ମନ୍ତ୍ରୀଙ୍କୁ ଗୃହକୁ ପୂରାଇ ଦେବୁନି: କଂଗ୍ରେସ

ଭୁବନେଶ୍ୱର,୧୬ା୧୧(ବ୍ୟୁରୋ): ବିଧାନସଭାର ଶୀତ ଅଧିବେଶନ ଡିସେମ୍ବର ପହିଲାରୁ ଆରମ୍ଭ ହେବ। ଏହା ୩୧ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବାବେଳେ ଏଥିରେ ମୋଟ ୨୬ କାର୍ଯ୍ୟଦିବସ ରହିଛି। ତେବେ ଏହି ଅଧିବେଶନରେ ମୁଖ୍ୟତଃ ମମିତା ମେହେର ହତ୍ୟାକାଣ୍ଡ ପ୍ରସଙ୍ଗରେ ଗୃହ ଭିତରେ ଏବଂ ବାହାରେ ବିରୋଧୀଙ୍କ ପକ୍ଷରୁ ଶାଣିତ ଆକ୍ରମଣ କରାଯିବ ବୋଲି ଏକ ପ୍ରକାର ସ୍ପଷ୍ଟ ହୋଇସାରିଲାଣି। ଅନ୍ୟପକ୍ଷରେ ଗୃହ ଭିତରକୁ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ପୂରାଇ ଦେବେ ନାହିଁ ବୋଲି କଂଗ୍ରେସ ଚେତାବନୀ ଦେଇଛି। ଅନ୍ୟପଟେ ବିଜେଡି କିନ୍ତୁ ପ୍ରଥମେ ଦୋଷ ପ୍ରମାଣ କର ତା’ପରେ ଅଭିଯୋଗ କରିବ ବୋଲି ଯୁକ୍ତି ବାଢିଛି।
କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, ମମିତାଙ୍କୁ ହାଣି ଖଣ୍ଡ ଖଣ୍ଡ କରି ଅତି ନୃଶଂସଭାବେ ହତ୍ୟା କରାଗଲା। ହେଲେ ତାଙ୍କୁ ହତ୍ୟା କରିବାର କାରଣ କ’ଣ ସେନେଇ ଏପର୍ଯ୍ୟନ୍ତ ପୋଲିସ ସ୍ପଷ୍ଟ କରିନାହିଁ। ମହାଲିଙ୍ଗ କଲେଜକୁ ବଡ଼ ବଡ଼ ଲୋକ, ମନ୍ତ୍ରୀ ଏବଂ ନେତା ଆସୁଥିଲେ। ସେଠାରେ ମନ୍ତ୍ରୀ ଏବଂ ନେତା ରାତ୍ରିଯାପନ କରିବା ସହ ବିଭିନ୍ନ ପ୍ରକାର ଅନୈତିକ କାର୍ଯ୍ୟରେ ସମ୍ପୃକ୍ତ ରହୁଥିଲେ। ଏହାକୁ ଲୁଚାଇବା ଲାଗି ମମିତାଙ୍କୁ ହତ୍ୟା କରାଯାଇଛି, ଯାହା ଏପର୍ଯ୍ୟନ୍ତ ଲୋକଲୋଚନକୁ ଆସିନାହିଁ। କେବଳ ଗୋବିନ୍ଦ ସାହୁଙ୍କୁ ପୋଲିସ ଗିରଫକରି ଚୁପ୍‌ ବସିଛି। ଏହି ପ୍ରସଙ୍ଗକୁ କଂଗ୍ରେସ ବ୍ୟାପକ କରିବ। ଏହି ଘଟଣାରେ ଦିବ୍ୟଶଙ୍କର ମିଶ୍ର ସମ୍ପୃକ୍ତ ଥିବା ପୀଡ଼ିତାଙ୍କ ପରିବାର ଲୋକ କରିଛନ୍ତି। ତେଣୁ ତାଙ୍କୁ ତୁରନ୍ତ ବରଖାସ୍ତ କରିବାକୁ ବିଧାନସଭାରେ ଉଠାଇବୁ। ଦଳ ମମିତା ହତ୍ୟା ମାମଲାରେ କିଭଳି କଠୋର ଆଭିମୁଖ୍ୟ ଗ୍ରହଣ କରିବ ସେନେଇ ବିଧାୟକ ଦଳ ବୈଠକରେ ସ୍ଥିର କରିବୁ। ତେଣୁ ଏହି ଘଟଣାରେ ଦିବ୍ୟଶଙ୍କର ନିର୍ଦ୍ଦୋଷ ସାବ୍ୟସ୍ତ ନ ହେବା ପର୍ଯ୍ୟନ୍ତ ତାଙ୍କୁ ଗୃହରେ ପୂରାଇ ନ ଦେବାକୁ ବାଚସ୍ପତି ଏବଂ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିବୁ। ସେ ବିଧାନସଭା ଗୃହକୁ ଆସିଲେ ତାହା ଅପବିତ୍ର ହେବ। ମୁଖ୍ୟମନ୍ତ୍ରୀ ଯେହେତୁ ଗୃହରେ ରହୁନାହାନ୍ତି ସେଥିଲାଗି ଏହି ପ୍ରସଙ୍ଗରେ ଦିବ୍ୟଶଙ୍କର ଉତ୍ତର ରଖିବେ। ଏହା ମଧ୍ୟ ବିଧାନସଭାର ମର୍ଯ୍ୟାଦା କ୍ଷୁଣ୍ଣ କରିବ ବୋଲି ସେ କହିଛନ୍ତି। ଅନ୍ୟପଟେ ସାଲୁଜା ଉଠାଇଥିବା କଥାକୁ ବିଧାୟକ ସୁରେଶ କୁମାର ରାଉତରାୟ ସମର୍ଥନ କରିଛନ୍ତି।
ସାଲୁଜାଙ୍କ ପ୍ରତିକ୍ରିୟା ଉପରେ ମତ ରଖି ବିଜେଡି ବିଧାୟକ ଅଶ୍ୱିନୀ ପାତ୍ର କହିଛନ୍ତି, ଜଣେ ନିର୍ବାଚିତ ପ୍ରତିନିଧିଙ୍କୁ ଗୃହରେ ପୂରାଇ ନ ଦେବାର ଅଧିକାର କାହାର ନାହିଁ। ଏହି ବ୍ୟବସ୍ଥାକୁ ଯେଉଁମାନେ ଉଲ୍ଲଂଘନ କରିବେ ସେହି ଅନୁସାରେ ସେମାନେ ଆଇନକୁ ସମ୍ମୁଖୀନ କରିବେ। ସେମାନଙ୍କ ନିକଟରେ ଯଦି ପ୍ରମାଣ ଅଛି କୋର୍ଟ ଅଫ୍‌ ଲ’ରେ ଦିଅନ୍ତୁ। ସେମାନେ ଆଣୁଥିବା ଅଭିଯୋଗକୁ ପ୍ରମାଣ କରନ୍ତୁ। ଏଭଳି ଅଭିଯୋଗ ଆଣିଦେଲେ କିଛି ସତ ହୋଇଯିବ ନାହିଁ। ପ୍ରକୃତରେ ମନ୍ତ୍ରୀଙ୍କ ଯଦି ସମ୍ପୃକ୍ତି ଥିବ ତେବେ ମୁଖ୍ୟମନ୍ତ୍ରୀ ତଦନ୍ତ ହେବା ପରେ ରିପୋର୍ଟ ଅନୁଯାୟୀ ନିଷ୍ପତ୍ତି ଯାହା ନେବା କଥା ନେବେ। ବିରୋଧୀ ଗୃହରେ ଯେଉଁସବୁ ପ୍ରସଙ୍ଗ ଉଠାଇବେ ତା’ର ଜବାବ ଦେବାକୁ ଆମେ ପ୍ରସ୍ତୁତ। ସାଲୁଜା ଯାହା କହିବେ ତାହା ବେଦର ଗାର ନୁହେଁ ବୋଲି ଅଶ୍ୱିନୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନୂଆ ରୂପରେ ସଜେଇ ହେଲା ଭାଗବତ ଟୁଙ୍ଗି

ବେଗୁନିଆ,୧୮ା୪(ହରପ୍ରସନ୍ନ ପଣ୍ଡା)ବେଗୁନିଆ ବ୍ଲକ ପୋଡ଼ାଡିହ ପଞ୍ଚାୟତ ଅନ୍ତର୍ଗତ ତଳଗଡ଼ ଗାଁରେ ବୁଧବାର ପବିତ୍ର ରାମନବମୀରେ ଆଧ୍ୟାତ୍ମିକ ଭାବଧାରା ଦେଖିବାକୁ ମିଳିଛି। ବିଶ୍ୱାଳସାହିସ୍ଥିତ ଭାଗବତ ଦେବଙ୍କ ନୂତନ...

ଅସ୍ତିତ୍ୱ ହରାଉଛି ଗଡ଼ଖୋର୍ଦ୍ଧା, ପାଣ୍ଡବଘରା

ଖୋର୍ଦ୍ଧା,୧୮ା୪ (ପ୍ରଭାତ ପାଣିଗ୍ରାହୀ)ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ ଖୋର୍ଦ୍ଧାର ଅନେକ ଐତିହ୍ୟ କୀର୍ତ୍ତିରାଜି ଆଜି ଧ୍ୱଂସାଭିମୁଖୀ। ଐତିହ୍ୟ ଗଡ଼ଖୋର୍ଦ୍ଧା ଏବଂ ବରୁଣେଇ ପାହାଡ଼ ଶୀର୍ଷରେ ଥିବା ପାଣ୍ଡବ...

ସତର୍କତାକୁ ପ୍ରାଥମିକତା

ଆମ ଶରୀରର ଅନ୍ୟତମ ପ୍ରମୁଖ ଅଙ୍ଗ ହେଉଛି ଯକୃତ ବା ଲିଭର। ଏହା ସୁସ୍ଥ ରହିବା ନିହାତି ଦରକାର। ନ ହେଲେ ସମୟକ୍ରମେ ଏହା ଜଟିଳ...

ଐତିହ୍ୟ ଆବିଷ୍କାର, ସଂରକ୍ଷଣକୁ ଗୁରୁତ୍ୱ ନାହିଁ

ଭୁବନେଶ୍ୱର,୧୮।୪(ଶର୍ମିଷ୍ଠା ପାଣିଗ୍ରାହୀ)ଓଡ଼ିଶା କଳା, ସଂସ୍କୃତି, ଐତିହ୍ୟରେ ସମୃଦ୍ଧ। ପ୍ରତିଟି ଜିଲାରେ ରହିଛି ଅନନ୍ୟ ଐତିହ୍ୟର ପରିଚୟ। ମାତ୍ର ଭୁବନେଶ୍ୱର, କୋଣାର୍କ, ପୁରୀ ଆଦି କେତୋଟି ସ୍ଥାନକୁ...

ରାଜ୍ୟର ପ୍ରଥମ ପର୍ଯ୍ୟାୟ ଭୋଟ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି, ଆଜିଠୁ ନାମାଙ୍କନ ଦାଖଲ

ନୂଆଦିଲ୍ଲୀ /ଭୁବନେଶ୍ୱର,୧୮।୪:ଦେଶର ଚତୁର୍ଥ ଏବଂ ରାଜ୍ୟର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ପ୍ରକାଶ ପାଇଛି ବିଜ୍ଞପ୍ତି। ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ବିଜ୍ଞପ୍ତି...

ଗଛମୂଳେ ଚାଲିଛି ପାଠପଢ଼ା

ଆନନ୍ଦପୁର,୧୮ା୪(ଉମେଶ ଚନ୍ଦ୍ର ପାଢ଼ୀ)ରାଜ୍ୟ ସରକାର ୫-ଟି ଅଧୀନରେ ବିଦ୍ୟାଳୟ ରୂପାନ୍ତରୀକରଣ କରିଛନ୍ତି। ଏଥିରେ କେନ୍ଦୁଝର ଜିଲାରେ ମଧ୍ୟ ଅନେକ ସ୍କୁଲର ରୂପରେଖ ବଦଳିଛି। ମାତ୍ର ଏବେ...

ଅନୁଗୋଳରେ ପ୍ରଥମ କରି ମହିଳା କାର୍ଡ

ଅନୁଗୋଳ ୧୮।୪ (ଅମିତ କୁମାର ସାମଲ)ଅନୁଗୋଳ ବିଧାନସଭା କ୍ଷେତ୍ରରେ ବିଜେଡି ଖୋଲିଛି ମହିଳା କାର୍ଡ। ବିଜେଡିର ଦୀର୍ଘ ୨୪ ବର୍ଷ ଇତିହାସରେ ଦଳ କେବେ ବି...

ବିଶ୍ୱ ଐତିହ୍ୟ ତାଲିକାରୁ ବାଦ୍‌ପଡ଼ିଛି ଭିତରକନିକା

କେନ୍ଦ୍ରାପଡ଼ା, ୧୮ା୪ (ଜଗନ୍ନାଥ ଧଳ)ଏପ୍ରିଲ ୧୮ ତାରିଖ ବିଶ୍ୱ ଐତିହ୍ୟ ଦିବସ। ବିଶ୍ୱ ଐତିହ୍ୟ ତାଲିକାରେ ସଂଲଗ୍ନ ପାଇଁ କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ଅଧୀନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri