ଆକାଉଣ୍ଟ ଡିଲିଟ୍‌ କରିବନି ହ୍ବାଟ୍ସଆପ୍‌

ନୂଆଦିଲ୍ଲୀ,୮।୫: ହ୍ବାଟ୍ସଆପ୍‌ ଏହାର ନୂଆ ପ୍ରିଭେସି ନିୟମକୁ ନେଇ କୋହଳ ମନୋଭାବ ପୋଷଣ କରିଛି। ନୂଆ ନିୟମ ନ ମାନିଲେ ବି ବର୍ତ୍ତମାନ ୟୁଜରଙ୍କ ଆକାଉଣ୍ଟ ଡିଲିଟ ହେବ ନାହିଁ। ଏହାଦ୍ୱାରା ୟୁଜରଙ୍କୁ ଏକ ପ୍ରକାର ଆଶ୍ୱସ୍ତି ମିଳିଛି। କମ୍ପାନୀର ଏହି ନିୟମ ବହୁ ବିବାଦୀୟ ହୋଇ ପଡିଥିଲା। ଏହା ପାଳନ ନ କଲେ ୟୁଜରଙ୍କ ଆକାଉଣ୍ଟ ଡିଲିଟ ହୋଇଯିବ ବୋଲି କମ୍ପାନୀ କହିବା ପରେ ଏହାକୁ ନେଇ ଅନେକ ଲୋକ ଆଶଙ୍କାରେ ରହିଥିଲେ। କମ୍ପାନୀ ଏହି ନିୟମ ଲାଗି ଚଳିତ ମାସ ୧୫ ତାରିଖ ଯାଏ ସମୟସୀମା ରଖିଥିଲା। ଏହାକୁ କମ୍ପାନୀ ବର୍ତ୍ତମାନ ଉଚ୍ଛେଦ କରିଛି। ଉକ୍ତ ନୀତି ଆଣିବା ପରେ ଏହାକୁ ନେଇ ବିଭିନ୍ନ ମହଲରେ ସମାଲୋଚନା କରାଯାଇଥିଲା। ହ୍ବାଟ୍ସଆପ୍‌ ଏହାର ମୂଳ କମ୍ପାନୀ ଫେସ୍‌ବୁକ ସହ ସମସ୍ତ ଡାଟା ଶେୟାର କରିବ ବୋଲି ଲୋକଙ୍କ ମନରେ ଆଶଙ୍କା ପ୍ରକାଶ ପାଇଥିଲା।
ଏହି ପରିପ୍ରେକ୍ଷୀରେ ହ୍ବାଟ୍ସଆପ୍‌ର ମୁଖପାତ୍ର କହିଛନ୍ତି, ଯଦି କୌଣସି ବ୍ୟକ୍ତିବିଶେଷ ପଲିସି ଅପଡେଟ ଗ୍ରହଣ ନ କରନ୍ତି ତେବେ ତାଙ୍କ ଆକାଉଣ୍ଟ ଡିଲିଟ କରାଯିବ ନାହିଁ। ଆଗାମୀ କିଛି ସପ୍ତାହ ଯାଏ ଲୋକଙ୍କୁ ନୂଆ ନୀତି ଗ୍ରହଣ କରିବା ଲାଗି ରିମାଇଣ୍ଡର ଦିଆଯିବ। ଅଧିକାଂଶ ୟୁଜର ନୂଆ ନୀତି ଗ୍ରହଣ କରିଥିବା ମୁଖପାତ୍ର କହିଛନ୍ତି। କିଛି କିଛି ଲୋକ ଏବେ ଯାଏ ଏହାକୁ ଗ୍ରହଣ କରିନାହାନ୍ତି। ମାତ୍ର କେତେ ସଂଖ୍ୟକ ଲୋକ ଏହା ଗ୍ରହଣ କରିଛନ୍ତି ସେ ନେଇ କମ୍ପାନୀ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ଦିଆଯାଇନାହିଁ। ଚଳିତ ବର୍ଷ ଜାନୁୟାରୀରେ କମ୍ପାନୀ ଏହାର ନୂଆ ନୀତି କାର୍ଯ୍ୟକାରୀ କରାଇବା ଲାଗି ୟୁଜରଙ୍କୁ ଅବଗତ କରାଯାଇଥିଲା। ପ୍ରାଥମିକ ପର୍ଯ୍ୟାୟରେ ୟୁଜରଙ୍କୁ ଏହା ଗ୍ରହଣ କରିବା ଲାଗି ଫେବୃୟାରୀ ୮ ଯାଏ ସମୟ ଦିଆଯାଇଥିଲା। ନୂଆ ନିୟମ ବିବାଦୀୟ ହେବା ପରେ ଏହି ନିୟମକୁ ଗ୍ରହଣ କରିବା ସୀମାକୁ କମ୍ପାନୀ ମେ ମାସ ୧୫ ଯାଏ ବଢାଇ ଦେଇଥିଲା। ଲୋକଙ୍କ ମନରେ ଭ୍ରାନ୍ତ ଧାରଣା ଏବଂ ଭୂଲ ସୂଚନା ପ୍ରସାରକୁ ରୋକିବା ଲାଗି ଗତ କିଛି ମାସରେ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଥିବା ମୁଖପାତ୍ର ପ୍ରକାଶ କରିଛନ୍ତି। ଲୋକଙ୍କ ବ୍ୟକ୍ତିଗତ ମେସେଜ ଉପରେ ଏହାର କୌଣସି ପ୍ରଭାବ ପଡିବ ନାହିଁ ବୋଲି ହ୍ବାଟସଆପ୍‌ ଲୋକଙ୍କୁ ଭରସା ଦେଇଛି। ୟୁଜରଙ୍କୁ ନୂଆ ବିକଳ୍ପ ପ୍ରଦାନ ଦିଗରେ କାମ କରିବା ଆମର ଲକ୍ଷ୍ୟ ବୋଲି କମ୍ପାନୀର ଅଧିକାରୀ ଜଣକ କହିଛନ୍ତି। କମ୍ପାନୀ ଲାଗି ଭାରତ ଏକ ବୃହତ୍ତ ବଜାର ଭାବେ ଉଭା ହୋଇଛି। ଦେଶର ହ୍ବାଟସଆପ୍‌ର ୫୩ କୋଟି ୟୁଜର ରହିଛନ୍ତି। ଜନସଂଖ୍ୟା ଦୃଷ୍ଟିକୋଣରୁ ଇଣ୍ଟରନେଟ କମ୍ପାନୀଗୁଡିକ ଲାଗି ଭାରତ ଏକ ପ୍ରମୁଖ ବଜାର ରହି ଆସିଛି। ସେହିଭଳି ଡାଟା ବ୍ୟବହାର ସର୍ବବୃହତ୍ତ ଏବଂ ଟେଲିକମ୍‌ କ୍ଷେତ୍ରରେ ଭାରତ ଦ୍ୱିତୀୟ ବୃହତ୍ତ ଦେଶ। ହ୍ବାଟସ ଆପ୍‌ ବିବାଦୀୟ ହେବା ପରେ ଟେଲିଗ୍ରାମ ଏବଂ ସିଗନାଲ ଭଳି କମ୍ପାନୀ ୟୁଜର ଅଭିବୃଦ୍ଧି ହାସଲ କରିଥିଲେ। ଲୋକଙ୍କ ମନରେ ଆଶଙ୍କାକୁ ଦୂର କରିବା ଲାଗି କମ୍ପାନୀ ଯଥା ସମ୍ଭବ ପ୍ରୟାସ କରିଥିବା ଅଧିକାରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଜିଠାରୁ ଭିଆଇଟି ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର,୧୯।୪ (ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ତଥା ଭେଲୋର ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି(ଭିଆଇଟି)ର ବହୁ ପ୍ରତୀକ୍ଷିତ ‘ଦି ଭିଆଇଟି ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା...

ଗୁଣାତ୍ମକ ଉତ୍ପାଦର ସର୍ବୋତ୍ତମ ବିକ୍ରୟ ସୁଯୋଗ

ଭୁବନେଶ୍ୱର,୧୯।୪: ଦେଶର ପ୍ରମୁଖ ଘରୋଇ ସଂସ୍ଥା ଆର୍‌ୟା ଓମ୍‌ନିଟକ୍‌ ଏବଂ ମୋଟୋରୋଲା ସଲ୍ୟୁଶନ ମଧ୍ୟରେ ଏକ ଦ୍ୱିପାକ୍ଷିକ ସହଭାଗିତା (ପାର୍ଟନରଶିପ) ନିକଟରେ ହୋଇଯାଇଛି। ବିଶେଷକରି ଘରୋଇ...

ହୋଣ୍ଡାର ନୂତନ ସିକେଡି ଇଞ୍ଜିନ ଆସେମ୍ବ୍ଲି ଲାଇନ

ଭୁବନେଶ୍ୱର,୧୯।୪: ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ (ଏଚ୍‌ଏମ୍‌ଏସ୍‌ଆଇ) ଲିମିଟେଡ୍‌ର ନୂତନ କମ୍ପ୍ଲିଟଲି ନକ୍‌ ଡାଉନ୍‌ ବା ସିକେଡି ଇଞ୍ଜିନ୍‌ ଆସେମ୍ବ୍ଲି ଲାଇନ ନିକଟରେ ଉଦ୍‌ଘାଟିତ...

କଗ୍ନିଜାଣ୍ଟକୁ ଶ୍ରେଷ୍ଠ ନିଯୁକ୍ତିଦାତା ମାନ୍ୟତା

ଭୁବନେଶ୍ୱର,୧୯।୪: ଦେଶର ପ୍ରମୁଖ ତଥା ବହୁରାଷ୍ଟ୍ରୀୟ ଆଇଟି କମ୍ପାନୀ ‘କଗ୍ନିଜାଣ୍ଟ’କୁ ନିକଟରେ ଶ୍ରେଷ୍ଠ ନିଯୁକ୍ତିଦାତାର ମାନ୍ୟତା ଓ ସମ୍ମାନ ପ୍ରଦାନ କରାଯାଇଛି। ଲିଙ୍କ୍‌ଡିନ ପକ୍ଷରୁ ଘରୋଇ...

ବଦଳିଲା ଇପିଏଫ୍‌ଓ ନିୟମ: ସହଜରେ ଅଧିକ ଟଙ୍କା ଉଠାଇପାରିବେ ହିତାଧିକାରୀ

ଭୁବନେଶ୍ୱର,୧୯।୪(ଅନୁରାଧା ମହାରଣା): କର୍ମଚାରୀ ଭବିଷ୍ୟ ନିଧି ସଙ୍ଗଠନ (ଇପିଏଫ୍‌ଓ) କୋଟି କୋଟି ଗ୍ରାହକଙ୍କୁ ଆଶ୍ୱସ୍ତିକର ଖବର ଦେଇଛି। ଇପିଏଫ୍‌ଓରୁ ଟଙ୍କା ଉଠାଣ ନିୟମରେ କିଛି ନୂତନ...

୨୧ ରାଜ୍ୟର ୧୦୨ ଆସନ ପାଇଁ ଆରମ୍ଭ ହେଲା ମତଦାନ, ମୋଦି କହିଲେ ଗଣତନ୍ତ୍ରର ସବୁଠାରୁ ବଡ ଉତ୍ସବ

ନୂଆଦିଲ୍ଲୀ,୧୯।୪: ଲୋକ ସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ଶୁକ୍ରବାର ସକାଳୁ ମତଦାନ ଆରମ୍ଭ ହୋଇଛି। ଏହା ସହିତ ବିଶ୍ୱର ବୃହତ୍ତମ ଗଣତନ୍ତ୍ରରେ ନିର୍ବାଚନ ମହା ଉତ୍ସବ...

ଇଭିଏମ୍‌ ମକ୍‌ ପୋଲ୍‌: ଭାଜପାକୁ ଯାଇଛି ଅତିରିକ୍ତ ଭୋଟ

ନୂଆଦିଲ୍ଲୀ,୧୯ା୪(ପି.ଟି.):ଦେଶରେ ଲୋକ ସଭା ନିର୍ବାଚନ ଚାଲିଥିବାବେଳେ ଇଲେକ୍ଟ୍ରୋନିକ୍‌ ଭୋଟିଂ ମେଶିନ୍‌ରେ ଜାଲିଆତି ଅଭିଯୋଗକୁ ନେଇ ବିବାଦ ଲାଗିରହିଛି। ସେଥିପାଇଁ ଭୋଟର ଭେରିଫାଏବଲ୍‌ ପେପର ଅଡିଟ୍‌ ଟ୍ରେଲ୍‌...

ଆଜି ପ୍ରଥମ ପର୍ଯ୍ୟାୟ ଭୋଟ:ଏହିସବୁ ହେଭିଓ୍ବେଟ୍‌ଙ୍କ ହେବ ଭାଗ୍ୟ ନିର୍ଦ୍ଧାରଣ

ନୂଆଦିଲ୍ଲୀ,୧9ା୪(ପି.ଟି.):ଲୋକ ସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ଶୁକ୍ରବାର ୨୧ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୧୦୨ ଆସନରେ ମତଦାନ ହେବାକୁ ଯାଉଛି। ଏହି ପର୍ଯ୍ୟାୟର ପ୍ରମୁଖ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri