ସ୍କୁଲ ଛାତରୁ ପାଣି ଗଳୁଛି, ରାସ୍ତା ନାହିଁ: ଖବରଦାତାଙ୍କୁ ବାହାରକରି ଗେଟ୍‌ରେ ତାଲା ପକାଇଦେଲେ ପ୍ରଧାନ ଶିକ୍ଷୟିତ୍ରୀ

ଆନନ୍ଦପୁର,୨୯ା୮(ସୁଶାନ୍ତ କୁମାର ସାହୁ):କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ୍‌ ଶାଳବଣି ପଞ୍ଚାୟତ ବାଲିପଶିସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟ ଦୟନୀୟ ଅବସ୍ଥାରେ ଚାଲିଛି। ପରିବେଶ ସଫା କରାଯାଉ ନ ଥିବା ବେଳେ ବିଦ୍ୟାଳୟର କୋଠା ବିପଦପୂର୍ଣ୍ଣ ଭାବେ ରହିଛି। ନିମ୍ନମାନର ଖାଦ୍ୟ ପ୍ରଦାନ କରାଯାଉଥିବା ଅଭିଯୋଗ ହେଉଛି। ଏ ନେଇ ‘ଧରିତ୍ରୀ’ ପକ୍ଷରୁ ପ୍ରକାଶ ପାଉଥିବା ‘ବିଦ୍ୟାଳୟ ପରିକ୍ରମା’ ପାଇଁ ଖବର ସଂଗ୍ରହ କରିବାକୁ ଯାଇଥିବା ବେଳେ ଖବରଦାତାଙ୍କୁ ପ୍ରଧାନ ଶିକ୍ଷୟିତ୍ରୀ ଲକ୍ଷ୍ମୀପ୍ରିୟା କାହାଳି ଦୁର୍ବ୍ୟବହାର କରିଥିଲେ। ଖବରଦାତାଙ୍କୁ ବିଦ୍ୟାଳୟ ହତାରୁ ବାହାରକରି ପିଲାଙ୍କୁ କହି ଗେଟ୍‌ରେ ତାଲା ପକାଇ ଦେଇଥିଲେ। ଏହାକୁ ନେଇ ଅସନ୍ତୋଷ ପ୍ରକାଶ ପାଉଛି।
ଶାଳବଣି ପଞ୍ଚାୟତ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ହୋଇଥିବା ବେଳେ ଉକ୍ତ ବିଦ୍ୟାଳୟ ଉପରେ ଆଖପାଖ ଅଞ୍ଚଳର ପିଲା ନିର୍ଭର କରନ୍ତି। ବିଦ୍ୟାଳୟରେ ଏବେ ୨୭ ପିଲା ପଢ଼ୁଥିବା ବେଳେ ୨ଟି ଶ୍ରେଣୀଗୃହ ରହିଛି। ପ୍ରଧାନ ଶିକ୍ଷୟିତ୍ରୀଙ୍କ ସମେତ ୨ ଶିକ୍ଷକ ରହିଛନ୍ତି। ସାଧାରଣ ବର୍ଷା ହେଲେ ଶ୍ରେଣୀକକ୍ଷ ଛାତରୁ ପାଣି ଗଳୁଛି। ଏଥିସହ ପାଚେରି ଫାଟି ଆଁ କରିଛି। ସ୍କୁଲ ନାମଫଳକଟି ମଧ୍ୟ ଅସ୍ପଷ୍ଟ ହୋଇଗଲାଣି। ବିଦ୍ୟାଳୟ ପରିସରରେ ଅନାବନା ଗଛ ମାଡ଼ିଯାଇଥିଲେ ହେଁ ସଫା ହେଉନାହିଁ। ଏହା ଛାତ୍ରୀଛାତ୍ରଙ୍କ ପାଇଁ ବିପଦ ସୃଷ୍ଟିକରୁଛି। ଜଣେ ଅଭିଭାବକ ନାମ ଗୋପନ ରଖି କହିଛନ୍ତି, ପିଲାଙ୍କୁ ନିମ୍ନମାନର ଖାଦ୍ୟ ପରଷାଯାଉଛି। ଭାତକୁ ପାଣିଆ ଡାଲି ସହ ବୋଇତାଳୁ ଦିଆଯାଉଥିବାବେଳେ ଗୋଟିଏ କିଲୋ ଆଳୁ ଆସିଲେ ୧୦ ଦିନ ଯାଉଛି। ପୁଷ୍ଟିସାର ଆସିବ କୁଆଡୁ ବୋଲି କହିବା ସହ ତାଙ୍କ ସାଙ୍ଗରେ ଆଉ କେହି ସାଥ ଦେଉନାହାନ୍ତି, ତେଣୁ ଅଭିଯୋଗ କଲେ କେହି ଶୁଣୁ ନ ଥିବା ସେ କହିଛନ୍ତି। ଶୌଚାଳୟ ପରିଷ୍କାର ହେଉ ନ ଥିବା ମଧ୍ୟ ଅଭିଯୋଗ ହୋଇଛି। ଅଭିଯୋଗର ସତ୍ୟାସତ୍ୟ ଯାଞ୍ଚ କରିବାକୁ ଶୁକ୍ରବାର ଆମ ଖବରଦାତା ବିଦ୍ୟାଳୟକୁ ଯାଇଥିବା ବେଳେ ପ୍ରଧାନ ଶିକ୍ଷୟିତ୍ରୀ ଲକ୍ଷ୍ମୀପ୍ରିୟା କାହାଳି ଦୁର୍ବ୍ୟବହାର କରିଥିଲେ। ସାମ୍ବାଦିକଙ୍କୁ ବିଦ୍ୟାଳୟକୁ ଆସିବା ମନା କହି ବାହାରକୁ ଯିବାକୁ କହିଥିଲେ। ଏଥିସହ ୨ ଜଣ ଛାତ୍ରୀଙ୍କୁ ପଠାଇ ଗେଟ୍‌ରେ ତାଲା ପକାଇଦେଇଥିଲେ। ପରବର୍ତ୍ତୀ ସମୟରେ ଫୋନ ମାଧ୍ୟମରେ ବିଦ୍ୟାଳୟର ସମସ୍ୟା ସମ୍ପର୍କରେ ପଚାରିବାର ଥିଲା ବୋଲି କହିବା ପରେ ପ୍ରଧାନଶିକ୍ଷୟିତ୍ରୀ କଥା ହୋଇଥିଲେ। ମାତ୍ର ବିଦ୍ୟାଳୟ ଭିତରକୁ ଯିବାକୁ ବାରଣ କରିଥିଲେ। ସେ ଫୋନ୍‌ରେ କହିଥିଲେ, ବିଦ୍ୟାଳୟରେ ୨ ଶ୍ରେଣୀ କକ୍ଷର ଅବସ୍ଥା ବହୁତ ଖରାପ, ବର୍ଷା ହେଲେ ଛାତରୁ ପାଣି ଗଳୁଛି, ୨ ବର୍ଷ ହେଲା ଗ୍ରୀଡିଂ ହୋଇଛି। ଜଣେ ଗ୍ରାମବାସୀ ପାଚେରି କଡ଼ରେ ଗୁହାଳ କରିଥିବାରୁ ମୂତ୍ର ଡ୍ରେନ୍‌ ବିଦ୍ୟାଳୟ କାନ୍ଥ ଦେଇ ଛାଡ଼ିଛନ୍ତି। କମିଟି ମେମ୍ବରଙ୍କ ସହ ଶିକ୍ଷକମାନେ କହିବା ପରେ ସେ ବନ୍ଦ କରୁନାହାନ୍ତି। ଫଳରେ ମଶାମାଛି ହେଉଛନ୍ତି, ଝରକା ଖୋଲିଲେ ଗନ୍ଧରେ ନାକ ଫାଟିଯାଉଛି। କାନ୍ଥ ମଧ୍ୟ ଦୁର୍ବଳ ହେଉଥିବା ସେ କହିଛନ୍ତି। କମ୍ପୋଜିଟ ଗ୍ରାଣ୍ଟରେ ଆସିଥିବା ବର୍ଷକୁ ୧୦, ୦୦୦ ଟଙ୍କାରେ ସାମ୍ନା ଗେଟ୍‌, ନଳକୂପ ମରାମତି, କ୍ଲାସ୍‌ ରୁମ୍‌ କଲର, ଫ୍ୟାନ୍‌ ମରାମତି କରିଛନ୍ତି। ଏଥିସହ ପାଣି ସମସ୍ୟା ନ ଥିବା ବେଳେ ଶୌଚାଳୟ ଠିକ୍‌ ଓ ପରିସ୍କାର ଥିବା କହିଛନ୍ତି। ପୂର୍ବରୁ ୪୦ରୁ ଊର୍ଦ୍ଧ୍ୱ ପିଲା ପଢ଼ୁଥିଲେ। ଏବେ କମି କମି ୨୭ରେ ପହଞ୍ଚତ୍ଲେଣି। ବିଶେଷକରି ଆଦିବାସୀ ଲୋକ ହୋଇଥିବାରୁ ସଚେତନକଲେ ମଧ୍ୟ କେହି ଆସୁନାହାନ୍ତି। ଏଥିସହ ରାସ୍ତା ସମସ୍ୟା କାରଣରୁ ଅଭିଭାବକ ମଧ୍ୟ ପିଲାଙ୍କୁ ଛାଡ଼ୁନାହାନ୍ତି। ଅନ୍ୟ ସ୍କୁଲକୁ ପଳାଉଛନ୍ତି। ଏ ସମସ୍ୟାକୁ ନେଇ ବହୁବାର ଜିଲା ଶିକ୍ଷା ଅଧିକାରୀଙ୍କୁ ଜଣାଇଥିଲେ ବି କୌଣସି ସମାଧାନ ହୋଇପାରିନାହିଁ ବୋଲି ପ୍ରଧାନ ଶିକ୍ଷୟିତ୍ରୀ କହିଛନ୍ତି। ବର୍ଷାଦିନେ ଶ୍ରେଣୀଗୃହର ଛାତରୁ ପାଣି ଗଳୁଛି। ପିଲାମାନେ ଅସୁରକ୍ଷିତ ପରିବେଶରେ ପାଠ ପଢୁଛନ୍ତି। ଏ ନେଇ ବାରମ୍ବାର ପ୍ରଶାସନ ଓ ଶିକ୍ଷା ବିଭାଗକୁ ଜଣାଇଲେ ମଧ୍ୟ କୌଣସି ଫଳ ମିଳୁନାହିଁ। ବିଦ୍ୟାଳୟ କମିଟି ସଭାପତି ସନ୍ତୋଷ କୁମାର ସାହୁ କହିଛନ୍ତି, ସେ ୧୫ ଦିନ ହେବ ଦାୟିତ୍ୱ ନେଇଛନ୍ତି, ସ୍କୁଲ ବିଷୟରେ କିଛି ଜାଣି ନ ଥିବାରୁ କିଛି କହିପାରିବେ ନାହିଁ। ବ୍ଲକ୍‌ ଶିକ୍ଷା ଅଧିକାରୀ ହରିହର ଦଳାଇ କହିଛନ୍ତି, କ’ଣ ହୋଇଛି ବୁଝିକି କହିବେ। ପରବର୍ତ୍ତୀ ସମୟରେ ବାରମ୍ବାର ଫୋନ୍‌ କଲା ପରେ ବି ପ୍ରତିକ୍ରିୟା ଦେଇ ନ ଥିଲେ।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ୟୁପିରେ ଅଦଳବଦଳ

ନିକଟରେ ଉତ୍ତର ପ୍ରଦେଶ(ୟୁପି)ରେ ବାବୁ ଅଦଳବଦଳ କରାଯାଇଛି। ଯୋଗୀ ଆଦିତ୍ୟନାଥ ସରକାର ରାଜ୍ୟରେ ୨୦୨୪ ବ୍ୟାଚ୍‌ର ୧୮ ଜଣ ଯୁବ ଆଇଏଏସ୍‌ ଅଧିକାରୀଙ୍କୁ ଆସିଷ୍ଟାଣ୍ଟ ମାଜିଷ୍ଟ୍ରେଟରୁ ଜଏଣ୍ଟ…

ଅଗଷ୍ଟର ଶେଷ ସପ୍ତାହ ଏହି ୫ ରାଶି ପାଇଁ ରହିବ ବହୁତ ଖାସ୍‌: ବଢିବ ଦରମା ସାଙ୍ଗକୁ…

ପଞ୍ଚାଙ୍ଗ ଓ ଜ୍ୟୋତିଷ ଦୃଷ୍ଟିରୁ ୨୯ ଅଗଷ୍ଟ ୨୦୨୬ ଦିନଟି ବେଶ ବିଶେଷ ରହିପାରେ। ଏହି ଦିନଠାରୁ ଭାଦ୍ରବ ମାସ ଆରମ୍ଭ ହେଉଥିବା ବେଳେ କୃଷ୍ଣପକ୍ଷ ପ୍ରତିପଦା…

