ଖଜୁରି ଗଛର କି ଗୁଣ ଗାଇବି

ଦେଶର ସମ୍ୱିଧାନ କହେ ଆଇନ ଦୃଷ୍ଟିରେ ସମସ୍ତେ ସମାନ। ହେଲେ ବାସ୍ତବ କ୍ଷେତ୍ରରେ ତାହାର କାର୍ଯ୍ୟାନ୍ୱୟନ ବା ଅନୁପାଳନ ବେଳେ ହୁଏ କିନ୍ତୁ ଠିକ୍‌ ତା’ର ଓଲଟା। ଜଣେ ଖଟିଖିଆ ମଜୁରିଆ ପାଇଁ ଆଇନ କଚ୍ଛପ ଗତିରେ ଚାଲୁଥିବା ବେଳେ ମହାଜନ ତଥା କ୍ଷମତାଧାରୀଙ୍କ ପାଇଁ ଏହା ଧାଉଁଥାଏ। ମୁଷ୍ଟିମେୟ କେତେଜଣ ଲୋକ ଦେଶର ସବୁତକ ସୁବିଧା ସୁଯୋଗ ସହଜରେ ହାତେଇ ଚାଲିଥିବା ବେଳେ ସାଧାରଣ ଲୋକମାନେ ହେଉଥାନ୍ତି ଚାହିଁ ଜଳକା। ଏମିତି ହୁଏ କାହିଁକି? ଏହାର ଗୂଢ଼ ରହସ୍ୟ ଭେଦିବା ସାଧାରଣ ମଣିଷ ପକ୍ଷରେ ଅସମ୍ଭବ।
ଦେଶ ଏବେ ଏକ ବିଚିତ୍ର ପରିବେଶ ଆଉ ପରିସ୍ଥିତି ଦେଇ ଗତି କରୁଥିବା କହନ୍ତି ବୁଦ୍ଧିଜୀବୀମାନେ। ଲୋକଙ୍କ ମନରେ ଲାଗି ରହିଛି ଅବିଶ୍ୱାସ ଆଉ ଅନାସ୍ଥା ଭାବ। କେହି କାହାକୁ ସହଜରେ ବିଶ୍ୱାସ କରିପାରୁନାହାନ୍ତି। କାହିଁିକି ନା ଏବେ ଦେଶର ପ୍ରତିଟି କ୍ଷେତ୍ରରେ ମଣିଷଙ୍କୁ ଚିତାକାଟିବାର ପ୍ରତିଯୋଗିତା ଲାଗିଯାଇଛି। ଯିଏ ଅନ୍ୟଙ୍କୁ ଠକି ଦେଇପାରିଲା କି ଲୁଟି କାଙ୍ଗାଳକରି ଦେଇପାରିଲା ସେ ହେଲା ବଡ଼ଲୋକ ଆଉ କ୍ଷମତାର ମାଲିକ। ଏମିତି ଏକ ଅବେଳରେ ଆଇନ ଉପରେ ଲୋକଙ୍କ ଆସ୍ଥା ବଢ଼ିବା ସ୍ୱାଭାବିକ। ହେଲେ ଏଇ ସମୟରେ ଆଇନର ରକ୍ଷକ ଯଦି ଭକ୍ଷକ ହୁଅନ୍ତି, ତେବେ ସାଧାରଣ ଲୋକମାନେ ଗୁହାରି କରିବେ କାହା ଆଗରେ? ନ୍ୟାୟ ପାଇବେ ତ ପାଇବେ କାହା ପାଖରୁ?
ବେଳେବେଳେ ଲୋକେ ଅଭିଯୋଗ କରୁଥିବା ଶୁଣାଯାଏ ‘ଆମ ଦେଶରେ ଏମିତି ଆଇନ କାହିଁକି ତିଆରି କରାଯାଏ, ଯାହା ଉଭୟ ଆଇନ ନିର୍ମାତା ଏବଂ ପାଳନକର୍ତ୍ତାଙ୍କୁ ପାଳନ କରିବା କଷ୍ଟକର ହୋଇପଡ଼େ। ସେ ସରକାରଙ୍କ ତଳସ୍ତରର କର୍ମଚାରୀ ହୁଅନ୍ତୁ କି ସାଧାରଣ ଜନତା, ସେମାନଙ୍କ ପାଇଁ ଆଇନ ଅନୁପାଳନ ବେଳେ ଯେତିକି ଘାତ ପ୍ରତିଘାତ ଦେଖାଯାଏ, କାହିଁକି ଯେ ସେତିକି ଅସୁବିଧା ଦେଖାଯାଏ ନାହିଁ ଉପରିସ୍ଥ ହାକିମ କିମ୍ୱା ବଡ଼ବଡ଼ିଆଙ୍କ ବେଳକୁ। ସେମାନଙ୍କ ପାଇଁ ଛୁଟି ସମୟ ବାହାରେ ଏପରିକି ମଧ୍ୟରାତ୍ର ପର୍ଯ୍ୟନ୍ତ ଖୋଲା ରହେ ଅଫିସ୍‌। ଏପରିକି କୋର୍ଟ କଚେରି ଖୋଲାଯାଏ ଅବେଳରେ। ପିଅନଠୁ ଅଫିସର ପର୍ଯ୍ୟନ୍ତ ସମସ୍ତେ ମାତି ଯାଆନ୍ତି କାମରେ। ସାଧାରଣ ଲୋକଙ୍କ ବେଳକୁ ଥତମତ ହେଉଥିବା ବାବୁମାନଙ୍କ କଲମ ଚାଲେ ଚରଚର୍‌ ଅର୍ଥାତ୍‌ କାମ ହୋଇଯାଏ ବୁଲେଟ୍‌ ବେଗରେ। କେବଳ ଅଫିସର ଚାହିଁଲେ ହେଲା। ଆଉ ସେମାନେ ଏତେ ଓଭର୍‌ ଟାଇମ୍‌ କରିବାକୁ କାହିଁକି ଚାହାନ୍ତି, ସେଇ କଥା ତାଙ୍କୁ ହିଁ ଜଣା। ଅବଶ୍ୟ ଏକଥା ସତ ଯେ, ଦିନସାରା ଖଟଣିରୁ ଯେତେ କଷ୍ଟ ଅନୁଭବ କରୁଥିଲେ ହେଁ ଅଫିସ୍‌ ଟାଇମ୍‌ ବାହାରେ କାମ କରିବାକୁ ମନା କରିପାରନ୍ତି ନାହିଁ ତଳିଆ କର୍ମଚାରୀ। କେମିତି ହେଲେ ମନାକରି ପାରିବେ? ଯାହା ହେଲେ ବଡ଼ବଡ଼ିଆଙ୍କ କଥା ନା!
ସରକାରୀ ବ୍ୟବସ୍ଥା ଏମିତି ଯେ ଏଇଠି ପଦସ୍ଥ ବାବୁମାନେ ଦରମା ପାଇଲା ବେଳେ ପାଇବେ ସର୍ୱାଧିକ, ହେଲେ ଦାୟିତ୍ୱ ମୁଣ୍ଡେଇଲା ବେଳକୁ ଚତୁରତାର ସହ ନିଜ ଉପରୁ ବୋଝତକ ଖସେଇ ଚାଲିଥିବେ ତଳକୁ ତଳକୁ , ଠିକ୍‌ ପୋଷ୍ଟାଲ ସିଷ୍ଟମ ଭଳି। ଆହା, ବିଚରା ତଳିଆ କର୍ମଚାରୀମାନେ? ସେମାନେ କହିବେ ତ କହିବେ କାହାକୁ? ଯିବେ ତ ଯିବେ କୁଆଡ଼େ? ନିଜର ସାଧ୍ୟମତେ ଆଦେଶ ଅନୁପାଳନ କରିବାକୁ ସେମାନେ ବାଧ୍ୟ। ଏଥିରେ ପୁଣି କରୁକରୁ କୌଣସି କାମ ଯଦି ତଳିଆ କର୍ମଚାରୀଙ୍କ ଉଦ୍‌ଯୋଗ ଫଳରେ ସଫଳ ହୋଇଯାଏ, ତେବେ ତାହାର ଶ୍ରେୟ ନେବାକୁ ଆଗେଇ ଆସନ୍ତି ମାଳମାଳ ବାବୁ, ନେତା, ମନ୍ତ୍ରୀ। ଆଉ ଛୋଟ କର୍ମଚାରୀଟିର ଭାଗ୍ୟ ଅବଳକୁ ଯଦି ବାଇଚାନ୍ସ ଫେଲ୍‌ ମାରିଯାଏ କୌଣସି କାର୍ଯ୍ୟକ୍ରମ, ତେବେ ସବୁ ଦୋଷ ତଳିଆ କର୍ମଚାରୀଙ୍କ ମୁଣ୍ଡକୁ ଗଡ଼େଇଦେଇ ଝାଡ଼ିଝୁଡ଼ି ସଫା ହୋଇଯିବେ ସେମାନେ। ଏଇଟା ଯୁଗେ ଯୁଗେ ଚାଲି ଆସିଛି ଏଇ ଦେଶରେ।
ସେ ତଳିଆ କର୍ମଚାରୀ ହୁଅନ୍ତୁ କି ସାଧାରଣ ଜନତା, ସେମାନଙ୍କୁ କଥା କଥାରେ ହଇରାଣ ହରକତ କରିପାରୁଥିବା ଉଚ୍ଚପଦସ୍ଥ ବାବୁମାନେ ନିଜକୁ ସ୍ୱୟଂ ଭଗବାନଙ୍କ ଅବତାର ବୋଲି ଭାବୁଥାନ୍ତିି। ତାଙ୍କ ଦୃଷ୍ଟିରେ ସେଇ ମଣିଷଙ୍କର ଭାଗ୍ୟ ନିୟନ୍ତା ହେଉଛନ୍ତି ଏଇ ବାବୁମାନେ। କାରଣ ଏମାନଙ୍କ କଲମ ମୁନରେ ନିହିତ ଥାଏ ସେତେ ବଡ଼ କ୍ଷମତା, ଯାହାର ଦୁରୁପଯୋଗ ଏମାନେ କରି ଚାଲିଛନ୍ତି ଅକ୍ଳେଶରେ। ଜଣକୁ ମାରିବା କି ତାରିବା ସବୁକିଛି ଥାଏ ଏମାନଙ୍କ ହାତରେ। ଭାଙ୍ଗିବା ଗଢ଼ିବା, ଗଢ଼ିବା ଭାଙ୍ଗିବା ଏମାନଙ୍କ ପାଇଁ ଏକ ସାଧାରଣ ଖେଳ। ଏମାନେ ଚାହିଁଲେ ଜଣେ ଚାଟୁକାର ଅଥଚ ଅଯୋଗ୍ୟ କର୍ମଚାରୀକୁ ଚାହୁଁଚାହୁଁ ବସେଇ ଦେଇପାରନ୍ତି ଉଚ୍ଚାସନରେ, ଛାଡ଼କରିଦେଇ ପାରନ୍ତି ତା’ର ସବୁତକ ଅନ୍ୟାୟ ଅନୀତି ଦୁର୍ନୀତି। ଅପରପକ୍ଷରେ ସାହେବଙ୍କର ମିଥ୍ୟା ଜୟଗାନରେ ପଶ୍ଚାଦ୍‌ପଦ ହେଉଥିବା ଅଥବା ଦର୍ଶନୀ/ଭେଟି ଦେବାରେ ଅକ୍ଷମତା ପ୍ରକାଶ କରୁଥିବା ଜଣେ ସାଧୁ, ସଚ୍ଚୋଟ, କର୍ମଯୋଗୀ କର୍ମଚାରୀକୁ ତଳି ତଳାନ୍ତ କରିଦେଇ ପାରନ୍ତି ସେ କ୍ଷଣିକ ଭିତରେ।
ସରକାରୀ କାର୍ଯ୍ୟାଳୟରେ ଚାଲିଥିବା ଏମିତି ଅନେକ ଅନାଲୋଚିତ ଅଲିଖିତ କଠୋର ନିୟମକାନୁନ ଯୋଗୁ ଭାଙ୍ଗିଯାଏ ସଚ୍ଚୋଟ କର୍ମଚାରୀଙ୍କ ମନୋବଳ। ଏପରିକି ଅନେକ ସମୟରେ କର୍ମବିମୁଖ ହୋଇ ଉଠନ୍ତି ସେମାନେ। ମନ ତାଙ୍କର ବିଦ୍ରୋହ କରିଉଠେ। ହେଲେ ତାଙ୍କ ଦୁଃଖ ଯନ୍ତ୍ରଣା ଦେଖିବାକୁ କି ସେମାନଙ୍କ ମନୋବେଦନା ବୁଝିବାକୁ କେହି ଜଣେ ହେଲେ ମହାନୁଭାବ ନ ଥାନ୍ତି ସରକାରୀ ବ୍ୟବସ୍ଥା ମଧ୍ୟରେ। ଏହା କହିବା ଅନାବଶ୍ୟକ ଯେ ଆଜିକାଲି ଆମ ସରକାରୀ କାର୍ଯ୍ୟାଳୟଗୁଡ଼ିକରେ ବଢ଼ି ଚାଲିଥିବା ଅନ୍ୟାୟ, ଅନୀତି, ଦୁର୍ନୀତିର ମୂଳକାରଣ ହେଉଛନ୍ତି ଏଇ ଅର୍ଥଲୋଭୀ ଅଧିକାରୀମାନେ। ତଥାପି ଏମାନଙ୍କୁ ସାବାଡ଼ କରିବାର ଠିକ୍‌ ଉପାୟ କିଛି ଆଜି ପର୍ଯ୍ୟନ୍ତ ବାହାରି ନାହିଁ ବୋଧହୁଏ। ସେମିତି ଉପାୟ କିଛି ନଥିପତ୍ରରେ ଅବଶ୍ୟ ରହି ଥାଇପାରେ, ହେଲେ ତାହା କାର୍ଯ୍ୟାକାରୀ ହେଲେ ତ! ଆଇନକୁ କାର୍ଯ୍ୟକାରୀ କରୁଥିବା ଲୋକ ଯଦି ନିଜେ ଭ୍ରଷ୍ଟାଚାରୀ ହୁଏ? ତେବେ…।
ଅନ୍ୟକୁ ପଦଦଳିତକରି ରଖିବା ଭଳି ଔପନିବେଶବାଦୀ ମନୋଭାବ ପ୍ରତିପୋଷଣ କରୁଥିବା ମିଥ୍ୟାସ୍ତୁତି ପ୍ରିୟ ପ୍ରଶାସନିକ ଅଧିକାରୀ ଏବଂ ତାଙ୍କୁ ନିୟନ୍ତ୍ରିତ ବା ଉତ୍ସାହିତ କରୁଥିବା ମହାମାନ୍ୟମାନେ ହେଉଛନ୍ତି ଦେଶର ପ୍ରଥମ ଶତ୍ରୁ, ଗୃହଶତ୍ରୁ। ଏକ ଗଣତାନ୍ତ୍ରିକ ରାଷ୍ଟ୍ରରେ ଏପରି ହୀନ ମାନସିକତା ସୃଷ୍ଟିହେବା କେବେହେଲେ ଶୁଭଙ୍କର ନୁହେଁ। ବୋଧହୁଏ ଆଜିକାଲି ଏଇଥିପାଇଁ ଦେଶ ପରିଚାଳନାର ଗୁରୁଦାୟିତ୍ୱ ମୁଣ୍ଡେଇଥିବା ବ୍ୟକ୍ତିବିଶେଷମାନେ ଜନସାଧାରଣଙ୍କ ଆସ୍ଥାଭାଜନ ହୋଇପାରୁନାହାନ୍ତି। ଦେଶ ହିତରେ ଏପରି ନିମ୍ନ ମାନସିକତାର ପରିବର୍ତ୍ତନ ଜରୁରୀ। ଏକଥା ସମସ୍ତେ ମର୍ମେ ମର୍ମେ ଅନୁଭବ କରୁଛନ୍ତି, କରି ଚାଲିଛନ୍ତି। ତଥାପି ସମସ୍ତେ ଆଜି ନୀରବ। ଲୋକହିତ ଏବଂ ସୁଶାସନ ପାଇଁ ସରକାରୀ ଚାକିରି କ୍ଷେତ୍ରରେ ଦୁର୍ନୀତିଗ୍ରସ୍ତ ଅଧିକାରୀ ତଥା କର୍ମଚାରୀଙ୍କୁ ଦୃଢ଼ହସ୍ତରେ ଦମନ କରାଯିବା ସହ ସଚ୍ଚୋଟ ତଥା କର୍ମଠ ବ୍ୟକ୍ତିବିଶେଷଙ୍କୁ ସୁରକ୍ଷା ଯୋଗାଇଦେବା ଆବଶ୍ୟକ। ହେଲେ ସେତକ କରିବ କିଏ? ସାଧାରଣ ମଣିଷ ନା ଆଇନ ରକ୍ଷକ ତଥା ନିର୍ମାତା ମହାମାନ୍ୟମାନେ?
ଡୁଙ୍ଗୁରିପାଲି, ସୁବର୍ଣ୍ଣପୁର
ମୋ: ୮୨୪୯୮୦୭୨୬୭


Enter your email to get our daily news in your inbox.

All Right Reserved By Dharitri.Com

ହାରିଲା ପାକିସ୍ତାନ, ତଥାପି ଇସଲାମାବାଦରେ କାହିଁକି ଉତ୍ସବର ମାହୋଲ! ଭାଇରାଲ୍ ଭିଡିଓକୁ ନେଇ ଚର୍ଚ୍ଚା

ଇସଲାମାବାଦ,୧୫।୯: ଇଂଲଣ୍ଡ ଗସ୍ତରେ ପରାଜିତ ହୋଇ ଫେରିଥିବା ପାକିସ୍ତାନ ଦଳକୁ ଚାରିଆଡୁ କଡ଼ା ସମାଲୋଚନା କରାଯାଉଛି। କିନ୍ତୁ ଏହି ନିରାଶାଜନକ ପ୍ରଦର୍ଶନ ମଧ୍ୟରେ ଦଳର ୨୧ ବର୍ଷୀୟ…

ଶନିଙ୍କ ନଜରରେ ୬ ରାଶି! ୨୦୨୭ ପୂର୍ବରୁ ବଦଳିବ ଭାଗ୍ୟ, ଧନଲାଭ ଯୋଗକୁ ମିଳିବ ବଡ଼ ଚାକିରିର ସୁଯୋଗ

ଜ୍ୟୋତିଷ ଶାସ୍ତ୍ରରେ ଶନିଦେବଙ୍କ ଚଳନର ଏକ ବିଶେଷ ମହତ୍ତ୍ୱ ରହିଛି। ଶନି ସମସ୍ତ ଗ୍ରହଙ୍କ ମଧ୍ୟରେ ସବୁଠାରୁ ମନ୍ଥର ଗତିରେ ଚଳନ କରୁଥିବା ଗ୍ରହ ଏବଂ ସେ…

ଯୌତୁକ ନିର୍ଯ୍ୟାତନା ପରେ ସ୍ତ୍ରୀ ବାପ ଘରେ, ଏବେ ଅନ୍ୟ ଯୁବତୀଙ୍କୁ ନେଇ ସ୍ୱାମୀ ଫେରାର, ଥାନାରେ…

ଦିଗପହଣ୍ଡି,୧୫।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ସାନଖେମୁଣ୍ଡି ବ୍ଲକ୍ ଡେଙ୍ଗାଓସ୍ତା ଗ୍ରାମରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଅଧିକ ଯୌତୁକ ପାଇଁ…

ଆଇସିସି ମହିଳା ଟି୨୦ ପ୍ଲେୟର ର଼୍ୟାଙ୍କିଙ୍ଗ: ପ୍ରଥମ, ଦ୍ୱିତୀୟ ସ୍ଥାନରେ ଭାରତୀୟ ଖେଳାଳି, ଜାଣନ୍ତୁ…

ତାଲିକାରେ ଦୁବାଇ, ୧୫ା୯: ଭାରତ ସ୍ପିନର ଶ୍ରୀ ଚରଣୀ କ୍ୟାରିୟର ଶ୍ରେଷ୍ଠ ରେଟିଂ ପଏଣ୍ଟ ସହ ସଦ୍ୟ ପ୍ରକାଶିତ ଆଇସିସି ମହିଳା ଅନ୍ତର୍ଜାତୀୟ ଟି୨୦ ପ୍ଲେୟର ର଼୍ୟାଙ୍କିଙ୍ଗ…

ସେପ୍ଟେମ୍ୱର ୧୬ ସକାଳ ୯ଟାରେ ୫ ରାଶିଙ୍କ ଖୋଲିବ ଭାଗ୍ୟ; ପାଇବେ ପ୍ରଚୁର ଧନ, ଚାକିରିରେ ବଡ଼ ଅଫର୍‌

୧୬ ସେପ୍ଟେମ୍ୱର, ୨୦୨୬ ହେଉଛି ଭାଦ୍ରବ ମାସ ଶୁକ୍ଳ ପକ୍ଷର ପଞ୍ଚମୀ ତିଥି ଏବଂ ବୁଧବାର। ଏହା ସହିତ ଏହା ଦ୍ୱିତୀୟ ଚାତୁର୍ମାସ୍ୟର ୨୪ତମ ଦିନ। ଏହି…

ରାତି ଗୋଟାଏରେ ଭାଙ୍ଗିଥିଲେ ତାଲା, ବାଜିଲା ସାଇରନ୍! ୟୁନିୟନ ବ୍ୟାଙ୍କରୁ ବଡ଼ ଡକାୟତି ପଣ୍ଡ, ୭ ଡକାୟତ…

ବୈଶିଙ୍ଗା,୧୫।୯ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମାନଗୋବିନ୍ଦପୁରଠାରେ ଥିବା ୟୁନିୟନ ବ୍ୟାଙ୍କରୁ ଏକ ବଡ଼ ଡକାୟତି ଯୋଜନା ପଣ୍ଡ ହୋଇଯାଇଛି। ବ୍ୟାଙ୍କରେ ଲାଗିଥିବା…

ବ୍ୟାଙ୍କରେ ପଶି ଡକାୟତି, ଧରାପଡ଼ିଲେ ୭ ଡ଼କାୟତ

ବୈଶିଙ୍ଗା,୧୫।୯(ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମାନଗୋବିନ୍ଦପୁରରେ ଥିବା ୟୂନିୟନ ବ୍ୟାଙ୍କରେ ସୋମବାର ରାତିରେ ଏକ ଡକାୟତି ଯୋଜନାକୁ ପଣ୍ଡ କରିଛି ବ୍ୟାଙ୍କରେ ଲାଗିଥିବା…

ଋଷିକୂଲ୍ୟାରେ ଭାସୁଛି ମୃତଦେହ

ଛତ୍ରପୁର,୧୫।୯(ଅନାଥ ତରାଇ/ଦିଲୀପ ସାମଲ): ଗଞ୍ଜାମ ବ୍ଲକ ଅଧୀନ ଗୋଖୁରୁକୁଦା ଫରେଷ୍ଟ ଅଫିସ ନିକଟସ୍ଥ ଋଷିକୂଲ୍ୟା ନଦୀରେ ମଙ୍ଗଳବାର ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହ ଭାସୁଥିବା ଦେଖିବାକୁ ମିଳିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?