ଧନୀ ଦେଶଗୁଡ଼ିକ କରିସାରିଛନ୍ତି କରୋନା ଟୀକା ବୁକିଂ…

ଓ୍ବାଶିଂଟନ/ନୂଆଦିଲ୍ଲୀ, ୪।୮: କରୋନା ସଂକ୍ରମଣ ନେଇ ପୃଥିବୀରେ ଲୋକଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି। ଏଭଳି ସ୍ଥଳେ ବହୁ ଦେଶରେ କରୋନା ପ୍ରତିଷେଧକ ଟୀକା ଟ୍ରାଏଲ୍‌ ଜାରି ରହିଛି। ତେବେ ଏବେ ପ୍ରଶ୍ନ ଉଠୁଛି ପ୍ରଥମେ କ’ଣ ଧନୀ ଦେଶ ଗୁଡ଼ିକରେ ଏହା ପ୍ରଥମେ ମିଳିବ। ଗରିବ ଦେଶ ଗୁଡ଼ିକ କ’ଣ ପଛରେ ପଡ଼ିଯିବେ। ପୃଥିବୀର ବିଭିନ୍ନ ଦେଶରେ ପ୍ରାୟ ୧୨୦ଟି କରୋନା ଟୀକା ପ୍ରସ୍ତୁତି କାର୍ଯ୍ୟ ଜାରି ରହିଛି। ସେହିପରି ୨୦ଟି ଟୀକା କ୍ଲିନିକାଲ ଟ୍ରାଏଲ୍‌ ପର୍ଯ୍ୟାୟରେ ରହିଛି। ଏକ ରିପୋର୍ଟ ଅନୁସାରେ ଟୀକା ପ୍ରସ୍ତୁତିରେ ଧନୀ ଏବଂ ଶକ୍ତିଶାଳୀ ଦେଶ ଆଗୁଆ ରହିଛନ୍ତି। ୨୦୦୯ରେ ସ୍ବାଇନ୍‌ ଫ୍ଲୁ ସମୟରେ ମଧ୍ୟ ଧନୀ ଏବଂ ଶକ୍ତିଶାଳୀ ଦେଶରେ ଏହାର ପ୍ରତିଷେଧକ ଟୀକା ପ୍ରଥମେ ମିଳିଥିଲା। ବ୍ଲୁମ୍‌ବର୍ଗ ରିପୋର୍ଟ ଅନୁସାରେ ଧନୀ ଏବଂ ଶକ୍ତିଶାଳୀ ଦେଶ ଶହେକୋଟିରୁ ଅଧିକ କରୋନା ଟୀକା ଡୋଜ୍‌ ପୂର୍ବରୁ ସଂରକ୍ଷିତ ରଖିଛନ୍ତି। ଏନେଇ ସେମାନେ ନିର୍ମାତଙ୍କଠାରେ ବୁକିଂ ମଧ୍ୟ କରିସାରିଛନ୍ତି। ସାରା ପୃଥିବୀ ପାଇଁ ୭ ଶହ କୋଟିରୁ ଅଧିକ ଡୋଜ୍‌ କେରାନା ଟୀକା ଆବଶ୍ୟକ ବୋଲି ଏହି ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଲଣ୍ଡନସ୍ଥିତ ଆନାଲିଟିକ୍ସ୍‌ ଫାର୍ମ ଏୟାର ଫିନିଟି ରିପୋର୍ଟ ଅନୁସାରେ ବ୍ରିଟେନ୍‌, ଆମେରିକା, ୟୁରୋପୀୟ ସଂଘ ଏବଂ ଜାପାନ ବର୍ତ୍ତମାନ ସୁଦ୍ଧା ୧୩୦ କୋଟି ଟୀକା ସଂରକ୍ଷିତ କରି ସାରିଛନ୍ତି। ଏୟାର ଫିନିଟିର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ରସମଚ ବିଚ୍‌ ହେନ୍ସନଙ୍କ ଅନୁସାରେ ଜଣଙ୍କୁ ଦୁଇ ଥର ମଧ୍ୟ ଟୀକା ଦେବାର ଆବଶ୍ୟକତା ରହିଛି। ରିପୋର୍ଟ ଅନୁସାରେ ଭାରତରେ ଟୀକା କେବେ ମିଳିବ ସେନେଇ ସନ୍ଦେହ ସୃଷ୍ଟି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

କଟକ ସହରରେ ପୁଣି ୩ କରୋନା ଆକ୍ରାନ୍ତ ଚିହ୍ନଟ

କଟକ ଅଫିସ,୧୧ା୬: ଗୁରୁବାର କଟକ ସହରରୁ ୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୫୨ ଏବଂ ୩୯ ବର୍ଷୀୟ ବ୍ୟକ୍ତି ଦୁଇଜଣ ମୁମ୍ବାଇରୁ...

ରାଜ୍ୟରେ ସୁସ୍ଥ ହେଲେ ଆଉ ୮୦ କରୋନା ଆକ୍ରାନ୍ତ: ମୋଟ ଆରୋଗ୍ୟ ସଂଖ୍ୟା ୧୩୨୫ ଛୁଇଁଲା

ଭୁବନେଶ୍ୱର, ୨।୬(ବ୍ୟୁରୋ): ରାଜ୍ୟରେ ମଙ୍ଗଳବାର ଆଉ ୮୦ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ପୁରୀରୁ ସର୍ବାଧିକ ୧୭ ଜଣ ରହିଥିବା ବେଳେ, କେନ୍ଦ୍ରାପଡ଼ା...

ସରକାରଙ୍କ ଟିକା ନୀତି ତୃତୀୟ ଲହରକୁ ଡାକିଆଣିବ

ନୂଆଦିଲ୍ଲୀ, ୧୬।୫(ପି.ଟି.): ଏକ ଉପଯୁକ୍ତ ଜାତୀୟ ଟିକା ରଣନୀତି ପ୍ରସ୍ତୁତି ଲାଗି କଂଗ୍ରେସ ନେତା ରାହୁଲ ଗାନ୍ଧୀ ଶନିବାର ଆହ୍ବାନ ଦେଇଛନ୍ତି। ସରକାରଙ୍କ ବିନାଶକାରୀ ଟିକା...

ପ୍ରସ୍ତୁତି ଲାଗି ଯଥେଷ୍ଟ ସମୟ ଥିଲା

ନୂଆଦିଲ୍ଲୀ,୨୫ା୩: ଭାରତରେ ଏବେ ଚାରିଆଡ଼େ ଭୟ ଓ ଆତଙ୍କର ପରିବେଶ। ବିଭିନ୍ନ ରାଜ୍ୟରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। କରୋନା ଭାଇରସ୍‌ରେ ୫୧୧ ଆକ୍ରାନ୍ତ ହେବା ପରେ...

ଆମେରିକାରେ ହିଂସା ଜାରି: ୨୩ ରାଜ୍ୟରେ ୧୭ ହଜାର ସୈନ୍ୟ ମୁତୟନ

ୱାଶିଂଟନ,୩।୬: ଆମେରିକାର ମିନେପୋଲିସ୍‌ ସହରରେ ପୋଲିସ ହେପାଜତରେ ଥିବା ଜଣେ କୃଷ୍ଣକାୟଙ୍କ ମୃତ୍ୟୁ ହେବା ପରେ ସାରା ଦେଶରେ ପ୍ରତିବାଦ ନିଆଁ ଜଳୁଛି। ଜର୍ଜ ଫ୍ଲୋୟଡ୍‌...

ସ୍ୱାଧିନତାର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ନ୍ୟୁୟର୍କରେ ବିଶେଷ ଆୟୋଜନ

ନ୍ୟୁୟର୍କ,୧୦ ।୮: ଭାରତର ମହା ବାଣିଜ୍ୟ ଦୂତାବାସ ନ୍ୟୁୟର୍କରେ ଇଣ୍ଡୋ-ଆମେରିକାନ ଆର୍ଟ କାଉନସିଲ ସହ ‘ଆଜାଦିକା ଅମୃତ ମହୋତ୍ସବ’କୁ ନେଇ ଏକ ମହୋତ୍ସବ ଆୟୋଜନ କରାଯାଇଛି...

ରୁଷିଆ ଜାହାଜକୁ ଧ୍ୱଂସ କଲା ୟୁକ୍ରେନ

କ୍ୱିଭ୍‌,୨୬।୩: ଗତ ଏକ ମାସ ଧରି ରୁଷିଆ-ୟୁକ୍ରେନ ମଧ୍ୟରେ ଯୁଦ୍ଧ ଚାଲିଛି। ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଯୁଦ୍ଧରେ ହଜାର ହଜାର ଲୋକ ପ୍ରାଣ ହରାଇଥିବା ବେଳେ...

୫ ଦିନ ଲାଗି ବରଗଡ଼ ଜିଲା ମୁଖ୍ୟ ଡାକ୍ତରଖାନା ଶଟ୍‌ଡାଉନ୍‌

ବରଗଡ଼ ଅଫିସ,୧୯ା୭: ବରଗଡ଼ ଜିଲା ଭଟଲି ବ୍ଲକ ଅନ୍ତର୍ଗତ ଟୁକୁର୍ଲା (ଖେଦାପାଲି)ଠାରେ ରହିଥିବା ଜିଲା ମୁଖ୍ୟ ଡାକ୍ତରଖାନାକୁ ରବିବାରରୁ ୫ଦିନ ପାଇଁ ଶଟ୍‌ଡାଉନ୍‌ କରାଯାଇଛି। ଏହା...

Advertisement
Archives

Model This Week