ବିଲୁପ୍ତି ପଥେ ନୀଳରକ୍ତ କଙ୍କଡ଼ା

ମାନବ ଜାତି ପାଇଁ ପରମ ଉପକାରୀ ବନ୍ଧୁ ହେଉଛି ବିରଳ ନୀଳରକ୍ତ କଙ୍କଡ଼ା। ତା’ର ନୀଳରକ୍ତର କଣିକାରେ ଭରି ରହିଛି ଅମୂଲ୍ୟ ଔଷଧୀୟ ଗୁଣ। ବାଲେଶ୍ୱର ଏବଂ ଭଦ୍ରକ ଜିଲାର ଶାନ୍ତ ବେଳାଭୂମିରେ ନୀଳରକ୍ତ କଙ୍କଡ଼ା ଦେଖାଯାଆନ୍ତି। ଏମାନଙ୍କ ରକ୍ତ ଧଳା ହୋଇଥିବା ବେଳେ ବାୟୁ ସଂସ୍ପର୍ଶରେ ଆସିଲେ ନୀଳ ହୋଇଯାଏ। ରକ୍ତର ରଙ୍ଗକୁ ନେଇ ଏହି ଜୀବର ନାମ ନୀଳରକ୍ତ କଙ୍କଡ଼ା ହୋଇଛି। ପୃଥିବୀର ୭ଟି ମହାଦେଶ ମଧ୍ୟରୁ କେବଳ ଆମେରିକା ଓ ଏସିଆ ମହାଦେଶରେ ଏହା ଦେଖାଯାଏ। ବିଶେଷକରି ଭାରତରେ ଏହି କଙ୍କଡ଼ାର ଉପସ୍ଥିତି ସବୁଠାରୁ ଅଧିକ। କିନ୍ତୁ, ଆଜି ଏହାର ଅସ୍ତିତ୍ୱ ବିପଦରେ ପଡ଼ିଛି।
ଓଡ଼ିଶାର ଉପକୂଳବର୍ତ୍ତୀ ଅଞ୍ଚଳ, ବିଶେଷକରି ବଳରାମଗଡ଼ି, ଚାନ୍ଦିପୁର, ଡଗରା, କଷାଫଳ, ହୁକିଟୋଲା ପରି ଅଞ୍ଚଳ ନୀଳରକ୍ତ କଙ୍କଡ଼ାମାନଙ୍କ ଆବାସସ୍ଥଳ। ଏହି କୂଳଗୁଡ଼ିକ ପ୍ରାକ୍‌-ମୌସୁମୀ ଏବଂ ପରବର୍ତ୍ତୀ ସମୟରେ ଗୁରୁତ୍ୱପୂର୍ଣ୍ଣ ପ୍ରଜନନ ଏବଂ ବସା ସ୍ଥାପନ ଆବାସସ୍ଥଳ ଭାବରେ କାର୍ଯ୍ୟକରେ। ଦୁର୍ଭାଗ୍ୟବଶତଃ, ଦ୍ରୁତ ଉପକୂଳ ବିକାଶ, ଅବୈଧ ମାଛ ଧରିବା ଏବଂ ପ୍ରଦୂଷଣଏହି କଙ୍କଡ଼ାଙ୍କ ବାସସ୍ଥାନ ନଷ୍ଟକରୁଛି। ବହୁ ମସୟରେ ଅନେକ ନୀଳରକ୍ତ କଙ୍କଡ଼ା ମାଛଧରା ଜାଲରେ ଫସିଯାଇ ମରିଯାଉଛନ୍ତି। ଏହା ବ୍ୟତୀତ ବାଲି ଖନନ ଏବଂ କ୍ଷୟ ଯୋଗୁ ଏମାନଙ୍କ ମୃତ୍ୟୁ ଘଟୁଛି। ଜଳବାୟୁ ପରିବର୍ତ୍ତନ ପ୍ରଭାବରୁ ସମୁଦ୍ର ତାପମାତ୍ରା ବୃଦ୍ଧି ଘଟି ଏମାନଙ୍କ ବସା ସ୍ଥାପନ ସ୍ଥାନକୁ ଆହୁରି ହ୍ରାସ କରିଦେଇଛି।
ଆଧୁନିକ ଔଷଧ ପାଇଁ ପ୍ରକୃତିର ଉପହାର ହେଉଛି ନୀଳରକ୍ତ କଙ୍କଡ଼ା। ଏମାନଙ୍କର ପରିବେଶଗତ ଭୂମିକା ବ୍ୟତୀତ ଏମାନେ ମାନବ ସ୍ୱାସ୍ଥ୍ୟ ପାଇଁ ଅମୂଲ୍ୟ ସମ୍ପଦ। ଏମାନଙ୍କର ନୀଳରକ୍ତରେ ଲିମୁଲସ ଆମେବୋସାଇଟ୍‌ ଲାଇସେଟ୍‌ ନାମକ ଏକ ଯୌଗିକ ଥାଏ; ଯାହା ଟିକା, ସର୍ଜିକାଲ ଇମ୍ପ୍ଲାଣ୍ଟ ଏବଂ ଶିରାଭ୍ୟାସ ଔଷଧରେ ଜୀବାଣୁ ଏଣ୍ଡୋଟକ୍ସିନ ଚିହ୍ନଟ କରେ। କୋଭିଡ୍‌-୧୯ ଟିକା ସମେତ ଜୀବନ ରକ୍ଷାକାରୀ ଟିକାର ପ୍ରତ୍ୟେକ ବ୍ୟାଚ୍‌ ଏହି ପ୍ରାକୃତିକ ଜୈବ ଚିକିତ୍ସା ପରୀକ୍ଷା ଉପରେ ନିର୍ଭରକରେ।
ବିରଳ ଓ ଦୁର୍ଲଭ ନୀଳରକ୍ତ କଙ୍କଡ଼ାଙ୍କ ସୁରକ୍ଷା ଏବଂ ବଂଶବୃଦ୍ଧି ପାଇଁ ବାଲେଶ୍ୱର ଫକୀରମୋହନ ବିଶ୍ୱବିଦ୍ୟାଳୟ ଏବଂ ଭାରତୀୟ ପ୍ରାଣୀ ବିଜ୍ଞାନ ସର୍ୱେକ୍ଷଣର ନାଲିରକ୍ତ କଙ୍କଡ଼ା ଗବେଷଣା ଏବଂ ସଂରକ୍ଷଣ କେନ୍ଦ୍ର ଓଡ଼ିଶାର ଉପକୂଳରେ ସକ୍ରିୟ ଭାବରେ ପ୍ରଜାତି ଉପରେ ନଜର ରଖିଛନ୍ତି। ଗବେଷକ ଏବଂ ସ୍ୱେଚ୍ଛାସେବକମାନେ ଜନସଂଖ୍ୟା ସର୍ଭେ, ଟ୍ୟାଗିଂ କାର୍ଯ୍ୟକ୍ରମ ଏବଂ ସମ୍ପ୍ରଦାୟ ସମ୍ୱେଦନଶୀଳତା କର୍ମଶାଳା ପରିଚାଳନା କରନ୍ତି। ଫକୀରମୋହନ ବିଶ୍ୱବିଦ୍ୟାଳୟ କ୍ରମାଗତ ଭାବରେ ନୀଳରକ୍ତ କଙ୍କଡ଼ାର ସୁରକ୍ଷା ପାଇଁ ସଚେତନତା ଅଭିଯାନ, ଉପକୂଳ ମହାବିଦ୍ୟାଳୟ ଗୁଡ଼ିକୁ ଏକାଠି କରିବା ପାଇଁ ସହଯୋଗୀ ଆଭିମୁଖ୍ୟ ଗ୍ରହଣ କରିବା ସହ ଜୈବ ଚିକିତ୍ସା ଗୁରୁତ୍ୱ ଏବଂ ସଂରକ୍ଷଣ ପାଇଁ ଆବଶ୍ୟକତା ସମ୍ପର୍କରେ ଜାତୀୟ ଏବଂ ଆଞ୍ଚଳିକ ମଞ୍ଚରେ ଜ୍ଞାନ ଏବଂ ଚିନ୍ତାଧାରା ବାଣ୍ଟିବା ଜାରିରଖିଛି। ଉପକୂଳ ଜୈବବିବିଧତା ସଂରକ୍ଷଣ ପାଇଁ କର୍ମଶାଳା, ସେମିନାର, ସମ୍ମିଳନୀ ମଧ୍ୟ ଆୟୋଜନ କରୁଛି। ସଂରକ୍ଷଣ ବିଜ୍ଞାନରେ କାର୍ଯ୍ୟ କରିବାକୁ ଛାତ୍ରମାନଙ୍କୁ ତାଲିମ ପ୍ରଦାନ କରାଯାଉଛି। ବିଭିନ୍ନ ବିଷୟ ପାଇଁ ଛାତ୍ର ଗବେଷଣା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ବିଶ୍ୱବିଦ୍ୟାଳୟର ଗବେଷଣା ସହଯୋଗୀ ସୌମ୍ୟରଞ୍ଜନ ଦାଶ ନୀଳରକ୍ତ କଙ୍କଡ଼ା ଉପରେ ଗବେଷଣା ପ୍ରକଳ୍ପ କାର୍ଯ୍ୟକରି ଜାତୀୟସ୍ତରରେ ପୁରସ୍କୃତ ମଧ୍ୟ ହୋଇଛନ୍ତି।
ନୀଳରକ୍ତ କଙ୍କଡ଼ା ସୁସ୍ଥ ଉପକୂଳୀୟ ପରିବେଶ ପ୍ରଣାଳୀର ସୂଚକ। ସେମାନଙ୍କୁ ସୁରକ୍ଷା ଦେବା ଅର୍ଥ ହେଉଛି ବାଲିଆ ବେଳାଭୂମି ଏବଂ ସାମୁଦ୍ରିକ ଜୈବବିବିଧତାକୁ ସୁରକ୍ଷା ଦେବା। ସମୃଦ୍ଧ ଉପକୂଳ ଐତିହ୍ୟ ସହ ଓଡ଼ିଶା ସମ୍ପ୍ରଦାୟ ଆଧାରିତ ପରିଚାଳନା, ବାସସ୍ଥାନ ପୁନରୁଦ୍ଧାର ଏବଂ ବନ୍ୟପ୍ରାଣୀ ସୁରକ୍ଷା ଆଇନର କଠୋର ପ୍ରୟୋଗ ମାଧ୍ୟମରେ ନୀଳରକ୍ତ କଙ୍କଡ଼ା ସଂରକ୍ଷଣରେ ଭାରତର ପ୍ରୟାସକୁ ନେତୃତ୍ୱ ଦେଇପାରେ।
ଆବଶ୍ୟକ ସୁରକ୍ଷା ଓ ନିରାପତ୍ତା ଅଭାବରୁ ନୀଳରକ୍ତ କଙ୍କଡ଼ା ବିଲୁପ୍ତହେବାକୁ ବସିଲେଣି। ପରିବେଶ ସନ୍ତୁଳନ ସହ ଜୈବବିବିଧତା ବଜାୟ ରଖିବାରେ ମଧ୍ୟ ଏମାନଙ୍କର ଭୂମିକା ରହିଛି। ଯେତେବେଳେ ଆମେ ଏକ ଅଧିକ ସ୍ଥାୟୀ ଭବିଷ୍ୟତ ଆଡ଼କୁ ଅଗ୍ରସର ହେଉଛୁ, ଏହି ପ୍ରାଚୀନ ନାବିକମାନେ ଆମକୁ ବିବର୍ତ୍ତନ, ପରିବେଶ ବିଜ୍ଞାନ ଏବଂ ମାନବ ବଞ୍ଚିବା ମଧ୍ୟରେ ଗଭୀର ସମ୍ପର୍କକୁ ମନେପକାଇଦେଉଛନ୍ତି। ଏମାନଙ୍କୁ ଜୀବିତ ରଖିବା ଆମର କର୍ତ୍ତବ୍ୟ।
ଗ୍ରନ୍ଥାଗାର ସହାୟକ, ଫକୀରମୋହନ ବିଶ୍ୱବିଦ୍ୟାଳୟ, ମୋ : ୭୩୨୭୦୨୮୯୭୮


Enter your email to get our daily news in your inbox.

All Right Reserved By Dharitri.Com

ଚାଲାଣ ବେଳେ ଧରାପଡ଼ିଲା ୧୧୪୦ କେଜି ଗଞ୍ଜେଇ

ତୁମୁଡିବନ୍ଧ,୧୯ା୯(ଦୀପକ କୁମାର ପରାସେଠ): ଏକ ବଡ଼ ଧରଣର ଗଞ୍ଜେଇ ଚୋରା ଚାଲାଣକୁ ପଣ୍ଡ କରିଛି କନ୍ଧମାଳ ଜିଲା ତୁମୁଡିବନ୍ଧ ପୋଲିସ। ଚୋରା ଚାଲାଣ ହେବାକୁ ଥିବା ଗଞ୍ଜେଇ…

ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ ପ୍ରଶ୍ନପତ୍ର ଲିକ୍‌: ସାଇବର ଥାନାରେ ମାମଲା, ତଦନ୍ତ ପାଇଁ ଗଠନ ହେଲା କମିଟି

କୋରାପୁଟ,୧୯(ଅମିତାଭ ବେହେରା): ବିକ୍ରମ ଦେବ ବିଶ୍ୱବିଦ୍ୟାଳୟର ଇଂଲିଶ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ହୋଇଥିବା ଅଭିଯୋଗକୁ ନେଇ ଚର୍ଚ୍ଚା ଏବେ ଜୋର ଧରିଛି। ଘଟଣାର ଗମ୍ଭିରତା ଦୃଷ୍ଟିରୁ ବିଶ୍ୱବିଦ୍ୟାଳୟ…

ଧରାପଡ଼ିଲେ ନକଲି ଏମ୍‌ଭିଆଇ

ଫୁଲବାଣୀ,୧୯ା୯(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ସାରଙ୍ଗଡ ଥାନା ପୋଲିସ ଜଣେ ନକଲି ମୋଟର ଯାନ ନିରୀକ୍ଷକ(ଏମ୍‌ଭିଆଇ)ଙ୍କୁ ଗିରଫ କରିଛି। ସେ ହେଲେ ଚକାପାଦ ଥାନା ଅନ୍ତର୍ଗତ…

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ: ୨୨ ସେପ୍ଟେମ୍ବର ସୁଦ୍ଧା ଗଭୀର ଅବପାତ ରୂପ ନେବା ଆଶଙ୍କା

ଭୁବନେଶ୍ୱର, ୧୯।୯: ଉତ୍ତର ଆଣ୍ଡାମାନ ସାଗର ଏବଂ ତାହାର ସଂଲଗ୍ନ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଶନିବାର…

ଆରମ୍ଭ ହେଲା ଏସିଆନ ଗେମ୍ସ, ମନୁ ଭାକର, ପବନ ଶେରାଓ୍ବତ ନେଲେ ଭାରତର ନେତୃତ୍ୱ

ନାଗୋୟା,୧୯ା୯: ଦିନକର ସାଙ୍ଗଠନିକ ସ୍ଥାନୀୟ ମିଜୁହୋ ପାର୍କ ଆଥଲେଟିକ୍‌ ଷ୍ଟାଡିୟମରେ ରଙ୍ଗାରଙ୍ଗ ହାଇଟେକ୍‌ ଉଦ୍‌ଘାଟନୀ କାର୍ଯ୍ୟକ୍ରମ ସହ ୨୦ତମ ଏସିଆନ ଗେମ୍ସ ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଛି।…

ଡେଭିିସ କପ୍‌ରେ ଭାରତକୁ ହରାଇଲା କୋରିଆ

ସିଓଲ, ୧୯ା୯: ଏସିଆର ପ୍ରଥମ ଦେଶ ଭାବେ ଡେଭିସ କପ୍‌ ଫାଇନାଲ-୮ରେ ପ୍ରବେଶ ପାଇଁ ମିଳିଥିବା ଏକ ଐତିହାସିକ ସୁଯୋଗକୁ ହରାଇଛି ଭାରତ। ଅନୁଷ୍ଠିତ କ୍ୱାଲିଫାୟର-୨ରେ କୋରିଆ…

ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ +୩ ଦ୍ୱିତୀୟ ସେମିଷ୍ଟର ପ୍ରଶ୍ନପତ୍ର ଲିକ୍‌

ଜୟପୁର,୧୯ା୯(ପବନ ପାଣିଗ୍ରାହୀ): କୋରାପୁଟ ଜିଲା ଜୟପୁରସ୍ଥିତ ବିକ୍ରମଦେବ ବିଶ୍ୱବିଦ୍ୟାଳୟ ଅଧୀନରେ ଚାଲିଥିବା +୩ ଦ୍ବିତୀୟ ସେମିଷ୍ଟର ପରୀକ୍ଷାର ଏଇସିସି ଏବିଲିଟି ଏନ୍‌ହାନ୍ସମେଣ୍ଟ କୋର୍ସ ବାଧ୍ୟତାମୂଳକ ଇଂଲିଶ ପ୍ରଶ୍ନପତ୍ର…

ପିଲାସାଲୁଙ୍କି ଜଳଭଣ୍ଡାରରୁ ଜଳ ନିଷ୍କାସନ: ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା, ଜାରି ହେଲା ହାଇ-ଅଲର୍ଟ!

ଖଜୁରୀପଡ଼ା,୧୯ା୯(ବିଦୁର ବେହେରା): ବଙ୍ଗୋପସାଗରରେ ସୃଷ୍ଟ ସକ୍ରିୟ ଲଘୁଚାପ ପ୍ରଭାବରେ ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ପିଲାସାଲୁଙ୍କି ଜଳଭଣ୍ଡାରର ଉପରମୁଣ୍ଡରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ଦେଖାଦେଇଛି। ଜଳଭଣ୍ଡାରର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?