ଚୋକ୍‌ସିଙ୍କୁ ଭାରତ ଆଣିବା ଲାଗି କେତେ ଖର୍ଚ୍ଚ ହେବ

ନୂଆଦିଲ୍ଲୀ, ୩୧।୫: ପିଏନ୍‌ବି ବ୍ୟାଙ୍କରୁ ୧୩,୫୦୦ କୋଟି ଟଙ୍କାର ଋଣ ଠକେଇ ମାମଲାର ମୁଖ୍ୟ ଅଭିଯୁକ୍ତ ପଳାତକ ହୀରା ବ୍ୟବସାୟୀ ମେହୁଲ ଚୋକ୍‌ସିଙ୍କୁ ଆଣିବା ପାଇଁ କାରିବିୟନ ଦେଶ ଆଣ୍ଟିଗୁଆକୁ ଭାରତ ପଠାଇଛି ବମ୍‌ବାରେଡର ଗ୍ଲୋବାଲ ୫୦୦୦ ଜେଟ୍‌। ଏହି ସ୍ବତନ୍ତ୍ର ବିମାନର ଉଡାଣ ଲାଗି ଘଣ୍ଟା ପିଛା ୮.୪୬ ଲକ୍ଷ ଟଙ୍କା ଖର୍ଚ୍ଚ ହେବ ବୋଲି ପ୍ରାଇଭେଟ୍‌ ଚାର୍ଟର କମ୍ପାନୀ ପକ୍ଷରୁ କୁହାଯାଇଛି।

ଆଣ୍ଟିଗୁଆରୁ ଭାରତ ଫେରିବା ପାଇଁ ଏହି ସ୍ବତନ୍ତ୍ର ବିମାନକୁ ୧୬ରୁ ୧୭ ଘଣ୍ଟା ଧରି ଉଡ଼ାଣ ଭରିବାକୁ ପଡ଼ିବ। ଏକ ପାଖିଆ ଯାତ୍ରା ପାଇଁ ୧.୩୫ରୁ ୧.୪୩ କୋଟି ଟଙ୍କା ଖର୍ଚ୍ଚ ହେବ। ଏଥି ସହିତ ଦ୍ରବ୍ୟ ଓ ସେବା କର (ଜିଏସ୍‌ଟି) ମଧ୍ୟ ଅଛି। ଏହା ଛଡ଼ା ଯେଉଁ ଦେଶଗୁଡ଼ିକ ଉପର ଦେଇ ଏହି ବିମାନ ଆସିବ, ତାହାର ମଧ୍ୟ ଖର୍ଚ୍ଚ ଅଛି। ପ୍ରତ୍ୟେକ ଦେଶ ଉପରେ ଉଡାଣ ପାଇଁ ୫.୧୧ ଲକ୍ଷ ଟଙ୍କା ଏବଂ ଯାତ୍ରାବେଳେ ପ୍ରତ୍ୟେକ ଫୁଏଲ ଷ୍ଟପ୍‌ ଓ ପାର୍କିଂ ବାବଦକୁ ୧ ଲକ୍ଷ ଟଙ୍କା ଦେବାକୁ ପଡ଼ିବ। ଏଥି ଯୋଗୁ ପୂରା ଯାତ୍ରା ଲାଗି ୨.୭ରୁ ୨.୮୬ କୋଟି ଟଙ୍କା ଖର୍ଚ୍ଚ ହେବ।

ୟାତ୍ରା ଓ୍ବେବସାଇଟ୍‌ ଅନୁଯାୟୀ, ଦିଲ୍ଲୀରୁ ଆଣ୍ଟିଗୁଆ ଯିବା ପାଇଁ ୫୨ ଘଣ୍ଟା ୨୭ ମିନିଟ୍‌ ଲାଗିଥାଏ। ଏହି ଯାତ୍ରାରେ ଦୁଇଟି ଷ୍ଟପେଜ ଅଛି। ପ୍ରଥମଟି ହେଲା ଦୋହରେ। ଏଠାରେ ଯାତ୍ରୀଙ୍କୁ ନ୍ୟୁୟର୍କ ଯିବା ପାଇଁ ଆମେରିକାନ ଏୟାରଲାଇନ୍ସ ଫ୍ଲାଇଟ୍‌କୁ ସାଢ଼େ ୧୨ ଘଣ୍ଟା ଅପେକ୍ଷା କରିବାକୁ ପଡ଼ିଥାଏ। ପରେ ନ୍ୟୁୟର୍କରେ ଆଣ୍ଟିଗୁଆକୁ ନନ୍‌ ଷ୍ଟଫ୍‌ ଫ୍ଲାଇଟ୍‌ ପାଇଁ ୧୭ ଘଣ୍ଟା ୨୫ ମିନିଟ୍‌ ଅପେକ୍ଷା କରିବାକୁ ପଡ଼େ। ଉକ୍ତ ଫ୍ଲାଇଟ୍‌କୁ ଆଣ୍ଟିଗୁଆରେ ପହଞ୍ଚିବା ପାଇଁ ୪ ଘଣ୍ଟା ୧୭ ମିନିଟ୍‌ ଲାଗେ। ଏହି ଯାତ୍ରାରେ ଅନେକ ଷ୍ଟପଜ୍‌ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ନ୍ୟୁଜିଲ୍ୟାଣ୍ଡ ଗସ୍ତ ପୂର୍ବରୁ ଚର୍ଚ୍ଚାରେ ବୈଭବ ସୂର୍ଯ୍ୟବଂଶୀ: ୧୫ ବର୍ଷୀୟ ଭାରତୀୟ ସେନ୍‌ସେସନ୍‌ଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଲେ କିୱି କୋଚ୍‌

ନୂଆଦିଲ୍ଲୀ,୨୪ା୯: ଅକ୍ଟୋବରରେ ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ୫ ମ୍ୟାଚ୍‌ ବିଶିଷ୍ଟ T20 ସିରିଜ୍ ଆରମ୍ଭ ହେବାକୁ ଯାଉଛି। ଏହି ସିରିଜ୍ ପାଇଁ ଟିମ୍ ଇଣ୍ଡିଆ ଘୋଷଣା…

୩ ଦିନ ହେଲା ବର୍ଷା ଜାରି , ମାଧବରୀଡ଼ାରେ ବିପଦ ସଂକେତ ଜଳସ୍ତର

ବେଲଗୁଣ୍ଠା,୨୪ା୯(କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ଅବପାତ ପ୍ରଭାବରେ ବେଲଗୁଣ୍ଠା ଅଞ୍ଚଳରେ ଗତ ୩ ଦିନ ଧରି ଲଗାଣ ବର୍ଷା ଜାରି ରହିଛି। ଫଳରେ ଧାନ ଫସଲକୁ ନେଇ ଚାଷୀଙ୍କ…

ବନ୍ୟାର ପ୍ରଖର ସ୍ରୋତରେ ନାଳ ପାରି ହେଲେ ଗର୍ଭବତୀ

ପାତ୍ରପୁର, ୨୪ା୯(ଉମା ଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ସୀମାନ୍ତରେ ପ୍ରବାହିତ ଜାମୁଗଣ୍ଡ ନାଳରେ ବର୍ଷାଜଳ ବୃଦ୍ଧି ପାଇଛି। ଏଥିଯୋଗୁ କେତେକ ଆଦିବାସୀ ଗ୍ରାମ ବାହ୍ୟ…

ଆରପାରିରେ ବଲିଉଡ୍‌ର ମଲ୍ଟି-ଟାଲେଣ୍ଟେଡ୍ ଅଭିନେତା ମୁସ୍ତାକ୍ ଖାନ୍, ୫୬ ବର୍ଷ ବୟସରେ ପରଲୋକ

ମୁମ୍ବାଇ: ହିନ୍ଦୀ ସିନେମା ଓ ଟେଲିଭିଜନ୍ ଜଗତରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ଜଣାଶୁଣା ବରିଷ୍ଠ ଅଭିନେତା ମୁସ୍ତାକ୍ ଖାନ୍‌ଙ୍କର ୫୬ ବର୍ଷ ବୟସରେ ପରଲୋକ…

ଏସୀୟ କ୍ରୀଡ଼ାର ୧୦,୦୦୦ ମିଟର ଦୌଡ଼ରେ ସୀମାଙ୍କ ଐତିହାସିକ ବ୍ରୋଞ୍ଜ ପଦକ

ନାଗୋୟା,୨୪ା୯: ଭାରତୀୟ ଟ୍ରାକ ଆଣ୍ଡ ଫିଲ୍ଡ ଆଥଲେଟ୍‌ ସୀମା ଗୁରୁବାର ମହିଳା ୧୦,୦୦୦ ମି. ବ୍ରୋଞ୍ଜ ପଦକ ଜିତିଛନ୍ତି। ସୀମା ଦୌଡ଼କୁ ୩୨:୫୦.୦୫ ସେକେଣ୍ଡରେ ଶେଷ କରି…

କଳାହାଣ୍ଡିରେ ଥମିବାର ନା ଧରୁନି ବର୍ଷା, କୁତ୍ରିମ ନଦୀ ହେଲା ଫତେନଗର ପଡା ମୁଖ୍ୟ ରାସ୍ତା

ଭବାନୀପାଟଣା ୨୪।୯,(ଉତ୍ତମ କୁମାର ଦାଶ): ବଙ୍ଗୋପସାଗରରେ ସୃଷ୍ଟି ଗଭୀର ଅବପାତ ପ୍ରଭାବରେ ଗତ ତିନିଦିନ ଧରି କଳାହାଣ୍ଡି ଜିଲାରେ ପ୍ରବଳ ବର୍ଷା ଜାରି ରହିଛି। ଫଳରେ ଜନଜୀବନ…

ଅକ୍ଟୋବର ୧ରୁ ଧନବର୍ଷା! ରାହୁଙ୍କ ସ୍ୱାତୀ ନକ୍ଷତ୍ରକୁ ଯିବେ ବୁଧ, ମାଲାମାଲ୍ ହେବେ ଏହି ୫ ରାଶି

ଅକ୍ଟୋବର ୧ ତାରିଖ ସକାଳ ୯ଟା ୩୩ ମିନିଟ୍‌ରେ ଗ୍ରହମାନଙ୍କ କୁମାର ‘ବୁଧ’ ତୁଳା ରାଶିରେ ବିରାଜମାନ ଥାଇ ସ୍ୱାତୀ ନକ୍ଷତ୍ରରେ ପ୍ରବେଶ କରିବାକୁ ଯାଉଛନ୍ତି। ବୁଧ…

ଲାଇଭ୍‌ ହେବ କଟକ ଦୁର୍ଗାପୂଜା: ୟୁଟ୍ୟୁବ୍‌-ୱେବସାଇଟ୍‌ରେ ସିଧା ପ୍ରସାରଣ ଦେଖିପାରିବେ ଶ୍ରଦ୍ଧାଳୁ

କଟକ,୨୪।୯: କଟକର ପ୍ରସିଦ୍ଧ ଦୁର୍ଗାପୂଜା ଓ ଭସାଣି ଉତ୍ସବକୁ ନେଇ ଜିଲା ପ୍ରଶାସନ ପକ୍ଷରୁ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି। ଚଳିତ ବର୍ଷ କଟକ ଦୁର୍ଗାପୂଜା ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?