Posted inଫୁରସତ

ଏହି ଦେଶର ଯୁବତୀମାନେ ପିନ୍ଧନ୍ତି ରକ୍ତଭିଜା ପୋଷାକ, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଟୋକିଓ,୧୪ା୧୦: ପରମ୍ପରାକୁ ଜାବୁଡ଼ି ଧରିଥିବା ଦେଶ ଜାପାନରେ ଏବେ ଆଉ ଏକ ଅଜବ ଫ୍ୟାଶନ ଟ୍ରେଣ୍ଡ୍‌ କରୁଛି। ଏଠାକାର ଯୁବତୀମାନେ ରାସ୍ତାରେ ରକ୍ତଭିଜା କପଡ଼ା ପିନ୍ଧି ବୁଲୁଛନ୍ତି। ଏପରିକି ଆଖି ତଳେ କଳା ଦାଗ ଏବଂ ବେକରେ ରକ୍ତଭରା ସିରିଞ୍ଜ୍‌ ରଖିଥିବା ମଧ୍ୟ ଦେଖିବାକୁ ମିଳୁଛି। ଖାଲି ଏତିକି ନୁହେଁ, କପଡ଼ା ଉପରେ ଲେଖା ହୋଇଛି; ମୁଁ ମରିବାକୁ ଚାହୁଁଛି। ଜାପାନରେ ଟ୍ରେଣ୍ଡ୍‌ କରୁଥିବା ଏହି ଫ୍ୟାଶନକୁ ‘ୟାମି କାଓ୍ବାଇ’ କୁହାଯାଉଛି। ଏହି ଫ୍ୟାଶନ ବିଶେଷକରି ଡିପ୍ରେସନ ଏବଂ ଆତ୍ମହତ୍ୟା ସହିତ ଜଡ଼ିତ।

କ’ଣ ଏହି ୟାମି କାଓ୍ବାଇ:
ୟାମି କାଓ୍ବାଇ ଦୁଇଟି ଜାପାନୀ ଶବ୍ଦ ମିଶାଇ ଗଠନ ହୋଇଛି। ୟାମିର ଅର୍ଥ ବିମାର ଏବଂ କାଓ୍ବାଇର ଅର୍ଥ ସୁନ୍ଦର। ଏମିତି ଲେଖି ଯୁବତୀମାନେ ଜଣାଇବାକୁ ଚାହାନ୍ତି କି ସେମାନେ ଆତ୍ମହତ୍ୟା କରିବାକୁ ଚାହୁଁଛନ୍ତି। ସେମାନଙ୍କୁ ସାହାଯ୍ୟ କରନ୍ତୁ। ଏହି ପରମ୍ପରା ୨୦୧୫ ମସିହାରୁ ଚାଲିଆସୁଥିଲେ ହେଁ ଏବେ ଏହାର ଲୋକପ୍ରିୟତା ଆହୁରି ବଢ଼ିଯାଇଛି।ଜାପାନରେ ଦିନକୁ ଦିନ ଆତ୍ମହତ୍ୟା ମାମଲା ବଢ଼ିଚାଲିଛି।
ଏକ ରିପୋର୍ଟ ଅନୁଯାୟୀ, ଅଗଷ୍ଟରେ ଜାପାନରେ ୧୮୫୪ ଜଣ ଆତ୍ମହତ୍ୟା କରିଥିବା ବେଳେ ବର୍ତ୍ତମାନ ଏହି ହାର ୪୦ ପ୍ରତିଶତ ବଢ଼ିଛି। ଏଥିରୁ ରକ୍ଷା ପାଇବା ପାଇଁ ଯୁବତୀମାନେ ଏପରି ପଦକ୍ଷେପ ଆପଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

୨୪ ଘଣ୍ଟାରେ ୨୬୦୦୦ ବସ୍‌ ଉଠ୍‌ ହୋଇ ଗିନିଜ ଓ୍ବାର୍ଲଡ ରେକର୍ଡ

ପିଲାଦିନେ ସ୍କୁଲରେ ପାଠ ପଢି ନ ଥିଲେ ଦଣ୍ଡ ଆକାରରେ ସାର୍‌ କହୁଥିଲେ ବସ୍‌ ଉଠ୍‌ ହେବା ପାଇଁ। ୩୦ ଥର ବସ୍‌ ଉଠ୍‌ ହେଲା...

ଉଛୁଳା ଭକ୍ତିର ଅନ୍ତରାଳେ….

ମା’ଛେଉଣ୍ଡ ମାଧବ ବାବୁ ଭଦ୍ରଲୋକରେ ଗଣାହେଲେ, ଯେବେଠୁଁ କଷ୍ଟକରି ଉଚ୍ଚଶିକ୍ଷା ଲାଭ କଲା ପରେ ଉଚ୍ଚ ପଦବୀଯୁକ୍ତ ଚାକିରି ପାଇଲେ। ତାଙ୍କର ସବୁଗୁଣ ଭଲ l...

ନିମାପଡ଼ାର ‘ମାଇପି ମେଳା’

ଗୁହାରିଆ ପଡ଼ିଲେ ମାନସିକ ପୂରଣ ହୋଇଥାଏ l ଅନ୍ଧବିଶ୍ୱାସ ହେଉ କି ବିଶ୍ୱାସ, ଏଭଳି ଏକ ପ୍ରଥା କିନ୍ତୁ ପ୍ରଚଳିତ ହୋଇଆସୁଅଛି କାହିଁ କେବେଠୁ। ପୁରାଣ...

ପ୍ରଥମ ରୋଜଗାର ବୋଉକୁ ଦେଇଥିଲି: ଲଳିତ କୁମାର

ମୋର ଜନ୍ମ ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ନନ୍ଦଳା ଗ୍ରାମରେ। ମାତା ପାର୍ବତୀ ସ୍ବାଇଁ ଓ ପିତା ଭିକାରୀ ସ୍ବାଇଁଙ୍କର ତିନିପୁଅଙ୍କ ଭିତରେ ମୁଁ...

‘ଆଉ ଥରେ ଜନ୍ମ ହେଲେ କବିଟିଏ ହୋଇ ଜନ୍ମ ହେବି’

ଏକାଧାରରେ ସେ ଜଣେ କବି, ଗାଳ୍ପିକ ଓ ନାଟ୍ୟକାର। ଦୀର୍ଘ ୪ଦଶନ୍ଧି ଧରି ତାଙ୍କ ଲେଖନୀ ମୁନରେ ଫୁଟେଇଛନ୍ତି ଏକାଧିକ ଗଳ୍ପ, କବିତା ଓ ନାଟକ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri