Posted inଫୁରସତ

୮୦୦ ଟଙ୍କାରେ ଶିକ୍ଷକତା କରୁଥିଲେ ନୀତା ଅମ୍ବାନୀ: ମାଗଣା ମ୍ୟାଚ୍‌ ଟିକେଟ ଦେଇ ଜଣେ ବ୍ୟକ୍ତି କହିଥିଲେ ଏଭଳି; ଆଉ ତା’ ପରେ

ରିଲାଏନ୍ସ ଫାଉଣ୍ଡେଶନର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷ ନୀତା ଅମ୍ବାନୀ ନିଜର ଫ୍ୟାଶନ୍‌ ଏବଂ ସଉକକୁ ନେଇ ଚର୍ଚ୍ଚାରେ ରହିଥାନ୍ତି। ତେବେ ତାଙ୍କ ବିଷୟରେ ବହୁତ କମ୍‌ ଲୋକ ଜାଣନ୍ତି। ସେ ବିବାହ ପୂର୍ବରୁ ଜଣେ ଶିକ୍ଷୟିତ୍ରୀ ଥିଲେ। ବିବାହ ପରେ ମଧ୍ୟ ସେ କିଛି ଦିନଯାଏ ପଢ଼ାଉଥିଲେ। ମୁକେଶ ଏହାକୁ ବିରୋଧ ମଧ୍ୟ କରୁ ନ ଥିଲେ। କାରଣ ନୀତାଙ୍କ ସବୁ ନିଷ୍ପତ୍ତିକୁ ସେ ସମ୍ମାନ ଦେଉଥିଲେ। ଏକଦା ସ୍କୁଲରେ ପଢ଼ାଉଥିବା ସମୟରେ ଏକ ଅଜବ ଘଟଣା ଘଟିଥିଲା।

ନୀତାଙ୍କ ବିବାହକୁ ୨ ବର୍ଷ ହୋଇଥାଏ। ସେତେବେଳେ ମଧ୍ୟ ସେ ସ୍କୁଲରେ ଶିକ୍ଷକତା କରୁଥିଲେ। କାରଣ ତାଙ୍କୁ ଶିକ୍ଷାଦାନ କରିବାକୁ ଭଲ ଲାଗୁଥିଲା। ଏତେ ବଡ଼ ଉଦ୍ୟୋଗପତିଙ୍କ ବୋହୁ ହୋଇଥିବା ସତ୍ତ୍ୱେ ସେ ମାତ୍ର ୮୦୦ ଟଙ୍କାରେ ଏହା କରୁଥିଲେ। ବମ୍ବେର ଯେଉଁ ନର୍ସରୀରେ ସେ ପଢ଼ାଉଥିଲେ ସେଠାରେ ଏକଦା ଜଣେ ଶିଶୁଙ୍କ ବାପା ତାଙ୍କୁ ଭେଟିବାକୁ ଚାହିଁଥିଲେ। ସେ ତାଙ୍କୁ ଏକ ଉପହାର ଦେବାକୁ ଚାହୁଁଥିଲେ।

୧୯୮୭ ମସିହାରେ ହୋଇଥିବା ରିଲାଏନ୍ସ କ୍ରିକେଟ ବିଶ୍ୱକପ୍‌ର ଏକ କପଲ୍‌ ଟିକେଟ୍‌ ନେଇ ସେ ନୀତାଙ୍କୁ ଦେଇଥିଲେ। ଆପଣ ଯଦି ଚାହାନ୍ତି ତେବେ ସ୍ବାମୀ ନଚେତ ଅନ୍ୟ କାହା ସହ ଯାଇ ଷ୍ଟାଡିୟମରେ ମ୍ୟାଚ୍‌ ଦେଖିପାରିବେ ବୋଲି ଅଭିଭାବକଜଣଙ୍କ କହିଥିଲେ। ହେଲେ ନୀତା ତାହା ନେବାକୁ ମନା କରିଦେଇଥିଲେ। ପରେ ମ୍ୟାଚ୍‌ରେ ନୀତାଙ୍କୁ ପ୍ରେସିଡେନ୍ସ ବକ୍ସରେ ଦେଖି ଚମକି ପଡ଼ିଥିଲେ। ଆପଣ ଏଠାରେ କ’ଣ କରୁଛନ୍ତି ବୋଲି ସେ ପ୍ରଶ୍ନ କରିଥିଲେ। ହେଲେ ନୀତା ହସି ଦେଇ ଚାଲି ଆସିଥିଲେ। ସେଠାରେ ଜଣେ ବ୍ୟକ୍ତି ସେ ମୁକେଶ ଅମ୍ବାନୀଙ୍କ ସ୍ତ୍ରୀ ଏବଂ ଧିରୁଭାଇ ଅମ୍ବାନୀଙ୍କ ବୋହୁ ବୋଲି ତାଙ୍କର ପରିଚୟ ଦେଇଥିଲେ। ଏହାକୁ ଶୁଣି ଉକ୍ତ ବ୍ୟକ୍ତି ଆଶ୍ଚର୍ଯ୍ୟ ହୋଇଥିବା ନୀତା ଏକ ସାକ୍ଷାତକାରରେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

୨୪ ଘଣ୍ଟାରେ ୨୬୦୦୦ ବସ୍‌ ଉଠ୍‌ ହୋଇ ଗିନିଜ ଓ୍ବାର୍ଲଡ ରେକର୍ଡ

ପିଲାଦିନେ ସ୍କୁଲରେ ପାଠ ପଢି ନ ଥିଲେ ଦଣ୍ଡ ଆକାରରେ ସାର୍‌ କହୁଥିଲେ ବସ୍‌ ଉଠ୍‌ ହେବା ପାଇଁ। ୩୦ ଥର ବସ୍‌ ଉଠ୍‌ ହେଲା...

ଉଛୁଳା ଭକ୍ତିର ଅନ୍ତରାଳେ….

ମା’ଛେଉଣ୍ଡ ମାଧବ ବାବୁ ଭଦ୍ରଲୋକରେ ଗଣାହେଲେ, ଯେବେଠୁଁ କଷ୍ଟକରି ଉଚ୍ଚଶିକ୍ଷା ଲାଭ କଲା ପରେ ଉଚ୍ଚ ପଦବୀଯୁକ୍ତ ଚାକିରି ପାଇଲେ। ତାଙ୍କର ସବୁଗୁଣ ଭଲ l...

ନିମାପଡ଼ାର ‘ମାଇପି ମେଳା’

ଗୁହାରିଆ ପଡ଼ିଲେ ମାନସିକ ପୂରଣ ହୋଇଥାଏ l ଅନ୍ଧବିଶ୍ୱାସ ହେଉ କି ବିଶ୍ୱାସ, ଏଭଳି ଏକ ପ୍ରଥା କିନ୍ତୁ ପ୍ରଚଳିତ ହୋଇଆସୁଅଛି କାହିଁ କେବେଠୁ। ପୁରାଣ...

ପ୍ରଥମ ରୋଜଗାର ବୋଉକୁ ଦେଇଥିଲି: ଲଳିତ କୁମାର

ମୋର ଜନ୍ମ ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ନନ୍ଦଳା ଗ୍ରାମରେ। ମାତା ପାର୍ବତୀ ସ୍ବାଇଁ ଓ ପିତା ଭିକାରୀ ସ୍ବାଇଁଙ୍କର ତିନିପୁଅଙ୍କ ଭିତରେ ମୁଁ...

‘ଆଉ ଥରେ ଜନ୍ମ ହେଲେ କବିଟିଏ ହୋଇ ଜନ୍ମ ହେବି’

ଏକାଧାରରେ ସେ ଜଣେ କବି, ଗାଳ୍ପିକ ଓ ନାଟ୍ୟକାର। ଦୀର୍ଘ ୪ଦଶନ୍ଧି ଧରି ତାଙ୍କ ଲେଖନୀ ମୁନରେ ଫୁଟେଇଛନ୍ତି ଏକାଧିକ ଗଳ୍ପ, କବିତା ଓ ନାଟକ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri