କାମରେ ଆସୁନି ଜଳପ୍ରକଳ୍ପ

ଦଶମନ୍ତପୁର, ୨୦।୪: ( ଡି.ଏନ୍‌.ଏ.) କାମରେ ଆସୁନି ୯ ଲକ୍ଷ ଟଙ୍କାର ଜଳପ୍ରକଳ୍ପ। ଜଳ କଷ୍ଟ ଭୋଗୁଛନ୍ତି କୋରାପୁଟ ଜିଲା ଦଶମନ୍ତପୁର ବ୍ଲକ ମୁଜାଙ୍ଗ ପଞ୍ଚାୟତର ବାଟିଶିଲଗୁଡା ଗ୍ରାମବାସୀ । ଏହି ଗ୍ରାମରେ ୭୨ ପରିବାର ବସବାସ କରନ୍ତି। ଜନସଂଖ୍ୟା ପ୍ରାୟ ୩୮୬ରୁ ଊର୍ଦ୍ଧ୍ୱ ରହିଛି। ଗ୍ରାମବାସୀଙ୍କ ପାନୀୟ ଜଳ ପାଇଁ ୨ଟି ନଳକୂପ ଖନନ କରାଯାଇଛି । ତେବେ ଏହି ନଳକୂପ ଖନନର ଅଳ୍ପ ଦିନ ପରେ ଅଚଳ ହୋଇ ପଡିଥିବା ଗ୍ରାମର ଗଙ୍ଗାଧର ମୁଦୁଲି, ଅଭି ମୁଦୁଲି, ଈଶ୍ୱର ମୁଦୁଲି, ପ୍ରୀତମ ମୁଦୁଲି, ଗରି ମୁଦୁଲି, ବତୀ ମୁଦୁଲି, ମଙ୍ଗଳି ମୁଦୁଲି, ସମାରୀ ମୁଦୁଲି କହିଛନ୍ତି। ନଳକୂପ ୨ଟି ଅଚଳ ଯୋଗୁ ଗ୍ରାମବାସୀ ପାନୀୟ ଜଳ ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଗ୍ରାମବାସୀଙ୍କ ଜଳକଷ୍ଟ ଦୂର କରିବା ଲାଗି ଡିଏମ୍‌ଏଫ୍‌ ଫଣ୍ଡ ଏବଂ ଜିଲା ପରିଷଦ ପାଣ୍ଠିରୁ ଗ୍ରାମରେ ୨୦୨୧-୨୨ ଆର୍ଥିକ ବର୍ଷରେ ୯ ଲକ୍ଷ ୨୦ ହଜାର ଟଙ୍କାର ଏକ ସୋଲାର ପ୍ରକଳ୍ପ ମଞ୍ଜୁର ହୋଇଥିଲା। ଏହା ପ୍ରତିଷ୍ଠା ପରେ କିଛି ମାସ ଗ୍ରାମବାସୀଙ୍କ ଜଳକଷ୍ଟ ଦୂର ହୋଇଥିଲା। ମାତ୍ର ପରବର୍ତ୍ତୀ ସମୟରେ ଉକ୍ତ ପ୍ରକଳ୍ପଟି ଅଚଳ ହୋଇପଡିଛି। ନିମ୍ନମାନର କାର୍ଯ୍ୟ ଯୋଗୁ ପ୍ରକଳ୍ପ ଅଳ୍ପଦିନ ମଧ୍ୟରେ ଅଚଳ ହୋଇପଡିଲା ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏବେ କୌଣସି ବିକଳ୍ପ ନ ପାଇ ଗ୍ରାମବାସୀ ଗ୍ରାମ ନିକଟସ୍ଥ ଏକ ବିଲରୁ ଦୂଷିତ ଜଳ ସଂଗ୍ରହ କରି ଚଳୁଛନ୍ତି । ଗ୍ରାମରେ ଖୁବ୍‌ ଶୀଘ୍ର ପାନୀୟ ଜଳ ବ୍ୟବସ୍ଥା ନ କଲେ ଆମେ ଜିଲାପାଳଙ୍କ ଦ୍ବାରସ୍ଥ ହେବୁ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୯୦୦ ମନ୍ଦିରର ରହସ୍ୟମୟ ପର୍ବତ! ସୂର୍ଯ୍ୟାସ୍ତ ହେଉ ହେଉ ଦେଖାଯା’ନ୍ତି…

ଭାରତରେ ଅନେକ ସୁନ୍ଦର ପାର୍ୱତ୍ୟ ସ୍ଥଳ ରହିଛି, କିନ୍ତୁ ଗୁଜରାଟର ଶତ୍ରୁଞ୍ଜୟ ପର୍ୱତ ନିଜର ଆଧ୍ୟାତ୍ମିକ ଓ ଧାର୍ମିକ ବିଶେଷତା ପାଇଁ ଏକ ସ୍ୱତନ୍ତ୍ର ପରିଚୟ ବହନ…

ରେଭେନ୍ସା ବିଶ୍ବବିଦ୍ୟାଳୟ ବିବାଦ; ସମୂହ ଛୁଟିରେ ଗଲେ ଅଧ୍ୟାପକ

କଟକ,୨୮।୮(ପ୍ରଭୁକଲ୍ୟାଣ ପାଲ): ସମୁହ ଛୁଟିରେ ଗଲେ ରେଭେନ୍ସା ଅଧ୍ୟାପିକା ଓ ଅଧ୍ୟାପକ । ଏହାସହ କୁଳପତିଙ୍କ କାର୍ଯ୍ୟାଳୟ ସାମ୍ନାରେ ଧାରଣାରେ ବସିଛନ୍ତି । ରେଭେନ୍ସା ୟୁନିଭରସିଟି ଟିଚର୍ସ…

କ’ଣ ରାକ୍ଷୀରେ ଭାଇଙ୍କ ଠାରୁ ମିଳୁଥିବା ଟଙ୍କାରୁ ସରକାର ନିଅନ୍ତି ଟ୍ୟାକ୍ସ? ଜାଣନ୍ତୁ କେତେ ଟଙ୍କା ନେଲେ…

ନୂଆଦିଲ୍ଲୀ,୨୮।୮: ରକ୍ଷାବନ୍ଧନ ପର୍ୱ ଭାଇ-ଭଉଣୀଙ୍କ ପବିତ୍ର ସ୍ନେହ ଓ ପ୍ରେମର ପ୍ରତୀକ। ଏହି ଦିନ ଭଉଣୀମାନେ ଭାଇଙ୍କ ହାତରେ ରାଖି ବାନ୍ଧିଥାନ୍ତି ଏବଂ ବଦଳରେ ଭାଇ ସେମାନଙ୍କୁ…

ଥରିଲା ଚାଇନା: ଭୟରେ ଲୋକେ ଦୌଡ଼ିଲେ

ବେଜିଂ,୨୮।୭: ଦକ୍ଷିଣ-ପଶ୍ଚିମ ଚାଇନାର ସିଚୁଆନ ପ୍ରଦେଶରେ ପ୍ରବଳ ଭୂକମ୍ପ ଅନୁଭୂତ ହୋଇଛି। ଚାଇନା ଭୂକମ୍ପ ନେଟୱାର୍କସ ସେଣ୍ଟର (CENC) ଅନୁଯାୟୀ, ଲଙ୍ଗଚାଙ୍ଗ ସହରରେ ୫.୧ ତୀବ୍ରତାର ଭୂକମ୍ପ…

ଖାତାକୁ ଗଲା ସୁଭଦ୍ରା ଟଙ୍କା, ତୁରନ୍ତ ଚେକ୍‌ କରନ୍ତୁ ଆକାଉଣ୍ଟ

ନୟାଗଡ଼,୨୮ା୮(ଲୋକନାଥ ମିଶ୍ର): ନୟାଗଡ଼ ଜିଲାର ଲାଠିପଡ଼ାରେ ଶୁକ୍ରବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପହଞ୍ଚି ଗହ୍ମାପୂର୍ଣ୍ଣିମା ଅବସରରେ ୫ମ କିସ୍ତି ସୁଭଦ୍ରା ଅନୁଦାନ ପ୍ରଦାନ କରିଛନ୍ତି। ଆଜିର…

ମୋହନ ଭାଗବତଙ୍କ ଭିଜା ରଦ୍ଦ ପାଇଁ ୟୁଏସ୍‌ସିଆଇଆର୍‌ଏଫ୍‌ର ଦାବି

ଓ୍ବାଶିଂଟନ,୨୮।୮(ପି.ଟି.): ନ୍ୟୁୟର୍କକୁ ୩ ଦିନିଆ ଗସ୍ତରେ ଯାଇଥିବା ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆର୍‌ଏସ୍‌ଏସ୍‌) ମୁଖ୍ୟ ମୋହନ ଭାଗବତଙ୍କ ଭିଜା ରଦ୍ଦ କରିବାକୁ ଆମେରିକାର ଅନ୍ତର୍ଜାତୀୟ ଧର୍ମୀୟ ସ୍ବାଧୀନତା…

ଆଖଡ଼ାଶାଳୀ ସ୍ଲୁଇସ୍‌ କ୍ରୀକ୍‌ ୬ ପଞ୍ଚାୟତର ଚାଷୀଙ୍କ ଭାତହାଣ୍ଡି, ବିଧାୟକ କହିଲେ ଏଠାରେ ଖୁବ୍‌ଶୀଘ୍ର ହେବ…

ମହାକାଳପଡ଼ା,୨୮ା୮(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ମଙ୍ଗଳପୁର ପଞ୍ଚାୟତ ବନ୍ଧପଡ଼ା ଗ୍ରାମ ଲକ୍ଷ୍ମୀ ନାରାୟଣ ମନ୍ଦିର ପରିସରରେ ଗୁରୁବାର ବଳଦେବଜୀଉଙ୍କ ଜନ୍ମଦିବସ ଅବସରରେ ଚଷା…

ସେପ୍ଟେମ୍ବର ୧ରୁ ଲାଗୁ ହେବ ନୂଆ ନିୟମ: ଗ୍ରାହକଙ୍କ ସୁବିଧା ପାଇଁ …

ଚେନ୍ନାଇ,୨୮।୮: ତାମିଲନାଡୁରେ ମଦର ଖୁଚୁରା ବିକ୍ରି ଉପରେ ସରକାରୀ ଏକାଧିକାର ରଖୁଥିବା ସଂସ୍ଥା TASMAC ପକ୍ଷରୁ ଏକ ବଡ଼ ଘୋଷଣା କରାଯାଇଛି। ଆସନ୍ତା ସେପ୍ଟେମ୍ବର ୧ ତାରିଖରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri