ଟଙ୍କା ଖର୍ଚ୍ଚ ପରେ ବି ମିଳୁନି ପାଣି

କର୍ଲାମୁଣ୍ଡା,୧୮।୬(ପ୍ରଦୀପ ସାହୁ): ସରକାର ସମସ୍ତଙ୍କୁ ପିଇବା ପାଣି ଯୋଗାଇଦେବା ନେଇ ବସୁଧା ଯୋଜନାରେ ବିଭନ୍ନ ସ୍ଥାନରେ ପାଣି ଟାଙ୍କି ନିର୍ମାଣ ପାଇଁ ଟେଣ୍ଡର ବ୍ୟବସ୍ଥା କରିଛନ୍ତି। ହେଲେ ଠିକ୍‌ ସମୟରେ ଟାଙ୍କି ନିର୍ମାଣ ହୋଇପାରୁ ନ ଥିବାରୁ ସାଧାରଣ ଲୋକଙ୍କ ପାଇଁ ଯୋଜନା ଅପହଞ୍ଚ ହୋଇପଡ଼ିଛି। ଏଭଳି ପରିସ୍ଥିତି କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକରେ ଦେଖିବାକୁ ମିଳିଛି।

ବ୍ଲକର ପୁଟିଗା ଉତେଇ ନଦୀରୁ ପୁଟିଗା ଓ ରାଜପୁର ପାଇଁ ପାଇପ ଯୋଗେ ପାନୀୟ ଜଳ ଯୋଗାଣ ନିମନ୍ତେ ୪ କୋଟି ଟଙ୍କା ଅଟକଳରେ ୩ବର୍ଷ ତଳେ କାର୍ଯ୍ୟ ଆରମ୍ଭ ହୋଇଥିଲା। ଏଥିପାଇଁ ଉଭୟ ଗାଁରେ ପାଣି ଟାଙ୍କି ନିର୍ମାଣ ଶେଷ ହୋଇଥିଲେ ମଧ୍ୟ ଅନ୍ୟ କାର୍ଯ୍ୟ ହୋଇପାରି ନାହିଁ। ଫଳରେ ଉଭୟ ଗ୍ରାମବାସୀଙ୍କ ପାଇଁ ବସୁଧା ଯୋଜନା ବାଟବଣା ହୋଇଛି। ସେହିପରି ଝାରମୁଣ୍ଡା ଓ ବ୍ରହ୍ମଣୀମୁଣ୍ଡା ପାଇଁ ଝରମୁଣ୍ଡାଠାରେ ପାଣିଟାଙ୍କି ନିର୍ମାଣ, ସିରବହସଲ ଓ ବଡଡୁଙ୍ଗୁରିଗୁଡାରେ ଟାଙ୍କି ନିର୍ମାଣ ହୋଇଥିଲେ ମଧ୍ୟ ଏହିସବୁ ଗାଁକୁ ପାଇପ୍‌ ଯୋଗେ ଜଳ ଯୋଗାଣ ଆରମ୍ଭ ହୋଇ ନ ଅଭିଯୋଗ ହେଉଛି।

