Posted inଜାତୀୟ

ପେଲେଟ୍ ଗନ୍ କ’ଣ, ଏହା କେତେ ଘାତକ? କେଉଁ ପରିସ୍ଥିତିରେ ବ୍ୟବହାର ହୁଏ ଜାଣନ୍ତୁ

ନୂଆଦିଲ୍ଲୀ,୩୦।୭: ସଂସଦରେ ଆଣ୍ଟି ପେପର ଲିକ୍ ବିଲ୍ ଉପରେ ଆଲୋଚନା ସମୟରେ ପେଲେଟ୍ ଗନ୍ ପ୍ରସଙ୍ଗକୁ ନେଇ ଶାସକ ଓ ବିରୋଧୀଙ୍କ ମଧ୍ୟରେ ତୀବ୍ର ବାକ୍‌ଯୁଦ୍ଧ ଦେଖିବାକୁ ମିଳିଛି । ବିରୋଧୀ ଦଳର ନେତାମାନେ ଅଭିଯୋଗ କରିଛନ୍ତି ଯେ, NEET ପରୀକ୍ଷା ପେପର ଲିକ୍ ବିରୋଧରେ ଦିଲ୍ଲୀରେ ଆନ୍ଦୋଳନ କରୁଥିବା ଛାତ୍ରୀଛାତ୍ରଙ୍କ ଉପରେ ପେଲେଟ୍ ଗନ୍ ବ୍ୟବହାର କରାଯାଇଥିଲା। ବୁଧବାର ଲୋକ ସଭାରେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ଏହି ଅଭିଯୋଗ ଆଣିବା ପରେ ସଦନରେ ଜୋରଦାର ହଙ୍ଗାମା ହୋଇଥିଲା।

ପେଲେଟ୍ ଗନ୍ ହେଉଛି ଏକ କମ୍ ଘାତକ ଅସ୍ତ୍ର, ଯାହାକି ଭିଡ଼ ନିୟନ୍ତ୍ରଣ ପାଇଁ ସୁରକ୍ଷା ବାହିନୀ ବ୍ୟବହାର କରନ୍ତି । ଏହାର ବ୍ୟବହାର SOP ଅନୁଯାୟୀ ନିର୍ଦ୍ଦିଷ୍ଟ ପରିସ୍ଥିତିରେ କରାଯାଏ, ବିଶେଷକରି ସମ୍ବେଦନଶୀଳ ଅଞ୍ଚଳ କିମ୍ବା ଜରୁରୀ ପରିସ୍ଥିତିରେ।ତେବେ ପେଲେଟ୍ ଗନ୍ ବ୍ୟବହାରକୁ ନେଇ ପୂର୍ବରୁ ମଧ୍ୟ ବିବାଦ ରହିଛି । କାରଣ, ଏହାର ଆଘାତରେ ଅନେକ ଲୋକଙ୍କ ଆଖି ଓ ମୁହଁରେ ଗୁରୁତର ଆଘାତ ଲାଗିଥିବା ଘଟଣା ସାମ୍ନାକୁ ଆସିଛି । ଏହି କାରଣରୁ ପେଲେଟ୍ ଗନ୍ ବ୍ୟବହାରକୁ ନେଇ ପୁଣିଥରେ ରାଜନୈତିକ ଓ ଆଇନଗତ ଚର୍ଚ୍ଚା ଜୋର ଧରିଛି । ପେଲେଟ୍ ଗନ୍ ସାଧାରଣତଃ ୧୨-ବୋର ପମ୍ପ-ଆକ୍ସନ୍ ଶଟଗନ୍ ହୋଇଥାଏ। ଏହାର କାର୍ଟ୍ରିଜ୍‌ ଭିତରେ ଶହ ଶହ ଛୋଟ ଧାତୁର ପେଲେଟ୍ ଛର୍ରା ରହିଥାଏ। ଗୁଳି ଚାଳନା ପରେ ଏହି ପେଲେଟ୍ ଚାରିଆଡ଼େ ବ୍ୟାପି ଯାଇ ଭିଡ଼କୁ ଛିନ୍ନଭିନ୍ନ କରିବା ପାଇଁ ବ୍ୟବହୃତ ହୁଏ ।

ପେଲେଟ୍ ଗନ୍ ସେତେବେଳେ ବ୍ୟବହାର କରାଯାଏ, ଯେତେବେଳେ ବୁଝାଇବା, ସତର୍କ କରିବା, ଲାଠିଚାର୍ଜ, ଲୁହବୁହା ଗ୍ୟାସ୍ କିମ୍ବା ୱାଟର କ୍ୟାନନ୍ ଭଳି ପଦକ୍ଷେପ ବିଫଳ ହୁଏ ଏବଂ ଭିଡ଼ ହିଂସ୍ର ହୋଇ ଜନସାଧାରଣ କିମ୍ବା ସୁରକ୍ଷା ବାହିନୀ ପାଇଁ ବିପଦ ସୃଷ୍ଟି କରେ । ଘଟଣାସ୍ଥଳରେ ଉପସ୍ଥିତ ବରିଷ୍ଠ ଅଧିକାରୀ କିମ୍ବା ଅପରେସନ୍ କମାଣ୍ଡରଙ୍କ ଅନୁମତି ପରେ ମାତ୍ର ପେଲେଟ୍ ଗନ୍ ବ୍ୟବହାର କରାଯାଏ। SOP ଅନୁଯାୟୀ, ମୁଣ୍ଡ, ମୁହଁ, ଆଖି, ବେକ କିମ୍ବା ଛାତିକୁ ଲକ୍ଷ୍ୟ କରି ଗୁଳି ଚାଳନା କରାଯାଏ ନାହିଁ। ସାଧାରଣତଃ ଅଣ୍ଟା ତଳକୁ, ବିଶେଷକରି ଗୋଡ଼କୁ ଲକ୍ଷ୍ୟ କରାଯାଏ।

ଅତି ନିକଟରୁ ଗୁଳି ଚାଳନା କରିବା ନିଷେଧ, କାରଣ ଏଥିରେ ଗୁରୁତର ଆଘାତ କିମ୍ବା ମୃତ୍ୟୁର ଆଶଙ୍କା ବଢ଼ିଯାଏ। ପେଲେଟ୍ ଗନ୍‌ରେ କେହି ଆହତ ହେଲେ, ତାଙ୍କୁ ଯଥାଶୀଘ୍ର ଚିକିତ୍ସା ସହାୟତା ଦେବା SOPର ଅଂଶ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଭୁଲରେ ବି ଏପରି ରଖନ୍ତୁ ନାହିଁ ଅଫିସ ବ୍ୟାଗ: କ୍ୟାରିୟର ହେବ ବଡ଼ କ୍ଷତି, ପାଖରୁ ପଳାଇବ ସବୁ ଧନ !

ଅଫିସରୁ ଫେରିବା ପରେ ଥକିଯାଇ ଅନେକ ସମୟରେ ଆମେ ନିଜ ଅଫିସ ବ୍ୟାଗକୁ ଘରର ଯେକୌଣସି ସ୍ଥାନରେ ରଖିଦେଉ। କେହି କେହି ତ ବ୍ୟାଗ ଖୋଲିବା ମାତ୍ରେ…

Viral Video: ନିଷ୍ପାପ ଶିଶୁ ସହ ଏମିତି ଖୁସି ମଜା କରୁଛି ମାଙ୍କଡ଼, ଭିଡିଓ ଦେଖିଲେ…

ସୋସିଆଲ ମିଡିଆରେ ପ୍ରାୟତଃ ପଶୁ ଏବଂ ମଣିଷଙ୍କ ଭିଡିଓ ଦେଖିବାକୁ ମିଳିଥାଏ। ଏଥିରୁ କିଛି ଭିଡିଓ ଭୟଙ୍କର ହୋଇଥିବାବେଳେ ଆଉ କିଛି ଭିଡିଓ ଖୁସି ଆଣି ଦେଇଥାଏ।…

ଜିନପିଙ୍ଗଙ୍କୁ ପସନ୍ଦ ଭାରତ ଚା’! ମୋଦିଙ୍କ ସହ ନେଲେ ମଜା

ନୂଆଦିଲ୍ଲୀ/ବେଜିଂ,୧୪।୯: ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ଭାରତ ଗସ୍ତକୁ ବେଶ ଉପଭୋଗ କରୁଛନ୍ତି। ୧୮ତମ ବ୍ରିକ୍ସ (BRICS) ସମ୍ମିଳନୀ ପାଇଁ ଦିଲ୍ଲୀରେ ପହଞ୍ଚିବା ପରେ ସେ ସ୍ଥାନୀୟ…

ମନ୍ତ୍ରୀଙ୍କ ବଡ଼ ସୂଚନା, ଓଡ଼ିଶା ବଜାରକୁ ଆସିବ ଓମ୍‌ଫେଡ ଆଇସକ୍ରିମ୍ ଓ ପାଣି

ଭୁବନେଶ୍ବର,୧୪ା୯: ଓଡ଼ିଶାର ଲୋକପ୍ରିୟ ଦୁଗ୍ଧ କମ୍ପାନୀ ଓମ୍‌ଫେଡ୍‌ ଏଣିକି ଆଇସକ୍ରିମ୍ ଓ ପାଣି ମଧ୍ୟ ବଜାରକୁ ଆଣିବାକୁ ଯୋଜନା କରୁଛି । ଏନେଇ ସୂଚନା ଦେଇଛନ୍ତି ମତ୍ସ୍ୟ…

ଗଣେଶ ପୂଜାରେ ଅଘଟଣ: ମଣ୍ଡପକୁ ଯିବା ଲାଗି ଗାଧୋଇବାକୁ ଯାଇ ପୋଖରୀରେ ବୁଡ଼ିଗଲେ ଯୁବକ

ବାଲେଶ୍ୱର,୧୪ା୯(ବାଞ୍ଛାନିଧି ଦେ): ଅଗ୍ରପୂଜ୍ୟ ଗଣପତି ବାବାଙ୍କ ପୂଜା ଉତ୍ସବ ସୋମବାର ଧୂମ୍‌ଧାମରେ ପାଳିତ ହେଉଥିବାବେଳେ ବାଲେଶ୍ୱର ଜିଲା ରେମୁଣା ଅଞ୍ଚଳରେ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି…

ନୂଆଁଖାଇରେ ମାଟିପାତ୍ରର ମହକ; ବଲାଙ୍ଗୀର ହାଟରେ ବିକ୍ରି ହେଲାଣି କୁରେପତ୍ର ସାଙ୍ଗକୁ ଖଲିଦନା

ବଲାଙ୍ଗୀର,୧୪ା୯(ସୁନିଲ କୁମାର ମହାନ୍ତି): ରାତି ପାହିଲେ ନୂଆଁଖାଇ । ପ୍ରକୃତି ସହ ଓତପ୍ରୋତ ଭାବେ ଜଡ଼ିତ ନୂଆଁଖାଇ । ଏହି ଦିନ ପ୍ରଥମ ଅନ୍ନ ପ୍ରସ୍ତୁତିରେ ମାଟିପାତ୍ରର…

ବରଗଡ଼ରେ ଚାଞ୍ଚଲ୍ୟ: ନୂଆଖାଇ ପୂର୍ବରୁ ସ୍ତ୍ରୀଙ୍କୁ ପିଟିପିଟି ମାରିଲେ ସ୍ବାମୀ

ଅତାବିରା,୧୪।୯(ଯୁଧିଷ୍ଠିର ମହାପାତ୍ର)- ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଅମ୍ଳିପାଲି ପଞ୍ଚାୟତ ଗଡତିଆଟିକ୍ରା ଗ୍ରାମରେ ଏକ ହତ୍ୟାକାଣ୍ଡ ଘଟିଛି। ସ୍ତ୍ରୀଙ୍କୁ ପିଟିପିଟି ସ୍ବାମୀ ହତ୍ୟା କରିଥିବା ଅଭିଯୋଗ…

ପୁଣି ବଡ଼ ଆନ୍ଦୋଳନ, ମହାରାଷ୍ଟ୍ର ସରକାରଙ୍କୁ ଘେରିବ CJP! ଅଭିଜିତ ଦୀପକେ କହିଲେ..

ମୁମ୍ବାଇ,୧୪ା୯: ଆନ୍ଦୋଳନ ନେଇ ବଡ଼ ଘୋଷଣା କଲା ସିଜେପି । ନିଟ୍‌ ପେପର ଲିକ୍‌ ମାମଲାକୁ ନେଇ ଦିଲ୍ଲୀର ଜନ୍ତର ମନ୍ତରରେ ବିକ୍ଷୋଭ ପରେ ଏବେ ମହାରାଷ୍ଟ୍ରର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?