କେନାଲରେ ଗାଧୋଇବାକୁ ଯାଇ ବୁଡ଼ିଗଲେ; ୨ ଛାତ୍ରଙ୍କ ଜୀବନ ଗଲା

ହାଟଡିହୀ,୩୧l୧୦(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ପନ୍ଦାଡୋ ଗାଁ ନିକଟରେ ଥିବା ବିଦ୍ୟାଧରପୁର -ଆନନ୍ଦପୁର ମୁଖ୍ୟ କେନାଲରେ ଗାଧାଉଥିବା ସମୟରେ ଅସାବଧାନତାବଶତଃ ବୁଡିଯାଇ ଦୁଇଜଣ ଛାତ୍ର ନିଖୋଜ ହୋଇଯାଇଥିଲେ l ପ୍ରଥମେ ହିମାଂଶୁ ରାଉତ ନାମକ ନବମ ଶ୍ରେଣୀ ଛାତ୍ରଙ୍କ ମୃତଦେହକୁ ଉଦ୍ଧାର କରାଯାଇଥିଲା। ପରେ ଅନ୍ୟ ଜଣେ ଦଶମ ଶ୍ରେଣୀ ଛାତ୍ର ମାନସ ଦାସଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଆନନ୍ଦପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା l ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ମାନସ ପନ୍ଦାଡୋ ଗ୍ରାମର ପଦ୍ମନାଭ ଦାସଙ୍କ ପୁଅ ହୋଇଥିବା ବେଳେ ହିମାଂଶୁ ପଦାରୂଖା ଗାଁର ବିଶ୍ୱନାଥ ରାଉତଙ୍କ ପୁଅ ବୋଲି ଜଣାପଡ଼ିଛି। ଏନେଇ ଅଞ୍ଚଳରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି।

ସୂଚନାନୁଯାୟୀ, ହିମାଂଶୁ ନିଜ ବନ୍ଧୁ ଘର ପନ୍ଦାଡୋ ଗ୍ରାମକୁ ବୁଲି ଆସିଥିଲେ l ରବିବାର ମୋଟ ପାଞ୍ଚ ଜଣ ଛାତ୍ର ଗାଧୋଇବାକୁ ଯାଇଥିବା ବେଳେ ଦୁଇ ଜଣ ଆଗ ଗାଧୋଇ ପଳାଇଥିଲେ l ଅନ୍ୟ ତିନି ଜଣ ଗାଧୋଇବା ସମୟରେ ବୁଡି ଯାଇଥିଲେ l ସେହି ସମୟରେ ଉକ୍ତ ରାସ୍ତା ଦେଇ ଶାସଙ୍ଗ ହାଇସ୍କୁଲ ଶିକ୍ଷକ ଶାନ୍ତନୁ ରାଉତ ଯାଉଥିଲେ l ତିନି ଛାତ୍ର ବୁଡି ଯାଉଥିବା ଦେଖି ଶିକ୍ଷକ ଜଣକ ଏକ ଦଉଡି ପକାଇ ଅନ୍ୟ ଜଣେ ଦଶମ ଶ୍ରେଣୀ ଛାତ୍ର ଦେବ ଜ୍ୟୋତିକୁ ବଞ୍ଚାଇ ପାରିଥିଲେ l ତେବେ ଖବର ପାଇ ହାଟଡ଼ିହୀ ଓ ଆନନ୍ଦପୁର ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ l


Enter your email to get our daily news in your inbox.

All Right Reserved By Dharitri.Com

ବିଳମ୍ବ ହେଲାଣି ବର୍ଷେ

ବଅଁରପାଳ,୨ା୨(ଡି.ଏନ.ଏ.) ଅନୁଗୋଳ ଜିଲା ନାଲ୍‌କୋ ସ୍ମେଲଟର ଓ ସିପିପି ପ୍ଲାଣ୍ଟରେ ଶ୍ରମିକ ସଙ୍ଗଠନ ସ୍ବୀକୃତି ନିର୍ବାଚନ ବିଳମ୍ବ ହେଉଛି। ୨୦୧୭ ନିର୍ବାଚନରେ ସ୍ମେଲଟରରେ ଆଲୁମିନିୟମ ମଜଦୁର...

ପୁଣି ରାଜ୍ୟରେ ୧୯ କରୋନା ପଜିଟିଭ୍‌ ଚିହ୍ନଟ, ଆଗରେ ଖୋର୍ଦ୍ଧା

ଭୁବନେଶ୍ୱର,୫।୬(ବ୍ୟୁରୋ): ରାଜ୍ୟରେ ରବିବାର ୧୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨ ଜଣ ପିଲା ଅଛନ୍ତି। ଚିହ୍ନଟ କରୋନା ଆକ୍ରାନ୍ତ ମଧ୍ୟରୁ...

ଷ୍ଟେଶନ ଲିଭ୍‌ ନ ନେଇ ଜିଲା ଛାଡ଼ିଛନ୍ତି ବହୁ ଅଧିକାରୀ: ବୈଠକରେ ନ ପାଇ ବିରକ୍ତ ହେଲେ ଜିଲାପାଳ

ଅନୁଗୋଳ ଅଫିସ, ୨୮।୭ – ମାସର ଚତୁର୍ଥ ଶନିବାରକୁ ଛୁଟି ଘୋଷଣା କରାଯାଇଥିଲେ ବି ପ୍ରଥମାର୍ଦ୍ଧ ଅର୍ଥାତ୍‌ ୧୦ଟାରୁ ୧୨ଟା ପର୍ଯ୍ୟନ୍ତ ଜିଲାସ୍ତରୀୟ ଅଧିକାରୀମାନେ ସେମାନଙ୍କ...

ସମୂଦ୍ରକୂଳରେ ଭାସୁଥିଲା ମୃତଦେହ, ଦେଖିଲେ ମତ୍ସ୍ୟଜୀବୀ

ଗଞ୍ଜାମ,୨୭।୯(ଡିଏନ୍‌.ଏ.): ଗଞ୍ଜାମ ଥାନା ନୂଆଗାଁସ୍ଥିତ ସମୁଦ୍ର କୂଳରେ ଜଣେ ବ୍ୟକ୍ତିଙ୍କ ମୃତଦେହ ସୋମବାର ଭାସୁଥିବା ଦେଖିବାକୁ ମିଳିଛି । ତେବେ ତାଙ୍କ ପରିଚୟ ମିଳିପାରି ନାହିଁ।...

ବେଲପାହାଡ଼ ପୌର ପରିଷଦରେ ଅଚଳାବସ୍ଥା

ଝାରସୁଗୁଡ଼ା ଅଫିସ/ବେଲପାହାଡ଼,୧୬ା୧୨: ବେଲପାହାଡ ପୌର ନିର୍ବାହୀ ଅଧିକାରୀଙ୍କ ତରଫରୁ ଗୁରୁବାର ୩ନଂ କାଉନିସଲ ବୈଠକ ଆହ୍ବାନ କରାଯାଇଥିଲା। ବୈଠକରେ ପୌର ଉପାଧ୍ୟକ୍ଷାଙ୍କ ସମେତ ୧୩ଜଣ କାଉନସିଲର...

ଦୁର୍ଘଟଣାରେ ୪ ଗୁରୁତର

ଖୁଣ୍ଟା,୨୮ା୧୧(ଡି.ଏନ.ଏ.):  ମୟୂରଭଞ୍ଜ ଜିଲା ଖୁଣ୍ଟା – ବାରିପଦା ରାଜ୍ୟ ରାଜପଥର ବାସିପିଠା ଛକ ନିକଟରେ ୨ ବାଇକ୍‌ ମଧ୍ୟରେ ଧକ୍କା ହେବାରୁ ୪ଜଣ ଗୁରୁତର ହୋଇଛନ୍ତି।...

ଖଣିଜ ପରିବହନ ପାଇଁ ଜଙ୍ଗଲ କଟା ନେଇ ପ୍ରଶାସନର ଦ୍ୱାରସ୍ଥ ହେଲେ ଗ୍ରାମବାସୀ

କେନ୍ଦୁଝର,୪।୨(ସ୍ବ.ପ୍ର.): କେନ୍ଦୁଝର ଜିଲା ବାଂଶପାଳ ବ୍ଲକ ଉପର କାଦକଳାଠାରୁ ବସନ୍ତପୁର ପର୍ଯ୍ୟନ୍ତ ଜଙ୍ଗଲରେ ଖଣିଜ ପଥର ପରିବହନ ପାଇଁ ଜଙ୍ଗଲ କଟାଯାଇଥିବା ସ୍ଥାନୀୟ ଅଞ୍ଚଳବାସୀ ଜିଲାପାଳଙ୍କ...

ସୁକୁମାରେ ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ: ଜଣେ ମହିଳା ମାଓବାଦୀଙ୍କ ମୃତ୍ୟୁ

ମାଲକାନଗିରି,୯।୭(ଡି.ଏନ୍‌.ଏ.): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ସୁକୁମା ଜିଲାରେ ମଙ୍ଗଳବାର ସକାଳେ ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛିି। ଏଥିରେ ଜଣେ ମହିଳା...

Advertisement
Archives

Model This Week