ଆକାଉଣ୍ଟ ଡିଲିଟ୍‌ କରିବନି ହ୍ବାଟ୍ସଆପ୍‌

ନୂଆଦିଲ୍ଲୀ,୮।୫: ହ୍ବାଟ୍ସଆପ୍‌ ଏହାର ନୂଆ ପ୍ରିଭେସି ନିୟମକୁ ନେଇ କୋହଳ ମନୋଭାବ ପୋଷଣ କରିଛି। ନୂଆ ନିୟମ ନ ମାନିଲେ ବି ବର୍ତ୍ତମାନ ୟୁଜରଙ୍କ ଆକାଉଣ୍ଟ ଡିଲିଟ ହେବ ନାହିଁ। ଏହାଦ୍ୱାରା ୟୁଜରଙ୍କୁ ଏକ ପ୍ରକାର ଆଶ୍ୱସ୍ତି ମିଳିଛି। କମ୍ପାନୀର ଏହି ନିୟମ ବହୁ ବିବାଦୀୟ ହୋଇ ପଡିଥିଲା। ଏହା ପାଳନ ନ କଲେ ୟୁଜରଙ୍କ ଆକାଉଣ୍ଟ ଡିଲିଟ ହୋଇଯିବ ବୋଲି କମ୍ପାନୀ କହିବା ପରେ ଏହାକୁ ନେଇ ଅନେକ ଲୋକ ଆଶଙ୍କାରେ ରହିଥିଲେ। କମ୍ପାନୀ ଏହି ନିୟମ ଲାଗି ଚଳିତ ମାସ ୧୫ ତାରିଖ ଯାଏ ସମୟସୀମା ରଖିଥିଲା। ଏହାକୁ କମ୍ପାନୀ ବର୍ତ୍ତମାନ ଉଚ୍ଛେଦ କରିଛି। ଉକ୍ତ ନୀତି ଆଣିବା ପରେ ଏହାକୁ ନେଇ ବିଭିନ୍ନ ମହଲରେ ସମାଲୋଚନା କରାଯାଇଥିଲା। ହ୍ବାଟ୍ସଆପ୍‌ ଏହାର ମୂଳ କମ୍ପାନୀ ଫେସ୍‌ବୁକ ସହ ସମସ୍ତ ଡାଟା ଶେୟାର କରିବ ବୋଲି ଲୋକଙ୍କ ମନରେ ଆଶଙ୍କା ପ୍ରକାଶ ପାଇଥିଲା।
ଏହି ପରିପ୍ରେକ୍ଷୀରେ ହ୍ବାଟ୍ସଆପ୍‌ର ମୁଖପାତ୍ର କହିଛନ୍ତି, ଯଦି କୌଣସି ବ୍ୟକ୍ତିବିଶେଷ ପଲିସି ଅପଡେଟ ଗ୍ରହଣ ନ କରନ୍ତି ତେବେ ତାଙ୍କ ଆକାଉଣ୍ଟ ଡିଲିଟ କରାଯିବ ନାହିଁ। ଆଗାମୀ କିଛି ସପ୍ତାହ ଯାଏ ଲୋକଙ୍କୁ ନୂଆ ନୀତି ଗ୍ରହଣ କରିବା ଲାଗି ରିମାଇଣ୍ଡର ଦିଆଯିବ। ଅଧିକାଂଶ ୟୁଜର ନୂଆ ନୀତି ଗ୍ରହଣ କରିଥିବା ମୁଖପାତ୍ର କହିଛନ୍ତି। କିଛି କିଛି ଲୋକ ଏବେ ଯାଏ ଏହାକୁ ଗ୍ରହଣ କରିନାହାନ୍ତି। ମାତ୍ର କେତେ ସଂଖ୍ୟକ ଲୋକ ଏହା ଗ୍ରହଣ କରିଛନ୍ତି ସେ ନେଇ କମ୍ପାନୀ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ଦିଆଯାଇନାହିଁ। ଚଳିତ ବର୍ଷ ଜାନୁୟାରୀରେ କମ୍ପାନୀ ଏହାର ନୂଆ ନୀତି କାର୍ଯ୍ୟକାରୀ କରାଇବା ଲାଗି ୟୁଜରଙ୍କୁ ଅବଗତ କରାଯାଇଥିଲା। ପ୍ରାଥମିକ ପର୍ଯ୍ୟାୟରେ ୟୁଜରଙ୍କୁ ଏହା ଗ୍ରହଣ କରିବା ଲାଗି ଫେବୃୟାରୀ ୮ ଯାଏ ସମୟ ଦିଆଯାଇଥିଲା। ନୂଆ ନିୟମ ବିବାଦୀୟ ହେବା ପରେ ଏହି ନିୟମକୁ ଗ୍ରହଣ କରିବା ସୀମାକୁ କମ୍ପାନୀ ମେ ମାସ ୧୫ ଯାଏ ବଢାଇ ଦେଇଥିଲା। ଲୋକଙ୍କ ମନରେ ଭ୍ରାନ୍ତ ଧାରଣା ଏବଂ ଭୂଲ ସୂଚନା ପ୍ରସାରକୁ ରୋକିବା ଲାଗି ଗତ କିଛି ମାସରେ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଥିବା ମୁଖପାତ୍ର ପ୍ରକାଶ କରିଛନ୍ତି। ଲୋକଙ୍କ ବ୍ୟକ୍ତିଗତ ମେସେଜ ଉପରେ ଏହାର କୌଣସି ପ୍ରଭାବ ପଡିବ ନାହିଁ ବୋଲି ହ୍ବାଟସଆପ୍‌ ଲୋକଙ୍କୁ ଭରସା ଦେଇଛି। ୟୁଜରଙ୍କୁ ନୂଆ ବିକଳ୍ପ ପ୍ରଦାନ ଦିଗରେ କାମ କରିବା ଆମର ଲକ୍ଷ୍ୟ ବୋଲି କମ୍ପାନୀର ଅଧିକାରୀ ଜଣକ କହିଛନ୍ତି। କମ୍ପାନୀ ଲାଗି ଭାରତ ଏକ ବୃହତ୍ତ ବଜାର ଭାବେ ଉଭା ହୋଇଛି। ଦେଶର ହ୍ବାଟସଆପ୍‌ର ୫୩ କୋଟି ୟୁଜର ରହିଛନ୍ତି। ଜନସଂଖ୍ୟା ଦୃଷ୍ଟିକୋଣରୁ ଇଣ୍ଟରନେଟ କମ୍ପାନୀଗୁଡିକ ଲାଗି ଭାରତ ଏକ ପ୍ରମୁଖ ବଜାର ରହି ଆସିଛି। ସେହିଭଳି ଡାଟା ବ୍ୟବହାର ସର୍ବବୃହତ୍ତ ଏବଂ ଟେଲିକମ୍‌ କ୍ଷେତ୍ରରେ ଭାରତ ଦ୍ୱିତୀୟ ବୃହତ୍ତ ଦେଶ। ହ୍ବାଟସ ଆପ୍‌ ବିବାଦୀୟ ହେବା ପରେ ଟେଲିଗ୍ରାମ ଏବଂ ସିଗନାଲ ଭଳି କମ୍ପାନୀ ୟୁଜର ଅଭିବୃଦ୍ଧି ହାସଲ କରିଥିଲେ। ଲୋକଙ୍କ ମନରେ ଆଶଙ୍କାକୁ ଦୂର କରିବା ଲାଗି କମ୍ପାନୀ ଯଥା ସମ୍ଭବ ପ୍ରୟାସ କରିଥିବା ଅଧିକାରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଫ୍ଲାଇଦୁବାଇ ବିମାନରେ ଆକ୍ରମଣ: ନିଜେ ଆହାତ ହୋଇ ମଧ୍ୟ ବଞ୍ଚାଇଲେ ୧୮୦ ଯାତ୍ରୀଙ୍କ ଜୀବନ, କିଏ ଏହି ପାଇଲଟ୍?

ନୂଆଦିଲ୍ଲୀ,୩୦ା୯: ଦୁବାଇରୁ ତେଲ ଅଭିଭ ଯାଉଥିବା ଫ୍ଲାଇଦୁବାଇର FZ1073 ବିମାନରେ ବୁଧବାର ଘଟିଥିବା ଘଟଣାକୁ ନେଇ ଭାରତୀୟ ପାଇଲଟ୍ ସ୍ମିତ ମଚ୍ଛରଙ୍କ ନାଁ ଚର୍ଚ୍ଚାରେ ରହିଛି। ରିପୋର୍ଟ…

ଗିଲ୍‌ଙ୍କ ଦ୍ୱିଶତକ, ରୋହିତଙ୍କ ଶତକ: ୱେଷ୍ଟଇଣ୍ଡିଜକୁ ଧୂଳି ଚଟାଇଲା ଭାରତ

ଗୁଆହାଟୀ,୩୦ା୯: ଶୁବମନ ଗିଲଙ୍କ ଦ୍ୱିଶତକ ଏବଂ ରୋହିତ ଶର୍ମାଙ୍କ ଧମାକାଦାର ଶତକ ବଳରେ ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତ ୮ ୱିକେଟ୍‌ରେ ବଡ଼ ବିଜୟ ହାସଲ…

ଖେଳୁ ଖେଳୁ ହଠାତ୍ ପଡ଼ିଆ ମଝିରେ ନାଚିଲେ ହିଟମ୍ୟାନ, ଭିଡିଓ ଦେଖିଲେ….

ଗୁଆହାଟୀ,୩୦ା୯: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ‘ହିଟମ୍ୟାନ୍’ ରୋହିତ ଶର୍ମାଙ୍କ ବ୍ୟାଟ୍‌ରୁ ଦେଖିବାକୁ ମିଳିଛି ଧମାକାଦାର ଶତକ । ୪୦୬ ରନ୍‌ର ବିଶାଳ ଲକ୍ଷ୍ୟ ପିଛା କରୁଥିବା…

ଶିକ୍ଷା ବିଭାଗର ସମନ୍ୱୟ ଅଭାବ: ଷାଣ୍ମାସିକ ପରୀକ୍ଷା ବେଳେ ଜିଲାସ୍ତରୀୟ କ୍ରୀଡ଼ା, ପରୀକ୍ଷାରୁ ବଞ୍ଚିତ ହେଲେ ଛାତ୍ରଛାତ୍ରୀ

ଅମରପାଲି, ୩୦ା୯(ପୀତାମ୍ବର ସାହୁ): ସରକାର ଶିକ୍ଷାକୁ ସାର୍ବଜନୀନ ଓ ବାଧ୍ୟତାମୂଳକ କରିଥିବା ବେଳେ ଶିକ୍ଷା ବିଭାଗରେ ସମନ୍ୱୟର ଅଭାବକୁ ନେଇ ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକରେ ଗମ୍ଭୀର…

ବିମାନକୁ କ୍ରାଶ କରିବାକୁ….ବଡ଼ ବୟାନ ଦେଲେ ପ୍ରଧାନମନ୍ତ୍ରୀ, ବିଶ୍ବରେ ହଇଚଇ!

ଦୁବାଇରୁ ଇସ୍ରାଏଲ ଯାଉଥିବା ଏକ ଫ୍ଲାଇଦୁବାଇ ବିମାନରେ ହୋଇଥିବା ଅଘଟଣକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ । ବିମାନ ଇସ୍ରାଏଲ ନିକଟରେ ପହଞ୍ଚିବା…

କାଗଜପତ୍ରରେ ବଦଳିଲା, ନାମଫଳକରେ ନାହିଁ: ବରଗଡ଼ର ଇଂରାଜୀ ବନାନକୁ ନେଇ ଦ୍ୱନ୍ଦ୍ୱରେ ଜିଲାବାସୀ

ବରଗଡ଼, ୩୦ା୯(ପ୍ରେମାନନ୍ଦ ଖମାରୀ): ରାଜ୍ୟର ବିଭିନ୍ନ ଜିଲା, ଉପଖଣ୍ଡ, ତହସିଲ, ବ୍ଲକ ଏବଂ ସହରାଞ୍ଚଳଗୁଡ଼ିକର ଅଶୁଦ୍ଧ ତଥା ଅପଭ୍ରଂଶ ଇଂରାଜୀ ବନାନକୁ ସଂଶୋଧନ କରି ଓଡ଼ିଶାର ଭାଷାଗତ…

ବିଶ୍ୱ ରେକର୍ଡ ଭାଙ୍ଗିଲେ ଗିଲ୍, ଏହି ଖେଳାଳିଙ୍କୁ ପଛରେ ପକାଇ କଲେ…

ଗୁଆହାଟୀ,୩୦ା୯: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତୀୟ ଅଧିନାୟକ ଶୁବମନ ଗିଲ୍ ନିଜ ନାମରେ ଆଉ ଏକ ବଡ଼ ବିଶ୍ୱ ରେକର୍ଡ ଯୋଡ଼ିଛନ୍ତି । ଗୁଆହାଟୀର ବାରସାପାରା…

ମହାସଂଯୋଗ! ଅକ୍ଟୋବର ଆରମ୍ଭରୁ ଚମକିବ ୫ଟି ରାଶିର ଭାଗ୍ୟ! ବୁଧ-ଅରୁଣଙ୍କ କୃପାରୁ ହେବେ ମାଲାମାଲ୍ !

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କର ଗୋଚର ଓ ବିଶେଷ ସଂଯୋଗର ଏକ ବଡ଼ ଗୁରୁତ୍ୱ ରହିଛି । ୩୦ ସେପ୍ଟେମ୍ବର ୨୦୨୬ ସକାଳ ୮ଟା ୫୬ ମିନିଟ୍‌ରେ ବୁଧ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?