ଦୀପାଳିଙ୍କ ବୟାନ ପ୍ରାୟୋଜିତ, ଆମେ ନବ ଦାସଙ୍କ ମୃତ୍ୟୁକୁ ନେଇ ରାଜନୀତି କରୁନାହୁଁ: ଭାଜପା

ଭୁବନେଶ୍ୱର,୨୧।୨(ବ୍ୟୁରୋ): ଗୋଟିଏ ପଟେ ମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡକୁ ନେଇ ରାଜ୍ୟ ରାଜନୀତି ସରଗରମ ରହିଥିବା ବେଳେ ଏନେଇ ଝିଅ ଦୀପାଳି ଦାସଙ୍କ ପ୍ରତିକ୍ରିୟା ଚର୍ଚ୍ଚାକୁ ଆସିଛି। ବାପାଙ୍କ ମୃତ୍ୟୁକୁ ନେଇ କୌଣସି ରାଜନୀତି କରା ନ ଯାଉ ବୋଲି ସେ ମଙ୍ଗଳବାର ଗଣମାଧ୍ୟମ ସମ୍ମୁଖରେ ବୟାନ ଦେଇଥିଲେ। ଏଭଳି ବୟାନ ପ୍ରାୟୋଜିତ ବୋଲି ଭାଜପା କହିଛି। ଏଥିସହ ସରକାରୀ ଦଳର ନେତା ଓ ଘଟଣାରେ ସମ୍ପୃକ୍ତ ଥିବା ଅଧିକାରୀଙ୍କୁ ସୁରକ୍ଷା ଦେବା ଲାଗି ଦୀପାଳି ଏଭଳି ମନ୍ତବ୍ୟ ଦେଇଥିବା ବିରୋଧୀ ଦଳ ମୁଖ୍ୟ ସଚେତକ ତଥା ବିଧାୟକ ମୋହନ ମାଝି କହିଛନ୍ତି।

ମୋହନ କହିଛନ୍ତି, ଆମେ ଏହାକୁ ନେଇ ରାଜନୀତି କରୁନାହୁଁ। ଓଡ଼ିଶା ପୋଲିସ ଏହି ଘଟଣାକୁ ଚାପି ଦେବାକୁ ବସିଛି। କିନ୍ତୁ ଆମେ ସେ କାମ କରାଇ ଦେବୁନାହିଁ। ପ୍ରକୃତ ହତ୍ୟାକାରୀକୁ ଖୋଜିବାକୁ ସେ ଯଦି ନ ଚାହାନ୍ତି ତେବେ କିଛି କହିବାର ନାହିଁ। କାରଣ କ୍ରାଇମବ୍ରାଞ୍ଚର ପୂର୍ବ ରେକର୍ଡ ଭଲ ନାହିଁ। ତଦନ୍ତ କେବଳ ଗୋପାଳ ପାଖରେ ଅଟକିଛି, ଅନ୍ୟ କାହାକୁ ଏହାର ପରିସରକୁ ଅଣାଯାଉନାହିଁ। ଏଣୁ ଭାଜପାର ସନ୍ଦେହ ହେବା ସ୍ବାଭାବିକ। ପ୍ରକୃତ ହତ୍ୟାକାରୀ କିଏ ତାହା ଜାଣିବାକୁ ଓଡ଼ିଶାବାସୀ ଚାହୁଁଛନ୍ତି। ସିବିଆଇ ତଦନ୍ତ ଆମର ଦାବି, ଏହାକୁ ନେଇ ରାଜନୀତି କରୁନାହୁଁ ବୋଲି ମୋହନ କହିଛନ୍ତି।

ପ୍ରକାଶ ଯେ, ଝାରସୁଗୁଡ଼ାରେ ଗଣମାଧ୍ୟମ ସମ୍ମୁଖରେ ଦୀପାଳି କହିଥିଲେ ଯେ ବାପାଙ୍କ ମୃତ୍ୟୁ ପରେ ଆମ ପରିବାର ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଛି। ଏଭଳି ଏକ ଅଘଟଣ ଘଟିବ ବୋଲି ଆମେ କେବେ ଆଶା କରି ନ ଥିଲୁ। ତେଣୁ ବାପାଙ୍କ ମୃତ୍ୟୁକୁ ନେଇ କୌଣସି ରାଜନୀତି ନ କରିବାକୁ ସମସ୍ତଙ୍କୁ ଅନୁରୋଧ କରୁଛି। ବାପାଙ୍କ ହତ୍ୟା ଘଟଣାର ତଦନ୍ତ କ୍ରାଇମ୍‌ବ୍ରାଞ୍ଚ କରୁଛି। ଏହି ତଦନ୍ତକୁ ଜଣେ ପୂର୍ବତନ ବିଚାରପତି ଅନୁଧ୍ୟାନ କରୁଛନ୍ତି। ତଦନ୍ତ ଚାଲିଥିବାରୁ ଏନେଇ ଅଧିକ କିଛି କହିପାରିବି ନାହିଁ। ହେଲେ ମୁଖ୍ୟମନ୍ତ୍ରୀଙ୍କ ଆଶୀର୍ବାଦ ଆମ ପରିବାର ଉପରେ ରହିଛି। ଆମେ ନିଶ୍ଚିତ ଭାବେ ନ୍ୟାୟ ପାଇବୁ ବୋଲି ଆଶା ରଖିଛୁ ବୋଲି ଦୀପାଳି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅଧରାତିରେ ପ୍ରେମିକାଙ୍କୁ ଭେଟିବାକୁ ଲୁଚିଛପି ଯାଇଥିଲେ ପ୍ରେମିକ, ଗାଁ  ଲୋକଙ୍କ ହାବୁଡ଼ରେ ପଡ଼ିବା ପରେ…

ପାଟନା,୧୭।୫: ବିହାରର ମୁଜାଫରପୁର ଜିଲାରୁ ଏକ ଚକିତ କଲା ଭଳି ଖବର ସାମ୍ନାକୁ ଆସିଛି। ରାତିର ଅନ୍ଧାରରେ ପ୍ରେମିକାକୁ ଦେଖା କରିବାକୁ ଆସିଥିବା ଜଣେ ପ୍ରେମିକକୁ ଗ୍ରାମବାସୀ…

ପରିବାରଲୋକଙ୍କୁ ଅଟକ ରଖି କୋଦାଳରେ ଆକ୍ରମଣ କରିଥିଲେ ଯୁବକ, ବାନ୍ଧିଲା ପୋଲିସ

ଆନନ୍ଦପୁର,୧୭ା୫(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ପୌରପାଳିକା ଫକୀରପୁର ଗ୍ରାମର ପ୍ରଶାନ୍ତ କୁମାର ଦାସ ପରିବାର ଲୋକଙ୍କୁ ଆକ୍ରମଣ କରିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି…

‘୩ ପରୀକ୍ଷା, ଜଣେ ମନ୍ତ୍ରୀ…’ଧର୍ମେନ୍ଦ୍ରଙ୍କୁ କାହିଁକି ବରଖାସ୍ତ କରୁନାହାନ୍ତି ମୋଦି; ବର୍ଷିଲେ…

ନୂଆଦିଲ୍ଲୀ,୧୭।୫: ଲୋକ ସଭାର ବିରୋଧୀ ଦଳ ନେତା ତଥା କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ରବିବାର  ପୁଣି ନିଟ୍‌(NEET) ପେପର ଲିକ୍‌ ମାମଲା ଏବଂ ଶିକ୍ଷା…

ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭରୁ ସମସ୍ୟା, ମଣ୍ଡିକୁ ଧାନ ଆସୁଛି ହେଲେ ଆସୁନାହାନ୍ତି ମିଲର୍ସ

ବରଗଡ଼,୧୭ା୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ରବିଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି । ରବିବାର ଏହି ପ୍ରକ୍ରିୟାକୁ ସପ୍ତାହେ ପୂରିବ। ହେଲେ ଆରମ୍ଭରୁ ଏହି ପ୍ରକ୍ରିୟାରେ ଧାନ କିଣାବିକା…

ନଦୀକୁ ଡେଇଁ ଜୀବନ ହାରିଲେ ୮୫ ବର୍ଷୀୟ ଭେଟେରାନ ଫିଲ୍ମ ନିର୍ମାତା, ତାମିଲ ସିନେମାଜଗତ ସ୍ତବ୍ଧ

ହାଇଦ୍ରାବାଦ: ତାମିଲ ସିନେମା ଜଗତରୁ ଏକ ଅତ୍ୟନ୍ତ ଦୁଃଖଦ ଖବର ସାମ୍ନାକୁ ଆସିଛି, ଯାହା ସାରା ଫିଲ୍ମଜଗତକୁ ସ୍ତବ୍ଧ କରିଦେଇଛି। ନିଜର ସ୍ପଷ୍ଟବାଦୀ ମତାମତ ଏବଂ ବିବାଦୀୟ…

ଅଜଣା ଟ୍ରକକୁ ଧକ୍କା ଦେଲା ବାଇକ, ଚାଳକ ମୃତ

ମୋହନା,୧୭ା୫(ମନ୍ମଥ ମିଶ୍ର): ଗଜପତି ଜିଲା ଟାଙ୍କିଲିପଦର ଗାଁ ଛକରେ ଦୁର୍ଘଟଣା । ଟ୍ରକକୁ ଧକ୍କାଦେଲା ବାଇକ୍ । ଦୁର୍ଘଟଣାରେ ଚାଳକଙ୍କର ମୃତ୍ୟୁ ହୋଇଛି । ମୃତ ବାଇକ୍…

ପୂର୍ବ ଶତ୍ରୁତାରୁ ଆକ୍ରମଣ ପ୍ରତି ଆକ୍ରମଣ ଘଟଣା, ଜେଲ୍ ଗଲେ ୩ ଅଭିଯୁକ୍ତ

ଦିଗପହଣ୍ଡି,୧୭ା୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ମୌଳାଭଞ୍ଜା ପଞ୍ଚାୟତ ତିଳେଶ୍ୱର ଗ୍ରାମରେ ଦୁଇ ପଡୋଶୀଙ୍କ ମଧ୍ୟରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଗତ ଶୁକ୍ରବାର ରାତିରେ…

ଚାଷଜମିରେ କାମ କରୁଥିବା ବେଳେ ଟଳିପଡିଲେ, ଅଂଶୁଘାତରେ ଚାଲିଗଲା ଜୀବନ

ଦିଗପହଣ୍ଡି,୧୭ା୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡ଼ି ପଞ୍ଚାୟତ ଝରିପଦର ଗ୍ରାମ ହନୁମାନ ମନ୍ଦିର ସାହିର ରଘୁନାଥ ଗୌଡ଼(୪୨) ରବିବାର ମଧ୍ୟାହ୍ନରେ ଅଂଶୁଘାତରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri