Posted inଖେଳ

ଲଗାତର ୪ର୍ଥ ପରାଜୟ ପରେ ଏମିତି କହିଲେ ଜାଡେଜା

ମୁମ୍ବାଇ,୧୦।୪: ଆଇପିଏଲ୍‌ ୨୦୨୨ରେ ଚେନ୍ନାଇ ସୁପରକିଙ୍ଗ୍ସ ନିଜର ନେତୃତ୍ୱ ପରିବର୍ତ୍ତନ କରିଥିଲା। ଏହାପରଠାରୁ ଦଳ ଟୁର୍ନାମେଣ୍ଟରେ ଖରାପ ପ୍ରଦର୍ଶନ କରିଆସୁଛି। ବର୍ତ୍ତମାନ ଯାଏ ଦଳ ୪ ମ୍ୟାଚ୍‌ ଖେଳି ସବୁଥିରେ ପରାଜିତ ହୋଇଛି। ପୂର୍ବରୁ କେବେହେଲେ ଚେନ୍ନାଇ ଏଭଳି ପ୍ରଦର୍ଶନ କରି ନ ଥିବା ଯୋଗୁ ଅଧିନାୟକ ରବିନ୍ଦ୍ର ଜାଡେଜା ସମାଲୋଚିତ ହେଉଛନ୍ତି।
ଶନିବାର ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ୮ ଉଇକେଟରେ ପରାଜିତ ହୋଇଛି ଚେନ୍ନାଇ। ଦଳର ୪ର୍ଥ ହାର ପରେ ଜାଡେଜା କହିଛନ୍ତି, ଆମକୁ ବୋଲର୍‌ମାନେ ନିରାଶ କରିଥିଲେ। ବ୍ୟାଟିଂରେ ବି ଆମେ ୨୦-୨୫ ରନ୍‌ କମ୍‌ ସ୍କୋର କରିଥିଲୁ। ତେବେ ୧୫୫ ରନ୍‌ର ସ୍କୋର ଖରାପ ନ ଥିଲା। ବୋଲରମାନେ ଉଇକେଟ ନେବାକୁ ଚେଷ୍ଟା କରୁଥିଲେ। ହେଲେ ମ୍ୟାଚ୍‌ ଜିତିପାରି ନ ଥିଲୁ। ଗୋଟିଏ ଦିନ ପରେ ଆମକୁ ଆର୍‌ସିବି ବିପକ୍ଷରେ ମ୍ୟାଚ୍‌ ଖେଳିବାର ଅଛି। ଖେଳରେ ସୁଧାର ଆଣିବାକୁ ଆମେ ଚାହୁଁଛୁ। ସେଥିଲାଗି କେଉଁଠି ଭୁଲ ରହିଗଲା ସେ ବିଷୟରେ ଚର୍ଚ୍ଚା କରିବାକୁ ହେବ। ଆମେ ପ୍ରଫେସନାଲ କ୍ରିକେଟର ତେଣୁ ପୁଣି ଭଲ ପ୍ରଦର୍ଶନ କରିବୁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଦିଲ୍ଲୀ- ପଞ୍ଜାବ ମୁକାବିଲା: ପାଓ୍ବାର ହିଟରଙ୍କ ଲଢ଼େଇ

ଦୁବାଇ,୨୦।୯ (ପି.ଟି.): ରବିବାର ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ଦ୍ୱିତୀୟ ମୁକାବିଲାରେ କିଙ୍ଗ୍ସ ଏକାଦଶ ପଞ୍ଜାବ ଓ ଦିଲ୍ଲୀ କ୍ୟାପିଟାଲ୍ସ ପରସ୍ପରକୁ ଭେଟିବେ। ସ୍ଥାନୀୟ ଦୁବାଇ...

ଆଇସିସି ପ୍ଲେୟର ଅଫ୍‌ ଦି ମନ୍ଥ ପୁରସ୍କାର: ପନ୍ତଙ୍କ ସମେତ ୩ ଖେଳାଳିଙ୍କ ନାମ ସୁପାରିସ୍‌

ଦୁବାଇ,୩।୨(ପି.ଟି.): ଅନ୍ତର୍ଜାତୀୟ କ୍ରିକେଟ କାଉନ୍‌ସିଲ (ଆଇସିସି) ‘ପ୍ଲେୟର ଅଫ୍‌ ଦି ମନ୍ଥ’ ପୁରସ୍କାର ଦୌଡ଼ରେ ଭାରତୀୟ ଉଇକେଟକିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତଙ୍କ ସମେତ ଆଉ ଦୁଇ...

ବିଦେଶୀ ଖେଳାଳିଙ୍କ ବିନା ଆଇପିଏଲ୍‌ର ମାନେ କିଛି ନାହିଁ: ଓ୍ବାଡିଆ

ନୂଆଦିଲ୍ଳୀ,୩୦।୫(ପି.ଟି.): ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଏକ ବିଶ୍ୱସ୍ତରୀୟ ଟୁର୍ନାମେଣ୍ଟ ହୋଇଥିବାରୁ ବିଦେଶୀ ଖେଳାଳିଙ୍କ ବିନା ଏହା ଆୟୋଜନ ହୋଇପାରିବ ନାହିଁ ବୋଲି କିଙ୍ଗ୍ସ ଏକାଦଶ...

ଟି୨୦ରେ ରଶିଦଙ୍କ ରେକର୍ଡ

ଆବୁଧାବି,୭।୧୧: ଟି୨୦ କ୍ରିକେଟ ଇତିହାସରେ ତୃତୀୟ ବୋଲର ଭାବେ ୪୦୦ ଉଇକେଟ ପୂରଣ କରିଛନ୍ତି ଆଫଗାନିସ୍ତାନର ଲେଗ୍‌ ସ୍ପିନର ରଶିଦ ଖାଁ। ଚଳିତ ଟି୨୦ ବିଶ୍ୱକପ୍‌ରେ...

ଗ୍ରୀନ୍‌ଙ୍କ ଶତକ: ଅଷ୍ଟ୍ରେଲିଆ ‘ଏ’ ଅଗ୍ରଣୀ

ସିଡ୍‌ନୀ, ୮।୧୨-କାମେରନ ଗ୍ରୀନ୍‌ଙ୍କ ଅପରାଜିତ ଶତକ ସହାୟତାରେ ଅଷ୍ଟ୍ରେଲିଆ ‘ଏ’ ଏଠାରେ ଚାଲିଥିବା ଭାରତ ‘ଏ’ ବିପକ୍ଷ ଓ୍ବାର୍ମଅପ୍‌ ମ୍ୟାଚରେ ୩୯ ରନରେ ଅଗ୍ରଣୀଲାଭ କରିଛି।...

ମିଲରଙ୍କ ବିସ୍ଫୋରକ ବ୍ୟାଟିଂ: ଚେନ୍ନାଇକୁ ହରାଇଲା ଗୁଜରାଟ

ପୁଣେ,୧୭।୪: ଆଇପିଏଲ୍‌ ୨୦୨୨ର ୨୯ତମ ମ୍ୟାଚ୍‌ ରେ ଗୁଜରାଟ ଟାଇଟାନ୍ସ ଚାରିଥର ଚାମ୍ପିଅନ ଚେନ୍ନାଇ ସୁପର କିଙ୍ଗ୍ସକୁ ୩ ଉଇକେଟରେ ପରାସ୍ତ କରିଛି। ଟସ୍‌ ହାରି...

ପ୍ରଥମ ଭାରତୀୟ ପଙ୍ଘାଲ

ଇକାଟେରିନବର୍ଗ(ରୁଷିଆ),୨୦।୯(ପିଟି): ଏସିଆନ ଚାମ୍ପିୟନ ଅମିତ ପଙ୍ଘାଲ (୫୨ କେଜି) ଶୁକ୍ରବାର ପ୍ରଥମ ଭାରତୀୟ ବକ୍ସର ଭାବେ ବିଶ୍ୱ ପୁରୁଷ ବକ୍ସିଂ ଚାମ୍ପିୟନଶିପ ଫାଇନାଲରେ ପ୍ରବେଶ କରିଛନ୍ତି।...

‘ଘରୋଇ କ୍ରିକେଟକୁ ଯାଆନ୍ତୁ, ଯଦି ଫର୍ମକୁ ଫେରନ୍ତି ଦେଖାଯିବ’

ନୂଆଦିଲ୍ଲୀ,୧୨।୭: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଟି୨୦ ସିରିଜ ପରେ ଦିନିକିଆ ସିରିଜ ଆରମ୍ଭ ହୋଇଛି। ହେଲେ ଦଳ ପାଇଁ ପୂର୍ବ ଅଧିନାୟକ ବିରାଟ କୋହଲିଙ୍କ...

Advertisement
Archives

Model This Week