Posted inଖେଳ

ଦଳକୁ ଜିତିବା ପାଇଁ ଅନ୍ତିମ ଓଭରରେ ଦରକାର ଥିଲା ୩୦ ରନ୍‌, ତା’ ପରେ ଘଟିଲା ଏମିତି

ବାରବାଡସ,୨୪।୧: ଇଂଲଣ୍ଡର ବୋଲିଂ ଲାଇନ୍‌ ଅପ୍‌ ଆଗରେ ୧୭୨ ରନ୍‌ର ବିଜୟ ଲକ୍ଷ୍ୟ ପିଛା କରୁଥିବା ଓ୍ବେଷ୍ଟଇଣ୍ଡିଜ ୧୫.୧ ଓଭରରେ ୯୫ ରନ୍‌ରେ ୮ ଉଇକେଟ ହରାଇ ସାରିଥିଲା। ଦଳ ନିଶ୍ଚିତ ପରାଜୟ ମୁହଁରେ ଛିଡ଼ା ହୋଇଥିବା ବେଳେ ରୋମାରିଓ ଶେଫର୍ଡଙ୍କ ସହ କ୍ରିଜରେ ଯୋଗ ଦେଇଥିଲେ ଅକିଲ ହୋସେନ। ଏହି ଯୋଡ଼ି ମ୍ୟାଚ୍‌କୁ ଅନ୍ତିମ ଓଭର ପର୍ଯ୍ୟନ୍ତ ଘୋଷାଡ଼ି ନେଇଥିଲା। କିନ୍ତୁ ଅନ୍ତିମ ଓଭରରେ ଯାହା ଘଟିଲା, ତାହା ଖେଳାଳିଙ୍କଠାରୁ ଆରମ୍ଭ କରି ଦର୍ଶକଙ୍କୁ ଚକିତ ରଖି ଦେଇଥିଲା।

ହୋସେନ ଷ୍ଟ୍ରାଇକ୍‌ରେ ଥିବା ବେଳେ ଓ୍ବେଷ୍ଟଇଣ୍ଡିଜକୁ ଅନ୍ତିମ ଓଭରରେ ଜିତିବା ପାଇଁ ଦରକାର ଥାଏ ୩୦ ରନ୍‌। ଇଂଲଣ୍ଡ ପାଇଁ ବୋଲିଂ କରିଥିଲେ ପେସର ସାକିବ ମାହମୁଦ। ହୋସେନଙ୍କଠାରୁ ବଲ ଦୂରେଇ ରଖିବା ପାଇଁ ମାହମୁଦ ପ୍ରଥମ ବଲକୁ ଅଫ୍‌ ସାଇଡ୍‌ରେ ଓ୍ବାଇଡ୍‌ ଲାଇନରେ ବୋଲିଂ କରିଥିଲେ। ପ୍ରଥମ ବଲ ଓ୍ବାଇଡ୍‌ ହେବା ପରେ ଦ୍ୱିତୀୟ ବଲ ଡଟ୍‌ ରହିଥିଲା। ପରବର୍ତ୍ତୀ ଦୁଇଟି ବଲରେ ହୋସେନ ଲଗାତାର ଚୌକା ଲଗାଇଥିଲେ। ଚତୁର୍ଥ ବଲ ଓ୍ବାଇଡ୍‌ ହେବାରୁ ଅନ୍ତିମ ୩ ବଲରେ ଓ୍ବେଷ୍ଟଇଣ୍ଡିଜକୁ ଦରକାର ଥିଲା ୨୦ ରନ। ବିଜୟ ସମ୍ଭବ ନ ଥିଲେ ମଧ୍ୟ ଆଶା ଛାଡ଼ି ନ ଥିଲେ ହୋସେନ। ଅନ୍ତିମ ୩ ବଲରେ ୩ ଛକା ଲଗାଇଥିଲେ। ଏହା ସତ୍ତ୍ୱେ ଓ୍ବେଷ୍ଟଇଣ୍ଡିଜକୁ ୧ ରନ୍‌ରେ ପରାଜୟ ବରଣ କରିବାକୁ ପଡ଼ିଥିଲା। ଶେଫର୍ଡ ୪୪ (୧ ଚୌକା ଓ ୫ ଛକା ) ଏବଂ ହୋସେନ ୪୪ (୩ ଚୌକା ଓ ୪ ଛକା ) ରନ୍‌ କରି ଅପରାଜିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କନ୍ୟା ସନ୍ତାନ ପ୍ରସବ କଲେ ନାବାଳିକା, ଧରାପଡ଼ିଲେ ଅଭିଯୁକ୍ତ

ଛେଣ୍ଡିପଦା,୧୮।୬(ଅଜିତ ଧଳ): ଅନୁଗୋଳ ଜିଲା ଜରପଡା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜିଲା ମୁଖ୍ୟ ଚିକିତ୍ସାଳୟରେ ଜଣେ ୧୬ ବର୍ଷୀୟା ଆଦିବାସୀ ନାବାଳିକା…

ଘୁଞ୍ଚିଲା ଆର୍‌ଆଇ ପରୀକ୍ଷା, କାହିଁକି ଜାଣନ୍ତୁ…

ଭୁବନେଶ୍ୱର,୧୮।୬: OSSSC ପକ୍ଷରୁ ଆୟୋଜିତ ହେବାକୁ ଥିବା ଆର୍‌ଆଇ ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଇଛି। ଆସନ୍ତା ୨୦ ତାରିଖରେ ହେବାକୁ ଥିବା ପରୀକ୍ଷା ୨୮ ତାରିଖରେ ହେବ ବୋଲି…

ଫ୍ରାନ୍ସରେ ମୋଦିଙ୍କ ବଡ଼ ବୟାନ, କହିଲେ ଫ୍ରାନ୍ସରେ ମୋଟ ଯେତିକି ଘର ଅଛି ଆମେ ୧୨ ବର୍ଷରେ ସେତିକି ଘର ନିର୍ମାଣ କରିଦେଇଛୁ

ପ୍ୟାରିସ,୧୬।୮: ଗୁରୁବାର (୧୮ ଜୁନ, ୨୦୨୬) ଦିନ ପ୍ୟାରିସରେ ଭାରତୀୟ ସମ୍ପ୍ରଦାୟକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନ୍ତବ୍ୟ ଦେଇଥିଲେ ଯେ ପ୍ୟାରିସ ହେଉଛି ରଙ୍ଗର…

ହକି ତାରକା ମନପ୍ରୀତଙ୍କ ରେକର୍ଡ, ଫିଟନେସ ପାଇଁ କୋହଲିଙ୍କୁ ଦେଲେ ଶ୍ରେୟ

ନୂଆଦିଲ୍ଲୀ, ୧୮।୬: ଭାରତୀୟ ହକି ତାରକା ମନପ୍ରୀତ ସିଂ ନିକଟରେ ଭାରତ ପକ୍ଷରୁ ସର୍ବାଧିକ ୪୧୩ ମ୍ୟାଚ ଖେଳିବାର ରେକର୍ଡ ଅର୍ଜନ କରିଛନ୍ତି। ମନପ୍ରୀତ ପୂର୍ବତନ ଅଧିନାୟକ…

ସାରା ବିଶ୍ୱକୁ ଆଶ୍ୱସ୍ତି, ଶେଷ ହେଲା ଯୁଦ୍ଧ! ଫ୍ରାନ୍ସର ଭର୍ସେଲ୍ସ ପ୍ୟାଲେସରେ ଶାନ୍ତି ଚୁକ୍ତି ସ୍ବାକ୍ଷର କଲେ ଟ୍ରମ୍ପ

ପ୍ୟାରିସ,୧୬।୮: ଫରାସୀ ରାଜଧାନୀ ପ୍ୟାରିସରୁ ପ୍ରାୟ 20 କିଲୋମିଟର ଦକ୍ଷିଣ-ପଶ୍ଚିମରେ ଅବସ୍ଥିତ, ଭର୍ସେଲ୍ସ ପ୍ରାସାଦ ଯୁଦ୍ଧ ପରେ ଶାନ୍ତି ଚୁକ୍ତିନାମା ପାଇଁ ଏକ ସ୍ଥାନ ଭାବରେ ବିଶ୍ୱବ୍ୟାପୀ…

ଛାତ୍ରଛାତ୍ରୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଖବର: କଟକ ଜିଲାରେ କାଲିଠୁ ସକାଳୁଆ ସ୍କୁଲ

କଟକ,୧୮ା୬(କାର୍ତ୍ତିକ ସାହୁ): ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି କଟକ ଜିଲାରେ ସମସ୍ତ ପ୍ରକାର ସ୍କୁଲକୁ ଜୁନ୍‌ ୧୯ ତାରିଖରୁ ୨୫ ତାରିଖ ଯାଏ ଚାଲିବାକୁ ନିର୍ଦ୍ଦେଶାନାମା ଜାରି କରାଯାଇଛି।…

ପ୍ରଶାସନିକସ୍ତରରେ ବଡ଼ ଅଦଳବଦଳ: ଦୁଇ ବରିଷ୍ଠ IAS ଅଧିକାରୀଙ୍କୁ ମିଳିଲା ନୂଆ ଦାୟିତ୍ୱ

ଭୁବନେଶ୍ୱର,୧୮।୬: ରାଜ୍ୟ ପ୍ରଶାସନିକ ସ୍ତରରେ ଏକ ଗୁରୁତ୍ୱପୂର୍ଣ୍ଣ ଅଦଳବଦଳ କରାଯାଇଛି। ସରକାରଙ୍କ ପକ୍ଷରୁ ଦୁଇ ଜଣ ବରିଷ୍ଠ ଆଇଏଏସ (IAS) ଅଧିକାରୀଙ୍କୁ ନୂଆ ତଥା ଅତିରିକ୍ତ ଦାୟିତ୍ୱ…

ଭାଜପା ସହ ବଡ଼ ଗେମ ଖେଳିଦେଲେ ଡିକେ ଶିବକୁମାର! କ୍ରସ-ଭୋଟିଂ କରି ୫ ଆସନ ହାସଲ କଲେ

ବେଙ୍ଗାଲୁରୁ,୧୮।୬: ଡି.କେ. ଶିବକୁମାର କର୍ନାଟକର ମୁଖ୍ୟମନ୍ତ୍ରୀ ହେବା ପରେ ପ୍ରଥମ ନିର୍ବାଚନୀ ପ୍ରତିଯୋଗିତାରେ, ଗୁରୁବାର (ଜୁନ ୧୮, ୨୦୨୬) ଶାସକ କଂଗ୍ରେସ ଦଳ ସାତଟି ବିଧାନସଭା ପରିଷଦ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri