ଲ

ମୁମ୍ବାଇ: କରୋନା ଭାଇରସ ସଂକ୍ରମଣ ପାଇଁ ସାରା ବିଶ୍ୱର ବିଭିନ୍ନ ଦେଶରେ ଲକ୍‌ଡାଉନ ଘୋଷଣା କରାଯାଇଥିବା ବେଳେ ଅଧିକାଂଶ ଲୋକେ ଘରେ ବନ୍ଦ ହୋଇ ରହୁଛନ୍ତି।...

ଗେରୁଆ ରଙ୍ଗର ପୋଷାକ ସାଙ୍ଗକୁ ମଥାରେ ତିଳକ: ଚର୍ଚ୍ଚାରେ ଜୁନିୟର ଏନ୍‌ଟିଆର୍‌…

ହାଇଦ୍ରାବାଦ: ନୂଆ ଗେଟ୍‌ଅପ୍‌କୁ ନେଇ ଚର୍ଚ୍ଚାରେ ଜୁନିୟର ଏନ୍‌ଟିଆର୍‌। ଗେରୁଆ ରଙ୍ଗର କୁର୍ତ୍ତା ସାଙ୍ଗକୁ ପାଇଜାମା, ବେକରେ ମାଳ, ମଥାରେ ତିଳକ ମାରିଥିବା ତାଙ୍କର କିଛି...

ବିବାହ ପୂର୍ବରୁ ଏହି କ୍ରିକେଟରଙ୍କ ପ୍ରେମରେ ପାଗଳ ଥିଲେ ଅମୃତା ସିଂ

ମହାମାରୀ କରୋନା ସମୟରେ ବଲିଉଡ୍‌ କଳାକାରଙ୍କ ଅନେକ ଫଟୋ, ଭିଡିଓ ଏବଂ ସେମାନଙ୍କ ସହ ଜଡିତ କାହାଣୀ ଭାଇରାଲ ହେବାରେ ଲାଗିଛି। ତେବେ ବର୍ତ୍ତମାନ ଦୁବାଇରେ...

କପି ପେଷ୍ଟ କରି ପୁଣି ଟ୍ରୋଲ ହେଲେ ଉର୍ବଶୀ

ମୁମ୍ବାଇ: ବଲିଉଡ୍‌ର କେତେଜଣ ନାୟିକା ବୋଲ୍ଡନେସ୍‌ ପାଇଁ ବେଶ୍‌ ପରିଚିତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ଉର୍ବଶୀ ରୌତେଲା ଅନ୍ୟତମ। ଏହି ଅଭିନେତ୍ରୀ ମଧ୍ୟ ଅନେକ...

ଦକ୍ଷିଣଭାରତୀୟ ସିନେମାରୁ କରିଥିଲେ ଡେବ୍ୟୁ, ଏବେ ପାଲଟିଛନ୍ତି ବଲିଉଡ୍‌ ଷ୍ଟାର

ବମ୍ବେ: ଦକ୍ଷିଣ ଭାରତୀୟ ସିନେମାରୁ କ୍ୟାରିଅର ଆରମ୍ଭ କରିବା ସତ୍ତ୍ୱେ ବଲିଉଡର ନାମକରା ଅଭିନେତ୍ରୀ ପାଲଟିଛନ୍ତି ଅନେକେ ଅଭିନେତ୍ରୀ। ସେମାନଙ୍କ ମଧ୍ୟରେ ରହିଛନ୍ତି ଦୀପିକା ପାଦୁକୋନ,...

Advertisement
Archives

Model This Week