କେଉଁ ଓଠ ପାଇଁ କିଭଳି ଟାଇପ୍‌ର ଲିପ୍‌ଷ୍ଟିକ୍‌? ଜାଣନ୍ତୁ…

ନାରୀଙ୍କ ସୌନ୍ଦର୍ଯ୍ୟର ଏକ ପ୍ରମୁଖ ଅଂଶ ହେଉଛି ସେମାନଙ୍କ ଓଠ। ଆଉ ଏହାକୁ ଅଧିକ ଆକର୍ଷଣୀୟ କରିବା ପାଇଁ ଏଥିରେ ଲିପ୍‌ଷ୍ଟିକ୍‌ ଲଗାଇବା ଯେତିକି ଜରୁରୀ, ପରଫେକ୍ଟ ଲିପ୍‌ଷ୍ଟିକ୍‌ର ଚୟନ କରିବା ମଧ୍ୟ ସେତିକି ଆବଶ୍ୟକ। ଯଦି ଏଥିରେ ଟିକେ ଏପଟ ସେପଟ ହୋଇଯାଏ; ତା’ହେଲେ ଲୁକ୍‌ ଖରାପ ଦେଖାଯାଇଥାଏ। ତେଣୁ କେଉଁ ଓଠ ପାଇଁ କିଭଳି ଟାଇପ୍‌ର ଲିପ୍‌ଷ୍ଟିକ୍‌ ଚୟନ କରିବା ଦରକାର ଆସନ୍ତୁ ଜାଣିବା ସେ ସମ୍ପର୍କରେ…

କ୍ରେୟନ୍‌ ଲିପ୍‌ଷ୍ଟିକ୍‌: ଏହି ଟାଇପ୍‌ର ଲିପ୍‌ଷ୍ଟିକ୍‌ରୁ ଉଭୟ ଲିପ୍‌ଷ୍ଟିକ୍‌ ଓ ଲିପ୍‌ବାମ୍‌ର ଫାଇଦା ମିଳିଥାଏ। ତା’ଛଡ଼ା ଏହା ବିଭିନ୍ନ ରଙ୍ଗ ଓ ଟେକ୍ସଚରରେ ମଧ୍ୟ ଆସିଥାଏ। କ୍ରେୟନ୍‌ ଭଳି ଦେଖାଯାଉଥିଲେ ହେଁ ଏହା ତା’ ତୁଳନାରେ ଟିକେ ଥିକ୍‌ ହୋଇଥାଏ; ଫଳରେ ଏହା ବହୁତ ସମୟ ପର୍ଯ୍ୟନ୍ତ ଓଠରେ ରହିଥାଏ। ତେଣୁ ଯେଉଁ ମହିଳାମାନଙ୍କର ଓଠ ଶୀଘ୍ର ଶୁଖି ଯାଉଥିବାର ସମସ୍ୟା ରହିଥାଏ, ସେମାନଙ୍କ ପାଇଁ କ୍ରେୟନ୍‌ ଲିପ୍‌ଷ୍ଟିକ୍‌ ଏକ ଭଲ ଅପ୍ସନ ହୋଇପାରେ।

କ୍ରିମ୍‌ ଲିପ୍‌ଷ୍ଟିକ୍‌: ଏହି ଲିପ୍‌ଷ୍ଟିକ୍‌ ଓଠକୁ ସ୍ମୁଥ୍‌ ଲୁକ୍‌ ଦେଇଥାଏ ସତ, କିନ୍ତୁ ଏଥିରେ ମଇଶ୍ଚରାଇଜର୍‌ର ମାତ୍ରା ଟିକେ ଅଧିକ ଥାଏ। ଫଳରେ ଏହା ବେଶି ସମୟ ପର୍ଯ୍ୟନ୍ତ ଓଠରେ ରହେନାହିଁ, ଶୀଘ୍ର ଛାଡ଼ିଯାଏ। ତା’ଛଡ଼ା କ୍ରିମି ଟେକ୍ସଚର୍‌ ପାଇଁ ବେଳେବେଳେ ଏହା ଲିପ୍‌ ଲାଇନର ବାହାରକୁ ବାହାରିଗଲା ଭଳି ମଧ୍ୟ ଲାଗିଥାଏ। ସେଥିପାଇଁ ଏହି ଟାଇପ୍‌ର ଲିପ୍‌ଷ୍ଟିକ୍‌କୁ ଲଗାଇବା ପୂର୍ବରୁ ପ୍ରଥମେ ଲିପ୍‌ ଲାଇନର୍‌ ଲଗାଇବା ନିହାତି ଆବଶ୍ୟକ।

ଗ୍ଲସି ଲିପ୍‌ଷ୍ଟିକ୍‌: ଏହା ଓଠକୁ ସାଇନିଂ ଲୁକ୍‌ ଦେଇଥାଏ। ଯେଉଁମାନଙ୍କର ଓଠ ଟିକେ ପତଳା ସେମାନଙ୍କ ପାଇଁ ଏହି ଲିପ୍‌ଷ୍ଟିକ୍‌ ପରଫେକ୍ଟ ହୋଇଥାଏ। ଏହା ସେମାନଙ୍କ ଓଠକୁ ମୋଟା ଏବଂ ପୂରିଲା ପୂରିଲା ଦେଖାଇଥାଏ। କିନ୍ତୁ ଅନ୍ୟ ଲିପ୍‌ଷ୍ଟିକ୍‌ ତୁଳନାରେ ଏହା ଶୀଘ୍ର ଫେଡ୍‌ ହୋଇଯାଏ। ତେଣୁ ଯଦି କୌଣସି ପାର୍ଟି କିମ୍ବା ଫଙ୍କ୍‌ସନ୍‌ରେ ଅଧିକ ସମୟ ରହିବାର ଥାଏ; ତା’ହେଲେ ଏହି ଟାଇପ୍‌ର ଲିପ୍‌ଷ୍ଟିକ୍‌ ନ ଲଗାଇବା ଠିକ୍‌ ହେବ।

ଶିୟର୍‌ ଲିପ୍‌ଷ୍ଟିକ୍‌: ପ୍ରତିଦିନ ବ୍ୟବହାର କରିବା ପାଇଁ ଏହି ଧରଣର ଲିପ୍‌ଷ୍ଟିକ୍‌ ପୂରା ପରଫେକ୍ଟ ହୋଇଥାଏ। ତା’ଛଡ଼ା ଏହି ଲିପ୍‌ଷ୍ଟିକ୍‌ ପାଇଁ ଲିପ୍‌ ଲାଇନର୍‌ ନ ଲଗେଇଲେ ବି ଚଳିବ। କାରଣ ଏହା ନାଚୁରାଲ୍‌ ଲୁକ୍‌ ଦେଇଥାଏ। ଆଟ୍ରାକ୍ଟିଭ୍‌ ଲୁକ୍‌ ପାଇଁ ଏହାକୁ ଲଗାଇବା ପୂର୍ବରୁ ଓଠରେ ହାଲ୍‌କା ଲିପ୍‌ ବାମ୍‌ କିମ୍ବା ଖାଲି କନ୍‌ସିଲର୍‌ ଟିକେ ଲଗାଇଲେ ବି ଚଳିବ।

ମ୍ୟାଟ୍‌ ଲିପ୍‌ଷ୍ଟିକ୍‌: ଏଥିରେ ମଇଶ୍ଚରାଇଜର୍‌ର ମାତ୍ରା ଟିକେ କମ୍‌ ଥାଏ। କିନ୍ତୁ ଏହାର ସବୁଠାରୁ ଭଲ ଗୁଣ ହେଉଛି ଏହା ଅନ୍ୟ ଲିପ୍‌ଷ୍ଟିକ୍‌ ପରି ଏତେ ଶୀଘ୍ର୍ର ଖରାପ ହୁଏ ନାହିଁ କିମ୍ବା ଓଠରୁ ଶୀଘ୍ର ଛାଡ଼େ ନାହିଁ। ତେଣୁ ବହୁତ ସମୟ ଧରି ଚାଲୁଥିବା ପାର୍ଟି, ଫଙ୍କ୍‌ସନ୍‌ ପାଇଁ ଏହି ଟାଇପ୍‌ର ଲିପ୍‌ଷ୍ଟିକ୍‌ ଲଗାଇବା ଏକ ଭଲ ଅପ୍ସନ। କିନ୍ତୁ ଏହାକୁ ଲଗାଇବା ପୂର୍ବରୁ ଓଠରେ ସାମାନ୍ୟ ଲିପ୍‌ବାମ୍‌ ଲଗାଇବାକୁ ଜମା ଭୁଲନ୍ତୁ ନାହିଁ। ତେବେ ଯେଉଁମାନଙ୍କର ଓଠ ଶୀଘ୍ର ଶୁଖିଯାଏ, ସେମାନେ ଏହି ଲିପ୍‌ଷ୍ଟିକ୍‌କୁ ବ୍ୟବହାର ନ କରିବା ଭଲ।


Enter your email to get our daily news in your inbox.

All Right Reserved By Dharitri.Com

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

କେମିତି ହେବେ ଆଦର୍ଶ ଅଭିଭାବକ: ଜାଣନ୍ତୁ ଟିପ୍ସ

ପିଲାଙ୍କ ପ୍ରଥମ ଗୁରୁ ହେଉଛନ୍ତି ଅଭିଭାବକ। ସେମାନଙ୍କ ଉତ୍ତମ ଭବିଷ୍ୟତ ଗଢ଼ିବାରେ ଅଭିଭାବକଙ୍କର ହିଁ ଥାଏ ଗୁରୁତ୍ୱପୂର୍ଣ୍ଣ ଭୂମିକା। କାରଣ ପିଲାମାନେ ସର୍ବଦା ଅନୁକରଣ ପ୍ରିୟ।...

ଅତ୍ୟଧିକ ମିଠାଜାତୀୟ ଖାଦ୍ୟ ଖାଉଥିଲେ…

ମନଲୋଭା ଖାଦ୍ୟ ମଧ୍ୟରୁ ମିଠା ଅନ୍ୟତମ। ଏହାର ସ୍ବାଦ ହୁଏତ ମିଠା ହୋଇପାରେ, ହେଲେ ଏହାର ପରିମାଣ ଅଧିକ ହେଲେ ତାହା ଆମ ସ୍ମରଣ ଶକ୍ତିକୁ...

ଈଶ୍ୱର କଣିକାର ଆବିଷ୍କାରକ

ପଦାର୍ଥ ବିଜ୍ଞାନର ଏକ ଗୁରୁତ୍ୱପୂର୍ଣ୍ଣ ଆବିଷ୍କାର କରି ଖ୍ୟାତି ଲାଭ କରିଥିବା ପିଟର ହିଗ୍‌ସ ଚଳିତ ବର୍ଷ ଏପ୍ରିଲ ୮ ତାରିଖରେ ପରଲୋକ ଗମନ କରିଛନ୍ତି।...

ଥର୍ମୋମିଟର, ବାରୋମିଟର ଓ ଡାଲ୍‌ଟନ

କଡ଼େଇରେ ପାଣି ରଖି କଡ଼େଇ ତଳେ ନିଆଁ ଜାଳିଲେ ପାଣି ଗରମ ହୁଏ। କାରଣ ନିଆଁରୁ ବାହାରୁଥିବା ତାପ ଦ୍ୱାରା କଡ଼େଇ ଗରମ ହୁଏ। କଡ଼େଇ...

ଖରାଦିନେ ସ୍କିନ୍‌ ଆଲର୍ଜିର ଘରୋଇ ଚିକିତ୍ସା

ଖରାଦିନେ ଝାଳ ବୋହିବା ସହ କେତେକଙ୍କଠାରେ ବିଭିନ୍ନ ପ୍ରକାର ସ୍କିନ୍‌ ଆଲର୍ଜି ସମସ୍ୟା ଦେଖାଯାଇଥାଏ। କାହାର ଘିମିରି ବାହାରେ ତ କାହା ଶରୀରରେ ନାଲି ନାଲି...

ଘରେ ସୁଖସମୃଦ୍ଧି ବୃଦ୍ଧି ପାଇଁ ବାସ୍ତୁ ଉପାୟ, ଆପଣାଇଲେ…

ବାସ୍ତୁଶାସ୍ତ୍ର ଅନୁଯାୟୀ, ଏମିତି କିଛି ବିଶେଷ ଉପାୟ ରହିଛି; ଯାହାକୁ ଆପଣାଇଲେ ଘରେ ସୁଖସମୃଦ୍ଧି ବୃଦ୍ଧି ହେବା ସହ ସମ୍ପର୍କରେ ନିବିଡ଼ତା ଆସିଥାଏ। ତା’ସହିତ ଅନେକ...

ଇଲେକ୍ଟ୍ରିକ୍‌ ସମାଗ୍ରୀ ଚକ୍‌ଚକ୍‌ କରିବାକୁ ଚାହୁଁଥିଲେ…ଆପଣାନ୍ତୁ ଏହି ଉପାୟ

ଇଲେକ୍ଟ୍ରି ସାମଗ୍ରୀ ସଫା କରିବା ସମୟରେ କେତେକ ବିଷୟ ପ୍ରତି ସ୍ବତନ୍ତ୍ର ଭାବରେ ଦୃଷ୍ଟି ଦେବାକୁ ପଡ଼ିଥାଏ। ଏହି ସମୟରେ ନିମ୍ନଲିଖିତ ଟିପ୍ସ ଆପଣେଇ ପାରନ୍ତି…...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri