ଆମେ ବି ସକ୍ଷମ

ଦୃଢ଼ ଇଚ୍ଛାଶକ୍ତି, ମନରେ ଅଦମ୍ୟ ସାହସ ଏବଂ ସ୍ବାବଲମ୍ବୀ ହେବାର ଆଗ୍ରହ ଥିଲେ ଜଣେ ନାରୀ ପାଇଁ କୌଣସି କାର୍ଯ୍ୟ ଅସମ୍ଭବ ନୁହେଁ, ଏକଥାକୁ ପ୍ରମାଣିତ କରି ଦେଖାଇଛନ୍ତି ଏମାନେ। କେତେକ କାର୍ଯ୍ୟ କେବଳ ପୁରୁଷଙ୍କର- ସମାଜରେ ଦୀର୍ଘ ଦିନରୁ ରହିଥିବା ଏହି ଭ୍ରାନ୍ତ ଧାରଣାକୁ ଦୂର କରିବାରେ ସକ୍ଷମ ହୋଇଥିବା କେତେଜଣ ମହିଳା ଅଟୋ ଚାଳକଙ୍କ ସମ୍ପର୍କରେ ବିଶେଷ ଉପସ୍ଥାପନା…

ପାଲଟିଛନ୍ତି ପ୍ରେରଣାର ଉତ୍ସ: ଯେତେବେଳେ ସନ୍ତାନ ପାଇଁ ଜଣେ ମା’ କିଛି କରିବାକୁ ଆଗେଇ ଆସେ ତାକୁ କୌଣସି ବାଧାବିଘ୍ନ ଅଟକାଇ ପାରେନି। ଆଉ ଦୃଢ଼ ଇଚ୍ଛାଶକ୍ତି, ମନରେ ଅଦମ୍ୟ ସାହସ ଏବଂ ସ୍ବାବଲମ୍ବୀ ହେବାର ଆଗ୍ରହ ଥିଲେ ଜଣେ ନାରୀ ପାଇଁ କୌଣସି କାର୍ଯ୍ୟ ଅସମ୍ଭବ ନୁହେଁ। ଜଣେ ମହିଳା ଅଟୋ ଚାଳକ ଭାବେ ଏହାର ଜ୍ୱଳନ୍ତ ଉଦାହରଣ ପାଲଟିଛନ୍ତି। ସେ ହେଲେ କେନ୍ଦୁଝର ଜିଲା ସଦର ବ୍ଲକ୍‌ ଅନ୍ତର୍ଗତ ହାଣ୍ଡିଭଙ୍ଗା ପଞ୍ଚାୟତ ଆମୁଣି ଗ୍ରାମର ସନ୍ତୋଷୀ ଦେଓ। ବିବାହ ପରେ ସ୍ବାମୀଙ୍କ ସହ ଏକ ସୁନ୍ଦର ବୈବାହିକ ଜୀବନର ସ୍ବପ୍ନ ସେ ବି ଦେଖିଥିଲେ। ହେଲେ ଶାଶୁଘର ଲୋକଙ୍କ ନିର୍ଯାତନା ଓ ସ୍ବାମୀଙ୍କ ବିରୋଧ ତାଙ୍କ ସମସ୍ତ ଆଶାକୁ ଧୂଳିସାତ୍‌ କରିଦେଲା। ଏଣେ ମାତ୍ର ୪ ବର୍ଷର ଛୋଟ ଝିଅର ଭବିଷ୍ୟତ ଗଢ଼ିବାର ଚିନ୍ତା ଘାରୁଥିଲା। ଶେଷରେ ସେ ଶାଶୁ ଘର ଛାଡ଼ି ଝିଅକୁ ନେଇ ଅଲଗା ରହିବାର ନିଷ୍ପତ୍ତି ନେଇ ପରିବାର ଚଳାଇବା ଲାଗି ବୃତ୍ତି ଭାବେ ବାଛି ନେଲେ ଅଟୋ ଚାଳନାକୁ ଆଉ ସ୍ବାବଲମ୍ବୀ ହେବାକୁ ଉଦ୍ୟମ କରୁଥିବା ମହିଳାଙ୍କ ଲାଗି ପାଲଟିଲେ ପ୍ରେରଣାର ଉତ୍ସ। ସେ କୁହନ୍ତି, ”ହତାଶ ହୋଇ ଘର ଚାରିକାନ୍ଥ ମଧ୍ୟରେ ଭାଗ୍ୟକୁ ନିନ୍ଦିବା ଅବା ଦୁଃଖ ଜଣାଇ କାହା ଆଗରେ ହାତ ପତାଇବା ପରିବର୍ତ୍ତେ ଝିଅର ଭବିଷ୍ୟତ ଚିନ୍ତା କରି ଅଟୋଚଳାଇ ରୋଜଗାର କରିବା ମୋ ପାଇଁ ଗୁରୁତ୍ୱପୂର୍ଣ୍ଣ ଥିଲା। ତେଣୁ ଲୋକଙ୍କ ସମାଲୋଚନାକୁ ଖାତିର ନ କରି ଅଟୋଚଳାଇ ସ୍ବାବଲମ୍ବୀ ହୋଇପାରିଛି। ଧୀରେ ଧୀରେ ମୋ ବିଷୟରେ ଜାଣିବା ପରେ ଲୋକଙ୍କ ମନରେ ସ୍ନେହ ସଦ୍‌ଭାବ ବଢ଼ିଯାଇଛି। ବର୍ତ୍ତମାନ ଝିଅର ପାଠପଢ଼ାଠୁ ଆରମ୍ଭ କରି ଭୁବନେଶ୍ୱରରେ ଘର ଭଡ଼ା ନେଇ ରହିବା ସହ ଅନ୍ୟାନ୍ୟ ସମସ୍ତ ଖର୍ଚ୍ଚ ମୋ ଅଟୋ ରୋଜଗାରରୁ ତୁଲାଇ ପାରୁଥିବାରୁ ବେଶ୍‌ ଆତ୍ମସନ୍ତୋଷ ମିଳୁଛି।“ ଭୁବନେଶ୍ୱର ଭଳି ଜାଗାରେ ହଜାର ହଜାର ପୁରୁଷ ଅଟୋଚାଳକଙ୍କ ମଧ୍ୟରେ ଏକାକୀ ମହିଳା ଅଟୋଚାଳକ ଭାବେ କାର୍ଯ୍ୟ କରିବା ତାଙ୍କ ପକ୍ଷେ ଚ୍ୟାଲେଜିଂ ହୋଇଥିଲେ ହେଁ ସେ ସାହସର ସହ ଏହି କାର୍ଯ୍ୟ କରିଚାଲିଛନ୍ତି। ଏଥିପାଇଁ ଅନେକ ଅନୁଷ୍ଠାନ ପକ୍ଷରୁ ସେ ସମ୍ମାନିତ ମଧ୍ୟ ହୋଇଛନ୍ତି। ତେବେ ଅଟୋ ଡ୍ରାଇଭର ବ୍ୟତୀତ ସେ ଜଣେ ସମାଜସେବୀ ମଧ୍ୟ। କରୋନା ଲାଗି ଲକ୍‌ଡାଉନ୍‌ ଚାଲିଥିବା ସମୟରେ ସେ ନିଜ ସ୍ବଳ୍ପ ସଞ୍ଚତ୍ତ ଅର୍ଥରୁ ଅନାହାର ଭୋଗୁଥିବା ଅସହାୟ ଲୋକଙ୍କୁ ନିଜେ ରାନ୍ଧିଥିବା ଖାଦ୍ୟ ସହ ପନିପରିବା ଇତ୍ୟାଦି ବଣ୍ଟନ କରି ନିଜ ଉଦାର ମାନସିକତାର ପ୍ରମାଣ ଦେଇଛନ୍ତି।
ରୋଷେଇ କରୁଥିବା ହାତରେ ଅଟୋ ଷ୍ଟିଅରିଂ: ରୋଷ ଘରେ ଚୁଲି ଫୁଙ୍କୁଥିବା ହାତ ଏବେ ଅଟୋ ଷ୍ଟିଅରିଙ୍ଗ ଧରିଛି। ଘରେ ଲିପାପୋଛା, କଂସାବାସନ ମାଜୁଥିବା ହାତ ଏବେ ଜଟଣୀ ସହରର ଗହଳି ରାସ୍ତାରେ ଅଟୋ ଧରି ମାଡି ଚାଲିଛି। ଦିନେ ଘରର ଚାରିକାନ୍ଥ ଡେଇଁ ପଦାକୁ ଗୋଡ଼ କାଢ଼ି ନ ଥିଲେ ହେଁ, ୪ ମାସ ହେଲା ଅଟୋ ଚଳାଇ ନିଜ ରୋଜଗାରରେ ୫ ପ୍ରାଣୀ କୁଟୁମ୍ବ ପୋଷି ଏବେ ଅନ୍ୟଙ୍କ ଲାଗି ପ୍ରେରଣାର ଉତ୍ସ ପାଲଟିଥିବା ମହିଳା ଜଣକ ହେଉଛନ୍ତି ଖୋର୍ଦ୍ଧା ଜିଲା ଜଟଣୀ ପୌରାଞ୍ଚଳ ୭ ନମ୍ବର ୱାର୍ଡର ବାସିନ୍ଦା ରସିଦା ବେଗମ। ଲୋକଙ୍କ ସମାଲୋଚନାକୁ ଖାତିର ନ କରି ସେ ଅଟୋଚଳାଇ ସ୍ବାବଲମ୍ବୀ ହୋଇପାରିଛନ୍ତି। କରୋନା ଲାଗି କାମଧନ୍ଦା ନ ଥିବା କହି ଘରେ ବସି ରହିଥିବା ଅନ୍ୟମାନଙ୍କ ପାଇଁ ପ୍ରେରଣା ସାଜିଛନ୍ତି। ସକାଳ ହେଲେ ଘରର ସମସ୍ତ କାମ ସାରି ଅଟୋ ଧରି ବାହାରି ପଡ଼ନ୍ତି। ଜଟଣୀଠାରୁ ଭୁବନେଶ୍ୱର, ନିମାପଡ଼ା ପର୍ଯ୍ୟନ୍ତ ସେ ଦୈନିକ ୬୦ରୁ ୭୦କିମି ଯାତ୍ରା କରିଥାନ୍ତି। ସେ କୁହନ୍ତି, ”ତାଙ୍କ ସ୍ବାମୀ ଏକ ଅଟୋ ଫାଇନାନ୍ସରେ କିଣିଥିଲେ। ଗତ କିଛି ମାସ ତଳେ ତାଙ୍କୁ ପକ୍ଷଘାତ ରୋଗ ଆକ୍ରାନ୍ତ କରିଥିଲା। ପରେ ଆଖିକୁ ଦେଖାଯିବା ମଧ୍ୟ କମିଗଲା। ଘରେ ଦୁଇ ଝିଅ ଏବଂ ଗୋଟିଏ ପୁଅ। ଏପଟେ ସ୍ବାମୀର ଚିକିତ୍ସା ଚିନ୍ତା, ସେପଟେ ପରିବାର କିପରି ଚଳାଇବା ଲାଗି ସେ ଭାଙ୍ଗିପଡ଼ିଥିଲେ। ଅଟୋକୁ ଭଡ଼ାରେ ଚଲାଇବା ଲାଗି ଜଣକୁ ଦେଇଥିଲେ। ତେବେ ସେଥିରୁ ତାଙ୍କର କିଛି ଲାଭ ହେବା ପରିବର୍ତ୍ତେ ଅଟୋର ମରାମତି ଖର୍ଚ୍ଚ ବଢ଼ିଯାଇଥିଲା। ଆର୍ଥତ୍କ ଅଭାବ ଅନଟନ ଦୂର କରିବା ଲାଗି ସେ ନିଜେ ଅଟୋ ଚଳାଇବାକୁ ସ୍ଥିର କରିଥିଲେ। ସେ କୁହନ୍ତି, ପ୍ରଥମେ ଅଟୋ ଚଳାଇ ଯିବା ବେଳେ ଆଖପାଖ ଲୋକେ ମୋତେ ସମାଲୋଚନା କରିବା ଆରମ୍ଭ କରିଥିଲେ। ଏହାକୁ ଖାତିର ନ କରି ପରିବାର ଲାଗି ସବୁ ଦୁଃଖକଷ୍ଟ, ମନର କୋହକୁ ଭିତରେ ଚାପି ରଖି ବଢ଼ିଚାଲିଲି। ପ୍ରଥମେ ପ୍ରଥମେ ମୋତେ ଭାରି ଅଡୁଆ ଲାଗୁଥିଲା। ଏବେ ଏହା ମୋ ଜୀବନ ଜୀବିକା ପାଲଟିଯାଇଛି।
କୌଣସି କାର୍ଯ୍ୟ ଅସମ୍ଭବ ନୁହେଁ:
ପରିବାରର ଦୁର୍ବଳ ଆର୍ଥିକ ସ୍ଥିତି ତାଙ୍କୁ ଚିନ୍ତିତ କରୁଥିଲା; ଯାହାକୁ ସୁଧାରିବା ଲାଗି ସ୍ବାମୀଙ୍କୁ ସହଯୋଗ କରିବାର ଦୃଢ଼ ନିଷ୍ପତ୍ତି ନେଇ ସେ ରୋଜଗାର କରିବାକୁ ଅଣ୍ଟା ଭିଡ଼ିଲେ। ଆଉ ଏଥିରେ ଥିଲା ସ୍ବାମୀ ଶଙ୍କର୍ଷଣ ପ୍ରଧାନଙ୍କ ସମ୍ପୂର୍ଣ୍ଣ ସହମତି। କେବଳ ଏତିକି ନୁହେଁ, ସ୍ବାମୀ ନିଜେ ଗୁରୁ ସାଜି ତାଙ୍କୁ ଶିଖାଇଲେ ଅଟୋ ଡ୍ରାଇଭିଂ। ବାସ୍‌ ସେବେଠୁ ସମାଜର ଟାହି ଟାପରାକୁ ଖାତିର ନ କରି ସେ ଆଗକୁ ବଢ଼ି ଚାଲିଲେ ଆଉ ଅନ୍ୟ ମହିଳାଙ୍କ ପାଇଁ ପାଲଟିଲେ ଉଦାହରଣ। ସେ ହେଉଛନ୍ତି କେନ୍ଦୁଝର, ଝୁମ୍ପୁରାସ୍ଥିତ ନହବେଡ଼ା ଗ୍ରାମରେ ରହୁଥିବା କବିତା ପ୍ରଧାନ। ସେ ୪ ବର୍ଷ ହେବ ଏହି କାର୍ଯ୍ୟ କରି ଆସୁଛନ୍ତି। ସେ କୁହନ୍ତି, ”ପ୍ରତିଦିନ ଘର କାମ ସାରିବା ପରେ ପ୍ରାୟ ୨୦-୨୫ କିମି ଦୂର ପର୍ଯ୍ୟନ୍ତ ଡାଲା ଓଟୋରେ ମାଲ୍‌ ଲୋଡ୍‌ କରି ନେବାକୁ ପଡ଼େ। ଅନ୍ୟ ଦିନ ଅପେକ୍ଷା ବୁଧବାର ଦିନସାରା କାମ ଥାଏ। ସ୍ବାମୀଙ୍କ ସପୋର୍ଟ ଏବଂ ଶାଶୁ ଶ୍ୱଶୁରଙ୍କର ସମ୍ପୂର୍ଣ୍ଣ ସମର୍ଥନ ମୋତେ ଏଦିଗରେ ଆଗେଇ ଯିବାରେ ସାହାଯ୍ୟ କଲା। ବିଶେଷକରି ଦୁଇ ଝିଅଙ୍କ ପାଠ ପଢ଼ା ଖର୍ଚ୍ଚ ସହ ପରିବାରର ସମସ୍ତ ସଦସ୍ୟଙ୍କ ଖର୍ଚ୍ଚ ଏବେ ବେଶ୍‌ ଆରାମରେ ଚଳାଇ ପାରୁଥିବାରୁ ବେଶ୍‌ ଖୁସି ଲାଗୁଛି।
– ପୌର୍ଣ୍ଣମାସୀ
ସହାୟତା- ପ୍ରଭାତ ପାଣିଗ୍ରାହୀ


Enter your email to get our daily news in your inbox.

All Right Reserved By Dharitri.Com

ସର୍ଭର ଡାଉନ, ପଞ୍ଜୀକରଣ ପାଇଁ ଚାଷୀ କଲବଲ

ହାଟଡିହୀ/ଛେନାପଦୀ,୩୦l୮(ଶୁଭକାନ୍ତ ନାୟକ/ନିରାକାର ପରିଡା): ଚାଷୀଙ୍କ ନାମ ପଞ୍ଜୀକରଣର ସମୟ ସୀମା ସରକାର ଆଉ ୭ ଦିନ ବୃଦ୍ଧି କରିଛନ୍ତି। କିନ୍ତୁ ସର୍ଭର ଡାଉନ ଥିବାରୁ ଚାଷୀ ନାମ…

ଲାଞ୍ଚ ନେଇ ଧରାପଡ଼ିଲେ ଜିଲା ଶ୍ରମ ଅଧିକାରୀ

କେନ୍ଦୁଝର,୩୦ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଶ୍ରମ ଅଧିକାରୀ ଆକାଶ ବିଶୋଇ ଜଣେ ବ୍ୟକ୍ତିଙ୍କଠାରୁ ଲାଞ୍ଚ ନେଇ ଭିଜିଲାନ୍ସ ବିଭାଗ ହାତରେ ଧରାପଡ଼ିଛନ୍ତି। ଜିଲା ଶ୍ରମ ଅଧିକାରୀ…

ସ୍କୁଲ ପ୍ରିନି୍ସପାଲଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ବଞ୍ଚିଗଲା ସମସ୍ତ ସ୍କୁଲ ପିଲା, ଶିକ୍ଷକଙ୍କ ଜୀବନ, କେମିତି ଜାଣନ୍ତୁ…

କାଠମାଣ୍ଡୁ,୩୦ା୮: ନେପାଳରେ ପ୍ରଳୟଙ୍କରୀ ବନ୍ୟା ମାଡ଼ିଆସିବା ବେଳେ ଜଣେ ସ୍କୁଲ ପ୍ରିନି୍ସପାଲଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ୧,୬୪୩ ଜଣ ପିଲାଙ୍କ ଜୀବନ ବଞ୍ଚତ୍ୟାଇଛି। ନୁଓ୍ବାକୋଟ୍‌ ଜିଲା ତ୍ରିଭୁବନ…

ସ୍ବୟଂ ସହାୟିକା ଗୋଷ୍ଠୀ ଟଙ୍କା ଆତ୍ମାସତ କରି ମହିଳା ଗିରଫ, ମୁଖ୍ୟ ଅଭିଯୁକ୍ତ ଫେରାର

ପାରଳାଖେମୁଣ୍ଡି,୩୦ା୮(ଗିରିଧାରୀ ପରିଚ୍ଛା): ସ୍ବୟଂ ସହାୟକ ଗୋଷ୍ଠୀ ଜଟଙ୍କା ଓ ସୁନା ସଂଗ୍ରହ କରି ଆତ୍ମସାତ୍‌ କରିବା ଅଭିଯୋଗରେ ପାରଳାଖେମୁଣ୍ଡି ପୋଲିସ ଜଣଙ୍କୁ ହାଇଦ୍ରାବାଦରୁ ଗିରଫ କରିଛି। ଗିରଫ…

ହକି ବିଶ୍ୱକପ୍‌: ନେଦରଲାଣ୍ଡ୍ସକୁ ହରାଇ ବ୍ରୋଞ୍ଜ ପଦକ ଜିତିଲା ଆର୍ଜେଣ୍ଟିନା

ବେଲଫିଅସ,୩୦ା୮: ଚଳିତ ଏଫ୍‌ଆଇଏଚ୍‌ ପୁରୁଷ ହକି ବିଶ୍ୱକପ୍‌ରେ ଆର୍ଜେଣ୍ଟିନା ବ୍ରୋଞ୍ଜ ପଦକ ହାସଲ କରିଛି। ରବିବାର ଅନୁଷ୍ଠିତ ମ୍ୟାଚ୍‌ରେ ଆର୍ଜେଣ୍ଟିନା ୨-୧ ଗୋଲରେ ହକି ପାଓ୍ବରହାଉସ୍‌ ତଥା…

ଛତ୍ରପୁରରେ ଚାଞ୍ଚଲ୍ୟ: ଚିକିତ୍ସାଳୟରୁ ମୂକ ଶିଶୁକନ୍ୟା ଚୋରି, ସିସିଟିଭି ଯାଞ୍ଚ କରୁଛି ପୋଲିସ

ଛତ୍ରପୁର,୩୦ା୮(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଗୋଟିଏ ୫ ବର୍ଷର ମୂକ ଶିଶୁକନ୍ୟାକୁ ଜଣେ ବ୍ୟକ୍ତି ଚୋରି…

ଇମ୍ରାନ ମାମଲା: ପାକିସ୍ତାନ କ୍ରିକେଟରଙ୍କୁ ମୁହଁ ନ ଖୋଲିବାକୁ ପିସିବିର ବଡ଼ ତାଗିଦ

କରାଚୀ,୩୦ା୮: ଜେଲରେ ଥିବା ଇମ୍ରାନ ଖାନ୍‌ଙ୍କ ସମ୍ପର୍କରେ ଚଳିତ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ସିରିଜ୍‌ ଖେଳୁଥିବା ପାକିସ୍ତାନ କ୍ରିକେଟ ଦଳର ସଦସ୍ୟଙ୍କୁ କୌଣସି ମତାମତ ନ ଦେବାକୁ…

ଘରେ ପଶି ମୂକ ଯୁବତୀଙ୍କୁ ବଳାତ୍କାର ଉଦ୍ୟମ, ଜେଲ୍‌ ଗଲେ ଯୁବକ

ଦିଗପହଣ୍ଡି,୩୦ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଧୀନ ଏକ ଗାଁରେ ଶନିବାର ମଧ୍ୟାହ୍ନରେ ଘରେ ପଶି ଜଣେ ମାନସିକ ଅନଗ୍ରସର ଓ ମୂକ ଯୁବତୀ(୨୧)ଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri