Posted inଫୁରସତ

ପ୍ଲେଜର ମ୍ୟାରେଜ କ’ଣ, ମୁସଲିମ ଦେଶରେ କାହିଁକି ବଢୁଛି ଏହାର ଚଳଣି?

ଜାକର୍ତ୍ତା: ଇଣ୍ଡୋନେସିଆ ହେଉଛି ଦକ୍ଷିଣ ପୂର୍ବ ଏସିଆରେ ଅବସ୍ଥିତ ଏକ ମୁସଲମାନ ବହୁଳ ଦେଶ। ଏବେ ଏଠାରେ ଏକ ସ୍ବତନ୍ତ୍ର ବିବାହକୁ ନେଇ ଆଲୋଚନା ହେଉଛି। ସୂଚନା ଅନୁସାରେ ଏଠାରେ ଥିବା ଝିଅମାନେ ଟଙ୍କା ବଦଳରେ କିଛି ସମୟ ପାଇଁ ଅସ୍ଥାୟୀ ବିବାହ କରୁଛନ୍ତି । ଏହି ବିବାହ ପ୍ଲେଜର ମ୍ୟାରେଜ ବା ଆନନ୍ଦ ବିବାହ ଭାବରେ ଜଣାଶୁଣା। ତେବେ ଏହି ଅଭ୍ୟାସକୁ ସୋସିଆଲ ମିଡିଆରେ ମଧ୍ୟ ସମାଲୋଚନା କରାଯାଉଛି।

ପୁଙ୍କାକ ଗାଁ ଇଣ୍ଡୋନେସିଆର ପଶ୍ଚିମରେ ଅବସ୍ଥିତ। ଏଠାରେ ଆରବୀ ରୋଷେଇର ବ୍ୟବହାର ପ୍ରଚୁର ପରିମାଣରେ କରାଯାଇଥାଏ। ପ୍ରତିବର୍ଷ ପଶ୍ଚିମ ଏସିଆ ଏବଂ ଆରବ ଦେଶରୁ ବହୁ ସଂଖ୍ୟକ ପର୍ଯ୍ୟଟକ ଏଠାକୁ ଆସନ୍ତି । ଏଠାରେ କୋଟା ବୁଙ୍ଗାରେ ଅବସ୍ଥିତ ଏକ ରିସୋର୍ଟରେ ପର୍ଯ୍ୟଟକମାନେ ଏକ ଏଜେନ୍ସି ମାଧ୍ୟମରେ ସ୍ଥାନୀୟ ମହିଳାମାନଙ୍କ ସହିତ ପରିଚିତ ହୁଅନ୍ତି । ଉଭୟ ପକ୍ଷ ରାଜି ହେବା ପରେ ଏକ ଅନୌପଚାରିକ ବିବାହ ସମାରୋହ ଆୟୋଜିତ ହୋଇଥାଏ। ଏହି ବିବାହ ଅସ୍ଥାୟୀ ଅଟେ । ବିବାହ ପୂର୍ବରୁ ବରକୁ କନ୍ୟାର ମୂଲ୍ୟ ଦେବାକୁ ପଡିଥାଏ।
ବିବାହ ପରେ ସ୍ବାମୀ-ସ୍ତ୍ରୀ ଏକାଠି ରୁହନ୍ତି। ପତ୍ନୀ ଘରର ସମସ୍ତ କାମ କରନ୍ତି। ଉଭୟଙ୍କ ମଧ୍ୟରେ ଶାରୀରିକ ସମ୍ପର୍କ ବି ରହିଥାଏ। କିନ୍ତୁ ଯେତେବେଳେ ତାଙ୍କ ସ୍ବାମୀ ଇଣ୍ଡୋନେସିଆ ଛାଡନ୍ତି, ସେତେବେଳେ ବିବାହ ଆପଣାଛାଏଁ ଭାଙ୍ଗି ଯାଇଥାଏ। ସୂଚନାଯୋଗ୍ୟ, ଇଣ୍ଡୋନେସିଆ ନିୟମ ଅନୁଯାୟୀ ପ୍ଲେଜର ମ୍ୟାରେଜ ସ୍ବୀକୃତିପ୍ରାପ୍ତ ନୁହେଁ। ଦେଶରେ ବିବାହ ନିୟମ ଉଲ୍ଲଂଘନ କଲେ ଜେଲ ଏବଂ ଜରିମାନା ବ୍ୟବସ୍ଥା ରହିଛି।
ସାଉଥ ଚାଇନା ମର୍ନିଂ ପୋଷ୍ଟ ଅନୁଯାୟୀ, ଇଣ୍ଡୋନେସିଆର ପୁଙ୍କାକ ଅଞ୍ଚଳରେ ପ୍ଲେଜର ମ୍ୟାରେଜ ଏକ ଇଣ୍ଡଷ୍ଟ୍ରିର ରୂପ ନେଇଛି। ପୂର୍ବରୁ ପରିବାର ସଦସ୍ୟ କିମ୍ବା ପରିଚିତମାନେ ଝିଅମାନଙ୍କୁ ପର୍ଯ୍ୟଟକଙ୍କ ସହିତ ପରିଚିତ କରାଉଥିଲେ। କିନ୍ତୁ ବର୍ତ୍ତମାନ ଏହା ଏକ ଶିଳ୍ପ ପରି ହୋଇଗଲାଣି। ଏଜେନ୍ସି ଦ୍ୱାରା ପରିବାର ଏବଂ ପରିଚିତଙ୍କୁ ସ୍ଥାନିତ କରାଯାଇଛି। ବର୍ତ୍ତମାନ ଏମିତି ବିବାହର ବ୍ୟବସ୍ଥାରେ ଏହି ଏଜେନ୍ସିଗୁଡ଼ିକର ଭୂମିକା ଗୁରୁତ୍ୱପୂର୍ଣ୍ଣ।
ଜଣେ ସ୍ଥାନୀୟ ମହିଳା ପ୍ଲେଜର ମ୍ୟାରେଜ ସମ୍ବନ୍ଧୀୟ ଅନୁଭୂତି ବାଣ୍ଟିଥିଲେ। ଏହି ମହିଳାଙ୍କ ନାମ କହାୟା। ସେ ୧୭ ବର୍ଷ ବୟସରେ ପ୍ରଥମ ଥର ପାଇଁ କନ୍ୟା ହୋଇଥିଲେ। ବର୍ତ୍ତମାନ ପର୍ଯ୍ୟନ୍ତ ସେ ୧୫ରୁ ଅଧିକ ଥର ପ୍ଲେଜର ମ୍ୟାରେଜ କରିଛନ୍ତି। କହାୟାଙ୍କର ପ୍ରଥମ ବିବାହ ସୌଦି ଆରବର ଜଣେ ୫୦ବର୍ଷ ବୟସ୍କ ବ୍ୟକ୍ତିଙ୍କ ସହିତ ହୋଇଥିଲା।
ବିବାହର ପାଞ୍ଚ ଦିନ ପରେ ସେମାନେ ଛାଡପତ୍ର ଦେଇଥିଲେ। ସୌଦି ବ୍ୟକ୍ତି ଜଣକ ମୋଟ ୮୫୦ ଆମେରିକୀୟ ଡଲାର ପ୍ରଦାନ କରିଥିଲେ। ତେବେ କାହୟା ମାତ୍ର ଅଧା ରାଶି ପାଇଥିଲେ। କାହୟାଙ୍କ ଅନୁଯାୟୀ, ସେ ପ୍ରତ୍ୟେକ ପ୍ଲେଜର ମ୍ୟାରେରୁ ୩୦୦ ରୁ ୫୦୦ ଆମେରିକୀୟ ଡଲାର ରୋଜଗାର କରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?