କେନ୍ଦୁଝର ସହରକୁ ଜଳଯୋଗାଣ ବନ୍ଦ

କେନ୍ଦୁଝର, ୧୭ା୧୨ (ସ୍ବ.ପ୍ର.):  ହାତୀ ଯୋଗୁ କେନ୍ଦୁଝର ଜିଲା ମୁଖ୍ୟାଳୟକୁ ଗତ ପ୍ରାୟ ଏକ ସପ୍ତାହ ହେଲା କାନଝରୀ ଡ୍ୟାମରୁ ପାନୀୟ ଜଳ ଯୋଗାଣ ବ୍ୟାହତ ହୋଇଛି। ଗତ ସପ୍ତାହରେ ନେକଡାଘର ନିକଟ ଜଙ୍ଗଲରେ ଏକ ହାତୀ ବିଦ୍ୟୁତ ଆଘାତରେ ମୃତ୍ୟୁବରଣ କରିବା ପରେ ଏହି ସମସ୍ୟା ଦେଖାଦେଇଛି। ଉକ୍ତ ଜଙ୍ଗଲରେ ୧୬ଟି ହାତୀ ବୁଲୁଥିବା ବେଳେ ସେମାନଙ୍କ ସୁରକ୍ଷା ପାଇଁ ରାତିରେ ବିଦ୍ୟୁତ ଯୋଗାଣ ବନ୍ଦ କରିଦିଆଯାଉଥିବାରୁ ଏଭଳି ସମସ୍ୟା ଉପୁଜିଛି। ଫଳରେ ପାଣି ନ ପାଇ ହଜାର ହଜାର ପରିବାର ହଇରାଣ ହୋଇ ପଡିଥିବାବେଳେ ଏନେଇ ତୁରନ୍ତ ପଦକ୍ଷେପ ନେବାକୁ ଦାବି ହେଉଛି।
ପ୍ରକାଶ ଯେ, କେନ୍ଦୁଝର ସହରର ୬୩,୦୭୫ ଘରକୁ ସାନମାଛକାନ୍ଦଣା ଓ କାନଝରୀ ଡ୍ୟାମରୁ ପାନୀୟ ଜଳ ଯୋଗାଣ ହୋଇ ଆସୁଛି। ସେଥିମଧ୍ୟରୁ କାନଝରୀ ଡ୍ୟାମରୁ ସର୍ବାଧିକ ୩୮,୩୧୫ ଘରକୁ ଜଳ ଯୋଗାଣ ହୋଇଥାଏ। ବାରମ୍ବାର ବିଦ୍ୟୁତ କାଟ ତଥା ପାଇପ ଫାଟିବା ଆଦି କାରଣରୁ ବର୍ଷତମାମ ଜଳଯୋଗାଣ ସମସ୍ୟା ଦେଖାଦେଇଆସୁଛି। ତେବେ ଗତ ୮ ତାରିଖ ରାତିରେ ଏକ ହାତୀ ବିଦ୍ୟୁତ ଆଘାତରେ ମୃତ୍ୟୁବରଣ କରିବା ପରେ ବିଦ୍ୟୁତ ଯୋଗାଣ ବନ୍ଦ କରିଦିଆଯାଉଥିବାରୁ ସହରବାସୀ ପାଣି ପାଇଁ ହୀନସ୍ତା ହେଉଛନ୍ତି।
କାନଝରୀ ଡ୍ୟାମରେ ଅର୍ଥ ଥାଇ ଡିଜି ସେଟ ବସା ଯାଉ ନ ଥିବାରୁ ଏଭଳି ସମସ୍ୟା ଉପୁଜିଛି ବୋଲି ବରିଷ୍ଠ ନାଗରିକ ମନସୁର ଆଲାମ କହିଛନ୍ତି। ଏଥିପ୍ରତି କାହାରି ଦୃଷ୍ଟି ପଡୁନାହିଁ। ଅନେକ ଲୋକ ବୋରଓ୍ବେଲ ଖୋଳିଥିବାରୁ ସମସ୍ୟା ଜାଣି ପାରୁ ନ ଥିବା ବେଳେ ପାଇପ ପାଣି ଉପରେ ନିର୍ଭରଶୀଳ ସାଧାରଣ ଲୋକ ହୀନସ୍ତା ହେଉଛନ୍ତି ବୋଲି ମତ ପ୍ରକାଶ ପାଉଛି। ଏ ସମ୍ପର୍କରେ ଜନସ୍ବାସ୍ଥ୍ୟ ବିଭାଗ ନିର୍ବାହୀ ଯନ୍ତ୍ରୀ କିଶୋର ରାଉତଙ୍କୁ ପଚାରିବାରୁ ସହରକୁ ଜଳ ଯୋଗାଣ ପାଇଁ ଦିନକୁ ୧୫/୧୬ ଘଣ୍ଟା ବିଦ୍ୟୁତ ଯୋଗାଣ ଦରକାର। କିନ୍ତୁ ହାତୀ ଉପଦ୍ରବ ପାଇଁ ବିଦ୍ୟୁତ କାଟି ଦିଆଯାଉଥିବାରୁ ଏହି ସମସ୍ୟା ସୃଷ୍ଟି ହୋଇଛି। ତୁରନ୍ତ ବ୍ୟବସ୍ଥା କରିବା ପାଇଁ ବିଦ୍ୟୁତ ବିଭାଗ ପକ୍ଷରୁ ଜଣାଯାଇଛି ବୋଲି କହିଛନ୍ତି। ବିଦ୍ୟୁତ ବିଭାଗ ନିର୍ବାହୀଯନ୍ତ୍ରୀ ବି.ଏନ.ସାହୁ କହିଛନ୍ତି ଯେ ହାତୀପଲ ଚଳପ୍ରଚଳ କରୁଥିବାରୁ ସେମାନଙ୍କ ସୁରକ୍ଷା ପାଇଁ ରାତିରେ ବିଦ୍ୟୁତ କାଟିବାକୁ ପଡୁଛି। ଦିନେ ଦୁଇ ଦିନ ମଧ୍ୟରେ ଦୈନିକ ୧୨ ଘଣ୍ଟା ବିଦ୍ୟୁତ ସେବା ଯୋଗାଇଦିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?