୧୯-୨୫ ଅକ୍ଟୋବର ଦଶ’ରା ରାଶିଫଳ: କାହା ଉପରେ ବର୍ଷିବ ଧନ, କାହାର ବଢ଼ିବ ଅଡୁଆ? ଜାଣନ୍ତୁ ଭାଗ୍ୟଶାଳୀ ରାଶି କିଏ?

୧୯ ରୁ ୨୫ ଅକ୍ଟୋବର ୨୦୨୬ ର ସପ୍ତାହ ଜ୍ୟୋତିଷ ଦୃଷ୍ଟିକୋଣରୁ ବେଶ ଗୁରୁତ୍ୱପୂର୍ଣ୍ଣ ରହିବ। ଏହି ସମୟରେ ଗ୍ରହମାନଙ୍କ ସ୍ଥିତି ଏବଂ ଚଳନରେ ଆସୁଥିବା ପରିବର୍ତ୍ତନର ପ୍ରଭାବ କ୍ୟାରିୟର, ବ୍ୟବସାୟ, ଆର୍ଥିକ କାରବାର ତଥା ପାରିବାରିକ ସମ୍ପର୍କ ଉପରେ ପଡ଼ିପାରେ। ବୈଦିକ ଜ୍ୟୋତିଷ ଅନୁସାରେ, ସୂର୍ଯ୍ୟ ୧୭ ଅକ୍ଟୋବରରେ ତୁଳା ରାଶିରେ ପ୍ରବେଶ କରିସାରିଛନ୍ତି ଏବଂ ଏହି ସମ୍ପୂର୍ଣ୍ଣ ସପ୍ତାହ ଏହି ରାଶିରେ ହିଁ ରହିବେ। ବୁଧ ଏବଂ ବକ୍ରୀ ଶୁକ୍ର ମଧ୍ୟ ତୁଳା ରାଶିରେ ଅବସ୍ଥାନ କରିବେ। ଅନ୍ୟପକ୍ଷରେ, ୨୪ ଅକ୍ଟୋବରରେ ବୁଧ ବକ୍ରୀ ହେବାକୁ ଯାଉଛନ୍ତି, ଯାହାଫଳରେ ଆଲୋଚନା, କାର୍ଯ୍ୟକ୍ଷେତ୍ର ଏବଂ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା କ୍ଷେତ୍ରରେ ଅତିରିକ୍ତ ସାବଧାନତା ଅବଲମ୍ୱନ କରିବାକୁ ପରାମର୍ଶ ଦିଆଯାଉଛି।

ଏହି ସପ୍ତାହରେ ମଙ୍ଗଳ ଏବଂ ବୃହସ୍ପତି କର୍କଟ ରାଶିରେ ରହିବେ। ବୃହସ୍ପତି ଏଠାରେ ଉଚ୍ଚ ସ୍ଥିତିରେ ଥିବା ବେଳେ ମଙ୍ଗଳ ନୀଚ ସ୍ଥିତିରେ ରହିଛନ୍ତି। ଅନ୍ୟପଟେ, ଶନି ମୀନ ରାଶିରେ ବକ୍ରୀ ରହିବେ ତଥା ରାହୁ କୁମ୍ଭ ଏବଂ କେତୁ ସିଂହ ରାଶିରେ ଗୋଚର କରିବେ। ୨୪ ଅକ୍ଟୋବରରେ ଶୁକ୍ର ଚିତ୍ରା ନକ୍ଷତ୍ରରେ ପ୍ରବେଶ କରିବେ, ଏବଂ ଏହି ଦିନ ହିଁ ସୂର୍ଯ୍ୟ ସୱାତୀ ନକ୍ଷତ୍ରକୁ ଯିବେ। ଗ୍ରହମାନଙ୍କର ଏହି ସ୍ଥିତି ହେତୁ ପୁରୁଣା ମାମଲାଗୁଡ଼ିକର ସମୀକ୍ଷା କରିବା, ଆର୍ଥିକ ନିଷ୍ପତ୍ତି ଭାବିଚିନ୍ତି ନେବା ଏବଂ ସମ୍ପର୍କରେ ସନ୍ତୁଳନ ବଜାୟ ରଖିବା ଉପରେ ଗୁରୁତ୍ୱ ରହିବ। ଆସନ୍ତୁ ଜାଣିବା, ୧୯ ରୁ ୨୫ ଅକ୍ଟୋବର ୨୦୨୬ ର ସପ୍ତାହଟି ସମସ୍ତ ୧୨ଟି ରାଶି ପାଇଁ କିପରି ରହିବ।

ମେଷ

ମେଷ ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ଅକ୍ଟୋବର ମାସର ଏହି ସପ୍ତାହ ମିଶ୍ରିତ ଫଳପ୍ରଦ ରହିବ। ଏହି ସପ୍ତାହରେ ଛୋଟ ଛୋଟ କାମ ପୂରଣ କରିବା ପାଇଁ ମଧ୍ୟ ଅଧିକ ଦୌଡ଼ାଧଉଡ଼ି କରିବାକୁ ପଡ଼ିପାରେ। କୌଣସି ବି କାର୍ଯ୍ୟ ଶୀଘ୍ରତାରେ କରିବାରୁ ନିବୃତ୍ତ ରୁହନ୍ତୁ। ଚାକିରି କରୁଥିବା ଲୋକମାନେ କାର୍ଯ୍ୟକ୍ଷେତ୍ରରେ ଅବହେଳା କରିବା ଅନୁଚିତ। ଯଦି ଆପଣ ବ୍ୟବସାୟ ସହିତ ଜଡ଼ିତ, ତେବେ ବିପଦପୂର୍ଣ୍ଣ ନିବେଶରୁ ଦୂରେଇ ରୁହନ୍ତୁ ଏବଂ କ୍ଷଣିକ ଲାଭ ପାଇଁ ବଡ଼ କ୍ଷତି କରିବାର ଭୁଲ ଆଦୌ କରନ୍ତୁ ନାହିଁ। ସପ୍ତାହର ଶେଷ ଭାଗରେ ହଠାତ୍ କିଛି ବଡ଼ ଖର୍ଚ୍ଚ ଆସିପାରେ, ଯାହାକୁ ତୁଲାଇବା ପାଇଁ ନିଜ ପ୍ରିୟଜନଙ୍କଠାରୁ ଋଣ ନେବାକୁ ପଡ଼ିପାରେ।

ବୃଷ

ବୃଷ ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ଏହି ସପ୍ତାହ ହାରାହାରି ଫଳଦାୟୀ ରହିବ। ଆପଣଙ୍କୁ ନିଜ କାମ ଅତ୍ୟନ୍ତ ସାବଧାନତା ଓ ବୁଦ୍ଧିମତାର ସହିତ କରିବାକୁ ହେବ, ନଚେତ୍ ଆର୍ଥିକ କ୍ଷତି ସହିତ ଅପମାନ ମଧ୍ୟ ସହିବାକୁ ପଡ଼ିପାରେ। ସପ୍ତାହର ପ୍ରଥମାର୍ଦ୍ଧ ମଧ୍ୟମ ଧରଣର ରହିବ। ଏହି ସମୟରେ କାର୍ଯ୍ୟକ୍ଷେତ୍ରରେ ଗୁପ୍ତ ଶତ୍ରୁମାନଙ୍କଠାରୁ ସତର୍କ ରୁହନ୍ତୁ ଏବଂ କାମରେ ଆଦୌ ଅବହେଳା କରନ୍ତୁ ନାହିଁ। ସମୟ ସମ୍ପୂର୍ଣ୍ଣ ଅନୁକୂଳ ନ ଥିବାରୁ କ୍ୟାରିୟର ଓ ବ୍ୟବସାୟ ସମ୍ପର୍କିତ ନିଷ୍ପତ୍ତି ନେବା ପୂର୍ୱରୁ ଶୁଭଚିନ୍ତକ ତଥା ବରିଷ୍ଠ ଲୋକଙ୍କ ପରାମର୍ଶ ନିଅନ୍ତୁ ଏବଂ ଉପଯୁକ୍ତ ସମୟକୁ ଅପେକ୍ଷା କରନ୍ତୁ।

ମିଥୁନ

ମିଥୁନ ରାଶିର ଲୋକଙ୍କ ପାଇଁ ଏହି ସପ୍ତାହ ସାଧାରଣ ଫଳଦାୟକ ରହିବ। ସପ୍ତାହର ଆରମ୍ଭରେ କାର୍ଯ୍ୟଗୁଡ଼ିକ ସୱାଭାବିକ ଗତିରେ ଚାଲିବ, କିନ୍ତୁ କୌଣସି ର୍ନିଦ୍ଦିଷ୍ଟ କାର୍ଯ୍ୟରେ ସଫଳତା ପାଇଁ ଆପଣଙ୍କୁ ପୂରା ପରିଶ୍ରମ କରିବାକୁ ପଡ଼ିପାରେ। କୋର୍ଟ-କଚେରୀ ମାମଲା ଆପଣଙ୍କ ଚିନ୍ତାର କାରଣ ହୋଇପାରେ। ଏହି ସମୟରେ ପରିବାରର କୌଣସି ବୟସ୍କ ବ୍ୟକ୍ତିଙ୍କ ସୱାସ୍ଥ୍ୟକୁ ନେଇ ମନ ଚିନ୍ତିତ ରହିବ। ସପ୍ତାହର ମଧ୍ୟଭାଗରେ କର୍ମଜୀବୀମାନଙ୍କ ଉପରେ କାମର ଅତିରିକ୍ତ ଚାପ ଆସିପାରେ ଏବଂ ବରିଷ୍ଠ ତଥା କନିଷ୍ଠ ସହକର୍ମୀଙ୍କଠାରୁ ଆଶାନୁରୂପ ସହଯୋଗ ମିଳିବାରେ ଅସୁବିଧା ହେବ।

କର୍କଟ

କର୍କଟ ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ଏହି ସପ୍ତାହ କ୍ୟାରିୟର ଓ ବ୍ୟବସାୟ ପାଇଁ ଶୁଭ ତଥା ଲାଭପ୍ରଦ ସାବ୍ୟସ୍ତ ହେବ, କିନ୍ତୁ ବ୍ୟକ୍ତିଗତ ସମ୍ପର୍କ କ୍ଷେତ୍ରରେ ଅଧିକ ସାବଧାନତା ଅବଲମ୍ୱନ କରିବାକୁ ପଡ଼ିବ। ଘରର ଚିନ୍ତା ବାହାରକୁ ଏବଂ ବାହାର ଚିନ୍ତା ଘରକୁ ଆଣିବାରୁ ନିବୃତ୍ତ ରୁହନ୍ତୁ। ସପ୍ତାହର ଆରମ୍ଭରେ କାର୍ଯ୍ୟକ୍ଷେତ୍ର କିମ୍ୱା ବ୍ୟବସାୟ ସମ୍ପର୍କରେ ଯାତ୍ରା କରିବାକୁ ପଡ଼ିପାରେ। କାର୍ଯ୍ୟକ୍ଷେତ୍ରରେ ପରିବର୍ତ୍ତନ ହେତୁ ମଧ୍ୟ ଯାତ୍ରାର ଯୋଗ ରହିଛି। ଅତ୍ୟଧିକ ବ୍ୟସ୍ତତା କାରଣରୁ ବ୍ୟକ୍ତିଗତ ଜୀବନ ଓ ପରିବାରକୁ କମ ସମୟ ଦେଇପାରିବେ।

ସିଂହ

ସିଂହ ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ଏହି ସପ୍ତାହ ଗତ ସପ୍ତାହ ଅପେକ୍ଷା ଯଥେଷ୍ଟ ଭଲ ଏବଂ ଶୁଭପ୍ରଦ ରହିବ। ସପ୍ତାହର ଆରମ୍ଭରୁ କ୍ୟାରିୟର ଓ ବ୍ୟବସାୟ ସମ୍ପର୍କିତ ସମସ୍ୟା ଦୂର ହେବ। ପାରିବାରିକ ଏବଂ ସାମାଜିକ କ୍ଷେତ୍ରରେ ସନ୍ତୋଷ ଅନୁଭବ କରିବେ। ସନ୍ତାନଙ୍କ ପକ୍ଷରୁ କୌଣସି ଶୁଭ ଖବର ମିଳିପାରେ। ଅବିବାହିତ ବ୍ୟକ୍ତିଙ୍କ ବିବାହ ସ୍ଥିର ହେବାର ସମ୍ଭାବନା ରହିଛି। ସପ୍ତାହର ମଧ୍ୟଭାଗରେ କୌଣସି ମାଙ୍ଗଳିକ କାର୍ଯ୍ୟରେ ଯୋଗଦେବାର ସୁଯୋଗ ପାଇବେ। ବ୍ୟବସାୟୀମାନେ ବଜାରର ସୁଯୋଗରୁ ଉତ୍ତମ ଲାଭ ଉଠାଇବାରେ ସଫଳ ହେବେ।

କନ୍ୟା

କନ୍ୟା ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ଏହି ସପ୍ତାହ ଟିକେ ଅଧିକ ବ୍ୟସ୍ତବହୁଳ ଓ ଖର୍ଚ୍ଚାନ୍ତ ରହିବ। ସପ୍ତାହର ଆରମ୍ଭରେ ଦୀର୍ଘ ଦିନରୁ ଲାଗିରହିଥିବା ସମସ୍ୟାର ସମାଧାନ ପାଇଁ ଆପଣଙ୍କୁ ଦୌଡ଼ାଧଉଡ଼ି କରିବାକୁ ପଡ଼ିପାରେ। ଏହି ସପ୍ତାହରେ ସୱାସ୍ଥ୍ୟ ଏବଂ ସମ୍ପର୍କ ଉଭୟ ଉପରେ ବିଶେଷ ଧ୍ୟାନ ଦେବା ଆବଶ୍ୟକ। ସୱାସ୍ଥ୍ୟ ପ୍ରତି ଅବହେଳା କଲେ ଶାରୀରିକ, ମାନସିକ ତଥା ଆର୍ଥିକ କଷ୍ଟ ଭୋଗିବାକୁ ପଡ଼ିପାରେ। ଅଧିକ ବ୍ୟସ୍ତତା ଯୋଗୁଁ ମାନସିକ ଅସ୍ଥିରତା ବୃଦ୍ଧି ପାଇପାରେ।

ତୁଳା

ତୁଳା ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ଏହି ସପ୍ତାହ ମିଶ୍ରିତ ଫଳଦାୟକ ହେବ। ଯଦି ଆପଣ କୌଣସି ର୍ନିଦ୍ଦିଷ୍ଟ କାର୍ଯ୍ୟରେ ସଫଳତା କିମ୍ୱା ଶୁଭ ଖବର ପାଇବାକୁ ଅପେକ୍ଷା କରିଛନ୍ତି, ତେବେ ଆଉ କିଛି ସମୟ ର୍ଧଯ୍ୟ ଧରିବାକୁ ପଡ଼ିବ। ସପ୍ତାହର ଆରମ୍ଭରେ କ୍ୟାରିୟର ଓ ବ୍ୟବସାୟର ଅଗ୍ରଗତିକୁ ନେଇ ମନ ଚିନ୍ତିତ ରହିପାରେ। ଯଦି କୌଣସି ନୂଆ ବ୍ୟବସାୟ କିମ୍ୱା ଭାଗିଦାରୀରେ କାମ ଆରମ୍ଭ କରିବାକୁ ଚାହୁଁଛନ୍ତି, ତେବେ ତରବରିଆ ଭାବେ ନିଷ୍ପତ୍ତି ନିଅନ୍ତୁ ନାହିଁ। କର୍ମଜୀବୀମାନେ ଅଧସ୍ତନ କର୍ମଚାରୀଙ୍କ ସହିତ ଉତ୍ତମ ତାଳମେଳ ରଖିବା ଆବଶ୍ୟକ।

ବିଚ୍ଛା

ବିଚ୍ଛା ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ଏହି ସପ୍ତାହ ଅତ୍ୟନ୍ତ ଶୁଭ ଏବଂ ଫଳପ୍ରଦ ରହିବ। ଆପଣ ନିଜର ବୁଦ୍ଧି ଓ ବିବେକ ବଳରେ ପ୍ରତିକୂଳ ପରିସ୍ଥିତିକୁ ନିୟନ୍ତ୍ରଣ କରିବାରେ ପୂର୍ଣ୍ଣ ସଫଳତା ପାଇବେ। ସପ୍ତାହର ଆରମ୍ଭରେ ବେକାରୀ ଯୁବକଯୁବତୀଙ୍କୁ ନିଯୁକ୍ତିର ଉତ୍ତମ ସୁଯୋଗ ମିଳିପାରେ। ଏହି ସପ୍ତାହରେ ଆପଣଙ୍କ ପୂରା ଧ୍ୟାନ କ୍ୟାରିୟର ଏବଂ ବ୍ୟବସାୟକୁ ଆଗକୁ ନେବା ଉପରେ ରହିବ। ମଧ୍ୟଭାଗରେ ବିଦ୍ୟାର୍ଥୀମାନେ ପରୀକ୍ଷା-ପ୍ରତିଯୋଗିତାରେ ବଡ଼ ସଫଳତା ହାସଲ କରିପାରନ୍ତି। ବନ୍ଧୁମାନଙ୍କ ସହଯୋଗ ମିଳିବା ଫଳରେ ପୁରୁଣା ସମସ୍ୟାର ସମାଧାନ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?