ଖଣ୍ଡାରେ ହାଣି ଓ୍ବେବ୍‌ ଖବରଦାତା ଗିରଫ

ମଙ୍ଗୁଳି-ଜଗତପୁର,୨୦।୬(ମାନସ ସାମଲ): ଜଣେ ଯୁବକଙ୍କୁ ଅଶ୍ଳୀଳ ଭାଷାରେ ଗାଳି ଦେବା ସହ ଖଣ୍ଡାରେ ଆକ୍ରମଣ କରିବା ଅଭିଯୋଗରେ ୱେବ୍‌ ଚ୍ୟାନେଲର ଜଣେ ଖବରଦାତାଙ୍କୁ ଜଗତପୁର ଥାନା ପୋଲିସ ଗିରଫ କରି ସୋମବାର କୋର୍ଟ ଚାଲାଣ କରିଛି। ସେ ହେଲେ ଉକ୍ତ ଥାନା ଅଧୀନ ଶଙ୍ଖମୁହାଣ ଗ୍ରାମର ଯଶୋବନ୍ତ ପ୍ରଧାନ ଓରଫ ମାନୁଆ। ଏ ନେଇ ପୋଲିସ (ନଂ.୨୯୦/୨୩)ରେ ଏକ ମାମଲା ରୁଜୁ କରିଛି। ସୂଚନା ଅନୁଯାୟୀ, ଉକ୍ତ ଥାନା ଅଧୀନ ଶଙ୍ଖମୁହାଣ ଗ୍ରାମର ଅର୍ଜୁନ ପ୍ରଧାନ ଶୁକ୍ରବାର ସା ୫ଟାରେ କାମରୁ ଫେରି ଘର ନିକଟ ଏକ ନଦୀକୂଳରେ ବିଶ୍ରାମ ନେଉଥିଲେ। ସେଇ ସମୟରେ ଯଶୋବନ୍ତ ହାତରେ ଏକ ଖଣ୍ଡା ଧରି ସେଠାରେ ପହଞ୍ଚତ୍ କୌଣସି କଥାକୁ ନେଇ ଯୁକ୍ତି କରିଥିଲେ। ଅର୍ଜୁନ ଏହାକୁ ବିରୋଧ କରିବାରୁ ଯଶୋବନ୍ତ ଖଣ୍ଡାରେ ତାଙ୍କ ଗୋଡ଼ ଏବଂ ମୁଣ୍ଡକୁ ଆକ୍ରମଣ କରିଥିଲେ। ଫଳରେ ଅର୍ଜୁନ ପାଟି କରିବାରୁ ତାଙ୍କ ପରିବାର ଲୋକ ଆସିଥିଲେ। ଯଶୋବନ୍ତ ନିଜକୁ ଖବରଦାତା ପରିଚୟ ଦେବା ସହ ଥାନାରେ ଏତଲା କଲେ ସମସ୍ତଙ୍କୁ ପେଟ୍ରୋଲ ପକାଇ ମାରିଦେବି ବୋଲି ଧମକାଇ ଚାଲିଯାଇଥିଲେ। ଖବରପାଇ ପୋଲିସ ପହଞ୍ଚତ୍ ଅର୍ଜୁନଙ୍କୁ ଉଦ୍ଧାର କରି ମେଡିକାଲ ପଠାଇଥିଲା। ଏ ନେଇ ଅର୍ଜୁନ ଥାନାର ଦ୍ୱାରସ୍ଥ ହେବା ପରେ ପୋଲିସ ମାମଲା ରୁଜୁ କରି ରବିବାର ଯଶୋବନ୍ତଙ୍କୁ ଘରୁ ଗିରଫ କରିବା ସହ ଏକ ଖଣ୍ଡା ଜବତ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗିଲଙ୍କୁ ନେଇ ବଢିଲା ଟିମ ଇଣ୍ଡିଆର ଟେନସନ! ଶ୍ରୀଲଙ୍କା ଟେଷ୍ଟ ସିରିଜ ପୂର୍ବରୁ…

ନୂଆଦିଲ୍ଲୀ,୬।୮: ଶୁବମନ ଗିଲଙ୍କ ନେତୃତ୍ୱରେ ଟିମ ଇଣ୍ଡିଆ ଅଗଷ୍ଟ ୧୫ରୁ ଶ୍ରୀଲଙ୍କାରେ ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବାକୁ ଯାଉଛି। ଏହା ପୂର୍ବରୁ, ‘ମେନ ଇନ…

ଧାମନଗରରେ ସ୍ବାସ୍ଥ୍ୟ ସମୀକ୍ଷା କଲେ ସ୍ବାସ୍ଥ୍ୟ ମନ୍ତ୍ରୀ, ବନ୍ୟା ବିପନ୍ନଙ୍କ ସହ କଲେ ଆଲୋଚନା

ଧାମନଗର,୬।୮( ସନ୍ତୋଷ କୁମାର ମହାପାତ୍ର): ଚଳିତ ବର୍ଷ ପ୍ରଥମ କରି ବନ୍ୟାରେ ଭଦ୍ରକ ଜିଲା ସମେତ ଧାମନଗର ଅଞ୍ଚଳରେ କ୍ଷୟକ୍ଷତି ହୋଇଥିଲା । ଏହି ବନ୍ୟାରେ ଲୋକଙ୍କ…

ନାବାଳିକା ମୃତ୍ୟୁ ଘଟଣା: ପ୍ରଶାସନିକ ଅବହେଳା ବିରୋଧରେ ଦାବିପତ୍ର ପ୍ରଦାନ କରି…

ଥୁଆମୂଳ ରାମପୁର,୬ା୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅନ୍ତର୍ଗତ ସିନ୍ଧିପଦର ଗ୍ରାମପଞ୍ଚାୟତ ବାର୍ସିକନା ଗ୍ରାମର କାଲୁଆ ମାଝୀଙ୍କ ୧୬ ବର୍ଷୀୟା ଝିଅ ମାଧୁରୀଙ୍କର ସାପ…

CJP ଆସନ୍ତା ମାସରେ ଆରମ୍ଭ କରିବ ଦେଶରେ ବଡ଼ ଅଭିଯାନ; ଜନସାଧାରଣଙ୍କ ସମସ୍ୟା ଶୁଣିବା ପାଇଁ ସେମାନଙ୍କ ପାଖରେ ପହଞ୍ଚିବ

ନୂଆଦିଲ୍ଲୀ,୬।୮: କକ୍ରୋଚ ଜନତା ପାର୍ଟି (CJP) ଆସନ୍ତା ମାସରେ ସାରା ଦେଶରେ ‘କ୍ୟା ବୋଲତି ପବ୍ଲିକ’ (ଜନସାଧାରଣ କ’ଣ କୁହନ୍ତି) ଅଭିଯାନ ଆରମ୍ଭ କରିବାକୁ ଯାଉଛି। ଦଳର…

ଘରେ ଶୋଇଥିବାବେଳେ ପଶିଲେ ହାତୀପଲ, ଭାଙ୍ଗିଲେ ଘର, ଗୋଟିଏ ପରିବାରର ୪ ଜଣଙ୍କୁ…

ବଲାଙ୍ଗୀର,୬ା୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ମୁରିବାହାଲ ରେଞ୍ଜ ଅନ୍ତର୍ଗତ ସରଗୁଲ ଗାଁରେ ଏବେ ହାତୀ ଆତଙ୍କ ଦେଖାଦେଇଛି। ଗାଁରେ ଏକ ପରିବାର ଘର ଭିତରେ ଶୋଇଥିବା…

୨ ବର୍ଷ ହେଲାଣି ବିଦ୍ୟୁତ କେବୁଲ ସଂଯୋଗ ପାଇଁ ଦାବି କରୁଛନ୍ତି ହିତାଧିକାରୀ: ପୂରଣ ହେଉନି..

କେସିଙ୍ଗା,୬।୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଟିଡିପିଏଲ ଅଧୀନସ୍ଥ ବାଲସି, ମଶାଣିବନ୍ଧ, କାଣ୍ଡେଲ ସମେତ ବ୍ଲକର ବିଭିନ୍ନ ଗ୍ରାମରେ ଦୁଇ ବର୍ଷରୁ ଉଦ୍ଧର୍‌ବ ହେଲା ନୂଆ ଖମ୍ବ…

ପିଅନଙ୍କ ଅବସର ପରେ ସୂଚନା, ଲୋକସମ୍ପର୍କ କାର୍ଯ୍ୟାଳୟରେ ଝୁଲୁଛି ତାଲା

ଜି.ଉଦୟଗିରି,୬ା୮(ଚିନ୍ମୟ କୁମାର ସେଠୀ): ଜି.ଉଦୟଗିରି ସହରରେ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ ୧୯୮୦ରେ ପ୍ରତିଷ୍ଠା ହୋଇଥିବା ବେଳେ ଏଠାରେ ତାଲା ଝୁଲୁଥିବା ଦେଖିବାକୁ ମିଳିଛୁ। ପୂର୍ବରୁ…

ମୁଖ୍ୟମନ୍ତ୍ରୀଙ୍କ ପତ୍ନୀଙ୍କ ସହ କ୍ରିକେଟରଙ୍କ କଥାବାର୍ତ୍ତକୁ ନେଇ ହେଉଛି ଆଲୋଚନା, ଭାଇରାଲ ହେଲାଣି ଭିଡ଼ିଓ

ନୂଆଦିଲ୍ଲୀ,୬।୮: ଭାରତୀୟ କ୍ରିକେଟର ତିଲକ ବର୍ମା ଏବେ ଏବେ ଜିମ୍ବାୱେରୁ ଫେରିଛନ୍ତି, ଯେଉଁଠାରେ ଭାରତ ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ 3-0ରେ ଜିତିଥିଲା। ଯଦିଓ ତିଲକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri