ପ୍ରେମ ପାଇଁ ୨ ପ୍ରେମିକ ହଟହଟା: ଜଣେ ବାହାହେଲେ, ଜଣେ ଜରିମାନା ଗଣିଲେ

ଭଦ୍ରକ ଅଫିସ, ୧୨।୫: ପ୍ରେମ ପାଇଁ ଦୁଇଜଣ ପ୍ରେମିକଙ୍କୁ ହଟହଟା ହେବାକୁ ପଡ଼ିଛି। ଜଣଙ୍କୁ ବିବାହ କରିବାକୁ ପଡ଼ିଥିବା ବେଳେ ଅନ୍ୟ ଜଣଙ୍କୁ ଜରିମାନା ଗଣିବାକୁ ପଡିଛି। ଭଦ୍ରକ ଜିଲା ସଦର ବ୍ଲକ ଅଧୀନ କାଉପୁର ସିରାପୁର ଅଞ୍ଚଳରେ ମଙ୍ଗଳବାର ଏଭଳି ଘଟଣା ଦେଖିବାକୁ ମିଳିଛି।

ଘଟଣାରୁ ପ୍ରକାଶ, ଉକ୍ତ ଅଞ୍ଚଳର ଜଣେ ବ୍ୟକ୍ତିଙ୍କ ବଡ଼ଝିଅ କଲେଜ ପଢ଼ା ସମୟରେ ଭଣ୍ଡାରିପୋଖରୀ ଥାନା ଅଧୀନ ସରସଦା ଗ୍ରାମର ଗୋବିନ୍ଦ (ଛଦ୍ମନାମ)ଙ୍କ ସହ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ସେହିପରି ମଝିଆ ଝିଅଙ୍କର ମଧ୍ୟ ବାଲେଶ୍ୱର ଜିଲା ଖଇରା ଥାନା ଅଧୀନ ରଟିନା ଗାଁର ରାମଚନ୍ଦ୍ର(ଛଦ୍ମନାମ)ଙ୍କ ସହ ରଙ୍ଗ୍‌ ନମ୍ବରରୁ ପ୍ରେମ ଆରମ୍ଭ ହୋଇଥିଲା। ମଙ୍ଗଳବାର ଦୁଇଭଉଣୀ ସେମାନଙ୍କ ମାମୁ ବିବାହ ଉତ୍ସବକୁ ଉଭୟ ପ୍ରେମିକଙ୍କୁ ଡାକିଥିଲେ। ବାହାଘର ସରିବା ପରେ ଦୁଇ ଭଉଣୀ ଓ ଯୁବକଦ୍ୱୟ ଏକ ଘରେ ଥିବା ବେଳେ ଖବରପାଇ ଗାଁ ଲୋକେ ଘେରିଯାଇଥିଲେ। ସେମାନଙ୍କ ମଧ୍ୟରୁ ଗୋବିନ୍ଦ ଅବିବାହିତ ଥିବାବେଳେ ରାମଚନ୍ଦ୍ର ବିବାହିତ ବୋଲି ଜଣାପଡ଼ିଥିଲା। ବହୁ ପାଟିତୁଣ୍ଡ ପରେ ବୁଧବାର ଗୋବିନ୍ଦ ବାହା ହେବାକୁ ରାଜିହେବାରୁ ତାଙ୍କ ପ୍ରେମିକା ସହ ବାହାଘର କରାଯାଇଥିଲା। ଅନ୍ୟପକ୍ଷେ ଗାଁ ଲୋକେ ରାମଚନ୍ଦ୍ରଙ୍କ ସ୍ତ୍ରୀଙ୍କୁ ଘଟଣାସ୍ଥଳକୁ ଡାକି ସବୁ କଥା ଜଣାଇଥିଲେ। ରାମଚନ୍ଦ୍ର ଗ୍ରାମବାସୀଙ୍କୁ ଭୁଲ୍‌ ମାଗିବା ସହ ପୋଲିସ ଉପସ୍ଥିତିରେ ୨୦ ହଜାର ଟଙ୍କା ଜରିମାନା ଦେଇ ଘରକୁ ଫେରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ପୁନର୍ବିଚାର କରିବେ ବୋଲି ବିଶ୍ୱାସ: ସମୀର

ଗୋପ, ୧୯ା୪(ଭାରତୀ ଭୂଷଣ ଉପାଧ୍ୟାୟ): ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶଙ୍କୁ ବିଜେଡି ପକ୍ଷରୁ ଟିକେଟ ନ ମିଳିବା ନେଇ ଏବେ ତାଙ୍କ ସମର୍ଥକଙ୍କ ମଧ୍ୟରେ...

ଗେଷ୍ଟ ହାଉସ୍‌ରେ ବ୍ୟବସାୟୀଙ୍କ ସନ୍ଦେହଜନକ ମୃତ୍ୟୁ, ଦୁର୍ଗନ୍ଧ ଆସିବା ପରେ…

ଭୁବନେଶ୍ୱର,୧୯।୪(ସତ୍ୟଜିତ୍‌ ରାଉତ): ଭୁବନେଶ୍ୱର ମୈତ୍ରୀ ବିହାର ଥାନା ଅନ୍ତର୍ଗତ ଗଜପତି ନଗରର ସୈନିକ ସ୍କୁଲ ନିକଟ ଏକ ଗେଷ୍ଟ ହାଉସରେ ଜଣେ ବ୍ୟବସାୟୀଙ୍କ ସନ୍ଦେହଜନକ ମୃତ୍ୟୁ...

‘ଏଥର ରାଜ୍ୟରେ ସରକାର ପରିବର୍ତ୍ତନ କରିବେ ଓଡ଼ିଶା ଲୋକ’

ଭୁବନେଶ୍ୱର, ୧୯।୪(ସୁନିତ୍‌ ମିଶ୍ର): ସମ୍ବଲପୁର ଲୋକ ସଭା ନିର୍ବାଚନମଣ୍ଡଳୀରେ ବିଜେଡିର ଏମ୍‌ପି ପ୍ରାର୍ଥୀ ତଥା ତାଙ୍କ ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି) ହାରିବା...

ଓଡିଶା ରାଜନୀତିକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ନବୀନଙ୍କ ସହ ବଡ଼ ଫାଇଟ୍‌

ନୂଆଦିଲ୍ଲୀ,୧୯।୪: ଆରମ୍ଭ ହୋଇଯାଇଛି ଲୋକ ସଭା ନିର୍ବାଚନ ୨୦୨୪ l ତେବେ ଓଡିଶାରେ ନିର୍ବାଚନ ପାଇଁ ଅଳ୍ପ ଦିନ ବାକି ଥିବାବେଳେ ଗୃହମନ୍ତ୍ରୀ ଅମିତ ଶାହା...

ଭାଜପାରେ ଯୋଗଦେଲେ ପୂର୍ବତନ ଉପବାଚସ୍ପତି, ଗଞ୍ଜାମ ଅଧ୍ୟକ୍ଷା ପ୍ରତିଭା ପାଢ଼ୀ

ଭୁବନେଶ୍ୱର, ୧୯।୪(ସୁନିତ୍‌ ମିଶ୍ର): ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା ନିଜର ଶତାଧିକ ସମର୍ଥକଙ୍କ ଗହଣରେ ବିଜେଡି ଛାଡ଼ି ଶୁକ୍ରବାର ଭାଜପାରେ ସାମିଲ ହୋଇଛନ୍ତି। ଭାଜପା ରାଜ୍ୟ...

ନିମାପଡ଼ା ଆସନରେ ମାଷ୍ଟରଷ୍ଟ୍ରୋକ୍‌ ଖେଳିପାରେ କଂଗ୍ରେସ

ନିମାପଡ଼ା,୧୯ା୪(ରଞ୍ଜନ ପଟ୍ଟନାୟକ): ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭାଜପା ଏବଂ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଥିବା କଂଗ୍ରେସ ପଡ଼ିଛି ପଛରେ। ୨୦୧୯ ନିର୍ବାଚନରେ ଦିଲ୍ଲୀପ ନାୟକକଂଗ୍ରେସରୁ...

ଆଇଏଏସ୍‌ ପରୀକ୍ଷାରେ କେମିତି ପାଇବେ ସଫଳତା? ଆଇପିଏସ ପ୍ରତୀକ ସିଂ ଦେଲେ ଟିପ୍ସ

ଭୁବନେଶ୍ୱର,୧୯।୪: ସିଭିଲ ସର୍ଭିସ ପରୀକ୍ଷା ପାଇଁ ପ୍ରସ୍ତତ ହେଉଛନ୍ତି କି ? ପାଠପଢାରେ ବ୍ୟସ୍ତ ରହି ନିଦ ହେଉନି କି ? ଯଦି ଏଭଳି କରୁଛନ୍ତି...

ଏଥର ରୋଚକ ହେବ ରାଜନୀତି,ସବୁଦଳର ଫୋକସରେ ଯୁବପ୍ରାର୍ଥୀ

ଭୁବନେଶ୍ୱର,୧୯।୪: ନିର୍ବାଚନ ଯେତିକି ପାଖେଇ ଆସୁଛି ସେତିକି ରାଜନୀତି ସରଗରମ ହେଉଛି। ତେବେ ଏହି ଭିତରେ ପ୍ରାର୍ଥୀ ଚୟନରେ ଯୁବପ୍ରାର୍ଥୀଙ୍କୁ ଅଗ୍ରାଧିକାର ଦେଉଛନ୍ତି ରାଜନୈତିକ ଦଳ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri