ପ୍ରେମ ସାଜିଲା କାଳ: ପଶ୍ଚିମବଙ୍ଗ ପ୍ରେମିକାଙ୍କୁ ଓଡ଼ିଶା ଆଣି ହତ୍ୟା କରିଥିଲେ ଝାଡ଼ଖଣ୍ଡର ପ୍ରେମିକ, ସିନ୍ ରିକ୍ରିଏସନ କରି…

ହାଟଡିହୀ,୨୫l୬(ଶୁଭକାନ୍ତ ନାୟକ): ପ୍ରେମର କରୁଣ ପରିଣତି। ପ୍ରେମ ପାଇଁ ଚାଲିଗଲା ଜଣେ ଯୁବତୀଙ୍କ ଜୀବନ। ସମ୍ପର୍କର ମଧୁରତା ଶେଷରେ ମୃତ୍ୟୁର କାରଣ ସାଜିଛି, ଯାହା ହାଟଡିହୀ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଏହି ହତ୍ୟାକାଣ୍ଡର ତାର ତିନୋଟି ରାଜ୍ୟ ସହ ଜଡ଼ିତ ଥିବା ବେଳେ ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ପୋଲିସ ସୂଚନା ଦେଇଛି।

ଗତ ଜୁନ୍ ୨୩ (ମଙ୍ଗଳବାର) ସନ୍ଧ୍ୟାରେ କେନ୍ଦୁଝର ଜିଲା ସୋସୋ ଥାନା ବାଲିଆ ଅଞ୍ଚଳର ଏକ ପାଣି-କାଦୁଅ ଭରା ବିଲରୁ ଜଣେ ଅଚିହ୍ନା ମହିଳାଙ୍କ ପଚି-ଫୁଲି ଯାଇଥିବା ମୃତଦେହ ଉଦ୍ଧାର କରାଯାଇଥିଲା। ପରଦିନ ବୁଧବାର ଥାନାଧିକାରିଣୀ କାନନ ସାହୁଙ୍କ ସହ ସାଇଣ୍ଟିଫିକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ମୃତଦେହକୁ ଆନନ୍ଦପୁର ଉପଖଣ୍ଡ ମେଡିକାଲରେ ବ୍ୟବଚ୍ଛେଦ କରାଇଥିଲେ। ପୋଲିସ ପ୍ରଥମେ ଏକ ଅପମୃତ୍ୟୁ ମାମଲା (ୟୁଡ଼ି କେସ୍ ନଂ ୧୦/୨୦୨୬) ରୁଜୁ କରିଥିଲା।

କେନ୍ଦୁଝର ଏସପି ନୀତିନ କୁଶଲକର ଦାଗୁଡୁଙ୍କ ନିର୍ଦ୍ଦେଶ କ୍ରମେ ଅତିରିକ୍ତ ଏସପି ପ୍ରତ୍ୟୁଷ ମହାପାତ୍ରଙ୍କ ନେତୃତ୍ୱରେ ପୋଲିସର ଏକାଧିକ ଟିମ୍ ଘଟଣାର ତଦନ୍ତ ଆରମ୍ଭ କରିଥିଲେ। ଘଟଣାସ୍ଥଳରୁ ମିଳିଥିବା ମହିଳାଙ୍କ ଏକ ଭ୍ୟାନିଟ ବ୍ୟାଗ୍‌ରୁ ପୋଲିସକୁ ତାଙ୍କ ପରିଚୟ ଏବଂ ହତ୍ୟାକାଣ୍ଡର କିଛି ଗୁରୁତ୍ୱପୂର୍ଣ୍ଣ ସାମଗ୍ରୀ ମିଳିଥିଲା। ଏହାପରେ ସୋସୋ ଥାନାରେ ଏକ ହତ୍ୟା ମାମଲା (ନଂ ୧”୨୭/୨୦୨୬) ରୁଜୁ କରାଯାଇଛି।

ଅତିରିକ୍ତ ଏସପି ପ୍ରତ୍ୟୁଷ ମହାପାତ୍ର କହିଛନ୍ତି ଯେ, ମୃତ ଯୁବତୀଙ୍କ ଘର ପଶ୍ଚିମବଙ୍ଗରେ ହୋଇଥିବା ବେଳେ ତାଙ୍କ ଅଭିଯୁକ୍ତ ପ୍ରେମିକଙ୍କ ଘର ଝାଡ଼ଖଣ୍ଡରେ। ପ୍ରେମିକ ଜଣଙ୍କ ଯୁବତୀଙ୍କୁ ଓଡ଼ିଶା ଆସିବା ପାଇଁ ଡାକିଥିଲେ। କେନ୍ଦୁଝର ଜିଲ୍ଲା ସୀମାନ୍ତ ଭଦ୍ରକ ଜିଲା ବନ୍ତ ଥାନା ଅଞ୍ଚଳରେ ପ୍ରେମିକର ସମ୍ପର୍କୀୟ ରହୁଥିଲେ। ଯୁବତୀ ଜଣକ ଓଡ଼ିଶା ଆସିବା ପରେ, ପ୍ରେମିକ ନିଜ ସମ୍ପର୍କୀୟଙ୍କ ସହାୟତାରେ ତାଙ୍କୁ ସୋସୋ ଥାନା ଅଞ୍ଚଳକୁ ନେଇ ସେଠାରେ ହତ୍ୟା କରି ପ୍ରମାଣ ନଷ୍ଟ ପାଇଁ ବିଲରେ ଫିଙ୍ଗି ଦେଇଥିଲେ ଏବଂ ନିଜେ ଫେରାର ହୋଇଯାଇଥିଲେ। ମୃତ ମହିଳାଙ୍କ ପରିବାର ଲୋକଙ୍କୁ ଖବର ଦିଆଯାଇଛି, ସେମାନେ ଆସିବା ପରେ ମୃତଦେହ ଚିହ୍ନଟ ପ୍ରକ୍ରିୟା ଶେଷ ହେବ। ଅନ୍ୟପଟେ ମୁଖ୍ୟ ଅଭିଯୁକ୍ତ ପ୍ରେମିକକୁ ଗିରଫ କରିବା ପାଇଁ ଓଡ଼ିଶା ପୋଲିସର ଏକ ଟିମ୍ ଝାଡ଼ଖଣ୍ଡ ଯାଇଛି।

ଏହି ହତ୍ୟାକାଣ୍ଡରେ ସହଯୋଗ କରିଥିବା ଅଭିଯୁକ୍ତ ପ୍ରେମିକଙ୍କ ସମ୍ପର୍କୀୟ ତଥା ଭଦ୍ରକ ରୁରାଲ ଥାନା ନାରାୟଣପୁର ଗ୍ରାମର କାଳନ୍ଦୀ ଜେନାଙ୍କ ପୁଅ ଅକ୍ଷୟ କୁମାର ଜେନା (୨୨)କୁ ପୋଲିସ ଗିରଫ କରିଛି। ଗୁରୁବାର ଅଟକ ଅଭିଯୁକ୍ତଙ୍କୁ ଘଟଣାସ୍ଥଳକୁ ନେଇ ପୋଲିସ ସିନ୍ ରିକ୍ରିଏସନ କରିଥିବା ବେଳେ ସନ୍ଧ୍ୟାରେ ତାଙ୍କୁ କୋର୍ଟ ଚାଲାଣ କରାଯାଇଛି ବୋଲି ଆନନ୍ଦପୁର ଏସଡିପିଓ କମଳ କୁମାର ପଣ୍ଡା ସୂଚନା ଦେଇଛନ୍ତି। ପୂରା ତଦନ୍ତ ସରିବା ପରେ ହତ୍ୟାକାଣ୍ଡର ପ୍ରକୃତ କାରଣ ସ୍ପଷ୍ଟ ହେବ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବାଟରେ ଅଟକାଇ ମୁଣ୍ଡ ଫଟାଇଲେ, ଟଙ୍କା ଲୁଟିଥିଲେ: ତୃତୀୟ ଅଭିଯୁକ୍ତ ଭୋଳାଙ୍କୁ ଗିରଫ କଲା ପାଟପୁର ପୋଲିସ

ଦାଦା ବଟି ପାଇଁ ହତ୍ୟା ଉଦ୍ୟମ ମାମଲା: ପୁଣି ଜଣେ ଅଭିଯୁକ୍ତ ଗିରଫ, ସଂଖ୍ୟା ୩କୁ ବୃଦ୍ଧି ଦିଗପହଣ୍ଡି,୮।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ଥାନା…

ଆସନ୍ତାକାଲି ପଡୁଛି ୩ ରାଜଯୋଗ; ୫ ରାଶିଙ୍କ ବଦଳିବ ଭାଗ୍ୟ, ମୋଟା ଅଙ୍କର ରୋଜଗାରକୁ ବଡ଼ କମ୍ପାନୀରୁ ଅଫର୍‌

୯ ସେପ୍ଟେମ୍ୱର, ୨୦୨୬ ହେଉଛି ଭାଦ୍ରବ ମାସ କୃଷ୍ଣ ପକ୍ଷର ତ୍ରୟୋଦଶୀ ତିଥି ଏବଂ ବୁଧବାର। ଏହା ସହିତ ଏହି ଦିନଟି ଦ୍ୱିତୀୟ ଚତୁର୍ମାସ୍ୟାର ୧୭ଶ ଦିନ…

ଗଣେଶ ପୂଜା ପାଇଁ ଗଞ୍ଜାମ ଏସ୍‌ପିଙ୍କ କଡ଼ା ନିର୍ଦ୍ଦେଶ: ରାତି ୧୦ଟା ପରେ ବାଜିବନି ଲାଉଡସ୍ପିକର, ଜୋରଜବରଦସ୍ତ ଚାନ୍ଦା ଆଦାୟ ମନା

ଛତ୍ରପୁର,୮।୯(ଦିଲ୍ଲୀପ ସାମଲ): ଆଗାମୀ ଗଣେଶ ପୂଜା ସମେତ ପୂଜା ପାର୍ବଣ ସମୟରେ ଆଇନ ଶୃଙ୍ଖଳା ରକ୍ଷା ଓ ଶାନ୍ତିଶୃଙ୍ଖଳା ବଜାୟ ରଖିବା ନିମନ୍ତେ ଗଞ୍ଜାମ ଆରକ୍ଷୀ ଅଧିକ୍ଷକ…

ନୂଆଖାଇ ପୂର୍ବରୁ ଭତ୍ତା ଟଙ୍କା ଦିଅ, ନଚେତ୍ ଆନ୍ଦୋଳନ! ରାଜ୍ୟପାଳଙ୍କ ହସ୍ତକ୍ଷେପ ଦାବି କଲା ବିଜେଡି, ସ୍ମାରକପତ୍ର…

ବରଗଡ଼,୮।୯(ପ୍ରେମାନନ୍ଦ ଖମାରୀ): ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ପୂର୍ବରୁ ସମସ୍ତ ହିତାଧିକାରୀଙ୍କୁ ସାମାଜିକ ନିରାପତ୍ତା ଭତ୍ତା ପ୍ରଦାନ କରିବା ଦାବିରେ ବରଗଡ଼ ଜିଲା ବିଜେଡି ପକ୍ଷରୁ ରାଜ୍ୟପାଳଙ୍କ…

ରାହୁଙ୍କ ମକର ରାଶିରେ ଗୋଚର, ୨୦୨୮ ଯାଏ ୩ ରାଶିରେ ଧନବର୍ଷା, ଚାକିରିରେ ମିଳିବ ପ୍ରମୋଶନ

ଶୁକ୍ର ଗ୍ରହ ୧୧ ସେପ୍ଟେମ୍ୱର ୨୦୨୬ରେ ନକ୍ଷତ୍ର ପରିବର୍ତ୍ତନ କରିବାକୁ ଯାଉଛନ୍ତି। ସେ ଚିତ୍ରା ନକ୍ଷତ୍ରରୁ ବାହାରି ରାହୁଙ୍କ ଅଧୀନରେ ଥିବା ସ୍ୱାତୀ ନକ୍ଷତ୍ରରେ ଗୋଚର କରିବେ।…

ଛୁଟିରେ ଘରକୁ ଆସି ଆଖି ବୁଜିଲେ, ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ପୁରୀ ସ୍ୱର୍ଗଦ୍ୱାରରେ BSF ଯବାନଙ୍କ ଶେଷକୃତ୍ୟ ସମ୍ପନ୍ନ

ଦିଗପହଣ୍ଡି,୮।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ପଞ୍ଚାୟତ ବାଗଡା ଗ୍ରାମର ବିଏସଏଫ୍ (BSF) ସିନିୟର ହାବିଲଦାର ବି. କାନା (୫୩)ଙ୍କ ଆକସ୍ମିକ ମୃତ୍ୟୁ…

ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଉପହାର, ୨୦% ମିଳିବ ବୋନସ ଆଉ ତା’ ସହ…

ନୂଆଦିଲ୍ଲୀ,୮।୯: କର୍ମଚାରୀମାନଙ୍କ ପାଇଁ ଏକ ଖୁସି ଖବର ସାମ୍ନାକୁ ଆସିଛି। ଏବେ ନୂତନ ଶ୍ରମ କୋଡ (Labour Code) ଅଧୀନରେ କର୍ମଚାରୀମାନଙ୍କୁ ପ୍ରାୟ ୨୦ ପ୍ରତିଶତ ପର୍ଯ୍ୟନ୍ତ…

ଘର ତିଆରି ନାଁରେ ୧୬ ଲକ୍ଷ ଟଙ୍କା ନେଇ ଫେରାର , ବାଉନ୍ସ ହେଲା ଚେକ୍‌: ଅଭିଯୁକ୍ତ ଯୁବକ ଗିରଫ

ପାରଳାଖେମୁଣ୍ଡି,୮ା୯(ଗିରିଧାରୀ ପରିଛା): ୧୬ ଲକ୍ଷ ଟଙ୍କା ଠକେଇ ଓ ଜୀବନରୁ ମାରିଦେବାକୁ ଧମକ ଦେବା ଅଭିଯୋଗରେ ପାରଳାଖେମୁଣ୍ଡି ଥାନା ପୋଲିସ ଆନ୍ଧ୍ରପ୍ରଦେଶର ଜଣେ ଯୁବକଙ୍କୁ ଗିରଫ କରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri