ଦୁର୍ବଳ ଲୁଣା ଘେରିବନ୍ଧ ନିର୍ମାଣ ଯୋଗୁ ଘାଇ

ମହାକାଳପଡ଼ା,୨୮ା୫(ଡି.ଏନ୍‌.ଏ.): ବାତ୍ୟା ୟାସ୍‌ ପ୍ରଭାବରେ ସମୁଦ୍ର ମୁହାଣ ଅଶାନ୍ତ ଯୋଗୁ ତଟାଞ୍ଚଳ ଚାଷଜମିରେ ଲୁଣାଜଳ ପ୍ରବେଶ କରିଛି। ଅନେକ ଚାଷଜମିରେ ସମୁଦ୍ର ଜଳ ଲହଡି ମାରୁଛି। ଦୁର୍ବଳ ଲୁଣା ଘେରିବନ୍ଧ ନିର୍ମାଣ ଯୋଗୁ ଘାଇ ସୃଷ୍ଟି ହୋଇଛି। ଚଳିତ ଖରିଫ ଋତୁରେ ଚାଷୀଙ୍କ ଧାନ ଚାଷ ନେଇ ଆଶଙ୍କା ପ୍ରକାଶ ପାଇଛି। କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳରେ ବ୍ୟାପକ ପରିମାଣରେ ଲୁଣାଜଳ ପ୍ରବେଶ କରୁଥିବା ନେଇ ଚାଷୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି। ବ୍ଲକ ଅଧୀନ ଜମ୍ବୁ, ଖରିନାସୀ, ରମନଗର, କେବିଦାଣ୍ଡୁଆ, ନାଞ୍ଜୁରା, ସୁନୀତି, ପେଟଚ୍ଛେଲା, ବଉଳକଣି, ବାରଡାଙ୍ଗ, ବତିଘର ଆଦି ଅଞ୍ଚଳରେ ଶତାଧିକ ହେକ୍ଟର ଜମିରେ ଲୁଣାଜଳ ପ୍ରବେଶ କରିଛି। ଆଗାମୀ ଖରିଫ ଚାଷ ନିମନ୍ତେ ତଳି ପକାଇବା ପାଇଁ ଚାଷୀଙ୍କ ଚିନ୍ତା ବଢ଼ିଛି। ସେହିପରି ବ୍ଲକ ତଳିଆ ଅଞ୍ଚଳରେ ଲୁଣା ଘେରିବନ୍ଧ ଭାଙ୍ଗି ଘାଇ ସୃଷ୍ଟି ହୋଇଛି। ଖରିନାସୀ ବାର ନମ୍ବର ଲୁଣାଘେରି ବନ୍ଧ, ବଡମଠ ଭିତର ଶୁବଳା, ବଗଗହଣ, ପଙ୍କପାଳ ଘେରିବନ୍ଧ, ସୁନୀତି, ବତିଘର ଆଦି ଅଞ୍ଚଳରେ ଅନେକ ଲୁଣା ଘେରିବନ୍ଧ ଭାଙ୍ଗି ସମୁଦ୍ର ଉଚ୍ଚ ଜୁଆର ଜଳ ପ୍ରବେଶ କରିଛି। ଅନେକ ଘେରିବନ୍ଧ ନିମ୍ନମାନର ଓ ଘେରିବନ୍ଧ ଦୁବଳ ଯୋଗୁ ଏଭଳି ଘାଇ ହୋଇଥିବା ସ୍ଥାନୀୟ ଚାଷୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜିଲାପାଳ କ୍ଷମତା ପ୍ରୟୋଗ କଲେ ସରପଞ୍ଚ: ସାପ୍ତାହିକ ବଜାର ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ

ଜୁନାଗଡ,୬।୭(ଡି.ଏନ୍‌.ଏ.)-କଳାହାଣ୍ଡି ଜିଲା ଜୁନାଗଡ ବ୍ଲକ ମହିଚଲା ସରପଞ୍ଚ ଅଜୟ କୁମାର ବେହେରା ମହିଚଲା ଶନିବାର ସାପ୍ତାହିକ ବଜାର(ହାଟ)କୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ବନ୍ଦ ନିର୍ଦ୍ଦେଶ ଦେଇଛନ୍ତି।...

ସୁରଟରୁ ୧୮୦୦ କିଲୋମିଟର ସାଇକେଲରେ ଆସି ଗାଁରେ ପହଞ୍ଚିଲେ ଯୁବକ: ଗ୍ରାମବାସୀଙ୍କ ବିରୋଧ, ରହିଲେ ସଙ୍ଗରୋଧ ଗୃହରେ

ବୁଗୁଡ଼ା,୨୯ା୪(ଡି.ଏନ୍‌.ଏ.): ସୁରଟରୁ ଦୀର୍ଘ ୧୮୦୦ କିଲୋମିଟର ରାସ୍ତା ସାଇକେଲ ଚଲାଇ ବୁଗୁଡ଼ା ଥାନା ଅନ୍ତର୍ଗତ ବିଷ୍ଣୁଚକ୍ରରେ ମଙ୍ଗଳବାର ସନ୍ଧ୍ୟାରେ ପହଞ୍ଚିଥିଲେ ଦୁର୍ଯ୍ୟୋଧନ ପ୍ରଧାନ। ବର୍ତ୍ତମାନ ଦେଶରେ...

ବଢୁଛି ଷଣ୍ଢ ଦୌରାତ୍ମ୍ୟ

ଢେଙ୍କାନାଳ ଅଫିସ, ୧୮।୭ – ଢେଙ୍କାନାଳ ସହରରେ ବୁଲା ଷଣ୍ଢଙ୍କ ଉପଦ୍ରବ ବଢ଼ିବାରେ ଲାଗିଛି। ପ୍ରମୁଖ ବଜାର, ଜନଗହଳିପୂର୍ଣ୍ଣ ରାସ୍ତା ଗୋରୁଙ୍କ କବ୍‌ଜାରେ ରହୁଛି। ବାରମ୍ବାର...

ପରିବହନ କାର୍ଯ୍ୟାଳୟ, ଜିଲା ମୁଖ୍ୟ ଚିକିତ୍ସାଳୟରୁ ୭ ଦଲାଲ ଗିରଫ

ଅନୁଗୋଳ ଅଫିସ,୨୭।୯: ଅନୁଗୋଳ ଜିଲା ପରିବହନ କାର୍ଯ୍ୟାଳୟ ଓ ଜିଲା ମୁଖ୍ୟ ଚିକିତ୍ସାଳୟରୁ ମୋଟ ୭ ଜଣ ଦଲାଲଙ୍କୁ ଅନୁଗୋଳ ପୋଲିସ ଶୁକ୍ରବାର ଗିରଫ କରିଛି।...

ବଳାତ୍କାରୀ ଶିକ୍ଷକଙ୍କୁ ୨୦ବର୍ଷ ଜେଲ

ଢେଙ୍କାନାଳ ଅଫିସ, ୩।୩-ଢେଙ୍କାନାଳ ପୋକ୍‌ସୋ ଅଦାଲତରେ ସୋମବାର ଏକ ଦୃଷ୍ଟିହୀନ ନାବାଳିକା ବଳାତ୍କାର ମାମଲାର ରାୟ ପ୍ରକାଶ ପାଇଛି। ବିଚାରପତି ରାଜକିଶୋର ମହାପାତ୍ର ଅଭିଯୁକ୍ତ ସ୍କୁଲ...

ବାଲ୍ୟ ବିବାହକୁ ବିରୋଧ କରି ଚର୍ଚ୍ଚାରେ ନାବାଳିକା

ବାରିପଦା ଅଫିସ,୨୫।୯: ବାରିପଦା ବ୍ଲକ ଅଞ୍ଚଳର ଜଣେ ୧୩ ବର୍ଷର ନାବାଳିକା ବାଲ୍ୟ ବିବାହକୁ ବିରୋଧ କରି ଚର୍ଚ୍ଚାକୁ ଆସିଛନ୍ତି। ପରିବାର ଲୋକେ ତାଙ୍କ ବିବାହ...

କାନ୍ଥ ତାଡ଼ି ୧୫ ମୋବାଇଲ, କମ୍ପ୍ୟୁଟର ଚୋରି

ବନ୍ତଳା, ୩୦ା୩(ଡି.ଏନ.ଏ.)- ଅନୁଗୋଳ ଜିଲା ବନ୍ତଳା ଥାନା ଛକ କନକ ଦୁର୍ଗା ବଜାରରେ ରବିବାର ରାତିରେ ଖାଲଙ୍ଗା ଗ୍ରାମର ପ୍ରଦୀପ ପ୍ରଧାନ (୩୩) ଙ୍କ ମୋବାଇଲ...

ବସ୍‌ ଦୁର୍ଘଟଣା: ମୃତ୍ୟୁ ସଂଖ୍ୟା ୬ରେ ପହଞ୍ଚିଲା, ୩୮ ଗୁରୁତର

ବ୍ରହ୍ମପୁର ଅଫିସ,୨୯।୧: ତପ୍ତପାଣି ଘାଟିରେ ବୁଧବାର ବଡି ଭୋରୁ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୬ରେ ପହଞ୍ଚିଥିବାବେଳେ ୩୮ଜଣ ଗୁରୁତର...

Advertisement


Archives

Model This Week