୪୦ ହଜାର ହେକ୍ଟର ଜମିରେ ଜଳ ନିଷ୍କାସନ ସମସ୍ୟା

ଜଗତ୍‌ସିଂହପୁର ଅଫିସ, ୨୮।୮: ଜଗତ୍‌ସିଂହପୁର ଜିଲାରେ ଡ୍ରେନେଜ୍‌ ସମସ୍ୟା ଚାଷ ପାଇଁ କାଳ ହୋଇଛି। ଦିନେ, ଦୁଇଦିନ ଲଗାଣ ବର୍ଷା ହୋଇଗଲେ ଅଧିକାଂଶ ବିଲରୁ ଜଳ ନିଷ୍କାସନ ସହଜ ହେଉନି। ଏ ପରିସ୍ଥିତିରେ ଗତ ଲଗାଣ ବର୍ଷା ଓ ବନ୍ୟା ପରେ ଧାନ, ପନିପରିବା ଚାଷ ଉପରେ ଗୁରୁତର ପ୍ରଭାବ ପକାଇଛି। ବିଶେଷ କରି ଜିଲାର ହଂସୁଆ ଓ ଏଥି ସଂଲଗ୍ନ ଡ୍ରେନ୍‌ଗୁଡିକ ପାଖାପାଖି ୬୫ ହଜାର ହେକ୍ଟର ଚାଷ ଜମିରୁ ଜଳ ନିଷ୍କାସନ କରିବା ପାଇଁ ବ୍ୟବସ୍ଥା ଥିଲେ ସୁଦ୍ଧା ଏହାର ଆଶାଜନକ ପୁନରୁଦ୍ଧାର ହେଉ ନ ଥିବାରୁ ଏଭଳି ସମସ୍ୟା ସୃଷ୍ଟି ହୋଇଥିବା କୁହାଯାଇଛି । ଚଳିତ ବର୍ଷା ଓ ବନ୍ୟାରେ ଜିଲାର ପାଖାପାଖି ୪୦ ହଜାର ହେକ୍ଟର ଜମିରେ ଜଳ ନିଷ୍କାସନରେ ସମସ୍ୟା ହୋଇଛି ବୋଲି ନବ ନିର୍ମାଣ କୃଷକ ସଙ୍ଗଠର ରାଜ୍ୟ ସହ ସଂଯୋଜକ ରଶ୍ମିରଞ୍ଜନ ସ୍ବାଇଁ କହିଛନ୍ତି। ତେଣୁ ହଂସୁଆର ଉତ୍ପତ୍ତିସ୍ଥଳରୁ ଜଟାଧାରୀ ମୁହାଣ ପର୍ଯ୍ୟନ୍ତ ଜଳ ନିଷ୍କାସନ ହୋଇପାରିଲେ ସମସ୍ୟାର ସମାଧାନ ହୋଇପାରିବ। ଏଥିସହ ଜଳ ନିଷ୍କାସନ ପାଇଁ ଡ୍ରେନ୍‌ଗୁଡିକର ଶଯ୍ୟା ଖନନ, ବେଆଇନ ଘେରିବନ୍ଧ ଉଚ୍ଛେଦ, ହଂସୁଆ ପାର୍ଶ୍ୱରେ ଲାଗିଥିବା ସନ୍ତରା ଓ କଣ୍ଟା ବୁଦାଗୁଡ଼ିକର ମୁଳୋତ୍ପାଟନ, ଅତି ଅଣଓସାରିଆ ସ୍ଥାନକୁ ଗଭୀର ଓ ପ୍ରସାରିତ କରିବା, ବିଭିନ୍ନ ସ୍ଥାନରେ ସ୍ଲୁଇସ୍‌ ଆଦି କରିବା ଜରୁରୀ ହୋଇପଡ଼ିଛି। ସଫେଇ ସମୟରେ ବାହାରୁଥିବା ଦଳ ଆଦିକୁ ଖତ କରାଗଲେ ଉପକାର ମିଳନ୍ତା। ପ୍ରତିବର୍ଷ ବିପର୍ଯ୍ୟୟ ପରିଚାଳନା କମିଟି ବୈଠକରେ ଅନେକ କିଛି ପ୍ରତିଶ୍ରୁତି ଦିଆଯାଉଥିବାବେଳେ ପରବର୍ତ୍ତୀ ସମୟରେ କୌଣସି ପ୍ରତିକାର ହେଉ ନ ଥିବାରୁ ବାସ୍ତବ ଲକ୍ଷ୍ୟ ପୂରଣ ହୋଇପାରୁନି ବୋଲି ସାଧାରଣରେ ଅଭିଯୋଗ ହେଉଛି ।
ହଂସୁଆ ଡ୍ରେନ୍‌ କଟକ ସଦର ଅଞ୍ଚଳରୁ ବାହାରି ଜଗତ୍‌ସିଂହପୁର ଜିଲାର ୯୮ କିଲୋମିଟର ୬୦୦ ମିଟର ପର୍ଯ୍ୟନ୍ତ ଲମ୍ବିଛି। ଜିଲାର ପାଖାପାଖି ୬୫ ହଜାର ହେକ୍ଟର ଚାଷ ଜମିରୁ ଉଦ୍‌ବୃତ୍ତ ଜଳ ଏହି ଡ୍ରେନ୍‌ ଓ ତତ୍‌ସଂଲଗ୍ନ ଛୋଟ ଡ୍ରେନେଜ୍‌ କଟ୍‌କୁ ନିଷ୍କାସିତ ହେବା କଥା। କିନ୍ତୁ ହଂସୁଆର ଉଦ୍‌ବୃତ୍ତ ଜଳ ଚାଷ ଜମିକୁ ମାଡି ଆସି ବିପଦ ସୃଷ୍ଟି କରୁଛି। ସେହିପରି ବିନା ଯୋଜନାରେ ପ୍ରାକୃତିକ ନାଳ ଉପରେ ଆର୍‌ଡି ପକ୍ଷରୁ ଏକାଧିକ ପୋଲ କରାଯିବା ଜଳ ନିଷ୍କାସନରେ ବାଧା ସୃଷ୍ଟି କରୁଛି। ସାଦେଇପୁର, ଗନେଇଲୋ ଆଦି କେତେକ ଅଞ୍ଚଳରେ ଚିଙ୍ଗୁଡି ଘେରି ହୋଇଥିବାରୁ ସମସ୍ୟା ଦେଖା ଦେଇଛି। ରଘୁନାଥପୁର ବ୍ଲକର କିଛି ଅଞ୍ଚଳ ସମେତ ବିରିଡ଼ି, ତିର୍ତ୍ତୋଲ, ବାଲିକୁଦା, ଏରସମା ଓ ନାଉଗାଁ ବ୍ଲକର ଶହସ୍ରାଧିକ ହେକ୍ଟର ଜମି ଏଥିଯୋଗୁ ପ୍ରଭାବିତ ହେଉଛି। ସେହିପରି ଅଳକା ଡ୍ରେନ୍‌ ସମସ୍ୟା ଯୋଗୁ ବାଲିକୁଦାର କଣିଆ, ଥାଇଲୋ, କଟିକଟା, ନବାଙ୍ଗ, ନାରଦିଆ, ରମ୍ବିଳା, ତିତିରା, ସୋମପୁର ଓ ଜଗତ୍‌ସିଂହପୁର ଆଖପାଖ ଅଞ୍ଚଳ କ୍ଷତିଗ୍ରସ୍ତ ହେଉଛି। ଯଦିଓ ଏହି ଡ୍ରେନ୍‌ ସଫେଇ କାମ ଚାଲିଛି ଆଶାଜନକ ଅଗ୍ରଗତି ଘଟୁ ନ ଥିବାରୁ ସମସ୍ୟା ଲାଗି ରହିଛି। ଜଗତ୍‌ସିଂହପୁରରୁ ବାହାରିଥିବା ମାଧପୁର ଡ୍ରେନେଜ୍‌ କଟ୍‌ ନାଲିବର ପାଖରେ ହଂସୁଆରେ ମିଶି ପୁଅଖାଇ ଡ୍ରେନେଜ୍‌ କଟ୍‌ ଅଳା, ଶିଙ୍ଗାରପୁରରୁ ବାହାରି ପଳାଶୋଳ, ସମଙ୍ଗ, ଜେନାସାହି, ଜୈନାବାଜ, ଡିଙ୍ଗେଶ୍ୱର ପର୍ଯ୍ୟନ୍ତ ଯାଇଛି। ଏସବୁ ଡ୍ରେନ୍‌ ସମସ୍ୟା ବାଦ୍‌ ବନ୍ୟା କାରଣରୁ ଜିଲାର ପାଖାପାଖି ୮ ହଜାର ହେକ୍ଟର ଧାନ ଫସଲରେ ପାଣି ଜମି ରହିଛି।
ଏ ସମ୍ପର୍କରେ ଜିଲା ମୁଖ୍ୟ କୃଷି ଅଧିକାରୀ ରାଜକିଶୋର ଦାଶ କହିଛନ୍ତି, ଏଥିମଧ୍ୟରେ ନାଉଗାଁ, ବିରିଡ଼ି, ତିର୍ତ୍ତୋଲ ଓ ବାଲିକୁଦା ବ୍ଲକର ପାଖାପାଖି ଅଧା ଜମି ଉପରେ କ୍ଷୟକ୍ଷତି ଅନୁଧ୍ୟାନ କରାଯାଇଛି। ରଘୁନାଥପୁର, ଜଗତ୍‌ସିଂହପୁର ଓ ଏରସମା ବ୍ଲକ ଅଞ୍ଚଳରେ ସେଭଳି କ୍ଷତି ହୋଇନାହିଁ। କୁଜଙ୍ଗ ଓ ବାଲିକୁଦାର ଅବଶିଷ୍ଟ ଜମିର କ୍ଷୟକ୍ଷତି ଅନୁଧ୍ୟାନ ହେବ । ପ୍ରାଥମିକ ଆକଳନରୁ ଏ ପର୍ଯ୍ୟନ୍ତ ୨୧୪୦ ହେକ୍ଟର ଧାନ ଚାଷ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡିଛି। ଆଗକୁ ଏହି ସଂଖ୍ୟା ବଢିବ। ତେବେ ଜିଲାରେ ଜଳ ନିଷ୍କାସନ ସମସ୍ୟାକୁ ନେଇ ନବ ନିର୍ମାଣ କୃଷକ ସଙ୍ଗଠନ ରାଜ୍ୟ ସହ ସଂଯୋଜକ ରଶ୍ମିରଞ୍ଜନ ସ୍ବାଇଁ ଉଦ୍‌ବେଗ ପ୍ରକାଶ କରିବା ସହ ସରକାର ତୁରନ୍ତ ସମାଧାନ କରିବାକୁ ଦାବି କରିଛନ୍ତି । ଏ ସମ୍ପର୍କରେ ଜଗତ୍‌ସିଂହପୁର ଜଳ ନିଷ୍କାସନ ନିର୍ବାହୀ ଯନ୍ତ୍ରୀ ହରେକୃଷ୍ଣ ବେହେରା କହିଛନ୍ତି, ହଂସୁରାର ୪୦ କିଲୋମିଟର ଡ୍ରେନ୍‌ କାମ ହୋଇଛି। କେବଳ ବିଭିନ୍ନ ପୋଲ ସ୍ଥାନରେ ଦଳ ଜମିବାରୁ ସଫା କରିବାକୁ ପଡୁଛି। ତେବେ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଉଦ୍ୟମ ଜାରି ରହିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ତୃତୀୟ ଟି୨୦ ଜିତିଲା ଭାରତ, ୨-୧ରେ ସିରିଜ୍‌ ଆଗୁଆ

ଇନ୍ଦୋର,୧୧ା୧୦: ଅଭିଷେକ ଶର୍ମାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ପରେ ଅର୍ଶଦୀପ ସିଂଙ୍କ ଘାତକ ବୋଲିଂ ବଳରେ ଏଠାରେ ରବିବାର ଅନୁଷ୍ଠିତ ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତ ୧୪ ରନରେ…

ଚାଲିଥିଲା ବଡ଼ଧରଣର ଜୁଆ ଆଡ୍ଡା: ମାଡ଼ି ବସିଲା ପୋଲିସ, ୭୦ ଅଟକ

ପାରଳାଖେମୁଣ୍ଡି,୧୧।୧୦(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ପାରଳାଖେମୁଣ୍ଡି ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ଦେବୀତି ଗ୍ରାମରେ ଚାଲିଥିବା ଏକ ବଡ଼ଜୁଆ ଆଡ୍ଡା ଉପରେ ପୋଲିସ ଚଢ଼ାଉ କରି…

ବଡ଼ ଘୋଷଣା କଲେ ଟ୍ରମ୍ପ, ରୁଷିଆ-ୟୁକ୍ରେନ ମଧ୍ୟରେ ହେଲା….

ଓ୍ବାଶିଂଟନ,୧୧।୧୦: ରୁଷିଆ ଓ ୟୁକ୍ରେନ୍ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ନେଇ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରବିବାର ବଡ଼ ଘୋଷଣା କରିଛନ୍ତି । ଦୁଇ ଦେଶ ମଧ୍ୟରେ…

ଗଣ୍ଡ ସମାଜର ନୂଆଁଖାଇ ଭେଟ୍‌ଘାଟ୍‌, ଏକତା, ସଂଗଠନକୁ ସୁଦୃଢ଼ କରିବାକୁ ଆହ୍ବାନ

କୋକସରା,୧୧।୧୦ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ କୋକସରା ଧାନ ମଣ୍ଡି ପରିସରରେ କୋକସରା ବ୍ଲକ ଗଣ୍ଡ ସମାଜ ପକ୍ଷରୁ ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ…

ଜୁଆ ଆଡ୍ଡା ଉପରେ ପୋଲିସର ଚଢ଼ାଉ, ୮ ଗିରଫ

ଛତ୍ରପୁର,୧୧ା୧୦(ଦିଲ୍ଲୀପ ସାମଲ/ଦ୍ଵାରିକା ପଟ୍ଟନାୟକ ) : ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ଗଞ୍ଜାମ ପୋଲିସ ପକ୍ଷରୁ ଜୁଆ ଆଡ୍ଡାରେ ଚଢାଉ ଜାରି ରହିଛି । ଶନିବାର ବିଳମ୍ବିତ…

ଅଭିଷେକଙ୍କ ବିସ୍ଫୋରକ ବ୍ୟାଟିଂ, ଓ୍ବେଷ୍ଟଇଣ୍ଡିଜ୍‌ ଆଗରେ ୨୨୪ ରନ୍‌ର ଟାର୍ଗେଟ ରଖିଲା ଭାରତ

ଇନ୍ଦୋର,୧୧ା୧୦: ହୋଲ୍କର ଷ୍ଟାଡିୟମରେ ରବିବାର ଅନୁଷ୍ଠିତ ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତ-ଓ୍ବେଷ୍ଟଇଣ୍ଡିଜ୍‌ ପରସ୍ପରକୁ ଭେଟିଛନ୍ତି। ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିଥିବା ଭାରତ ଅଭିଷେକ ଶର୍ମାଙ୍କ ବିସ୍ଫୋରକ…

‘କୃଷି, ଏକତା ଅଘରିଆଙ୍କ ଶକ୍ତି’

ବଲାଙ୍ଗୀର,୧୧।୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ୮୪ ଘର ଅଘରିଆ ସମାଜ ପକ୍ଷରୁ ରବିବାର ସ୍ଥାନୀୟ କୋଶଳ କଳା ମଣ୍ଡଳରେ ନୂଆଁଖାଇ ଭେଟ୍‌ଘାଟ୍‌ ଅନୁଷ୍ଠିତ ହୋଇଯାଇଛି। ଅଘରିଆ ସମାଜର…

କୋର୍ଟରେ ଜାମିନ ନାମଞ୍ଜୁର ଜେଲ ଗଲେ ଅଭିଯୁକ୍ତ, ଜାଣନ୍ତୁ କ’ଣ ଥିଲା ମାମଲା…

ଦିଗପହଣ୍ଡି,୧୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମର ପିଣ୍ଟୁ ସାହୁଙ୍କୁ ରବିବାର ଦିଗପହଣ୍ଡି ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?