Posted inUncategorized

‘ମରିବୁ ପଛେ ଆମ ସ୍କୁଲ ଛାଡ଼ିବୁ ନାହିଁ’

ଭୁବନେଶ୍ୱର,୧୮ା୭ (ଅନୁରାଧା ମହାରଣା): ଆମ ସ୍କୁଲ୍‌ରେ ଆମେ ପଢ଼ିବୁ। ଅନ୍ୟ ସ୍କୁଲକୁ ଯିବୁ ନାହିଁ। ମରିବୁ ପଛେ କାହାକୁ ଆମ ସ୍କୁଲ ଛାଡ଼ିବୁ ନାହିଁ। ଏମିତି କିଛି ସ୍ଳୋଗାନ ଦେଇ ଭୁବନେଶ୍ୱର ୟୁନିଟ୍‌-୯ ବାଳିକା ଉଚ୍ଚ ବିଦ୍ୟାଳୟର ଛାତ୍ରୀମାନେ ସୋମବାର ସ୍କୁଲ ଫାଟକ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ରମାଦେବୀ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରୁ ରମାଦେବୀ ଜୁନିୟର କଲେଜ ଅଲଗା ହୋଇ ୟୁନିଟ୍‌-୯ ବାଳିକା ବିଦ୍ୟାଳୟକୁ ସ୍ଥାନାନ୍ତର ହେବାକୁ ଯାଉଛି। ଏଥିପାଇଁ ଉକ୍ତ ବାଳିକା ଉଚ୍ଚ ବିଦ୍ୟାଳୟକୁ ୟୁନିଟ୍‌-୯ ବାଳକ ଉଚ୍ଚ ବିଦ୍ୟାଳୟରେ ମିଶ୍ରଣ କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ଏହାକୁ ବିରୋଧ କରି ଛାତ୍ରୀ, ଅଭିଭାବକ ଏବଂ ପୁରାତନ ଛାତ୍ରୀମାନେ ବିରୋଧ ପ୍ରଦର୍ଶନ କରିଛନ୍ତି। ସ୍ଥିତି ଏପରି ହୋଇଥିଲା ଯେ, ୭ଜଣ ଛାତ୍ରୀ ଅଚେତ ହୋଇଯାଇଥିଲେ। ବିଳମ୍ବରେ ବ୍ଲକ ଶିକ୍ଷାଧିକାରୀ ସ୍କୁଲରେ ପହଞ୍ଚତ୍ ଆଲୋଚନା କରିବା ପରେ ପିଲାମାନେ ବିକ୍ଷୋଭକୁ ସାମୟିକ ସ୍ଥଗିତ ରଖିଛନ୍ତି।
ସୋମବାର ସକାଳ ପ୍ରାୟ ୯ଟା ହେବ। ଛାତ୍ରୀମାନେ ବହିବସ୍ତାନି ବଦଳରେ ହାତରେ ପ୍ଲାକାର୍ଡ ଧରି ୟୁନିଟ୍‌-୯ ବାଳିକା ଉଚ୍ଚ ବିଦ୍ୟାଳୟ ଆଗରେ ପହଞ୍ଚତ୍ଥିଲେ। ବହୁ ଛାତ୍ରୀଙ୍କ ସହ ସେମାନଙ୍କ ଅଭିଭାବକମାନେ ମଧ୍ୟ ରହିଥିଲେ। ବିଦ୍ୟାଳୟ ଫାଟକରେ ତାଲା ପକାଇ ସମ୍ମୁଖରେ ଧାରଣାରେ ବସି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ‘ଆମେ ଅନ୍ୟ ବିଦ୍ୟାଳୟ ଯିବୁନି’ କହି ଛାତ୍ରୀମାନେ ଜିଦ୍‌ରେ ଅଡ଼ି ବସିଥିଲେ। ଫଳରେ ପ୍ରଧାନଶିକ୍ଷୟିତ୍ରୀଙ୍କ ସମେତ ସମସ୍ତ ଶିକ୍ଷୟିତ୍ରୀ ଓ କର୍ମଚାରୀ ବିଦ୍ୟାଳୟ ଭିତରକୁ ଯାଇପାରି ନ ଥିଲେ। ପିଲାଙ୍କର ଏକମାତ୍ର ଦାବି ରହିଥିଲା, ସେମାନେ ନିଜ ସ୍କୁଲ ଛାଡ଼ି ଅନ୍ୟତ୍ର ପଢ଼ିବାକୁ ଯିବେ ନାହିଁ। ୧୯୬୭ରେ ସ୍ଥାପିତ ଏହି ବିଦ୍ୟାଳୟରେ ଅନ୍ୟ ଶିକ୍ଷାନୁଷ୍ଠାନ ମିଶ୍ରଣ କରାଯାଉ, ମାତ୍ର ସେମାନଙ୍କୁ ଉକ୍ତ ବିଦ୍ୟାଳୟରେ ପାଠପଢ଼ିବାରୁ ବଞ୍ଚତ୍ତ କରା ନ ଯାଉ। ବାଳିକା ଉଚ୍ଚ ବିଦ୍ୟାଳୟରେ ବାଳିକାମାନେ ସ୍ବଚ୍ଛନ୍ଦରେ ଚଳପ୍ରଚଳ କରିବା ସହ ଗୁଣାମତ୍କ ଶିକ୍ଷା ପାଇପାରୁଛନ୍ତି। ମାତ୍ର ୟୁନିଟ୍‌-୯ ବାଳକ ଉଚ୍ଚ ବିଦ୍ୟାଳୟରେ ମିଶ୍ରଣ ହେବା ଫଳରେ ସେମାନେ ପାଉଥିବା ଅନେକ ସୁବିଧାରୁ ବଞ୍ଚତ୍ତ ହେବେ ବୋଲି ଛାତ୍ରୀମାନେ କହିଛନ୍ତି। ତେବେ ବିଦ୍ୟାଳୟ ଆଗରେ ଏଭଳି ଭିନ୍ନ ଦୃଶ୍ୟ ରାସ୍ତାରେ ଯାଉଥିବା ଲୋକଙ୍କୁ ସେଠାକୁ ଟାଣି ନେଇଥିଲା। ଛାତ୍ରୀଙ୍କ ଦାବି ଓ ଆନ୍ଦୋଳନକୁ ବହୁ ସମର୍ଥନ ମିଳିଥିଲା। ଫଳରେ ସମୟ ଗଡ଼ିବା ସହ ବିରୋଧର ସ୍ବର ଆହୁରି ତେଜିଥିଲା। ଗୁଳୁଗୁଳିରେ ଆନ୍ଦୋଳନରତ ଅନେକ ଛାତ୍ରୀ ଅସୁସ୍ଥ ହୋଇପଡ଼ିଥିଲେ। ସେମାନଙ୍କ ମଧ୍ୟରୁ ୭ଜଣ ଛାତ୍ରୀଙ୍କୁ ଆମ୍ବୁଲାନ୍ସ, ପ୍ରେସ୍‌ ଗାଡି ଓ ସ୍କୁଟିରେ କ୍ୟାପିଟାଲ ହସ୍‌ପିଟାଲକୁ ଚିକିତ୍ସା ପାଇଁ ନିଆଯାଇଥିଲା। ୫ଜଣଙ୍କୁ ପ୍ରାଥମିକ ଚିକିତ୍ସା ପରେ ଛାଡ଼ି ଦିଆଯାଇଥିବାବେଳେ ୨ଜଣଙ୍କୁ ଆଡ୍‌ମିଶନ କରାଯାଇଥିଲା। ସୁସ୍ଥ ହେବା ପରେ ଉଭୟ ସନ୍ଧ୍ୟାରେ ଘରକୁ ଫେରିଥିବା ଜଣାପଡ଼ିଛି। ତେବେ ପରିସ୍ଥିତି ଅଣାୟତ୍ତ ହେବା ପରେ ବ୍ଲକ୍‌ ଶିକ୍ଷାଧିକାରିଣୀ(ବିଇଓ) ପ୍ରଜ୍ଞାପାରମିତା ଜେନା ଘଟଣାସ୍ଥଳରେ ପହଞ୍ଚତ୍ ପିଲାଙ୍କୁ ବୁଝାଶୁଝା କରିଥିଲେ। ପରେ ଆନ୍ଦୋଳନକୁ ସାମୟିକ ଭାବେ ସ୍ଥଗିତ ରଖାଯାଇଥିଲା। ଅନ୍ୟପଟେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ସତ୍ୟବ୍ରତ ପରିଡ଼ାଙ୍କ ସମେତ ଅନ୍ୟମାନେ ବିଇଓଙ୍କ ସହ ଆଲୋଚନା କରିବା ସହ ଦାବିପତ୍ର ପ୍ରଦାନ କରିଥିଲେ। ଆଲୋଚନା ସମୟରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଅମ୍ବିକା ହରିଚନ୍ଦନ ଓ ଅନ୍ୟମାନେ ମଧ୍ୟ ଉପସ୍ଥିତ ଥିଲେ। ତେବେ ଆସନ୍ତା ୪ରୁ ୫ଦିନ ମଧ୍ୟରେ ଏଦିଗରେ ପୁନର୍ବିଚାର କରାଯାଇ ନିଷ୍ପତ୍ତି ନିଆଯିବ ବୋଲି ବିଇଓ ଆଶ୍ୱାସନା ଦେଇଛନ୍ତି। କିନ୍ତୁ ଏହି ନିଷ୍ପତ୍ତି ଛାତ୍ରୀଙ୍କ ହିତରେ ନ ଆସିଲେ ପୁଣିଥରେ ଛାତ୍ରୀ ଓ ଅଭିଭାବକ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି। ଖବରପାଇ ଜଟଣୀ ବିଧାୟକ ସୁର ରାଉତରାୟ, ସ୍ଥାନୀୟ କର୍ପୋରେଟର ଅପରୂପ ନାରାୟଣ ରାଉତ ପହଞ୍ଚତ୍ ଛାତ୍ରୀଙ୍କୁ ବୁଝାଶୁଝା କରିଥିବାବେଳେ ପରିଚାଳନା କମିଟି ସଦସ୍ୟ, ଅଭିଭାବକ ତଥା ପୁରାତନ ଛାତ୍ରୀ ଉପସ୍ଥିତ ଥିଲେ। ଆଇନଶୃଙ୍ଖଳା ପରିସ୍ଥିତିର ମୁକାବିଲା ପାଇଁ ପୋଲିସ ମଧ୍ୟ ଉପସ୍ଥିତ ରହିଥିଲା।
ଅନ୍ୟପଟେ ପରୀକ୍ଷା ଆଉ ଅଳ୍ପଦିନ ରହିଥିବାବେଳେ ପିଲାମାନେ ପାଠପଢ଼ା ପରିବର୍ତ୍ତେ ଆନ୍ଦୋଳନକୁ ଓହ୍ଲାଇବା ପ୍ରସଙ୍ଗକୁ ନେଇ ଶିକ୍ଷାବିତ୍‌ଙ୍କ ମହଲରେ ଉଦ୍‌ବେଗ ପ୍ରକାଶ ପାଇଛି। ବିଦ୍ୟାଳୟ ମିଶ୍ରଣକୁ ବିଭିନ୍ନ ମହଲରେ ବିରୋଧ କରାଯାଉଥିବାବେଳେ ପିଲାମାନେ ଏହାଦ୍ୱାରା ମାନସିକ ଚାପରେ ରହିବେ ବୋଲି ମତ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଜୟ-ରଶ୍ମିକାଙ୍କ ଗ୍ଲୋବାଲ ରେକର୍ଡ: ମେସି-ରୋନାଲ୍ଡୋଙ୍କୁ ପକାଇଲେ ପଛରେ

ସାଉଥ୍‌ ଇଣ୍ଡଷ୍ଟ୍ରିର ମୋଷ୍ଟ ଲଭେବଲ୍‌ କପଲ୍‌ ବିଜୟ ଦେବରକୋଣ୍ଡା ଏବଂ ରଶ୍ମିକା ମନ୍ଦାନା ଗତ କିଛି ମାସ ହେବ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ସେମାନଙ୍କ ବିବାହକୁ…

ଚେତନାର ପାଠଶାଳା

ପୁସ୍ତକ ଦ୍ବାରା କମ୍‌ ବରଂ ଅଭିଜ୍ଞତା ଦ୍ବାରା ମାନବର ବିକାଶ ଅଧିକ ହୋଇଥାଏ। ”ପ୍ରଥମେ ନିଜେ ଶିଖ, ପରେ ଶିକ୍ଷା ଦିଅ।“ -ଏହି ବାକ୍ୟାଂଶ ଗଭୀର ସତ୍ୟ…

ଆଇପିଏଲ୍‌: ଖେଳାଳିଙ୍କ ପ୍ରକୋଷ୍ଠରେ ଲାଗିଲା ପ୍ରବେଶ କଟକଣା

ନୂଆଦିଲ୍ଲୀ,୮ା୫: ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ ହନି ଟ୍ରାପ୍‌, ଆଇନଗତ ଦାୟିତ୍ୱ ଓ ସୁରକ୍ଷାଗତ ବିପଦ ସମ୍ଭାବନା ଥିବା ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ତରଫରୁ…

ସୌମ୍ୟରଞ୍ଜନ ହତ୍ୟା ମାମଲା: ରାସ୍ତା ଅବରୋଧ କଲେ ଗ୍ରାମବାସୀ

ନିଆଳି,୮।୫: ଭୁବନେଶ୍ୱର ଉପକଣ୍ଠସ୍ଥ ବାଲିଅନ୍ତାରେ ସୌମ୍ୟରଞ୍ଜନ ସ୍ବାଇଁଙ୍କୁ ପିଟିପିଟି ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା। ଏହାରେ ପ୍ରତିବାଦରେ ଶୁକ୍ରବାର ମୌଜପୁର ଗ୍ରାମବାସୀ ଫୁଲନଖରା-ନିଆଳି ରାସ୍ତା ଅବରୋଧ…

ବିବାହ ପ୍ରତିଶ୍ରୁତି ଦେଇ ରଖିଥିଲେ ଶାରୀରିକ ସମ୍ପର୍କ, ଷଷ୍ଠ ଶ୍ରେଣୀର ଛାତ୍ରୀ ଜଣଙ୍କ ଗର୍ଭବତୀ ହେବାରୁ…

ବ୍ରହ୍ମପୁର,୩୦ା୪(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଫାଷ୍ଟଟ୍ରାକ୍‌ ପୋକ୍‌ସୋ ଜଜ୍‌ ରୋହିତଲାଲ ପଣ୍ଡା ବୁଧବାର ଜଣେ ନାବାଳିକା ବଳାତ୍କାର ମାମଲାର ଅଭିଯୁକ୍ତଙ୍କୁ ୨୦ବର୍ଷ ଜେଲଦଣ୍ଡ ଶୁଣାଇଛନ୍ତି। ଏଥିସହ ୫୦…

ଭୂମିକମ୍ପ ପରେ ମାଡ଼ି ଆସୁଛି ସମୁଦ୍ର

ଟୋକିଓ,୨୦।୪: ଜାପାନରେ ଏକ ଭୟଙ୍କର ଭୂମିକମ୍ପ ହୋଇଛି। ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୭.୪ ରେକର୍ଡ କରାଯାଇଛି । ରିପୋର୍ଟ ଅନୁଯାୟୀ, ଉତ୍ତର ଜାପାନର ଉପକୂଳରେ ଏହି…

ବାଣ କାରଖାନାରେ ବଡ଼ ଧରଣର ବିସ୍ଫୋରଣ; ୧୬ମୃତ, ବଢ଼ିପାରେ ମୃତ୍ୟୁ ସଂଖ୍ୟା

ଚେନ୍ନାଇ,୧୯ା୪: ତାମିଲନାଡୁର ବିରୁଧୁନଗର ଜିଲାରେ ଥିବା ଏକ ବାଣ ତିଆରି ୟୁନିଟରେ ଏକ ବଡ଼ ବିସ୍ଫୋରଣ ଘଟିଛି। ବାଣ କାରଖାନାରେ ହୋଇଥିବା ଏହି ଭୟଙ୍କର ବିସ୍ଫୋରଣରେ ଏପର୍ଯ୍ୟନ୍ତ…

ଟ୍ରମ୍ପଙ୍କ ଚାଇନା ଗସ୍ତ ପୂର୍ବରୁ ବଡ଼ ଗେମ୍‌ ଖେଳିଲେ ପୁଟିନ୍‌, ବେଜିଂକୁ ପଠାଇଲେ ‘ଚାଣକ୍ୟ’, ଜାଣନ୍ତୁ ସେ କିଏ…

ବେଜିଂ,୧୪।୪: ଦୁଇ ସପ୍ତାହ ପୂର୍ବରୁ ଆମେରିକା ଘୋଷଣା କରିଥିଲା ଯେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମେ’ରେ ଚାଇନା ଗସ୍ତ କରିବେ। ଠିକ୍‌ ଏହି ସମୟରେ ଇରାନ ସହିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri