ନବୀନ ନିବାସ ସମ୍ମୁଖରୁ ଦମ୍ପତିଙ୍କୁ ଉଠାଇ ନେଲା ପୋଲିସ

ଭୁବନେଶ୍ୱର,୧୫ା୧୧(ବ୍ୟୁରୋ): ଯାଜପୁର ଜିଲା କୋରେଇ ଥାନାଧିକାରୀଙ୍କ ଦ୍ୱାରା ଶାରୀରିକ ଓ ମାନସିକ ନିର୍ଯାତନାର ଶିକାର ହୋଇଥିବା ଏକ ଦଳିତ ପରିବାର ନ୍ୟାୟ ପାଇଁ ଶେଷରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସୋମବାର ମଧ୍ୟାହ୍ନରେ ନିର୍ଯାତିତ ସ୍ବାମୀ ବଳରାମ ଜେନା ଓ ତାଙ୍କ ସ୍ତ୍ରୀ ଗୀତାଞ୍ଜଳି ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଆସିଥିଲେ। ପୋଲିସ ସେମାନଙ୍କୁ ନବୀନ ନିବାସ ନିକଟରୁ ଉଠାଇ ନେଇଥିବା ସୂଚନା ମିଳିଛି।
ଅଭିଯୋଗ ଅନୁଯାୟୀ, କୋରେଇ ଥାନାଧିକାରୀଙ୍କୁ ଗିରଫ ଏବଂ ଯାଜପୁର ଏସ୍‌ପିଙ୍କ ବଦଳି ଦାବି ନେଇ ବଳରାମ ଓ ଗୀତାଞ୍ଜଳି ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ନବୀନ ନିବାସଠାରେ ପହଞ୍ଚିଥିଲେ। ଦାବିପତ୍ରକୁ ମୁଖ୍ୟମନ୍ତ୍ରୀଙ୍କ ଜଣେ ଅଧିକାରୀ ଗ୍ରହଣ କରିଥିଲେ। ହେଲେ ସେମାନେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିବାକୁ ସମ୍ପୃକ୍ତ ଅଧିକାରୀଙ୍କୁ ଅନୁରୋଧ କରିଥିଲେ। ହେଲେ ସେଠାରେ ନିୟୋଜିତ ସୁରକ୍ଷା କର୍ମୀମାନେ ସେମାନଙ୍କୁ ଛାଡି ନ ଥିଲେ। ଏହି ଦମ୍ପତି ମୁଖ୍ୟମନ୍ତ୍ରୀଙ୍କୁ ନ ଭେଟିବା ପର୍ଯ୍ୟନ୍ତ ସ୍ଥାନ ଛାଡି ଯିବେ ନାହିଁ ବୋଲି ଜିଦ୍‌ ଧରି ସେଠାରେ ବସି ରହିଥିଲେ। ଏହି ଖବର ପାଇ ଏୟାରପୋର୍ଟ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କୁ ଘୋଷାରି ଘୋଷାରି ଉଠାଇ ନେଇଥିଲା ବୋଲି ସେଠାରେ ଉପସ୍ଥିତ ସାମାଜିକ କର୍ମୀ ମନୋରଞ୍ଜନ ଜେନା କହିଛନ୍ତି। ଶେଷରେ ପୋଲିସ ଅପରାହ୍ନ ୨ଟାରେ ଉଭୟଙ୍କୁ ଛାଡି ଦେଇଥିବା ଜଣାପଡିଛି।
ସୂଚନାଯୋଗ୍ୟ, ଗତ ସେପ୍ଟେମ୍ବର ୧୦ ତାରିଖ ରାତିରେ ଟ୍ରାକ୍ଟର ଡ୍ରାଇଭର ବଳରାମ ଓ ତାଙ୍କ ସ୍ତ୍ରୀ ଗୀତାଞ୍ଜଳିଙ୍କୁ ଘରେ ପଶି କେତେଜଣ ବ୍ୟକ୍ତି ମାଡ଼ ମାରି କୋରେଇ ଥାନା ପୋଲିସ ଜିମା ଦେଇଥିଲେ। ଥାନାରେ ବିନା ଏତଲାରେ ବଳରାମଙ୍କୁ ୫ଦିନ ଅଟକ ରଖି ଥାନା ଅଧିକାରୀ ସିସି କ୍ୟାମେରା ବୁଲାଇ ତାଙ୍କୁ ପିଟିଥିଲେ। ଏ ନେଇ ସେପ୍ଟେମ୍ବର ୧୩ରେ ଯାଜପୁର ଏସ୍‌ପି ରାହୁଲ ପି.ଆର୍‌ଙ୍କୁ ଜଣାଇବା ପରେ ବଳରାମଙ୍କୁ ଛଡ଼ା ଯାଇଥିଲା। ମାତ୍ର ଅପହରଣକାରୀ ଓ ଥାନା ଅଧିକାରୀଙ୍କ ନାମରେ ଶାରୀରିକ ନିର୍ଯାତନା ମାମଲା ପାଇଁ ସେହି ମାସ ୨୫ରେ ଜିଲାପାଳ ଓ ଏସ୍‌ପିଙ୍କ ମିଳିତ ଜନଶୁଣାଣିରେ ଗୀତାଞ୍ଜଳି ଅଭିଯୋଗ କରିଥିଲେ। ଏହାପରେ ସେପ୍ଟେମ୍ବର ୨୭ରେ କୋରାଇ ଥାନାଧିକାରୀ ଶ୍ରବଣ କୁମାର ମହାରଣା ନିଜ ନାମରେ ନିଜେ ଥାନାରେ ଏକ ମାମଲା(ନଂ.୩୧୯/୨୨) ରୁଜୁ କରିଥିଲେ। ଇତିମଧ୍ୟରେ ଥାନାର ସିସିଟିଭି କ୍ୟାମେରାରେ ଥିବା ତଥ୍ୟକୁ ନଷ୍ଟ କରାଯାଇଛି ବୋଲି ନିର୍ଯାତିତ ପରିବାର ଅଭିଯୋଗ ଆଣିଛନ୍ତି। କୌଣସି ନ୍ୟାୟ ନ ମିଳିବାରୁ ଅକ୍ଟୋବର ୧୨ରେ ଡିଜିପି ଅଫିସ ଯାଇ ଆଇଜିଙ୍କୁ ସାକ୍ଷାତ କରି ସବୁକଥା ଜଣାଇଥିଲେ। ଏହାପରେ ୧୬ ଅଭିଯୁକ୍ତଙ୍କ ମଧ୍ୟରୁ ୫ ଜଣଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା। ମାତ୍ର ମୁଖ୍ୟ ଅଭିଯୁକ୍ତ ଥାନା ଅଧିକାରୀ ମହାରଣାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲା ନାହିଁ। ଏହାପରେ ଅକ୍ଟୋବର ୨୨ରେ ଆମ୍ବେଡ଼କର-ଲୋହିଆ ବିଚାର ମଞ୍ଚ ପକ୍ଷରୁ ଏସ୍‌ପି ଅଫିସକୁ ଘେରାଉ କରାଯାଇଥିଲା। ଶେଷରେ ସେମାନେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରସ୍ଥ ହୋଇଥିଲେ। ଆମ୍ବେଡ଼କର ଲୋହିଆ ବିଚାର ମଞ୍ଚର ରାଜ୍ୟ ନେତା ମନୋରଞ୍ଜନ ଜେନା, ଭୀମ୍‌ ସେନା, ରାଜ୍ୟ ଉପସଭାପତି ଆର୍ତ୍ତତ୍ରାଣ ମଲ୍ଲିକ, କ୍ଷୀରୋଦ ଦାସ, ଦୁଃଖୀନ ଜେନା, ସହଦେବ ଜେନା ପ୍ରମୁଖ ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଡିଜିପିଙ୍କୁ ରିପୋର୍ଟ ମଗାଯାଇଛି ବୋଲି ସୂଚନା ଦେଇଥିବା ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ମଧୁବୈଶ୍ଯ ସମାଜର ବାର୍ଷିକ ସମ୍ମିଳନୀ ; ପାରମ୍ପରିକ ବ୍ୟବସାୟର ପ୍ରଚାର ପ୍ରସାର ଉପରେ ବିଧାୟକଙ୍କ ଗୁରୁତ୍ୱ

ଦିଗପହଣ୍ଡି,୧୬।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ହାଟତୋଟା ସ୍ଥିତ ଗୁପ୍ତେଶ୍ବର ଶୈବପୀଠ ପରିସରରେ ବଡଖେମୁଣ୍ଡି ତାଲୁକା ମଧୁବୈଶ୍ଯ (ଗୁଡିଆ) ସମାଜର ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି…

ବାପାଙ୍କ ଛୁରାମାଡ଼ରେ ପୁଅଙ୍କ ଚାଲିଗଲା ଜୀବନ, ନୂଆଁଖାଇରେ ହୋଇଥିଲା ରକ୍ତପାତ

ଝରିଗାଁ,୧୬।୯(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ କୁସୁମପାଣି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ଗତ ମଙ୍ଗଳବାର ରାତିରେ ବାପାର ଛୁରା ମାଡ଼ରେ…

କନ୍ନଡ ଅଭିନେତା ଅନନ୍ତ ନାଗ୍‌ ପାଇବେ ଦାଦା ସାହେବ ଫାଲ୍‌କେ ଆୱାର୍ଡ

ନୂଆଦିଲ୍ଲୀ,୧୬।୯: ଭାରତୀୟ ସିନେମାରେ ନିଜର ଦୀର୍ଘ ଓ ସ୍ମରଣୀୟ ଅବଦାନ ପାଇଁ ଦାଦାସାହେବ ଫାଲ୍‌କେ ପୁରସ୍କାର ପାଇବେ କନ୍ନଡ଼ ସିନେମାର ଭେଟେରାନ୍‌ ଅଭିନେତା ଅନନ୍ତ ନାଗ ।…

ଦେଶରେ ହଇଚଇ! Gen-Z ଙ୍କୁ ନୂଆ ମେସେଜ୍ ଦେଲେ ଓୱେସି, ଯିଏ ସ୍ତ୍ରୀଙ୍କ କଥା ମାନି ଚଳେ….

ଭୋପାଳ,୧୬।୯: ୟୁନିଫର୍ମ ସିଭିଲ୍ କୋଡ୍ (UCC) ବିରୋଧରେ ଭୋପାଳରେ ଆୟୋଜିତ ରାଲିରେ AIMIM ମୁଖ୍ୟ ତଥା ଲୋକସଭା ଏମପି ଅସଦୁଦ୍ଦିନ ଓୱେସି Gen Z ଯୁବପିଢ଼ିଙ୍କୁ ସମ୍ବୋଧିତ…

ଆଶାକର୍ମୀଙ୍କୁ ବଡ଼ ଉପହାର, ୨ଗୁଣା ବଢିଲା ଦରମା; ଏବେ ମିଳିବ…

ନୂଆଦିଲ୍‌ଲୀ,୧୬।୯: ଆଶା କର୍ମୀ (ASHA Workers) ମାନଙ୍କୁ ଏକ ବଡ଼ ଉପହାର। ଦିଲ୍ଲୀ ସରକାର ଆଶା କର୍ମୀମାନଙ୍କୁ ମିଳୁଥିବା ମାସିକ ପ୍ରୋତ୍ସାହନ ଭତ୍ତାକୁ ୩,୦୦୦ ଟଙ୍କାରୁ ବୃଦ୍ଧି…

ଛତ୍ରପୁର ବ୍ଲକ ପ୍ରାଥମିକ ଶିକ୍ଷକ ସଂଘର ନୂଆ କର୍ମକର୍ତ୍ତା: ଭୁବନେଶ୍ୱର ରାଲିରେ ଯୋଗ ଦେବାକୁ ଆହ୍ବାନ

ଛତ୍ରପୁର,୧୬ା୯(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ (ଏକ୍ସ-କ୍ୟାଡର)ର ଏକ ଜରୁରୀ ବୈଠକ ବୁଧବାର ଯଜ୍ଞଶାଳା କଳ୍ପବଟ ଆଶ୍ରମ ପରିସରରେ ସଂଘର…

ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ଅଘଟଣ; ନଦୀରେ ବୁଡ଼ି ୨ ଛାତ୍ରଙ୍କ ମୃତ୍ୟୁ, ପ୍ରଶାସନକୁ ଘେରିଲା କଂଗ୍ରେସ

ହିଞ୍ଜିଳିକାଟୁ, ୧୬।୯(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳିକାଟୁରେ ବୁଧବାର ପୂର୍ବାହ୍ନରେ ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ଘଟିଛି ଅଘଟଣ। ହିଞ୍ଜିଳିକାଟୁ ନିକଟ ଘୋଡ଼ାହାଡ଼ ନଦୀରେ ବୁଡ଼ି ୨…

WPL : ଅକ୍ଟୋବର ୨୮ରେ ହେବ ନିଲାମ; ଘୋଷଣା କରାଯାଇଛି ଭେନ୍ୟୁ

ନୂଆଦିଲ୍ଲୀ,୧୬।୯: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ଆଗାମୀ ମହିଳା ପ୍ରିମିୟର ଲିଗ (WPL) ସିଜିନ ପାଇଁ ନିଲାମର ତାରିଖ ଏବଂ ସ୍ଥାନ ଘୋଷଣା କରିଛି। BCCI…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?