Posted inଫୁରସତ

ଘର ସଫା କଲାବେଳେ କେଉଁ ଜିନିଷ ମିଳିବା ଶୁଭ

ବାସ୍ତୁଶାସ୍ତ୍ର ଅନୁଯାୟୀ, ଦୀପାବଳି ଅବସରରେ ଘରଦ୍ୱାର ସଫା କଲେ ଐଶ୍ୱର୍ଯ୍ୟ ବୃଦ୍ଧି ହେବା ସହ ମାତୃକୃପା ଲାଭ ହୋଇଥାଏ। ଆଉ ଯଦି ଏହି ସଫା କରିବା ସମୟରେ ଶଙ୍ଖ, କଉଡ଼ି, ମୟୂରପୁଚ୍ଛ ଭଳି କିଛି ବିଶେଷ ଜିନିଷ ମିଳେ ତା’ହେଲେ ଏହାକୁ ଶୁଭ ସଙ୍କେତ ବୋଲି କୁହାଯାଇଥାଏ…
* ପଇସା ମିଳିବା: ଦୀପାବଳି ପାଇଁ ଘରସଫା କଲାବେଳେ ଯଦି କୌଣସି ପୁରୁଣା ବାକ୍ସ ଅବା ଡବାରୁ ପଇସା ମିଳେ, ତା’ହେଲେ ଏହା ଆର୍ଥିକ ସ୍ଥିତିରେ ସୁଧାର ଆସିବାର ସଙ୍କେତ ଦେଇଥାଏ। ଏହି ପଇସାକୁ ହଠାତ୍‌ ଖର୍ଚ୍ଚ ନ କରି ବରଂ ନାଲି କପଡ଼ାରେ ଗୁଡ଼ାଇ ଆଲମାରୀରେ ରଖିଲେ ମା’ଙ୍କ ଆଶୀର୍ବାଦ ପ୍ରାପ୍ତ ହୋଇଥାଏ ବୋଲି ବିଶ୍ୱାସ ରହିଛି।
* ଶଙ୍ଖ, କଉଡ଼ି ମିଳିବା: ଦୀପାବଳି ପାଇଁ ଘରସଫା କଲାବେଳେ କଉଡ଼ି, ଶଙ୍ଖ ମିଳିବା ବି ଶୁଭ ସୂଚନା ଦିଏ। ଏହାକୁ ଗଙ୍ଗାଜଳରେ ଧୋଇ ଠାକୁର ଘରେ ରଖି ପୂଜାକଲେ ପ୍ରଭୁ ବିଷ୍ଣୁ ଓ ମାତା ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି ବୋଲି ମାନ୍ୟତା ରହିଛି।
* ମୟୂରପୁଚ୍ଛ ମିଳିବା: ମୟୂରପୁଚ୍ଛକୁ ବି ଘରସଫା କଲାବେଳେ ହଠାତ୍‌ ପାଇଲେ ଶୁଭ ଖବର ମିଳିବାର ସୂଚନା ମିଳେ ବୋଲି ବିଶ୍ୱାସ କରାଯାଏ। ଏହାକୁ ପରିଷ୍କାର କରି ପବିତ୍ର ମନରେ ଠାକୁର ଘରେ ରଖିଲେ ପରିବାର ସଦସ୍ୟଙ୍କ ଭିତରେ ସ୍ନେହ ଶ୍ରଦ୍ଧା ବୃଦ୍ଧିପାଏ ବୋଲି ବାସ୍ତୁଶାସ୍ତ୍ରରେ ଉଲ୍ଲେଖ ରହିଛି।
* ନାଲି ବସ୍ତ୍ର: ନାଲି ରଙ୍ଗକୁ ଊର୍ଜା, ସାହସ, ପ୍ରେମ, ସୌଭାଗ୍ୟର ପ୍ରତୀକ ବୋଲି କୁହାଯାଏ। ଦୀପାବଳି ପାଇଁ ଘରସଫା କଲାବେଳେ କୌଣସି ମନ୍ଦିରର ନାଲି ଧ୍ୱଜା ଅବା ମା’ଙ୍କ ନାଲି ଓଢ଼ଣୀ କିମ୍ବା ବସ୍ତ୍ରର ଛୋଟ ଟୁକୁଡ଼ାଟିଏ ମିଳିଲେ ଏହା ମା’ଙ୍କ କରୁଣାପ୍ରାପ୍ତିକୁ ସୂଚାଇଥାଏ।

 

Dharitri – Odisha’s No.1, Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଖବର ବାଜିଲା, ପ୍ରଶାସନ ହଲିଲା : ଜିଲାପାଳ, ବିଧାୟକଙ୍କ ହସ୍ତକ୍ଷେପ ପରେ ଜଳ ନିଷ୍କାସନ କାର୍ଯ୍ୟ ଆରମ୍ଭ

ଛତ୍ରପୁର, ୨୭/୯ (ଦିଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଲଗାଣ ବର୍ଷାରେ ଜଳବନ୍ଦୀ ହୋଇପଡ଼ିଥିବା ଛତ୍ରପୁର ପୌରପରିଷଦ ଅଞ୍ଚଳରେ ଏବେ ପ୍ରଶାସନିକ ତତ୍ପରତା ଦେଖିବାକୁ ମିଳିଛି। ଗଭୀର ଅବପାତ ପ୍ରଭାବରେ…

ପରିବେଶକୁ ସ୍ବଚ୍ଛ ରଖିବା ପାଇଁ ଆଗେଇ ଆସିଲେ ଯୁବବର୍ଗ, ଅଳିଆ ଆବର୍ଜନା ସଂଗ୍ରହ କରି…

କର୍ଲାମୁଣ୍ଡା,୨୭ା୯(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଯୋରାଡବରାରେ ଥିବା ରାଧାମାଧବ ଯୁବକ ସଂଘ, ଯୋରାଡବରା ତଥା ମେରା ଯୁବା ଭାରତ କଳାହାଣ୍ଡି ପକ୍ଷରୁ ‘ସେବା…

ସଚିନ ତେନ୍ଦୁଲକରଙ୍କ ୧୯ ବର୍ଷ ପୁରୁଣା ରେକର୍ଡ ଭାଙ୍ଗିବାକୁ ପ୍ରସ୍ତୁତ ବିରାଟ, ଅପେକ୍ଷାରେ ଦର୍ଶକେ

ନୂଆଦିଲ୍ଲୀ,୨୭।୯: ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ପ୍ରଥମ ଦିନିକିଆ ମ୍ୟାଚ ରବିବାର ତିରୁଭାନନ୍ତପୁରମରେ ଖେଳାଯିବ। ଗ୍ରୀନଫିଲ୍ଡ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଅପରାହ୍ନ ୨ଟାରେ ଏହି ମ୍ୟାଚ ଆରମ୍ଭ ହେବାର…

ଶୌଚ ହେବାକୁ ଯାଇ ନଦୀରେ ଖସିଗଲା କ୍ରିଷ୍ଣାରାଣୀଙ୍କ ଗୋଡ଼, ଭାଇ ଥାନାରେ ଅଭିଯୋଗ କରି…

ଧାମନଗର,୨୭ା୯(ସନ୍ତୋଷ କୁମାର ମହାପାତ୍ର): ଧାମନଗର ଥାନା ଅନ୍ତର୍ଗତ ଦଳାଙ୍ଗ ପଞ୍ଚାୟତର ଜାହାଙ୍ଗୀର ଗ୍ରାମ (ଭୋଇ ସାହି)ର ପ୍ରଦୀପ ଜେନାଙ୍କ ଝିଅ କ୍ରିଷ୍ଣା ଜେନା (୨୧) ରବିବାର ସକାଳେ…

ମୁଥୁଟ ଫିନକର୍ପ (Muthoot Fincorp) ସହିତ ଏକ ନୂତନ ଅଧ୍ୟାୟ ଆରମ୍ଭ କରିଛି BCCI, ଜାଣନ୍ତୁ ଏହା କ’ଣ

ନୂଆଦିଲ୍ଲୀ,୨୭।୯: ଭାରତୀୟ କ୍ରିକେଟ କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ବରୂପ, ‘ମୁଥୁଟ ଫିନକର୍ପ ଲିମିଟେଡ’ (Muthoot Fincorp Limited) ଭାରତରେ ଖେଳାଯାଉଥିବା ଘରୋଇ କ୍ରିକେଟ ମ୍ୟାଚଗୁଡ଼ିକ ପାଇଁ…

ପୁଣି ଖୋଲିଲା ହୀରାକୁଦ ଜଳଭଣ୍ଡାରର ୬ଟି ସ୍ଲୁଇସ୍‌ ଗେଟ୍‌: ମୋଟ ୨୬ଟି ଗେଟ୍‌ରେ ବନ୍ୟାଜଳ ନିଷ୍କାସନ ଜାରି

ସମ୍ବଲପୁର, ୨୭/୯ (ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ପରିମାଣ ପୁଣି ବଢ଼ିବାରୁ ରୁଲ୍‌କର୍ଭର ଉତ୍ତମ ପରିଚାଳନା ସ୍ୱରୂପ ରବିବାର ପର୍ଯ୍ୟାୟକ୍ରମେ ଆଉ ୬ଟି ସ୍ଲୁଇସ୍‌…

ଗାଧୋଇବାକୁ ଯାଇ ପୋଖରୀରେ ବୁଡ଼ିଗଲେ ନାବାଳକ, ଲୁହରେ ଭିଜୁଛି ଗାଁ

ଡେରାବିଶ,୨୭ା୯(ବେବର୍ତ୍ତା ଅଜୟ ଦାସ): କେନ୍ଦ୍ରାପଡ଼ା ଜିଲା ଡେରାବିଶ ଥାନା ଅନ୍ତର୍ଗତ ବିଲିଆ ଗ୍ରାମରେ ରବିବାର ସକାଳେ ଏକ ଅତ୍ୟନ୍ତ ଦୁଃଖଦ ଓ ହୃଦୟବିଦାରକ ଘଟଣା ଘଟିଯାଇଛି। ଗ୍ରାମର…

ଏଣିକି ୨୮ଦିନିଆ ନୁହେଁ ୩୦ଦିନ ରହିବ ରିଚାର୍ଜ ପ୍ଲାନ! ସରକାର ନେଲେ ବଡ଼ ନିଷ୍ପତ୍ତି

ନୂଆଦିଲ୍‌ଲୀ,୨୭।୯: ଦେଶର କୋଟି କୋଟି ମୋବାଇଲ ଉପଭୋକ୍ତାଙ୍କ ପାଇଁ ଏକ ବଡ଼ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି। ଭାରତୀୟ ଟେଲିକମ ନିୟାମକ ପ୍ରାଧିକରଣ (TRAI) ନିୟମରେ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?