ଏପରିକି ବୁଢ଼ୀପଦର ଓ ଖରଝୋରା ଟେଣ୍ଡର ହେବାର ୩ବର୍ଷ ବିତିଯାଇଥିଲେ ମଧ୍ୟ ପାଣି ଟାଙ୍କି ନିର୍ମାଣ ହୋଇପାରି ନାହିଁ। ସୂଚନାଯୋଗ୍ୟ, ଠିକାଦାରମାନେ ନିୟମ ପାଳନ କରୁ ନ ଥିବାରୁ ବସୁଧା ଯୋଜନା ଏବେ ଫେଲ ମାରିଛି। ଅନ୍ୟପକ୍ଷେ ବ୍ଲକରେ କିଛି ଦିନ ହେଲା ତାପମାତ୍ରା ୪୩ରୁ ୪୫ ଡିଗ୍ରୀ ରହୁଥିବାରୁ ନଦୀ, ନାଳ, ପୋଖରୀ, ନଳକୂଅଗୁଡିକ ଶୁଖିବାରେ ଲାଗିଛି। ଫଳରେ ଲୋକେ ପାନୀୟ ଜଳ ପାଇଁ ହଇରାଣ ହେଉଥିବା ଦେଖିବାକୁ ମିଳୁଛି। ଏ ନେଇ ବିଭାଗୀୟ ଯନ୍ତ୍ରୀ ଅନୁସାୟା ଭଞ୍ଜଙ୍କୁ ପଚାରିବାରୁ ପୁଟିଗା ଓ ରାଜପୁର ପ୍ରକଳ୍ପ ପାଇଥିବା ଠିକାଦାର କାମରେ ବିଳମ୍ବ ଓ ଲୋକଙ୍କ ଅଭିଯୋଗ କ୍ରମେ ତାଙ୍କ ଏଗ୍ରିମେଣ୍ଟକୁ ବାତିଲ କରାଯାଇ ଟେଣ୍ଡର ଜରିଆରେ ନୂତନ ଠିକାଦାରଙ୍କୁ ଦାୟିତ୍ୱ ଦିଆଯାଇଛି। କାର୍ଯ୍ୟ ଶୀଘ୍ର ଆରମ୍ଭ ହେବ। ଝାରମୁଣ୍ଡା, ବ୍ରହ୍ମଣୀମୁଣ୍ଡା, ସିରାବାହାଲ, ବଡ଼ଡୁଙ୍ଗୁରିଗୁଡା, କଣ୍ଡରେଇ, ବୁଢ଼ୀପଦର, ଖରଝୋରା ଏହି ୭ଟି ଗାଁର ପ୍ରକଳ୍ପ ୭ କୋଟି ଟଙ୍କା ଅଟକଳରେ ଠିକାଦାରଙ୍କ ଦ୍ୱାରା ନଭେମ୍ବର ସୁଦ୍ଧା କାର୍ଯ୍ୟ ଶେଷ ହେବା ଚୁକ୍ତିନାମା ରହିଛି ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡାକ୍ତରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ, ଭଞ୍ଜନଗରରେ ରୋଗୀ ସେବା ପ୍ରଭାବିତ, ମୃତଦେହ ବ୍ୟବଚ୍ଛେଦ ହୋଇ ନ ପାରିବାରୁ…

ଭଞ୍ଜନଗର,୧ା୭(ବାବୁଲା ପ୍ରଧାନ): ଓଡ଼ିଶା ମେଡିକାଲ ସର୍ଭିସେସ୍‌ ଆସୋସିଏଶନ (OMSA)ର ଆହ୍ବାନ କ୍ରମେ ବିଭିନ୍ନ ଦାବି ଏବଂ ଡାକ୍ତରମାନଙ୍କ ସୁରକ୍ଷା ପ୍ରସଙ୍ଗକୁ ନେଇ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟର ଡାକ୍ତରମାନେ…

ପାରିବାରିକ କଳହ ହେଲା କାଳ, ଦିଅରର ଆକ୍ରମଣରେ ଚାଲିଗଲା ଭାଉଜଙ୍କ ଜୀବନ

ବେଲଗୁଣ୍ଠା,୧ା୭( କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ଘରୋଇ ଅଶାନ୍ତିରୁ ଚାଲିଗଲା ମହିଳାଙ୍କ ଜୀବନ। ଏହିଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବେଲଗୁଣ୍ଠା ବ୍ଳକ୍ ତଥା ଗାଙ୍ଗପୁର ଥାନା ଅନ୍ତର୍ଗତ…

ଦୁର୍ଘଟଣାଗ୍ରସ୍ତଙ୍କୁ ଡାକ୍ତରଖାନା ନେଲେ ଭାଜପା ନେତା

ହାଟଡିହୀ,୧ା୭(ଶୁଭକାନ୍ତ ନାୟକ): ସାହାଯ୍ୟ ଏବଂ ମହାନତାର ପ୍ରମାଣ ଦେଖାଇଛନ୍ତି କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡର ଭାଜପା ନେତା ଆଲୋକ ସେଠୀ। ବୁଧବାର ଆଲୋକ ଏକ କାର୍ଯ୍ୟକ୍ରମରେ ଯୋଗ…

ଆଷାଢ଼ରେ ନାହିଁ ବର୍ଷା; ପୋଡ଼ିଗଲାଣି ଧାନ ତଳି, ଘୋଡ଼ାହାଡ଼ ଡ଼୍ୟାମକୁ ଦିଗପହଣ୍ଡି-ସାନଖେମୁଣ୍ଡି ଚାଷୀଙ୍କ ଭରସା  

ଦିଗପହଣ୍ଡି,୧ା୭(ଅଶେଷ ନାଥ ମିଶ୍ର): ଆଷାଢ଼ରେ ଗଞ୍ଜାମ ଜିଲା ଦିଗପହଣ୍ଡି ଓ ସାନଖେମୁଣ୍ଡି ବ୍ଲକ ଅଞ୍ଚଳରେ ବର୍ଷା ନାହିଁ ।ଚାଷୀ ବୃନ୍ଦ ଖରିଫ ଧାନ ଚାଷ ପାଇଁ ବିହନ…

ବିଜେଡିରୁ ଭାଜପା, ପୁଣି ବିଜେଡିକୁ ଆସିବା ପରେ ଏବେ ହରଡ଼ଘଣାରେ ବ୍ଲକ ଅଧ୍ୟକ୍ଷା

ଛତ୍ରପୁର,୧ା୭(ଦିଲ୍ଲୀପ ସାମଲ): ବିଜେଡିରୁ ଭାଜପା ଓ ପୁଣି ବିଜେଡିକୁ ଆସିବା ପରେ ଗଞ୍ଜାମ ଜିଲା ବୁଗୁଡା ବ୍ଲକ ଅଧ୍ୟକ୍ଷା କେ.ପ୍ରିୟଦର୍ଶିନୀ ଆଚାରୀ ଏବେ ହରଡ଼ଘଣାରେ ପଡ଼ିଯାଇଛନ୍ତି। ଅଧ୍ୟକ୍ଷାଙ୍କ…

୧୦ ଦଫା ଦାବି ନେଇ ଡାକ୍ତରଙ୍କ ଧର୍ମଘଟ, ସରକାର ଆମ ଦାବି ପୂରଣ ନ କଲେ…

କେସିଙ୍ଗା,୧ା୭(ତୁମେଶ୍ୱର ସାହୁ): ଜୁଲାଇ ୧ରେ ଡାକ୍ତର ଦିବସରେ ଓଡ଼ିଶା ମେଡିକାଲ ସର୍ଭିସ ଆସୋସିଏଶନର ନିର୍ଦ୍ଦେଶ କ୍ରମେ କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଡାକ୍ତରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ବୁଧବାରଠାରୁ ଆରମ୍ଭ…

ପାଟପୁର ଥାନା ପକ୍ଷରୁ ନିଆରା ପ୍ରୟାସ, ନିଶା ଦ୍ରବ୍ୟ ସେବନ ବିରୋଧରେ ନେଲେ ଶପଥ 

ଦିଗପହଣ୍ଡି,୧ା୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଆମ ପୋଲିସ ସମିତି ପକ୍ଷରୁ ବୁଧବାର ନିଶାମୁକ୍ତ ଓଡ଼ିଶା ଅଭିଯାନ ଆନୁକୁଲ୍ୟରେ ସଚେତନତା ସଭା…

ସମ୍ପର୍କରେ କଳଙ୍କ: ନାବାଳିକା ଶାଳୀଙ୍କୁ ଗର୍ଭବତୀ କଲେ ଭିଣୋଇ, ଏମିତି ଧରାପଡିଲା…

ପାରଳାଖେମୁଣ୍ଡି,୧ା୭(ଗିରିଧାରୀ ପରିଛା): ଗଜପତି ଜିଲା ଗାରାବନ୍ଧ ଥାନା ଅନ୍ତର୍ଗତ ରାୟଗଡ଼ ବ୍ଲକର ସାନ ଅନତାରସିଂ ଗ୍ରାମରୁ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି । ଜଣେ ବିବାହିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri