କେଉଁ ଓଠ ପାଇଁ କିଭଳି ଟାଇପ୍‌ର ଲିପ୍‌ଷ୍ଟିକ୍‌? ଜାଣନ୍ତୁ…

ନାରୀଙ୍କ ସୌନ୍ଦର୍ଯ୍ୟର ଏକ ପ୍ରମୁଖ ଅଂଶ ହେଉଛି ସେମାନଙ୍କ ଓଠ। ଆଉ ଏହାକୁ ଅଧିକ ଆକର୍ଷଣୀୟ କରିବା ପାଇଁ ଏଥିରେ ଲିପ୍‌ଷ୍ଟିକ୍‌ ଲଗାଇବା ଯେତିକି ଜରୁରୀ, ପରଫେକ୍ଟ ଲିପ୍‌ଷ୍ଟିକ୍‌ର ଚୟନ କରିବା ମଧ୍ୟ ସେତିକି ଆବଶ୍ୟକ। ଯଦି ଏଥିରେ ଟିକେ ଏପଟ ସେପଟ ହୋଇଯାଏ; ତା’ହେଲେ ଲୁକ୍‌ ଖରାପ ଦେଖାଯାଇଥାଏ। ତେଣୁ କେଉଁ ଓଠ ପାଇଁ କିଭଳି ଟାଇପ୍‌ର ଲିପ୍‌ଷ୍ଟିକ୍‌ ଚୟନ କରିବା ଦରକାର ଆସନ୍ତୁ ଜାଣିବା ସେ ସମ୍ପର୍କରେ…

କ୍ରେୟନ୍‌ ଲିପ୍‌ଷ୍ଟିକ୍‌: ଏହି ଟାଇପ୍‌ର ଲିପ୍‌ଷ୍ଟିକ୍‌ରୁ ଉଭୟ ଲିପ୍‌ଷ୍ଟିକ୍‌ ଓ ଲିପ୍‌ବାମ୍‌ର ଫାଇଦା ମିଳିଥାଏ। ତା’ଛଡ଼ା ଏହା ବିଭିନ୍ନ ରଙ୍ଗ ଓ ଟେକ୍ସଚରରେ ମଧ୍ୟ ଆସିଥାଏ। କ୍ରେୟନ୍‌ ଭଳି ଦେଖାଯାଉଥିଲେ ହେଁ ଏହା ତା’ ତୁଳନାରେ ଟିକେ ଥିକ୍‌ ହୋଇଥାଏ; ଫଳରେ ଏହା ବହୁତ ସମୟ ପର୍ଯ୍ୟନ୍ତ ଓଠରେ ରହିଥାଏ। ତେଣୁ ଯେଉଁ ମହିଳାମାନଙ୍କର ଓଠ ଶୀଘ୍ର ଶୁଖି ଯାଉଥିବାର ସମସ୍ୟା ରହିଥାଏ, ସେମାନଙ୍କ ପାଇଁ କ୍ରେୟନ୍‌ ଲିପ୍‌ଷ୍ଟିକ୍‌ ଏକ ଭଲ ଅପ୍ସନ ହୋଇପାରେ।

କ୍ରିମ୍‌ ଲିପ୍‌ଷ୍ଟିକ୍‌: ଏହି ଲିପ୍‌ଷ୍ଟିକ୍‌ ଓଠକୁ ସ୍ମୁଥ୍‌ ଲୁକ୍‌ ଦେଇଥାଏ ସତ, କିନ୍ତୁ ଏଥିରେ ମଇଶ୍ଚରାଇଜର୍‌ର ମାତ୍ରା ଟିକେ ଅଧିକ ଥାଏ। ଫଳରେ ଏହା ବେଶି ସମୟ ପର୍ଯ୍ୟନ୍ତ ଓଠରେ ରହେନାହିଁ, ଶୀଘ୍ର ଛାଡ଼ିଯାଏ। ତା’ଛଡ଼ା କ୍ରିମି ଟେକ୍ସଚର୍‌ ପାଇଁ ବେଳେବେଳେ ଏହା ଲିପ୍‌ ଲାଇନର ବାହାରକୁ ବାହାରିଗଲା ଭଳି ମଧ୍ୟ ଲାଗିଥାଏ। ସେଥିପାଇଁ ଏହି ଟାଇପ୍‌ର ଲିପ୍‌ଷ୍ଟିକ୍‌କୁ ଲଗାଇବା ପୂର୍ବରୁ ପ୍ରଥମେ ଲିପ୍‌ ଲାଇନର୍‌ ଲଗାଇବା ନିହାତି ଆବଶ୍ୟକ।

ଗ୍ଲସି ଲିପ୍‌ଷ୍ଟିକ୍‌: ଏହା ଓଠକୁ ସାଇନିଂ ଲୁକ୍‌ ଦେଇଥାଏ। ଯେଉଁମାନଙ୍କର ଓଠ ଟିକେ ପତଳା ସେମାନଙ୍କ ପାଇଁ ଏହି ଲିପ୍‌ଷ୍ଟିକ୍‌ ପରଫେକ୍ଟ ହୋଇଥାଏ। ଏହା ସେମାନଙ୍କ ଓଠକୁ ମୋଟା ଏବଂ ପୂରିଲା ପୂରିଲା ଦେଖାଇଥାଏ। କିନ୍ତୁ ଅନ୍ୟ ଲିପ୍‌ଷ୍ଟିକ୍‌ ତୁଳନାରେ ଏହା ଶୀଘ୍ର ଫେଡ୍‌ ହୋଇଯାଏ। ତେଣୁ ଯଦି କୌଣସି ପାର୍ଟି କିମ୍ବା ଫଙ୍କ୍‌ସନ୍‌ରେ ଅଧିକ ସମୟ ରହିବାର ଥାଏ; ତା’ହେଲେ ଏହି ଟାଇପ୍‌ର ଲିପ୍‌ଷ୍ଟିକ୍‌ ନ ଲଗାଇବା ଠିକ୍‌ ହେବ।

ଶିୟର୍‌ ଲିପ୍‌ଷ୍ଟିକ୍‌: ପ୍ରତିଦିନ ବ୍ୟବହାର କରିବା ପାଇଁ ଏହି ଧରଣର ଲିପ୍‌ଷ୍ଟିକ୍‌ ପୂରା ପରଫେକ୍ଟ ହୋଇଥାଏ। ତା’ଛଡ଼ା ଏହି ଲିପ୍‌ଷ୍ଟିକ୍‌ ପାଇଁ ଲିପ୍‌ ଲାଇନର୍‌ ନ ଲଗେଇଲେ ବି ଚଳିବ। କାରଣ ଏହା ନାଚୁରାଲ୍‌ ଲୁକ୍‌ ଦେଇଥାଏ। ଆଟ୍ରାକ୍ଟିଭ୍‌ ଲୁକ୍‌ ପାଇଁ ଏହାକୁ ଲଗାଇବା ପୂର୍ବରୁ ଓଠରେ ହାଲ୍‌କା ଲିପ୍‌ ବାମ୍‌ କିମ୍ବା ଖାଲି କନ୍‌ସିଲର୍‌ ଟିକେ ଲଗାଇଲେ ବି ଚଳିବ।

ମ୍ୟାଟ୍‌ ଲିପ୍‌ଷ୍ଟିକ୍‌: ଏଥିରେ ମଇଶ୍ଚରାଇଜର୍‌ର ମାତ୍ରା ଟିକେ କମ୍‌ ଥାଏ। କିନ୍ତୁ ଏହାର ସବୁଠାରୁ ଭଲ ଗୁଣ ହେଉଛି ଏହା ଅନ୍ୟ ଲିପ୍‌ଷ୍ଟିକ୍‌ ପରି ଏତେ ଶୀଘ୍ର୍ର ଖରାପ ହୁଏ ନାହିଁ କିମ୍ବା ଓଠରୁ ଶୀଘ୍ର ଛାଡ଼େ ନାହିଁ। ତେଣୁ ବହୁତ ସମୟ ଧରି ଚାଲୁଥିବା ପାର୍ଟି, ଫଙ୍କ୍‌ସନ୍‌ ପାଇଁ ଏହି ଟାଇପ୍‌ର ଲିପ୍‌ଷ୍ଟିକ୍‌ ଲଗାଇବା ଏକ ଭଲ ଅପ୍ସନ। କିନ୍ତୁ ଏହାକୁ ଲଗାଇବା ପୂର୍ବରୁ ଓଠରେ ସାମାନ୍ୟ ଲିପ୍‌ବାମ୍‌ ଲଗାଇବାକୁ ଜମା ଭୁଲନ୍ତୁ ନାହିଁ। ତେବେ ଯେଉଁମାନଙ୍କର ଓଠ ଶୀଘ୍ର ଶୁଖିଯାଏ, ସେମାନେ ଏହି ଲିପ୍‌ଷ୍ଟିକ୍‌କୁ ବ୍ୟବହାର ନ କରିବା ଭଲ।


Enter your email to get our daily news in your inbox.

All Right Reserved By Dharitri.Com

ବୁଧଙ୍କ ଓଲଟା ଚାଲି: ଅକ୍ଟୋବରରେ ଏହି ୩ ରାଶିଙ୍କ ବଢ଼ିବ ଟେନସନ, ପାଖରୁ ପଳେଇବ ସବୁ ଟଙ୍କା!

ବୁଧଙ୍କ ରାଶି ପରିବର୍ତ୍ତନ ସହିତ ତାଙ୍କର ମାର୍ଗୀ ଏବଂ ବକ୍ରୀ ହେବା ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିକୋଣରୁ ବିଶେଷ ମହତ୍ତ୍ୱ ବହନ କରେ। ଜ୍ୟୋତିଷୀୟ ମାନ୍ୟତା ଅନୁଯାୟୀ, ବୁଧଙ୍କ…

କ୍ରେନ ତଳେ ଚାପି ହୋଇ ଗଞ୍ଜାମର ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ

ଗଞ୍ଜାମ,୨୯।୯(ଅନାଥ ତରାଇ): ପେଟ ପାଇଁ ଆନ୍ଧ୍ରପ୍ରଦେଶର ତିରୁପତି ଯାଇଥିବା ଗଞ୍ଜାମ ଜିଲାର ଜଣେ ପ୍ରବାସୀ ଶ୍ରମିକଙ୍କର ଏକ ଅଭାବନୀୟ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଗଞ୍ଜାମ ବ୍ଲକ ପାଳିବନ୍ଧ…

ହଜିଗଲା ମାନବିକତା: ଗଞ୍ଜାମରେ ଘଣ୍ଟା ଘଣ୍ଟା ଧରି ପଡ଼ିରହିଲା ନିରାଶ୍ରୟା ବୃଦ୍ଧାଙ୍କ ମୃତଦେହ

ଗଞ୍ଜାମ,୨୯।୯(ଅନାଥ ତରାଇ ): ଗଞ୍ଜାମ ସହରରୁ ଆସିଥିବା ଏକ ହୃଦୟବିଦାରକ ଦୃଶ୍ୟ ଆଜି ସମାଜର ମୁଖା ଖୋଲିଦେଇଛି। ବଜାରର ଭିଡ଼ ମଝିରେ ଘଣ୍ଟା ଘଣ୍ଟା ଧରି ପଡ଼ିରହିଥିଲା…

ମୋହନାରୁ ବ୍ରହ୍ମପୁର ଚୋରା ଚାଲାଣ ବେଳେ ଧରାପଡ଼ିଲେ ୨ ଗଞ୍ଜେଇ ବେପାରୀ: ୨୩ କେଜି ଗଞ୍ଜେଇ ସହ…

ଦିଗପହଣ୍ଡି ,୨୯।୯ ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ପୋଲିସ ଟିମ୍ ମଙ୍ଗଳବାର ଅପରାହ୍ନରେ ଗଞ୍ଜେଇ ଚୋରା ଚାଲାଣ ପଣ୍ଡ କରିବା ସହ ଏକ ଗଞ୍ଜେଇ…

ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ରଙ୍କ ବିରୋଧରେ ମହାମେଳି: ଅସନ୍ତୋଷ ଝାଡ଼ିଲେ ବରିଷ୍ଠ ନେତା, ପଞ୍ଚାୟତ ନିର୍ବାଚନ ପୂର୍ବରୁ…

ଦିଗପହଣ୍ଡି,୨୯।୯ ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀର ବରିଷ୍ଠ ଭାଜପା କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ବିଧାୟକ ଡ. ସିଦ୍ଧାନ୍ତ ମହାପାତ୍ର ବରିଷ୍ଠ…

ରାଜନଗରରେ ସୁଜାତାଙ୍କ ସନ୍ଦେହଜନକ ମୃତ୍ୟୁ: ଶାଶୂଘର ଲୋକଙ୍କ ବିରୋଧରେ ହତ୍ୟା ଅଭିଯୋଗ, ସ୍ୱାମୀଙ୍କୁ ଅଟକ ରଖିଲା…

ରାଜନଗର,୨୯।୯(ଭାସ୍କର ରାଉତରାୟ): ରାଜନଗର ଥାନା ଅନ୍ତର୍ଗତ ସାନବଡ଼ ଗୋପାଳପୁର ପଞ୍ଚାୟତ ଗୋସିଗାଁର ଇନ୍ଦ୍ରମଣି ରାଉତଙ୍କ ବୋହୂ ସୁଜାତା ପ୍ରଧାନଙ୍କର ସନ୍ଦେହଜନକ ମୃତ୍ୟୁ ଘଟିଛି। ଏହି ଘଟଣାରେ ଶାଶୂଘର…

୫ ରାଶି ଉପରେ କୃପା କରିବେ ଶନି; ଟଙ୍କାରେ ପୁରିଯିବ ଘର, କ୍ୟାରିୟରରେ ମିଳିବ ବଡ଼ ସଫଳତା

ଜ୍ୟୋତିଷ ଶାସ୍ତ୍ରରେ ଶନିଙ୍କୁ କର୍ମଫଳଦାତା ଏବଂ ନ୍ୟାୟର କାରକ ଗ୍ରହ ବୋଲି ବିବେଚନା କରାଯାଏ। ଶନି ପ୍ରତ୍ୟେକ ବ୍ୟକ୍ତିଙ୍କୁ ତାଙ୍କ କର୍ମ ଅନୁସାରେ ଶୁଭ ତଥା ଅଶୁଭ…

ଛାଡ଼ିଲା ବନ୍ୟା, ବଢ଼ିଲା ଚାଷୀଙ୍କ ଦୁର୍ଦ୍ଦଶା

ଭବାନୀପାଟଣା,୨୯ା୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ ଗତ ସପ୍ତାହରେ ହାତୀ ଓ ତେଲ ନଦୀରେ ବନ୍ୟା ଆସିବାରୁ ନଦୀ କୂଳରେ ଥିବା ଶତାଧିକ ଏକର ଧାନଚାଷ ନଷ୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?