Posted inଫୁରସତ

ସ୍ତ୍ରୀ ହେଲେ ଗର୍ଭବତୀ ସ୍ବାମୀ କରନ୍ତି ବିବାହ…

ଦେଶରେ ପୁରୁଷ ବହୁ ବିବାହ ନେଇ ନାନା ଆଲୋଚନା ଜାରି ରହିଛି। ତେବେ ରାଜସ୍ଥାନରେ ବାଡ଼ମେର ଜିଲାରେ ଦ୍ୱିତୀୟ ବିବାହ କରିବା ଏକ ପରମ୍ପରା ଭାବେ କେଉଁ ପୁରୁଣା କାଳରୁ ଚଳି ଆସୁଛି। ଏଠାରେ ଶାଶୁଘରକୁ ବୋହୂ ହୋଇ ଯାଉଥିବା କନିଆ ଜାଣିଥାନ୍ତି ଯେ, କିଛି ବର୍ଷ ପରେ ତାଙ୍କ ସ୍ବାମୀ ପୁଣି ନୂଆ କନିଆକୁ ଘରକୁ ଆଣିବେ। ଏଠାରେ ଥିବା ଦେରାସର ଗାଁରେ ପିଇବା ପାଣି ମିଳିବା କଷ୍ଟକର। ପାଣି ପାଇଁ ଘରର ମହିଳାଙ୍କୁ ପ୍ରତିଦିନ ୫ କିଲୋମିଟର ଯିବାକୁ ପଡ଼ିଥାଏ । ଏପରିସ୍ଥଳେ ସ୍ତ୍ରୀ ଗର୍ଭବତୀ ହେଲେ ସେ ବାହାରକୁ ଯାଇ ପାଣି ଆଣିବା ସମ୍ଭବ ହୋଇ ନ ଥାଏ। ତେଣୁ ସ୍ବାମୀ ବାଧ୍ୟ ହୋଇ ପୁଣିଥରେ ବିବାହ କରନ୍ତି। ନୂଆବୋହୂ ପ୍ରଥମ ସ୍ତ୍ରୀ ଗର୍ଭବତୀ ଥିବାରୁ ପାଣି ଆଣିବା କାମ କରନ୍ତି ସେହିପରି ଦ୍ୱିତୀୟ ସ୍ତ୍ରୀ ଗର୍ଭବତୀ ହେଲେ ପ୍ରଥମ ସ୍ତ୍ରୀ ଏହି କାମ ତୁଲାଇଥାନ୍ତି। ତେବେ ପରିବାରରେ ଦୁଇ ସଉତୁଣୀଙ୍କ ମଧ୍ୟରେ ପ୍ରାୟତଃ କୌଣସି ମନୋମାଳିନ୍ୟ ଘଟି ନ ଥାଏ ବୋଲି ଗାଁ ଲୋକେ କୁହନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡାକ୍ତରଙ୍କ ଭୁଲ ଯୋଗୁ ମୃତ୍ୟୁ ସହ ସଂଘର୍ଷ କରୁଛି ୪ ମାସର ଶିଶୁକନ୍ୟା

ଭୋପାଳ, ୨।୧୦: ଡାକ୍ତରଙ୍କ ଭୁଲ ଯୋଗୁ ଜଣେ ନିରୀହ ନିସ୍ପାପ ୪ ମାସର ଶିଶୁକନ୍ୟା ଜୀବନ ମୃତ୍ୟୁ ସହ ସଂଘର୍ଷ କରୁଛି। ଏମିତି ଏକ ଘଟଣା...

ଏହି ତିଥିରେ ଗୋରୁ ଚରାଇବା ଆରମ୍ଭ କରିଥିଲେ ଶ୍ରୀକୃଷ୍ଣ

କାର୍ତ୍ତିକ ମାସ ଶୁକ୍ଳ ପକ୍ଷ ଅଷ୍ଟମୀ ତିଥିରେ ପଡ଼େ ଗୋପାଷ୍ଟମୀ। ଚଳିତମାସ ୪ ତାରିଖ ଅର୍ଥାତ ସୋମବାର ଏହି ଉତ୍ସବ ପାଳନ କରାଯିବ। କୁହାଯାଏ, ଏହି...

୭ ବର୍ଷ ବାଳକଙ୍କ ପେଟିଂ ବିକ୍ରି ହେଲା ସାଢ଼େ ୮ ଲକ୍ଷରେ

ବର୍ଲିନ୍‌, ୧୨।୧: ଜର୍ମାନ୍‌ରେ ୭ ବର୍ଷ ବୟସ୍କ ବାଳକଙ୍କ ପେଟିଂ ୮ ଲକ୍ଷ ୫୧ ହଜାର ଟଙ୍କାରେ ବିକ୍ରି ହୋଇଛି। ୨୦୧୨ରେ ଜନ୍ମ ହୋଇଥିବା ମିଖାଇଲ୍‌...

ମଞ୍ଚ ମାୟା

ଉତ୍କୃଷ୍ଟ କଳାର ରାଜ୍ୟ ଉତ୍କଳରେ ସାହିତ୍ୟ, ନୃତ୍ୟ, ଚିତ୍ର, ସଙ୍ଗୀତର ଉନ୍ନତି ପାଇଁ ଏବେ ବଡ଼ ବଡ଼ କର୍ପୋରେଟ୍‌ମାନଙ୍କ ଦ୍ୱାରା ପ୍ରାୟୋଜିତ ବିଭିନ୍ନ ଲିଟେରାରି ଫେଷ୍ଟ,...

ଗଧ ସହ ସାକ୍ଷାତ୍‌କାର: କାହିଁକି ପିନ୍ଧିନ ମାସ୍କ୍‌ ପଚାରିଲେ ରିପୋର୍ଟର

ପାଟନା, ୨୫।୭: ଏବେ ଗଧ ସହିତ ସାକ୍ଷାତ୍‌କାର କରୁଥିବା ଏକ ଭିଡ଼ିଓ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଭିଡ଼ିଓରେ ଜଣେ ରିପୋର୍ଟର ରାସ୍ତାରେ ବୁଲୁଥିବା...

ସ୍ବାମୀଙ୍କୁ ନପୁଂସକ ଔଷଧ ଦେଉଛନ୍ତି ଏହି ଦେଶର ମହିଳା…

ବେଜିଂ,୨୮।୪: ସ୍ବାମୀଙ୍କ ଅଜାଣତରେ ସ୍ତ୍ରୀ ତାଙ୍କୁ ନପୁଂସକ ଔଷଧ ଦେଉଥିବା ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହେବା ସ୍ବାଭାବିକ। ତେବେ ଚାଇନାର କେତେକ ମହିଳା ଗୁପ୍ତରେ...

ଗାଡି କି ଘୋଡା ନୁହେଁ, କନ୍ୟା ଆଣିବାକୁ ଜେସିବିରେ ଗଲେ ବର: ଆଉ ତା’ପରେ

ଆଜିକାଲି ବିବାହର ଋତୁ ଆରମ୍ଭ ହୋଇଯାଇଛି। ବିବାହ ସମ୍ପର୍କିତ ଅନେକ ରୋଚକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ନିକଟରେ ସେମିତି ଏକ ଭିଡିଓ ସାମ୍ନାକୁ...

ଲାଠି ସାନିଟାଇଜ କରୁଛି ପୋଲିସ

ନୂଆଦିଲ୍ଲୀ, ୨୫ା୩- ସାରା ବିଶ୍ୱକୁ କବଳିତ କରି ରଖିଥିବା କରୋନା ଭାଇରସ୍‌କୁ ନେଇ ଲୋକେ ଭୟଭୀତ ରହିଛନ୍ତି। ସଂକ୍ରମଣ ରୋକିବାକୁ ଭାରତ ସରକାର ୨୧ ଦିନିଆ...

Advertisement
Archives

Model This Week