ଆମେ ବି ସକ୍ଷମ

ଦୃଢ଼ ଇଚ୍ଛାଶକ୍ତି, ମନରେ ଅଦମ୍ୟ ସାହସ ଏବଂ ସ୍ବାବଲମ୍ବୀ ହେବାର ଆଗ୍ରହ ଥିଲେ ଜଣେ ନାରୀ ପାଇଁ କୌଣସି କାର୍ଯ୍ୟ ଅସମ୍ଭବ ନୁହେଁ, ଏକଥାକୁ ପ୍ରମାଣିତ କରି ଦେଖାଇଛନ୍ତି ଏମାନେ। କେତେକ କାର୍ଯ୍ୟ କେବଳ ପୁରୁଷଙ୍କର- ସମାଜରେ ଦୀର୍ଘ ଦିନରୁ ରହିଥିବା ଏହି ଭ୍ରାନ୍ତ ଧାରଣାକୁ ଦୂର କରିବାରେ ସକ୍ଷମ ହୋଇଥିବା କେତେଜଣ ମହିଳା ଅଟୋ ଚାଳକଙ୍କ ସମ୍ପର୍କରେ ବିଶେଷ ଉପସ୍ଥାପନା…

ପାଲଟିଛନ୍ତି ପ୍ରେରଣାର ଉତ୍ସ: ଯେତେବେଳେ ସନ୍ତାନ ପାଇଁ ଜଣେ ମା’ କିଛି କରିବାକୁ ଆଗେଇ ଆସେ ତାକୁ କୌଣସି ବାଧାବିଘ୍ନ ଅଟକାଇ ପାରେନି। ଆଉ ଦୃଢ଼ ଇଚ୍ଛାଶକ୍ତି, ମନରେ ଅଦମ୍ୟ ସାହସ ଏବଂ ସ୍ବାବଲମ୍ବୀ ହେବାର ଆଗ୍ରହ ଥିଲେ ଜଣେ ନାରୀ ପାଇଁ କୌଣସି କାର୍ଯ୍ୟ ଅସମ୍ଭବ ନୁହେଁ। ଜଣେ ମହିଳା ଅଟୋ ଚାଳକ ଭାବେ ଏହାର ଜ୍ୱଳନ୍ତ ଉଦାହରଣ ପାଲଟିଛନ୍ତି। ସେ ହେଲେ କେନ୍ଦୁଝର ଜିଲା ସଦର ବ୍ଲକ୍‌ ଅନ୍ତର୍ଗତ ହାଣ୍ଡିଭଙ୍ଗା ପଞ୍ଚାୟତ ଆମୁଣି ଗ୍ରାମର ସନ୍ତୋଷୀ ଦେଓ। ବିବାହ ପରେ ସ୍ବାମୀଙ୍କ ସହ ଏକ ସୁନ୍ଦର ବୈବାହିକ ଜୀବନର ସ୍ବପ୍ନ ସେ ବି ଦେଖିଥିଲେ। ହେଲେ ଶାଶୁଘର ଲୋକଙ୍କ ନିର୍ଯାତନା ଓ ସ୍ବାମୀଙ୍କ ବିରୋଧ ତାଙ୍କ ସମସ୍ତ ଆଶାକୁ ଧୂଳିସାତ୍‌ କରିଦେଲା। ଏଣେ ମାତ୍ର ୪ ବର୍ଷର ଛୋଟ ଝିଅର ଭବିଷ୍ୟତ ଗଢ଼ିବାର ଚିନ୍ତା ଘାରୁଥିଲା। ଶେଷରେ ସେ ଶାଶୁ ଘର ଛାଡ଼ି ଝିଅକୁ ନେଇ ଅଲଗା ରହିବାର ନିଷ୍ପତ୍ତି ନେଇ ପରିବାର ଚଳାଇବା ଲାଗି ବୃତ୍ତି ଭାବେ ବାଛି ନେଲେ ଅଟୋ ଚାଳନାକୁ ଆଉ ସ୍ବାବଲମ୍ବୀ ହେବାକୁ ଉଦ୍ୟମ କରୁଥିବା ମହିଳାଙ୍କ ଲାଗି ପାଲଟିଲେ ପ୍ରେରଣାର ଉତ୍ସ। ସେ କୁହନ୍ତି, ”ହତାଶ ହୋଇ ଘର ଚାରିକାନ୍ଥ ମଧ୍ୟରେ ଭାଗ୍ୟକୁ ନିନ୍ଦିବା ଅବା ଦୁଃଖ ଜଣାଇ କାହା ଆଗରେ ହାତ ପତାଇବା ପରିବର୍ତ୍ତେ ଝିଅର ଭବିଷ୍ୟତ ଚିନ୍ତା କରି ଅଟୋଚଳାଇ ରୋଜଗାର କରିବା ମୋ ପାଇଁ ଗୁରୁତ୍ୱପୂର୍ଣ୍ଣ ଥିଲା। ତେଣୁ ଲୋକଙ୍କ ସମାଲୋଚନାକୁ ଖାତିର ନ କରି ଅଟୋଚଳାଇ ସ୍ବାବଲମ୍ବୀ ହୋଇପାରିଛି। ଧୀରେ ଧୀରେ ମୋ ବିଷୟରେ ଜାଣିବା ପରେ ଲୋକଙ୍କ ମନରେ ସ୍ନେହ ସଦ୍‌ଭାବ ବଢ଼ିଯାଇଛି। ବର୍ତ୍ତମାନ ଝିଅର ପାଠପଢ଼ାଠୁ ଆରମ୍ଭ କରି ଭୁବନେଶ୍ୱରରେ ଘର ଭଡ଼ା ନେଇ ରହିବା ସହ ଅନ୍ୟାନ୍ୟ ସମସ୍ତ ଖର୍ଚ୍ଚ ମୋ ଅଟୋ ରୋଜଗାରରୁ ତୁଲାଇ ପାରୁଥିବାରୁ ବେଶ୍‌ ଆତ୍ମସନ୍ତୋଷ ମିଳୁଛି।“ ଭୁବନେଶ୍ୱର ଭଳି ଜାଗାରେ ହଜାର ହଜାର ପୁରୁଷ ଅଟୋଚାଳକଙ୍କ ମଧ୍ୟରେ ଏକାକୀ ମହିଳା ଅଟୋଚାଳକ ଭାବେ କାର୍ଯ୍ୟ କରିବା ତାଙ୍କ ପକ୍ଷେ ଚ୍ୟାଲେଜିଂ ହୋଇଥିଲେ ହେଁ ସେ ସାହସର ସହ ଏହି କାର୍ଯ୍ୟ କରିଚାଲିଛନ୍ତି। ଏଥିପାଇଁ ଅନେକ ଅନୁଷ୍ଠାନ ପକ୍ଷରୁ ସେ ସମ୍ମାନିତ ମଧ୍ୟ ହୋଇଛନ୍ତି। ତେବେ ଅଟୋ ଡ୍ରାଇଭର ବ୍ୟତୀତ ସେ ଜଣେ ସମାଜସେବୀ ମଧ୍ୟ। କରୋନା ଲାଗି ଲକ୍‌ଡାଉନ୍‌ ଚାଲିଥିବା ସମୟରେ ସେ ନିଜ ସ୍ବଳ୍ପ ସଞ୍ଚତ୍ତ ଅର୍ଥରୁ ଅନାହାର ଭୋଗୁଥିବା ଅସହାୟ ଲୋକଙ୍କୁ ନିଜେ ରାନ୍ଧିଥିବା ଖାଦ୍ୟ ସହ ପନିପରିବା ଇତ୍ୟାଦି ବଣ୍ଟନ କରି ନିଜ ଉଦାର ମାନସିକତାର ପ୍ରମାଣ ଦେଇଛନ୍ତି।
ରୋଷେଇ କରୁଥିବା ହାତରେ ଅଟୋ ଷ୍ଟିଅରିଂ: ରୋଷ ଘରେ ଚୁଲି ଫୁଙ୍କୁଥିବା ହାତ ଏବେ ଅଟୋ ଷ୍ଟିଅରିଙ୍ଗ ଧରିଛି। ଘରେ ଲିପାପୋଛା, କଂସାବାସନ ମାଜୁଥିବା ହାତ ଏବେ ଜଟଣୀ ସହରର ଗହଳି ରାସ୍ତାରେ ଅଟୋ ଧରି ମାଡି ଚାଲିଛି। ଦିନେ ଘରର ଚାରିକାନ୍ଥ ଡେଇଁ ପଦାକୁ ଗୋଡ଼ କାଢ଼ି ନ ଥିଲେ ହେଁ, ୪ ମାସ ହେଲା ଅଟୋ ଚଳାଇ ନିଜ ରୋଜଗାରରେ ୫ ପ୍ରାଣୀ କୁଟୁମ୍ବ ପୋଷି ଏବେ ଅନ୍ୟଙ୍କ ଲାଗି ପ୍ରେରଣାର ଉତ୍ସ ପାଲଟିଥିବା ମହିଳା ଜଣକ ହେଉଛନ୍ତି ଖୋର୍ଦ୍ଧା ଜିଲା ଜଟଣୀ ପୌରାଞ୍ଚଳ ୭ ନମ୍ବର ୱାର୍ଡର ବାସିନ୍ଦା ରସିଦା ବେଗମ। ଲୋକଙ୍କ ସମାଲୋଚନାକୁ ଖାତିର ନ କରି ସେ ଅଟୋଚଳାଇ ସ୍ବାବଲମ୍ବୀ ହୋଇପାରିଛନ୍ତି। କରୋନା ଲାଗି କାମଧନ୍ଦା ନ ଥିବା କହି ଘରେ ବସି ରହିଥିବା ଅନ୍ୟମାନଙ୍କ ପାଇଁ ପ୍ରେରଣା ସାଜିଛନ୍ତି। ସକାଳ ହେଲେ ଘରର ସମସ୍ତ କାମ ସାରି ଅଟୋ ଧରି ବାହାରି ପଡ଼ନ୍ତି। ଜଟଣୀଠାରୁ ଭୁବନେଶ୍ୱର, ନିମାପଡ଼ା ପର୍ଯ୍ୟନ୍ତ ସେ ଦୈନିକ ୬୦ରୁ ୭୦କିମି ଯାତ୍ରା କରିଥାନ୍ତି। ସେ କୁହନ୍ତି, ”ତାଙ୍କ ସ୍ବାମୀ ଏକ ଅଟୋ ଫାଇନାନ୍ସରେ କିଣିଥିଲେ। ଗତ କିଛି ମାସ ତଳେ ତାଙ୍କୁ ପକ୍ଷଘାତ ରୋଗ ଆକ୍ରାନ୍ତ କରିଥିଲା। ପରେ ଆଖିକୁ ଦେଖାଯିବା ମଧ୍ୟ କମିଗଲା। ଘରେ ଦୁଇ ଝିଅ ଏବଂ ଗୋଟିଏ ପୁଅ। ଏପଟେ ସ୍ବାମୀର ଚିକିତ୍ସା ଚିନ୍ତା, ସେପଟେ ପରିବାର କିପରି ଚଳାଇବା ଲାଗି ସେ ଭାଙ୍ଗିପଡ଼ିଥିଲେ। ଅଟୋକୁ ଭଡ଼ାରେ ଚଲାଇବା ଲାଗି ଜଣକୁ ଦେଇଥିଲେ। ତେବେ ସେଥିରୁ ତାଙ୍କର କିଛି ଲାଭ ହେବା ପରିବର୍ତ୍ତେ ଅଟୋର ମରାମତି ଖର୍ଚ୍ଚ ବଢ଼ିଯାଇଥିଲା। ଆର୍ଥତ୍କ ଅଭାବ ଅନଟନ ଦୂର କରିବା ଲାଗି ସେ ନିଜେ ଅଟୋ ଚଳାଇବାକୁ ସ୍ଥିର କରିଥିଲେ। ସେ କୁହନ୍ତି, ପ୍ରଥମେ ଅଟୋ ଚଳାଇ ଯିବା ବେଳେ ଆଖପାଖ ଲୋକେ ମୋତେ ସମାଲୋଚନା କରିବା ଆରମ୍ଭ କରିଥିଲେ। ଏହାକୁ ଖାତିର ନ କରି ପରିବାର ଲାଗି ସବୁ ଦୁଃଖକଷ୍ଟ, ମନର କୋହକୁ ଭିତରେ ଚାପି ରଖି ବଢ଼ିଚାଲିଲି। ପ୍ରଥମେ ପ୍ରଥମେ ମୋତେ ଭାରି ଅଡୁଆ ଲାଗୁଥିଲା। ଏବେ ଏହା ମୋ ଜୀବନ ଜୀବିକା ପାଲଟିଯାଇଛି।
କୌଣସି କାର୍ଯ୍ୟ ଅସମ୍ଭବ ନୁହେଁ:
ପରିବାରର ଦୁର୍ବଳ ଆର୍ଥିକ ସ୍ଥିତି ତାଙ୍କୁ ଚିନ୍ତିତ କରୁଥିଲା; ଯାହାକୁ ସୁଧାରିବା ଲାଗି ସ୍ବାମୀଙ୍କୁ ସହଯୋଗ କରିବାର ଦୃଢ଼ ନିଷ୍ପତ୍ତି ନେଇ ସେ ରୋଜଗାର କରିବାକୁ ଅଣ୍ଟା ଭିଡ଼ିଲେ। ଆଉ ଏଥିରେ ଥିଲା ସ୍ବାମୀ ଶଙ୍କର୍ଷଣ ପ୍ରଧାନଙ୍କ ସମ୍ପୂର୍ଣ୍ଣ ସହମତି। କେବଳ ଏତିକି ନୁହେଁ, ସ୍ବାମୀ ନିଜେ ଗୁରୁ ସାଜି ତାଙ୍କୁ ଶିଖାଇଲେ ଅଟୋ ଡ୍ରାଇଭିଂ। ବାସ୍‌ ସେବେଠୁ ସମାଜର ଟାହି ଟାପରାକୁ ଖାତିର ନ କରି ସେ ଆଗକୁ ବଢ଼ି ଚାଲିଲେ ଆଉ ଅନ୍ୟ ମହିଳାଙ୍କ ପାଇଁ ପାଲଟିଲେ ଉଦାହରଣ। ସେ ହେଉଛନ୍ତି କେନ୍ଦୁଝର, ଝୁମ୍ପୁରାସ୍ଥିତ ନହବେଡ଼ା ଗ୍ରାମରେ ରହୁଥିବା କବିତା ପ୍ରଧାନ। ସେ ୪ ବର୍ଷ ହେବ ଏହି କାର୍ଯ୍ୟ କରି ଆସୁଛନ୍ତି। ସେ କୁହନ୍ତି, ”ପ୍ରତିଦିନ ଘର କାମ ସାରିବା ପରେ ପ୍ରାୟ ୨୦-୨୫ କିମି ଦୂର ପର୍ଯ୍ୟନ୍ତ ଡାଲା ଓଟୋରେ ମାଲ୍‌ ଲୋଡ୍‌ କରି ନେବାକୁ ପଡ଼େ। ଅନ୍ୟ ଦିନ ଅପେକ୍ଷା ବୁଧବାର ଦିନସାରା କାମ ଥାଏ। ସ୍ବାମୀଙ୍କ ସପୋର୍ଟ ଏବଂ ଶାଶୁ ଶ୍ୱଶୁରଙ୍କର ସମ୍ପୂର୍ଣ୍ଣ ସମର୍ଥନ ମୋତେ ଏଦିଗରେ ଆଗେଇ ଯିବାରେ ସାହାଯ୍ୟ କଲା। ବିଶେଷକରି ଦୁଇ ଝିଅଙ୍କ ପାଠ ପଢ଼ା ଖର୍ଚ୍ଚ ସହ ପରିବାରର ସମସ୍ତ ସଦସ୍ୟଙ୍କ ଖର୍ଚ୍ଚ ଏବେ ବେଶ୍‌ ଆରାମରେ ଚଳାଇ ପାରୁଥିବାରୁ ବେଶ୍‌ ଖୁସି ଲାଗୁଛି।
– ପୌର୍ଣ୍ଣମାସୀ
ସହାୟତା- ପ୍ରଭାତ ପାଣିଗ୍ରାହୀ


Enter your email to get our daily news in your inbox.

All Right Reserved By Dharitri.Com

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

କେମିତି ହେବେ ଆଦର୍ଶ ଅଭିଭାବକ: ଜାଣନ୍ତୁ ଟିପ୍ସ

ପିଲାଙ୍କ ପ୍ରଥମ ଗୁରୁ ହେଉଛନ୍ତି ଅଭିଭାବକ। ସେମାନଙ୍କ ଉତ୍ତମ ଭବିଷ୍ୟତ ଗଢ଼ିବାରେ ଅଭିଭାବକଙ୍କର ହିଁ ଥାଏ ଗୁରୁତ୍ୱପୂର୍ଣ୍ଣ ଭୂମିକା। କାରଣ ପିଲାମାନେ ସର୍ବଦା ଅନୁକରଣ ପ୍ରିୟ।...

ଅତ୍ୟଧିକ ମିଠାଜାତୀୟ ଖାଦ୍ୟ ଖାଉଥିଲେ…

ମନଲୋଭା ଖାଦ୍ୟ ମଧ୍ୟରୁ ମିଠା ଅନ୍ୟତମ। ଏହାର ସ୍ବାଦ ହୁଏତ ମିଠା ହୋଇପାରେ, ହେଲେ ଏହାର ପରିମାଣ ଅଧିକ ହେଲେ ତାହା ଆମ ସ୍ମରଣ ଶକ୍ତିକୁ...

ଈଶ୍ୱର କଣିକାର ଆବିଷ୍କାରକ

ପଦାର୍ଥ ବିଜ୍ଞାନର ଏକ ଗୁରୁତ୍ୱପୂର୍ଣ୍ଣ ଆବିଷ୍କାର କରି ଖ୍ୟାତି ଲାଭ କରିଥିବା ପିଟର ହିଗ୍‌ସ ଚଳିତ ବର୍ଷ ଏପ୍ରିଲ ୮ ତାରିଖରେ ପରଲୋକ ଗମନ କରିଛନ୍ତି।...

ଥର୍ମୋମିଟର, ବାରୋମିଟର ଓ ଡାଲ୍‌ଟନ

କଡ଼େଇରେ ପାଣି ରଖି କଡ଼େଇ ତଳେ ନିଆଁ ଜାଳିଲେ ପାଣି ଗରମ ହୁଏ। କାରଣ ନିଆଁରୁ ବାହାରୁଥିବା ତାପ ଦ୍ୱାରା କଡ଼େଇ ଗରମ ହୁଏ। କଡ଼େଇ...

ଖରାଦିନେ ସ୍କିନ୍‌ ଆଲର୍ଜିର ଘରୋଇ ଚିକିତ୍ସା

ଖରାଦିନେ ଝାଳ ବୋହିବା ସହ କେତେକଙ୍କଠାରେ ବିଭିନ୍ନ ପ୍ରକାର ସ୍କିନ୍‌ ଆଲର୍ଜି ସମସ୍ୟା ଦେଖାଯାଇଥାଏ। କାହାର ଘିମିରି ବାହାରେ ତ କାହା ଶରୀରରେ ନାଲି ନାଲି...

ଘରେ ସୁଖସମୃଦ୍ଧି ବୃଦ୍ଧି ପାଇଁ ବାସ୍ତୁ ଉପାୟ, ଆପଣାଇଲେ…

ବାସ୍ତୁଶାସ୍ତ୍ର ଅନୁଯାୟୀ, ଏମିତି କିଛି ବିଶେଷ ଉପାୟ ରହିଛି; ଯାହାକୁ ଆପଣାଇଲେ ଘରେ ସୁଖସମୃଦ୍ଧି ବୃଦ୍ଧି ହେବା ସହ ସମ୍ପର୍କରେ ନିବିଡ଼ତା ଆସିଥାଏ। ତା’ସହିତ ଅନେକ...

ଇଲେକ୍ଟ୍ରିକ୍‌ ସମାଗ୍ରୀ ଚକ୍‌ଚକ୍‌ କରିବାକୁ ଚାହୁଁଥିଲେ…ଆପଣାନ୍ତୁ ଏହି ଉପାୟ

ଇଲେକ୍ଟ୍ରି ସାମଗ୍ରୀ ସଫା କରିବା ସମୟରେ କେତେକ ବିଷୟ ପ୍ରତି ସ୍ବତନ୍ତ୍ର ଭାବରେ ଦୃଷ୍ଟି ଦେବାକୁ ପଡ଼ିଥାଏ। ଏହି ସମୟରେ ନିମ୍ନଲିଖିତ ଟିପ୍ସ ଆପଣେଇ ପାରନ୍ତି…...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri