କନା ଚୋରକୁ କି କାନୁନ

ଡ. ଗୌରହରି ରାଉତ

କର୍ମକ୍ଷେତ୍ରରେ ସଚ୍ଚୋଟତା ଦେଖାଉଥିବା ବାବୁମାନେ ଏ କନାଚୋରି ଅଭ୍ୟାସରୁ ମୁକୁଳି ପାରନ୍ତି ନାହିଁ। ଏହା ଏକ ସ୍ବାଭାବିକ କଥା। ନିଜ ଗାଡ଼ିରୁ କନାଟିଏ ଚୋରି ହେଲେ ବାବୁଙ୍କର ଆଉ ଚାରା କ’ଣ? ଅଗତ୍ୟା କାହାର ନା କାହାର ଗାଡ଼ିରୁ ସେ କନା ଉଠାଇବାକୁ ବାଧ୍ୟ ହେବେ; ଏହା ଦୋଷାବହ କି? କେଜାଣି ସମ୍ବିଧାନର ନିୟମ କାନୁନ ଭିତରେ ଏହା ଯାଏ କି ନା! ଏଠି ଆଉ ଗୋଟେ ପ୍ରସଙ୍ଗ ଆଡ଼କୁ ଆମେ ଆପଣଙ୍କୁ ନେଉଛୁ। ଶିକ୍ଷକମାନଙ୍କର ଖୋଇ ହେଲା- ନିଜ ପକେଟ୍‌ରେ କଲମ ନ ଥିଲେ ଆଉ କେଉଁ ଶିକ୍ଷକ ବନ୍ଧୁ କିମ୍ବା ଛାତ୍ର ଛାତ୍ରୀଙ୍କ କଲମ ମାଗିଆଣି ଲେଖୁଲେଖୁ ଅଜାଣତରେ ସେ କଲମଟି ନିଜ ବାମ ପାଖ ଛାତି ପକେଟରେ ଗୁଞ୍ଜି ହୋଇଯାଏ, ଯେ କେହି ନ ମାଗିଲା ପର୍ଯ୍ୟନ୍ତ ଶିକ୍ଷଙ୍କ ପକେଟରୁ ଆଉ ତାହା ବାହାରେ ନାହିଁ। ଘରେ ଯାଇ ଦେଖିଲା ବେଳକୁ କାହାର କଲମଟିଏ ରହିଯାଇଛି ନିଜ ପକେଟରେ- ତାହା ବି ତାଙ୍କର ମନେ ନ ଥାଏ। ସେହିପରି ନିଜ କଲମ ବି କେତେବେଳେ ଆଉ କେଉଁ ଶିକ୍ଷକ ବନ୍ଧୁଙ୍କ ପାଖକୁ ଯାଇ ଆଉ ଫେରେନି। ଶିକ୍ଷକଙ୍କର ଏ ପ୍ରକାର ପର କଲମ ହାତେଇବା ବିରୋଧରେ ଯେମିତି କିଛି କାନୁନ ବ୍ୟବସ୍ଥା ନାହିଁ, ସେମିତି ବାବୁଙ୍କର ଏଭଳି କନାଚୋରି ବିପକ୍ଷରେ କିଛି କଟକଣା ନାହିଁ। ଧରାଯାଉ ଗାଡ଼ିରୁ ଚୋରି ହୋଇଯାଇଥିବା କନାର ମାଲିକ ଥାନାରେ ଏଫ୍‌ଆଇଆର ଦେଲେ, ଥାନାବାବୁ କ’ଣ ଏଭଳି ମାମଲାକୁ ଗ୍ରହଣ କରି ଛାନ୍‌ଭିନ୍‌ ଆରମ୍ଭ କରିବେ? ସିନେମା ହଲ୍‌ର ପାର୍କିଂସ୍ଥଳୀ, ଯାତ୍ରା ଓ ମେଳାର ପାର୍କିଂସ୍ଥଳୀ, ମାର୍କେଟ ପ୍ଲେସର ପାର୍କିଂସ୍ଥଳୀ ଏବଂ ସର୍ବୋପରି ବସ୍‌ଷ୍ଟାଣ୍ଡ/ ଷ୍ଟେଶନ୍‌ର ପାର୍କିଂସ୍ଥଳୀରେ ଏଭଳି ଚୋରି ଦେଖିବାକୁ ମିଳୁଛି।
ସୁତରାଂ କହିବା ବାହୁଲ୍ୟ- ଏ କନାଚୋରି ଘଟଣା ଆମ ମେଟ୍ରୋ ସହରମାନଙ୍କର ଏକ ସାଧାରଣ ଘଟଣା ହୋଇଗଲାଣି। ଦୁଇଚକିଆ ଯାନର ପାର୍କିଂ ସ୍ଥାନରେ ଏ କନାଚୋରି ଚାଲିଥିଲେ ବି ନା ଏଥିପାଇଁ ଗାଡ଼ି ଜଗୁଆଳି କିଛି କରିପାରେ ନା ପୁଲିସ ବାବୁମାନେ କିଛି କରିପାରନ୍ତି। ପୁରୁଣା/ପାମ୍ପରା କନାର ମହତ୍ତ୍ୱ ଜାଣିଲେ ତ? ଅଳିଆଗଦାରେ ଫୋପଡ଼ା ହେବା ଯୋଗ୍ୟ ଏ କନାସବୁ ଯେତେବେଳେ ଦୁଇଚକିଆ ଯାନରେ ସ୍ଥାନ ପାଆନ୍ତି, ସେମାନଙ୍କ ଗଉଁ ବଢ଼ିଯାଏ। କୋଟ୍‌ ଟାଇ ପିନ୍ଧିଥିବା ବାବୁମାନେ ଯେତେବେଳେ ଆଗପଛ, ବାଏଁ ଡାଏଁ ଦେଖି ଆଉ କାହା ଗାଡ଼ିରୁ ତାକୁ ସାଦରେ ଉଠାଇ ନିଅନ୍ତି, କନା ଖଣ୍ଡକର ଛାତି କୁଣ୍ଢେମୋଟ ହୋଇଯାଏ। ଯା’ ହେଉ କେଉଁ ଅଳିଆଗଦାକୁ ଯାଇଥା’ନ୍ତା, ସେଠି ପୋଡ଼ା ଯାଇଥା’ନ୍ତା କି ପୋତା ଯାଇଥାନ୍ତା। ହେଲେ ଏତେ ବଡ଼ବଡ଼ ବାବୁମାନେ ଯେତେବେଳେ ତା’ ଉପରେ ଲୋଭ ଦୃଷ୍ଟି ପକାଉଛନ୍ତି ଏହା କି କମ୍‌ କଥା?
ଆପଣ ନିଜେ ଭେଜା ଖଟେଇ କୁହନ୍ତୁ ତ କନାର ମହିମା ଅପାର ନା ନାହିଁ? ଏମିତି ଗୋଟେ ଘଟଣା ଆମର ମନେପଡ଼ୁଛି। ବର୍ଷାମାଡ଼ରେ ଓଦା ହୋଇଥିବା ଗାଡ଼ି ପୋଛିବାକୁ ଯେତେବେଳେ ଗାଡ଼ିରେ ଗେଞ୍ଜିଥିବା କନା ଆମେ ଖୋଜୁ, ତାହା ଆଉ ନ ମିଳେ। ତହୁଁ କରିବୁ କ’ଣ? ସବୁ ଗାଡ଼ିକୁ ଅଣ୍ଡାଳି ଅଣ୍ଡାଳି ଗଲା ବେଳକୁ ଦଶ ବାରଟା ଗାଡ଼ି ପରେ ଅନ୍ୟ ଏକ ଗାଡ଼ିରୁ ତାହା ଆମେ ଠାବକଲୁ ଓ ଆମ କନାକୁ ସେଠୁ ଆଣିଲୁ। ଏଭଳି ବାବୁମାନଙ୍କୁ ଆପଣ କ’ଣ କହିବେ? ଏମିତି କେତେଥର ଆମେ କନାଚୋରିର ଶିକାର ହେଇଛୁ। ଗାଡ଼ି ପୋଛିବାକୁ ଆମ ଦୁଇଚକିଆ ଯାନରେ ଯେତେ କନା ରଖିଲେ ବି କେଉଁ ଗହଳିଆ ପାର୍କିଂ ସ୍ଥାନରେ ତାହା ଚୋରି ହୋଇଯାଇଥାଏ ଯେ ଅସଲ ସମୟରେ ମିଳେନି। ତହୁଁ ଆମେ ଆର କୌଶଳକୁ ଆପଣେଇ ଗାଡ଼ିଟିକୁ ଚକ୍‌ ଚକ୍‌ କରୁ। ଏ ଚୋରି କର୍ମଟା ଧର୍ତ୍ତବ୍ୟ ଅପରାଧ ନୁହେଁ। ମୋ ଗାଡ଼ିର କନା କେହି ଚୋରି କଲେ ମୁଁ କିଆଁ ଛାଡ଼ିବି? ସୁତରାଂ ଆଉ କାହା ଗାଡ଼ି ଅଣ୍ଡାଳିବାକୁ ପଡ଼ିବ ନଇଲେ ଗାଡ଼ି ଅପରିଷ୍କାର, ତା’ ସହ ସାହେବୀ ପୋଷାକ ବି ଅସନା ହେବାର ସମ୍ଭାବନା ଅଛି।
ଯାହା ତ ଥିଲା, ହେଲେ ଆଜିକାଲିର ସ୍ବଚ୍ଛତା ମିଶନ୍‌ରେ କନାର ମହତ୍ତ୍ୱ ଆହୁରି ବଢ଼ିଯାଇଛି ଆଜ୍ଞା। ଯେତେବେଳେ ଚାରିଆଡ଼େ ସ୍ବଚ୍ଛତାର ହୁରି ପଡ଼ିଛି, ସେତେବେଳେ ଏଇ ପାମ୍ପରା କନାର ଚାହିଦା ବି ବଢ଼ିଛି। ସ୍ବଚ୍ଛ ଯାନ ଆଉ ସ୍ବଚ୍ଛ ପୋଷାକ ପାଇଁ ଏବେ ଏହା ଅପରିହାର୍ଯ୍ୟ ହୋଇ ପଡ଼ିଛି। ହେ ବାବୁମାନେ, ଗାଡ଼ିରେ ତୁମେ ଯେତେ କନା ରଖିଲେ ମଧ୍ୟ ତାହା ଚୋରି ହେବ ଇଁ ହେବ। ଏ ଚୋରି ପାଇଁ ଥାନାଠାରୁ ଆରମ୍ଭ କରି କୋର୍ଟ କଚେରି କେଉଁଠି ହେଲେ କାନୁନ ନାହିଁ। ତେଣୁ ତୁମର କନା ଖଣ୍ଡେ କେହି ନେଇଗଲେ ତୁମେ ବି ଆଉ କାହା ଗାଡ଼ି ଉଣ୍ଡି ସେଠୁ କନାଟିଏ ଚୋରିକର। ଆମ ଗାଡ଼ି ପରିଷ୍କାର ହେବା ଦରକାର, ପୋଷାକ ପରିଷ୍କାର ହେବା ଦରକାର।
ଏଥର ମୁଣ୍ଡ ଥୟ କରି କହିଲେ, ସତରେ କ’ଣ କେବେ ଆପଣଙ୍କ ଦୁଇଚକିଆ ଯାନରୁ କନା ଚୋରି ହେଇନି? ଆପଣ ବି କ’ଣ ନିଜ ଗାଡ଼ି ପୋଛିବାକୁ କେବେ ଆଉ କାହା ଗାଡ଼ିରୁ କନା ଚୋରି କରିନାହାନ୍ତି? ନିୟମ କରି ରାଣପକାଇ କୁହନ୍ତୁ ତ !
୮୨୦, ପ୍ରଶାନ୍ତି ବିହାର,
ଭୁବନେଶ୍ୱର
ମୋ: ୮୭୬୩୮୫୩୨୪୪


Enter your email to get our daily news in your inbox.

All Right Reserved By Dharitri.Com

ବ୍ୟକ୍ତିନୀତି-ଗଣନୀତି-ଦୈବୀନୀତି

ପ୍ରାକ୍‌ ସ୍ବାଧୀନତା କାଳରେ ରାଜନୀତିର ସଂଜ୍ଞା ଓ ସ୍ବରୂପ ନିରୂପଣ କରିବା ଆଦୌ କଠିନ ନ ଥିଲା, ବରଂ ଅତ୍ୟନ୍ତ ସହଜ ସାଧ୍ୟ ଥିଲା। ମାତ୍ର ସ୍ବାଧୀନତା…

ମାନବଜାତିର ଭବିଷ୍ୟତ ପାଇଁ ଶିକ୍ଷାର ଭୂମିକା

ଶିକ୍ଷା ହେଉଛି ମାନବ ସଭ୍ୟତାର ଅତୀତ ଓ ଭବିଷ୍ୟତକୁ ଯୋଡ଼ିଥିବା ସବୁଠାରୁ ଦୃଢ଼ ସେତୁ। ପ୍ରାଚୀନ କାଳରେ ଯେତେବେଳେ ଶ୍ରେଣୀକକ୍ଷର କୌଣସି ନିର୍ଦ୍ଦିଷ୍ଟ କାନ୍ଥ ନ ଥିଲା,…

ଫ୍ରାଜାଇଲ ଫାଇଭ୍‌

ବର୍ତ୍ତମାନର କେନ୍ଦ୍ର ସରକାର ବାରମ୍ବାର କହୁଛନ୍ତି, ଦେଶରେ ସବୁ କିଛି ଠିକ୍‌ଠାକ୍‌ ଚାଲିଛି। ୨୦୧୪ ପୂର୍ବରୁ ଭାରତ ‘ଫ୍ରାଜାଇଲ ଫାଇଭ୍‌’ ଅର୍ଥନୀତିରେ ଥିବା ବେଳେ ଏହାର ଅଭିବୃଦ୍ଧି…

ଏଇ ଭାରତରେ

ପଞ୍ଜାବର ଗୁରୁବିନ୍ଦର ସିଂ ସୋହି ଗହମ ବଦଳରେ ଫୁଲ ଚାଷ କରି ବର୍ଷକୁ ୨୨ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି। ଗୁରୁବିନ୍ଦର ରହୁଛନ୍ତି ନାନୋଓ୍ବାଲରେ। ଏହି ଗାଁରେ…

‘ଏକ୍‌ଲା ଚଲୋରେ’ର ବିକୃତ ପ୍ରକଟନ

“ତୋର୍‌ ଡାକ୍‌ ଶୁନେ ଯଦି କେଉ ନା ଆସେ, ତବେ ଏକ୍‌ଲା ଚଲୋରେ“- ନୋବେଲ ପୁରସ୍କାରପ୍ରାପ୍ତ ବିଶ୍ୱକବି ରବୀନ୍ଦ୍ରନାଥ ଟାଗୋରଙ୍କର ଦେଶାମତ୍ବୋଧକ ସଙ୍ଗୀତର ଏହି ପଂକ୍ତି ଆଜି…

କୃଷି କୃଷକର କଥା ଓ ବ୍ୟଥା

ଓଡ଼ିଶା ଏକ କୃଷି ପ୍ରଧାନ ରାଜ୍ୟ। ରାଜ୍ୟର ପ୍ରାୟ ଶତକଡ଼ା ସତୁରି ଭାଗ ଲୋକ ଜୀବନ ଜୀବିକା ପାଇଁ କୃଷି ଉପରେ ନିର୍ଭର କରିଥାନ୍ତି। ତେଣୁ ଓଡ଼ିଶାର…

ଫାଳିକିଆ ଆଇନ

ସଶସ୍ତ୍ର ଦୁର୍ବୃତ୍ତମାନେ ସେପ୍ଟେମ୍ବର ୧୩ରେ ମଣିପୁରର ତାମେଙ୍ଗଲଙ୍ଗ ଜିଲାରେ ଦୁଇଟି ପୃଥକ୍‌ ସ୍ଥାନରେ ଆକ୍ରମଣ କରିବାରୁ ଜଣେ ୬ ବର୍ଷର ଶିଶୁ ଆହତ ହେବା ସହ ୪…

ଏଇ ଭାରତରେ

ମଧ୍ୟପ୍ରଦେଶ ଷ୍ଟେଟ ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସର ଆଇପିଏସ୍‌ ଅଧିକାରୀ ବୀରେନ୍ଦ୍ର ମିଶ୍ରା ବେଡ଼ିଆ ସମ୍ପ୍ରଦାୟର ପିଲାଙ୍କୁ କୁତ୍ସିତ ପ୍ରଥାରୁ ମୁକୁଳାଇ ସମାଜର ମୁଖ୍ୟ ଧାରାରେ ସାମିଲ କରୁଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?