Posted inଜାତୀୟ

ନବୀନ ଯାଇଥିଲେ ଆଉ ଏବେ ଦିଦି! କ’ଣ ରହିଛି ୪ ତାରିଖ ସହ ଲିଙ୍କ୍‌, କାହିଁକି ଭାଜପା ପାଇଁ ଶୁଭ ହେଉଛି ଏହି ଦିନ, ଜାଣନ୍ତୁ…

କୋଲକାତା,୪।୫: ପଶ୍ଚିମବଙ୍ଗରେ ଚାଲିଛି ଭୋଟ ଗଣତି । ତୃଣମୂଳ କଂଗ୍ରେସ ଓ ଭାଜପା ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳୁଛି । ଭାଜପା ରାଜ୍ୟରେ ଏବେସୁଦ୍ଧା ଆଗରେ ରହିଛି । ଦଳ ୧୯୯ଟି ଆସନରେ ଆଗୁଆ ଥିବା ବେଳେ ଟିଏମସି ୮୮ ସିଟରେ ଆଗରେ ରହିଛି। ଯାହା ଭାଜପା ଶିବିରରେ ଉତ୍ସାହ ଭରି ଦେଇଛି। ପ୍ରାରମ୍ଭିକ ଟ୍ରେଣ୍ଡକୁ ଦୃଷ୍ଟିରେ ରଖି ପଶ୍ଚିମବଙ୍ଗରେ ଦିଦିଙ୍କ ଖେଳ ଖତମ ହେବା ସହ ଭାଜପା ସରକାର ଗଢିବ ବୋଲି ଆକଳନ କରାଯାଉଛି। ଏହି ସମୟରେ ଏହି ୪ ତାରିଖ ଭାଜପା ପାଇଁ ଶୁଭ ବୋଲି ଚର୍ଚ୍ଚା ଜୋର ଧରିଛି।

ଖେଳ ହେଉ କି ରାଜନୀତି କିଛି ନମ୍ବର ଏମିତି ଥାଏ ଯାହା ବହୁତ କିଛି ଦର୍ଶାଇଥାଏ । ଯେମିତି ଜୁନ ୪, ୨୦୨୪ ଏବଂ ମେ ୪, ୨୦୨୬ ଅର୍ଥାତ୍‌ ୪ ତାରିଖଟି ଭାଜପା ପାଇଁ ଅତ୍ୟନ୍ତ ଶୁଭଙ୍କର ନମ୍ବର ପରି ମନେହେଉଛି । ଆପଣ ଭାବୁଥିବେ ଏହି ଦୁଇ ତାରିଖରେ ଏମିତି କଣ ରହିଛି….

ଓଡ଼ିଶା ରାଜନୀତିରେ ୪ ଜୁନ ୨୦୨୪ ଏକ ଐତିହାସିକ ଦିନ ଥିଲା । ଏହା ଭାଜପା ପାଇଁ ମଧ୍ୟ ଅତ୍ୟନ୍ତ ଶୁଭଙ୍କର ଥିଲା । କାରଣ ଏହି ଦିନ ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ସହ ରାଜ୍ୟରେ ୨୪ ବର୍ଷର ବିଜେଡି ଶାସନର ଅନ୍ତ ଘଟିଥିଲା। ସମସ୍ତଙ୍କୁ ଚକିତ କରି ଶାସନ ଗାଦି ଅକ୍ତିଆର କରିଥିଲା ଭାଜପା । ଦୀର୍ଘ ବର୍ଷର ସଂଘର୍ଷ ପରେ ରାଜ୍ୟରେ ଭାଜପା ନିଜ ବଳରେ ସରକାର ଗଢିବାରେ ସମର୍ଥ ହୋଇଥିଲା । ରାଜ୍ୟରେ ନବୀନ ଲହର ରହିଥିଲେ ସୁଦ୍ଧା ସିଟ୍‌ ହାତେଇବାରେ ସମର୍ଥ ହୋଇଥିଲା । ଦଳ ୧୪୭ରୁ ୭୮ଟି ଆସନ ଜିତି ପ୍ରଥମ ଥର ପାଇଁ ଓଡ଼ିଶାରେ ଏକାକୀ ସରକାର ଗଠନ କଲା । ଶକ୍ତିଶାଳୀ ବିଜେଡି ଦ୍ବିତୀୟ ନମ୍ବରରେ ରହି ମାତ୍ର ୫୧ଟି ସିଟ ହାତେଇବାରେ ସଫଳ ହୋଇଥିଲା ।

ଓଡ଼ିଶାରେ ୨୦୨୪ର ପରିବର୍ତ୍ତନ ପରେ ସାରା ଦେଶର ନଜର ୨୦୨୬ ବିଧାନସଭା ନିର୍ବାଚନ ଉପରେ ରହିଥିଲା । ବିଶେଷ କରି ପଶ୍ଚିମବଙ୍ଗ, ଆସାମ ଏବଂ ଦକ୍ଷିଣ ଭାରତରେ ଭାଜପା ପ୍ରଭାବକୁ ନେଇ ବେଶ ଚର୍ଚ୍ଚା ଚାଲିଥିଲା । ଆଜି ମେ ୪ ତାରିଖ ହୋଇଥିବା ବେଳେ ଭାଜପା ପାଇଁ ଖୁସି ଖବର ଆଣିଛି । ପଶ୍ଚିମବଙ୍ଗ, ଆସାମ, କେରଳ, ତାମିଲନାଡୁ ଏବଂ ପୁଡୁଚେରୀରେ ଭୋଟ ଗଣତି ଜାରି ରହିଛି । ଟ୍ରେଣ୍ଡ ଏବଂ ଏକଜିଟ ପୋଲ ଅନୁଯାୟୀ, ଭାଜପା ପାଇଁ ପରିସ୍ଥିତି ବେଶ ଅନୁକୂଳ ଦେଖାଯାଉଛି । ସବୁ ସ୍ଥାନରେ ଭାଜପା କିମ୍ବା ଭାଜପା ସମର୍ଥିତ ମେଣ୍ଟ ଭଲ ପ୍ରଦର୍ଶନ କରୁଥିବା ଦେଖିବାକୁ ମିଳୁଛି । ବିଶେଷ କରି ପଶ୍ଚିମବଙ୍ଗରେ ମମତା ଗଡରେ ଧସେଇ ପଶିବାରେ ଭାଜପା ସଫଳ ହୋଇଛି । ତେଣୁ ଏହି ୪ ତାରିଖକୁ ନେଇ ସବୁଠି ଚର୍ଚ୍ଚା । ଏହା ଭାଜପା ପାଇଁ ଅତ୍ୟନ୍ତ ଶଭଙ୍କର ।

 


Enter your email to get our daily news in your inbox.

All Right Reserved By Dharitri.Com

ପିଲାସାଲୁଙ୍କି ଜଳଭଣ୍ଡାରରୁ ଜଳ ନିଷ୍କାସନ: ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା, ଜାରି ହେଲା ହାଇ-ଅଲର୍ଟ!

ଖଜୁରୀପଡ଼ା,୧୯ା୯(ବିଦୁର ବେହେରା): ବଙ୍ଗୋପସାଗରରେ ସୃଷ୍ଟ ସକ୍ରିୟ ଲଘୁଚାପ ପ୍ରଭାବରେ ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ପିଲାସାଲୁଙ୍କି ଜଳଭଣ୍ଡାରର ଉପରମୁଣ୍ଡରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ଦେଖାଦେଇଛି। ଜଳଭଣ୍ଡାରର…

ଦୁଆଙ୍କୁ ମିଳିଲା ସାନ ଭଉଣୀ: ଦ୍ୱିତୀୟ କନ୍ୟାରତ୍ନଙ୍କୁ ସ୍ୱାଗତ କଲେ ‘ଦୀପବୀର୍‌’

ମୁମ୍ବାଇ: ବଲିଉଡ୍‌ର ଚର୍ଚ୍ଚିତ ତଥା ଲୋକପ୍ରିୟ ଯୋଡ଼ି ଦୀପିକା ପାଦୁକୋନ୍‌ ଏବଂ ରଣବୀର୍‌ ସିଂହଙ୍କ ଘରକୁ ଆସିଛି ନୂଆ ଅତିଥି। ଶନିବାର ଏହି ଷ୍ଟାର୍‌ ଦମ୍ପତିଙ୍କ କୋଳକୁ…

ଦିଗପହଣ୍ଡି ରେ  ମା ‘ ଫୁଲସୁନ୍ଦରୀଙ୍କ ଯାତ୍ରା ମହୋତ୍ସବ ଶୁଭାରମ୍ଭ  

ଦିଗପହଣ୍ଡି,୧୯|୯(ଅଶେଷ ନାଥ ମିଶ୍ର)ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍ଏସି ୩ ନଂ. ୱାର୍ଡ ନୂଆସାହି ସ୍ଥିତ ଆରାଧ୍ଯା ଦେବୀ ମା’ ଫୁଲସୁନ୍ଦରୀଙ୍କ ଯାତ୍ରା ମହୋତ୍ସବ ଶନିବାର ଠାରୁ ଆରମ୍ଭ…

ଅବ୍ୟବସ୍ଥାରେ ରିଷିଡ଼ା ବସ୍‌ଷ୍ଟାଣ୍ଡ

ରିଷିଡ଼ା,୧୯ା୮(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଷିଡ଼ା ବସ୍‌ଷ୍ଟାଣ୍ଡ ଏବେ ଅବ୍ୟବସ୍ଥା ମଧ୍ୟରେ ଗତି କରୁଛି। ସାମାନ୍ୟ ବର୍ଷାରେ ବସ୍‌ଷ୍ଟାଣ୍ଡ ପରିସର ତଥା ମୁଖ୍ୟ ରାସ୍ତାରେ…

ଭିଡିଓ କଲ୍‌ର ଅପରପାର୍ଶ୍ୱରୁ ଶୁଭିଲା ‘ଦିଦି ପଡ଼ିଗଲା’: ୪୩ ଘଣ୍ଟା ପରେ ଉଦ୍ଧାର ହେଲା…

ସୁନ୍ଦରଗଡ଼, ୧୯/୯ (ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ତଳସରା ଥାନା ଅନ୍ତର୍ଗତ ଘୋଘର ନିକଟ ଇବ୍‌ ନଦୀର କନାକୁଣ୍ଡଠାରେ ଗୁରୁବାର ଅପରାହ୍ଣରେ ଗୋଡ଼ ଖସି ଜଳର…

ରେଷ୍ଟୁରାଣ୍ଟରେ ଭୟଙ୍କର ଅଗ୍ନିକାଣ୍ଡ

ଭୁବନେଶ୍ୱର,୧୯।୯: ଭୁବନେଶ୍ବର ଏୟରଫିଲ୍ଡ ଥାନା ଅଧୀନ ସୁନ୍ଦରପଦା ଅଞ୍ଚଳରେ ଥିବା ଏକ ରେଷ୍ଟୁରାଣ୍ଟରେ ଶନିବାର ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ରେଷ୍ଟୁରାଣ୍ଟରେ ପୋଡି ଯାଇଥିବା ବେଳେ ଲକ୍ଷାଧିକ…

ସମୁଦ୍ର ତଟକୁ ସ୍ବଚ୍ଛ ରଖିବା ପାଇଁ ପ୍ରୟାସ, ବରୁଣ ଦେବତାଙ୍କୁ ବନ୍ଦାପନା କରି…

ମହାକାଳପଡ଼ା,୧୯ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): ପୁରାଣରେ ବର୍ଣ୍ଣିତ ସମୁଦ୍ରକୂ ବରୁଣ ଦେବତା ରୂପେ ପୂଜା କରାଯାଏ। ଶନିବାର ପୂର୍ବାହ୍ନରେ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ନାଞ୍ଜୁରା ପଞ୍ଚାୟତ ଶାସନ…

ଡିଜେ ସାଉଣ୍ଡରେ ଅସ୍ତବ୍ୟସ୍ତ ଜନଜୀବନ:ରୋଗୀଙ୍କ ଚିକିତ୍ସାରେ ବାଧା

ବାଲିଗୁଡ଼ା, ୧୯/୯ (ସଞ୍ଜୟ କୁମାର ପାଣିଗ୍ରାହୀ): ପୂଜା, ପର୍ବପର୍ବାଣି ଓ ବିଭିନ୍ନ ଉତ୍ସବ ଅବସରରେ ଡିଜେ ସାଉଣ୍ଡର ଅତ୍ୟଧିକ ବ୍ୟବହାର ଏବେ ସାଧାରଣ ଲୋକଙ୍କ ପାଇଁ ଅସୁବିଧାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?