Posted inଜାତୀୟ

ମୃତ ଭାଜପା କର୍ମକର୍ତ୍ତାଙ୍କ ପରିବାରଙ୍କୁ ଭେଟିଲେ ଶାହା: ସିବିଆଇ ତଦନ୍ତ ଦାବି

କୋଲକାତା,୬।୫: କୋଲକାତା କାଶୀପୁର ଅଞ୍ଚଳରେ ଶୁକ୍ରବାର ସକାଳେ ଭାଜପାର ଜଣେ କର୍ମକର୍ତ୍ତାଙ୍କ ସନ୍ଦିଗ୍ଧ ଅବସ୍ଥାରେ ମୃତଦେହ ଉଦ୍ଧାର କରାଯିବା ପରେ ପରିବାରଲୋକଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି। ଇତିମଧ୍ୟରେ ଦୁଇ ଦିନିଆ ଗ୍ରସ୍ତରେ କୋଲକାତା ଯାଇଥିବା ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ମୃତ କର୍ମକର୍ତ୍ତାଙ୍କ ଘରେ ପହଞ୍ଚି ପରିବାର ଲୋକଙ୍କୁ ଭେଟି ସମବେଦନା ଜଣାଇଛନ୍ତି। ଏହି ଘଟଣାକୁ ନିନ୍ଦା କରିବା ସହ ସିବିଆଇ ତଦନ୍ତ ଦାବି କରିଛନ୍ତି ଶାହା। ଅମିତ ଶାହା କହିଛନ୍ତି ଯେ, ଶୁକ୍ରବାର ଭାଜପାର ଯୁବ ମୋର୍ଚ୍ଚାର ଉପାଧ୍ୟକ୍ଷ ଅର୍ଜୁନ ଚୌରାସିଆଙ୍କୁ ରାଜନୈତିକ ସ୍ତରରେ ହତ୍ୟା କରାଯାଇଛି। ଗୁରୁବାର ଟିଏମ୍‌ସି ସରକାର ଗୋଟିଏ ବର୍ଷ ପୂରଣ କରିଛନ୍ତି, ଦ୍ୱିତୀୟ ଦିନରେ ପଶ୍ଚିମବଙ୍ଗରେ ରାଜନୈତିକ ହିଂସା ପରମ୍ପରା ଆରମ୍ଭ ହୋଇଛି। ସମଗ୍ର ପଶ୍ଚିମବଙ୍ଗରେ ରାଜନୈତିକ ହିଂସା ଏବଂ ବିରୋଧୀ ଦଳର କର୍ମୀଙ୍କୁ ଟାର୍ଗେଟ କରିବାର ଅନେକ ଉଦାହରଣ ରହିଛି। ଯାହାର ସଦ୍ୟ ଉଦାହରଣ ଅର୍ଜୁନ ରହିଛନ୍ତି। ଟିଏମ୍‌ସି ସମସ୍ତଙ୍କ ମନରେ ଭୟର ବାତାବରଣ ସୃଷ୍ଟି କରିବାକୁ ଏକ ଷଡଯନ୍ତ୍ର ରଚୁଛି ବୋଲି ଶାହା ଅଭିଯୋଗ କରିଛନ୍ତି। ଏତଦ୍‌ ବ୍ୟତୀତ ଅର୍ଜୁନଙ୍କ ହତ୍ୟାକୁ ନିନ୍ଦା କରିବା ସହ ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶାହା କହିଛନ୍ତି। ଏଥିସହ ଏହି ଘଟଣାର ତଦନ୍ତ ସିବିଆଇକୁ ହସ୍ତାନ୍ତର କରାଯିବା ଉଚିତ୍‌ ବୋଲି ସ୍ବରାଷ୍ଟ୍ରମନ୍ତ୍ରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପିଏଫ୍‌ ସୁଧ ହାର ଘୋଷଣା କଲା ଇପିଏଫ୍‌ଓ

ନୂଆଦିଲ୍ଲୀ, ୩ା୬: କର୍ମଚାରୀଙ୍କ ଭବିଷ୍ୟ ନିଧି ସଂଗଠନ(ଇପିଏଫ୍‌ଓ) ୨୦୨୧-୨୨ ବର୍ଷ ପାଇଁ ଆଧିକାରିକ ଭାବେ ସୁଧ ହାର ଘୋଷଣା କରିଛି। ୨୦୨୧-୨୨ ବର୍ଷ ପାଇଁ ଏବେ...

ପିଓକେ ଶିବିରରେ ୫୦୦ ଆତଙ୍କବାଦୀ

ଜମ୍ମୁ,୧୨ା୧୦(ପି.ଟି.): ପାକ୍‌-ଅଧିକୃତ କଶ୍ମୀର (ପିଓକେ)ସ୍ଥିତ ତାଲିମ ଶିବିରଗୁଡ଼ିକରେ ପ୍ରାୟ ୫୦୦ ଆତଙ୍କବାଦୀ ଅଛନ୍ତି। ସେମାନେ ଏଲ୍‌ଓସି ଅତିକ୍ରମ କରି ଜମ୍ମୁ-କଶ୍ମୀରରେ ଅନୁପ୍ରବେଶ ପାଇଁ ସୁଯୋଗ ଖୋଜୁଛନ୍ତି...

ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ନିର୍ବାଚନ ଲଢ଼ିବେ ଅଜୟ କୋଠିୟାଲ

ଡେରାଡୁନ,୧।୭: ଆମ ଆଦମୀ ପାର୍ଟି(ଏଏପି)ର ବରିଷ୍ଠ ନେତା ତଥା ଅବସରପ୍ରାପ୍ତ କଲୋନେଲ ଅଜୟ କୋଠିୟାଲ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ତୀରଥ ସିଂ ରାଓ୍ବତଙ୍କ ବିରୋଧରେ ନିର୍ବାଚନ ଲଢ଼ିବେ...

ମାନେକା ଗାନ୍ଧୀଙ୍କୁ ହାଇକୋର୍ଟଙ୍କ ସମନ ଜାରି…

ନୂଆଦିଲ୍ଲୀ, ୧୫।୫ : ଭେଟେରିନାରୀ ଆସୋସିଏଶନ ଅଫ ଇଣ୍ଡିଆ ଦ୍ୱାରା ଦାଖଲ ହୋଇଥିବା ମାନହାନି ମକଦ୍ଦମା ଉପରେ ଦିଲ୍ଲୀ ହାଇକୋର୍ଟ ଭାଜପା ଏମ୍‌ପି ମାନେକା ଗାନ୍ଧୀଙ୍କୁ...

#ମିଠୁ ମାମଲାରେ ଅନୁ ମଲିକଙ୍କୁ ମିଳିଲା ଆଶ୍ୱସ୍ତି

ମୁମ୍ବାଇ,୧୭।୧: ବଲିଉଡ୍‌ର ପପୁଲାର ଗାୟକ, ସଙ୍ଗୀତ ନିର୍ଦ୍ଦେଶକ ଓ ଇଣ୍ଡିଆନ ଆଇଡଲ୍‌-୧୧ର ପୂର୍ବତନ ଜଜ୍‌ ଅନୁ ମଲିକଙ୍କ ଉପରେ #ମିଠୁ ଜରିଆରେ ଯୌନ ନିର୍ଯ୍ୟାତନା ମାମଲା...

୫ ଆତଙ୍କବାଦୀ ଗିରଫ

ନୂଆଦିଲ୍ଲୀ,୭।୧୨: ଦିଲ୍ଲୀ ପୋଲିସକୁ ବଡ ସଫଳତା ମିଳିଛି। ଦିଲ୍ଲୀ ପୋଲିସର ସ୍ବତନ୍ତ୍ର ସେଲ୍‌ ଶଙ୍କରପୁର ଅଞ୍ଚଳରେ ଏନକାଉଣ୍ଟର ସମୟରେ ୫ ଆତଙ୍କବାଦୀଙ୍କୁ ଗିରଫ କରାଯାଇଛି। ସମସ୍ତ...

କେଜରିୱାଲ ଗ୍ୟାରେଣ୍ଟି କାର୍ଡରେ ୧୦ ଲକ୍ଷ ଚାକିରି, ମାଗଣା ବିଜୁଳି, ମହିଳାଙ୍କୁ ମାଗଣା ବସ ସେବା

ଲକ୍ଷ୍ନୌ,୨୮ ।୧: ଉତ୍ତର ପ୍ରଦେଶ ବିଧାନସଭା ଲାଗି ଆମ ଆଦମୀ ପାର୍ଟି(ଏଏପି) ତା’ର ଘୋଷଣା ପତ୍ର ଜାରି କରିଛି । ଏଥିରେ ୧୦ ଲକ୍ଷ ଚାକିରି,...

ଆସନ୍ତାକାଲି ଘଟିବ ବଡ଼ଧରଣର ସୌର ବିସ୍ଫୋରଣ, ପୃଥିବୀ ପ୍ରତି ବିପଦ

ଓ୍ବାଶିଂଟନ,୩୦ା୩: ଆସନ୍ତାକାଲି ଅର୍ଥାତ୍‌ ଗୁରୁବାର ପୁଣି ଘଟିବ ସୌର ବିସ୍ଫୋରଣ। ଏହି ବିସ୍ଫୋରଣରେ ପୃଥିବୀରେ ଭୂ-ଚୁମ୍ବକୀୟ ଝଡ଼ ମାଡ଼ ହେବ । ନାସାର ଶକ୍ତିଶାଳୀ ସୋଲାର...

Advertisement
Archives

Model This Week