ବନ୍ୟା ଉଜାଡ଼ିଲା ଚାଷୀଙ୍କ ସ୍ବପ୍ନ: ଜମି ବାଲିଚର, ଧାନଫସଲ ପଚି ନଷ୍ଟ

ଭବାନୀପାଟଣା,୨୯ା୮(ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲା ଜୁନାଗଡ଼ ଓ କଲମପୁର ବ୍ଲକର ହାତୀ ନଦୀକୁଳିଆ ଚାଷୀଙ୍କ ସ୍ବପ୍ନ ବନ୍ୟା ଉଜାଡ଼ିଦେଇଛି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳର ଚାଷୀମାନେ ଚିନ୍ତାରେ…

ତେଲରେ ମିଶ୍ରଣ ଅଭିଯୋଗରେ ସରକାରଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ: ୨୫୭୩ ପେଟ୍ରୋଲ ପମ୍ପ ଉପରେ ଲାଗିଲା ରୋକ, ତାଲିକାରେ…

ନୂଆଦିଲ୍ଲୀ,୨୯।୮: ଦେଶରେ ମିଶ୍ରିତ ପେଟ୍ରୋଲ ବିକ୍ରି କରୁଥିବା ପେଟ୍ରୋଲ ପମ୍ପ ବିରୋଧରେ କେନ୍ଦ୍ର ସରକାର ବଡ଼ ପଦକ୍ଷେପ ନେଇଛନ୍ତି। ଦୀର୍ଘଦିନ ଧରି ପେଟ୍ରୋଲରେ ମିଶ୍ରଣ ଏବଂ ଏହା…

ମୃତଦେହ ରଖିବାକୁ ସ୍ଥାନାଭାବ

କାଠମାଣ୍ଡୁ,୨୯ା୮: ନେପାଳ ବନ୍ୟାରେ ୫୪୭ରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ସହ ଅନେକ ନିଖୋଜ ଥିବାବେଳେ ଭୋଟେକୋଶୀ ଏବଂ ତ୍ରିଶୂଳୀ ନଦୀ ପ୍ରଣାଳୀରୁ ବାହାର କରାଯାଇଥିବା ମୃତଦେହଗୁଡ଼ିକୁ ରଖିବା…

ମାଲିକ ଆଖି ମିଟିକାଇଲେ ଅନୁକରଣ କରନ୍ତି କୁକୁର: ସାମ୍ନାକୁ ଆସିଲା ଚମକପ୍ରଦ ଘଟଣା

ସିଡ୍‌ନୀ/ଲଣ୍ଡନ,୨୯ା୮: କୁକୁର ଏବଂ ମଣିଷଙ୍କ ସମ୍ପର୍କକୁ ନେଇ ଏକ ଚମକପ୍ରଦ ଗବେଷଣା ସାମ୍ନାକୁ ଆସିଛି। ମାଲିକ ଆଖିପତା ପକାଇବା ବା ଆଖି ମିଟିକାଇବା (ବ୍ଲିକିଂ) ଦେଖିଲେ କୁକୁରମାନେ…

ପୁସ୍ତକ ପ୍ରତ୍ୟାହାର ଅଭିଯୋଗକୁ ଫେଙ୍ଗୁଇନ୍‌ ଇଣ୍ଡିଆର ଖଣ୍ଡନ

ନୂଆଦିଲ୍ଲୀ, ୨୯।୮: କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀଙ୍କ ବହୁଚର୍ଚ୍ଚିତ ଜୀବନୀ ‘ବିଲଙ୍ଗିଙ୍ଗ୍‌:ଏ ଜର୍ଣ୍ଣି ଅଫ୍‌ ଲଭ୍‌’ ପ୍ରକାଶନକୁ ନେଇ ଆସିଥିବା ସମସ୍ତ ଗଣମାଧ୍ୟମ ରିପୋର୍ଟକୁ ପେଙ୍ଗୁଇନ ରାଣ୍ଡମ…

ମହାକାଶରେ ଫେଣା ତିଆରିକଲେ ୩,୩୦୧ ମହୁମାଛି

ୱାଶିଂଟନ, ୨୯ା୮: ବିଜ୍ଞାନ ଜଗତରେ ଅନେକ ଅଦ୍ଭୁତ ପରୀକ୍ଷଣ କରାଯାଇଛି, କିନ୍ତୁ ମହାକାଶକୁ ମହୁମାଛି ପଠାଇବା ସବୁଠାରୁ ନିଆରା ଥିଲା। ଆମେରିକାର ଜାତୀୟ ମହାକାଶ ସଂସ୍ଥା ‘ନାସା’…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri