Advertisement

ସାପ୍ତାହିକ ସଂକ୍ରମଣ ୦.୧୮ ପ୍ରତିଶତ…

ନୂଆଦିଲ୍ଲୀ, ୨୮।୧୨: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ କମି ୨ ଶହ ତଳେ ରହିଛି। ଏହା ବଢ଼ି ୧୮୮ ଛୁଇଁଛି। ଗୋଟିଏ ଦିନ ତଳେ ଏହା ୧୫୭ ଥିଲା। ସେହିପରି ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ଶୂନ ରେ ପହଞ୍ଚିଛି। ଗୋଟିଏ ଦିନ ତଳେ ଏହା ୧ ଥିଲା। ଏହି ସମୟରେ ସକ୍ରିୟ ମାମଲା ବଢ଼ି ୩ ହଜାର ୪୬୮ ରେ ପହଞ୍ଚିଛି। ଗୋଟିଏ ଦିନ ତଳେ ଏହା ୩ ହଜାର ୪୨୧ ଥିଲା। ସେହିପରି ୨୪ ଘଣ୍ଟାରେ ୧୪୧ ଜଣ ସୁସ୍ଥ ହୋଇଛନ୍ତି। ଗୋଟିଏ ଦିନ ତଳେ ଏହା ୧୯୦ ଥିଲା। ଇତିମଧ୍ୟରେ ଦେଶରେ କରୋନା ମୃତକଙ୍କ ସଂଖ୍ୟା ୫ ଲକ୍ଷ ୩୦ ହଜାର ୬୯୬ ଛୁଇଁଛି। ସଂକ୍ରମଣ ଆରମ୍ଭଠାରୁ ଇତିମଧ୍ୟରେ ମୋଟ ୪ କୋଟି ୪୬ ଲକ୍ଷ ୭୭ ହଜାର ୬୪୭ ଜଣ ଆକ୍ରାନ୍ତ ହୋଇଥିବାବେଳେ ୪ କୋଟି ୪୧ ଲକ୍ଷ ୪୩ ହଜାର ୪୮୩ ଜଣ ସୁସ୍ଥ ହୋଇ ସାରିଛନ୍ତି। ଗତ ୨୪ ଘଣ୍ଟାରେ ୪୯,୪୬୪ ଜଣଙ୍କର ନମୁନା ପରୀକ୍ଷା କରାଯାଇଛି। ସେହିପରି ସୁସ୍ଥତା ହାର ବୃଦ୍ଧି ପାଇ ୯୮.୮୦ ପ୍ରତିଶତ ରହିଛି। ସେହିପରି ସକ୍ରିୟ ମାମଲା ୦.୦୧ ପ୍ରତିଶତ ରହିଛି। ଦୈନିକ ସଂକ୍ରମଣ ୦.୩୨ ପ୍ରତିଶତ ଏବଂ ସାପ୍ତାହିକ ସଂକ୍ରମଣ ୦.୧୮ ପ୍ରତିଶତ ରହିଛି। ଅପରପକ୍ଷରେ ମୃତ୍ୟୁ ହାର କମି ୧.୧୯ ପ୍ରତିଶତରେ ପହଞ୍ଚିଛି। ଚାଇନାରେ ଆତଙ୍କ ସୃଷ୍ଟି କରିଥିବା ବିଏଫ୍‌.୭ ଭାରିଆଣ୍ଟ ନେଇ ସତର୍କ ରହିବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ପରାମର୍ଶ ଦିଆଯାଇଛି। ମାସ୍କ ପିନ୍ଧିବା ଅଧିକରୁ ଅଧିକ ନମୁନା ପରୀକ୍ଷା କରିବା ଏବଂ ଟିକାକରଣକୁ ବଢ଼ାଇବା ପାଇଁ ସରକାରଙ୍କ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ସରକାରଙ୍କ ପକ୍ଷରୁ ସ୍ଥିତି ଉପରେ ତୀକ୍ଷ୍‌ଣ ନଜର ରଖାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ଧରଣର ଆକ୍ରମଣ ଷଡ଼ଯନ୍ତ୍ର ପଣ୍ଡ: ଆତଙ୍କବାଦୀଙ୍କୁ ଗିରଫ କଲା ଏନ୍‌ଆଇଏ

କୋଲକାତା, ୨୭।୯: ଦେଶରେ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ଷଡ଼ଯନ୍ତ୍ର ପଣ୍ଡ ହୋଇଛି। ଜାତୀୟ ତଦନ୍ତକାରୀ ସଂସ୍ଥା(ଏନ୍‌ଆଇଏ) ପକ୍ଷରୁ ପଶ୍ଚିମବଙ୍ଗର ମୁର୍ସିଦାବାଦ ଜିଲାର ଜଲଙ୍ଗି ଥାନା...

ମ୍ୟାଲେରିଆ, ଡେଙ୍ଗୁ, କରୋନା ପରେ ଏବେ ପୁଣି କାମୁଡ଼ିଲା ସାପ, ତଥାପି ହାରି ଯାଇନାହାନ୍ତି ଏହି ବ୍ୟକ୍ତି

ଯୋଧପୁର,୨୩ା୧୧: ଏକ ଦାତବ୍ୟ ଅନୁଷ୍ଠାନରେ କାମ କରୁଥିବା ବ୍ରିଟେନ ନାଗରିକ ଇୟାନ ଜନ୍ସଙ୍କ କାହାଣୀ ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଏପରିକି ତାଙ୍କ ସାହସକୁ ସାଲ୍ୟୁଟ୍‌...

ଚାଇନାକୁ ଘେରିଲେ ଭାରତ-ଆମେରିକା-ଜାପାନ

ନୂଆଦିଲ୍ଲୀ, ୧୨।୭: ଚାଇନାକୁ ଭାରତ, ଆମେରିକା ଏବଂ ଜାପାନ ମିଳିତ ଭାବେ ଘେରିବା ଆରମ୍ଭ କରିଛନ୍ତି। ଭାରତ ଆଫ୍ରିକାର ବିଭିନ୍ନ ଦେଶରେ ନିଜର ସ୍ଥିତି ସୁଦୃଢ଼...

ଯାଜପୁରରେ ୫୪ରେ ପହଞ୍ଚିଲା କରୋନା ପଜିଟିଭ୍‌ଙ୍କ ସଂଖ୍ୟା: ନୂଆ ଆକ୍ରାନ୍ତ ୬୫ ବର୍ଷୀୟ ବୃଦ୍ଧ,କୋଲକାତାରୁ ଫେରିଥିଲେ

ଭୁବନେଶ୍ୱର(ବ୍ୟୁରୋ),୬।୫: ଯାଜପୁରରେ ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତ ୬୫ ବର୍ଷୀୟ ବୃଦ୍ଧ। ସେ କୋଲକାତାରୁ ଫେରି କ୍ୱାରାଣ୍ଟାଇନ୍‌ରେ ରହିଥିଲେ। ବୁଧବାର ସେ ପଜିଟିଭ୍‌ ଜଣାପଡ଼ିବା ପରେ...

୯୫ ବର୍ଷରେ ପଦାର୍ପଣ କଲେ ଆଡଭାନୀ: ଶୁଭେଚ୍ଛା ଜଣାଇବାକୁ ତାଙ୍କ ଘରେ ପହଞ୍ଚିଲେ ମୋଦି

ନୂଆଦିଲ୍ଲୀ,୮।୧୧: ଭାରତୀୟ ଜନତା ଦଳର ବରିଷ୍ଠ ନେତା ଲାଲ କୃଷ୍ଣ ଆଡଭାନୀ ଆଜି ୯୫ ବର୍ଷ ବୟସରେ ପଦାର୍ପଣ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର...

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ: ୧୫ ଦିନ ମଧ୍ୟରେ ଘରେ ପହଞ୍ଚିବେ ସମସ୍ତ ପ୍ରବାସୀ ଶ୍ରମିକ

ନୂଆଦିଲ୍ଲୀ,୫।୬: ପ୍ରବାସୀ ଶ୍ରମିକଙ୍କ ଘର ବାହୁଡାକୁ ନେଇ ସୁପ୍ରିକୋର୍ଟରେ ଶୁକ୍ରବାର ଶୁଣାଣି କରାଯାଇଛି। କୋର୍ଟ କହିଛନ୍ତି ରାଜ୍ୟ ବାହାରେ ଥିବା ସମସ୍ତ ପ୍ରବାସୀ ଶ୍ରମିକଙ୍କୁ ଘରେ...

ଲୋକାଲ ଟ୍ରେନ୍‌ରେ ଫିଲ୍ମ-ଟିଭି ଶୋ ଦେଖିପାରିବେ ଯାତ୍ରୀ…

ମୁମ୍ବାଇ, ୧୨।୨ : ଏଣିକି ମୁମ୍ବାଇର ଲୋକାଲ ଟ୍ରେନରେ ଯାତ୍ରା କରିବା ସମୟରେ ଯାତ୍ରୀ ଫିଲ୍ମ ଏବଂ ଟିଭି ଶୋ ଦେଖିପାରିବେ। ଭାରତୀୟ ରେଳ ଅଧିକାରୀ...

ବେକାରଙ୍କୁ ଲିଙ୍କ୍ଡଇନ୍‌ ମାଧ୍ୟମରେ ନିଯୁକ୍ତି ପ୍ରଦାନ କରିବାକୁ ସରକାରଙ୍କ ଯୋଜନା…

ନୂଆଦିଲ୍ଲୀ, ୫।୫ : ବୃତ୍ତିଗତ ସୋସିଆଲ ନେଟୱାର୍କିଂ ସାଇଟ ଲିଙ୍କ୍ଡଇନ୍‌ ମାଧ୍ୟମରେ ଦେଶର ବେକାର ଯୁବବର୍ଗଙ୍କୁ ନିଯୁକ୍ତି ପ୍ରଦାନ କରିବା ପାଇଁ ସରକାର ଖୁବ ଶୀଘ୍ର...

Advertisement
Archives

Model This Week