ଜଳସଙ୍କଟ ଉତ୍କଟ

ବଇଣ୍ଡା, ୧୫।୫(ଡି.ଏନ.ଏ): ଶିଳ୍ପସମୃଦ୍ଧ ଅନୁଗୋଳ ଜିଲାରେ ଅସହ୍ୟ ଗ୍ରୀଷ୍ମପ୍ରବାହ ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଇଥିବାବେଳେ ଗ୍ରାମାଞ୍ଚଳରେ ଜଳସଙ୍କଟ ଉତ୍କଟ ରୂପ ଧାରଣ କରିଛି। ବିଶେଷ କରି ଆଠମଲ୍ଲିକ ଓ କିଶୋରନଗର ବ୍ଲକରେ ସମସ୍ୟା ଜଟିଳ ଆଡ଼କୁ ଗତି କରୁଛି। ଗ୍ରୀଷ୍ମପ୍ରବାହର ମୁକାବିଲା ଲାଗି ପ୍ରଶାସନିକ ପ୍ରସ୍ତୁତି ସମୁଦ୍ରକୁ ଶଙ୍ଖେ ଭଳି ହୋଇଛି। ସବୁ ସ୍ଥାନରେ ଜଳଛତ୍ର ଖୋଲିପାରିନାହିଁ। ପଥଚାରୀ ପାଣି ମୁନ୍ଦାଏ ପାଇଁ ଡହଳବିକଳ ହେଉଛନ୍ତି। ଜଙ୍ଗଲରେ ନିଅଁା ଏବଂ ପାଣି ଅଭାବ ବନ୍ୟପ୍ରାଣୀଙ୍କୁ ଜନବସତିମୁହଁା କରାଉଛି। ଦୀର୍ଘସ୍ଥାୟୀ ଯୋଜନା କରାଯାଉ ନ ଥିବାରୁ ପ୍ରତିବର୍ଷ ଏଭଳି ଜଳସଙ୍କଟ ଉପୁଜୁଥିବା ଅଭିଯୋଗ ହୋଇଛି, ଯାହାକୁ ନେଇ ସାଧାରଣରେ ଅସନ୍ତୋଷ ତୀବ୍ର ହେବାରେ ଲାଗିଛି।
ଅନୁଗୋଳ ଜିଲାରେ ବର୍ଷକୁ ବର୍ଷ ତାପମାତ୍ରା ନୂଆ ରେକର୍ଡ ସୃଷ୍ଟି କରି ଚାଲିଛି। ଗତ ୫ ଦିନ ହେଲା ପାରଦ ୪୦ ଡିଗ୍ରୀ ତଳକୁ ଖସୁନାହିଁ। ରବିବାର ଆଠମଲ୍ଲିକ ଓ କିଶୋରନଗର ବ୍ଲକରେ ୪୨ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ସକାଳ ୮ଟାରୁ ପ୍ରଚଣ୍ଡ ରୌଦ୍ରତାପ ଆରମ୍ଭ ହୋଇଯାଉଛି। ପୂର୍ବାହ୍ନ ୧୦ଟା ପରେ ରାସ୍ତାଘାଟ ଶୂନଶାନ୍‌ ହୋଇଯାଇଛି। ଅପରାହ୍ନ ୩ଟା ଯାଏ ତାତି ବଳବତ୍ତର ରହୁଥିବାରୁ ସାଧାରଣ ଜୀବନଯାତ୍ରା ପ୍ରଭାବିତ ହେଉଛି। ଏଭଳି ସମୟରେ ପଥଚାରୀମାନେ ଜଳଛତ୍ର ଖୋଜୁଛନ୍ତି। କାରଣ ଉପଖଣ୍ଡର ୪୭ ପଞ୍ଚାୟତର ଅନେକ ସ୍ଥାନରେ ଏହି ବ୍ୟବସ୍ଥା ପ୍ରଶାସନ ତରଫରୁ କରାଯାଇନାହିଁ। ସେହିପରି ବିଭିନ୍ନ ସ୍ଥାନରେ ନଳକୂପ ଅଚଳ ହୋଇପଡ଼ିଛି। ଖରାପୂର୍ବରୁ ଏସବୁକୁ ସଜାଡ଼ିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ କଡ଼ା ନିର୍ଦ୍ଦେଶ ରହିଥିଲା। ହେଲେ ବିଭାଗୀୟ ଅଧିକାରୀଙ୍କ ଅବହେଳା ପାଇଁ ଅଚଳ ନଳକୂପ ମରାମତି କରାଯାଇନାହିଁ। ଖରାରେ ଜଳାଶୟ ଶୁଖିଲା ପଡ଼ିବା ଲୋକଙ୍କ ସମସ୍ୟାକୁ ବହୁଗୁଣିତ କରିଦେଇଥିବା ଅଭିଯୋଗ ହେଉଛି।
ଗ୍ରାମାଞ୍ଚଳବାସୀ ପାନୀୟ ଜଳ ପାଇଁ ଛଟପଟ ହେଉଥିବାବେଳେ ଜଙ୍ଗଲ ନିଅଁା ବୋଝ ଉପରେ ନଳିତା ବିଡ଼ା ସଦୃଶ ହୋଇଛି। ଉଭୟ ବ୍ଲକର ଧଣ୍ଡାତୋପା, ମଇମୁରା, କରଡ଼ାସିଙ୍ଗ, ଟାପଢ଼ୋଲ, ପେଡ଼ିପଥର, ରାଇନାଳୀ, ବାଦିବାହାଳ, ମାଧପୁର ଅଞ୍ଚଳରେ ଥିବା ଜଙ୍ଗଲରେ ବାରମ୍ବାର ନିଅଁା ଲାଗୁଛି। କେତେଜଣ ନ୍ୟସ୍ତସ୍ବାର୍ଥ ବ୍ୟକ୍ତିଙ୍କ ଏଭଳି ବେଆଇନ କାର୍ଯ୍ୟ ପାଇଁ ଜଙ୍ଗଲରେ ବନ୍ୟପ୍ରାଣୀ କଲବଲ ହେଉଛନ୍ତି। ଜଳଉତ୍ସଗୁଡ଼ିକ ଶୁଖିଯାଇଥିବାରୁ ଜୀବନ ବିକଳରେ ସେମାନେ ଗଁାମୁହଁା ହେଉଛନ୍ତି। ତେଣୁ ଜଳକ୍ଲିଷ୍ଟ ଅଞ୍ଚଳରେ ଟ୍ୟାଙ୍କରରେ ଜଳଯୋଗାଣ କରିବା ଏବଂ ଜଙ୍ଗଲରେ ପାଣିକୁଣ୍ଡ ବ୍ୟବସ୍ଥା କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।
ଏ ନେଇ କିଶୋରନଗର ବିଡିଓ ବିନୋଦ ବିହାରୀ ବେହେରା କହିଛନ୍ତି, ତାତି ମୁକାବିଲା ପାଇଁ ବ୍ଲକ ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଉଛି। ସମସ୍ତ ପଞ୍ଚାୟତରେ ଯେପରି ଜଳଛତ୍ର ଖୋଲାଯିବ, ସେ ନେଇ ସରପଞ୍ଚମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ପଦକ୍ଷେପ ନିଆଯାଇଛି
ଗ୍ରୀଷ୍ମ ମୁକାବିଲା ପଦକ୍ଷେପ ନିଆଯାଇଛି। ଆଠମଲ୍ଲିକ ଉପଖଣ୍ଡକୁ ମହାନଦୀରୁ ଜଳ ଆସିବା ନେଇ ମେଗା ଜଳ ପ୍ରକଳ୍ପ ପାଇଁ ଅର୍ଥ ମଞ୍ଜୁର ହୋଇଛି। କେତେକ ପଞ୍ଚାୟତରେ କାମ ଆରମ୍ଭ ହେଲାଣି। ସେହିପରି ବିଭିନ୍ନ ଗ୍ରାମରେ ଜଳଛତ୍ର ବ୍ୟବସ୍ଥା କରାଯାଇଛି।
-ଜିତେନ୍ଦ୍ର କୁମାର ସାହୁ, ଅଙ୍ଗପଡ଼ା ସରପଞ୍ଚ
ନଳକୂଅରୁ ଲୁହାଗୁଣ୍ଡ ପାଣି ବାହାରୁଛି
ବ୍ଲକ ପ୍ରଶାସନ ପଦକ୍ଷେପ ନେଉ ନ ଥିବାରୁ ବିଭିନ୍ନ ଗ୍ରାମରେ ପାନୀୟ ଜଳ ସମସ୍ୟା ଦେଖାଦେଇଛି। ନଳକୂଅରୁ ଲୁହାଗୁଣ୍ଡ ମିଶା ପାଣି ବାହାରୁଛି। ବଡ଼ଗୋବିନ୍ଦପୁରରେ ସମସ୍ୟା ବଢ଼ିବାରେ ଲାଗିଛି। ଏ ଦିଗରେ ପଦକ୍ଷେପ ନେବା ଜରୁରୀ।
-ଧ୍ରୁବଚରଣ ସାହୁ, ବଡ଼ ଗୋବିନ୍ଦପୁର
ଜନବସତିମୁହଁା ହେଉଛନ୍ତି ବନ୍ୟପ୍ରାଣୀ
ଜଙ୍ଗଲରେ ନିଅଁା ଲିଭାଇବାର ବନ ବିଭାଗ ପକ୍ଷରୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଉନାହିଁ। ଜଙ୍ଗଲରେ ପାଣି ସମସ୍ୟା ଦେଖାଦେଇଥିବାବେଳେ ବନ୍ୟପ୍ରାଣୀ ଜନବସତିମୁହଁା ହେଉଛନ୍ତି। ତେଣୁ ଜଙ୍ଗଲରେ ଅସ୍ଥାୟୀ କୁଣ୍ଡ ନିର୍ମାଣ କରାଯାଉ।

-ସମୀର ପ୍ରଧାନ, ଠେଲକନାଳି
ଟ୍ୟାଙ୍କର ପାଣି ଯୋଗାଇ ଦିଆଯାଉ
ଗଁାବଇଣ୍ଡା ପଞ୍ଚାୟତର କେତେକ ଗ୍ରାମକୁ ଜଳଯୋଗାଣ ହୋଇପାରୁନାହିଁ। ଧୁଣ୍ଡି ଅଞ୍ଚଳରେ ଜଳସ୍ତର କମିଯାଇଥିବାରୁ ଅନେକ ନଳକୂଅ ଅଚଳ ହୋଇପଡ଼ିଛି। ବ୍ଲକ ପ୍ରଶାସନ ଟ୍ୟାଙ୍କର ଯୋଗେ ପାଣି ଯୋଗାଇଦେଲେ ଲୋକେ ଉପକୃତ ହେବେ।
-ସନ୍ତୋଷ କୁମାର ପ୍ରଧାନ, ଧୁଣ୍ଡି
ଜଙ୍ଗଲ ଅଧ୍ୟୁଷିତ ଅଞ୍ଚଳବାସୀ କଷ୍ଟ ଭୋଗୁଛନ୍ତି
ଜଙ୍ଗଲ ଅଧ୍ୟୁଷିତ ଅଞ୍ଚଳରେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ନିର୍ମାଣ ହେଉଥିବାରୁ ଆଦିବାସୀ ପରିବାର ନାହିଁ ନ ଥିବା କଷ୍ଟ ଭୋଗୁଛନ୍ତି। ଅନ୍ୟ ବିକଳ୍ପ ନ ଥିବାରୁ ସେମାନେ ଖୋଲା କୂଅ ଓ ନାଳ ପାଣି ବ୍ୟବହାର କରିବାକୁ ବାଧ୍ୟ ହେଉଛନ୍ତି।

-ଭଗବାନ ପ୍ରଧାନ, ଲକ୍ଷ୍ମୀପୁର


Enter your email to get our daily news in your inbox.

All Right Reserved By Dharitri.Com

ପଦ୍ମଶ୍ରୀ ମାଗୁଣି କୁଅଁର ଗୁରୁତର: ହସ୍ପିଟାଲରେ ଭର୍ତ୍ତି

କେନ୍ଦୁଝର,୩୦।୪ (ନରେଶ ଚନ୍ଦ୍ର ପଟ୍ଟନାୟକ): ବିଶିଷ୍ଠ କାଠି କଣ୍ଢେଇ ନୃତ୍ୟ ଗୁରୁ ତଥା ପଦ୍ମଶ୍ରୀ ମାଗୁଣି ଚରଣ କୁଅଁର ମଙ୍ଗଳବାର ଅସୁସ୍ଥ ହୋଇ କେନ୍ଦୁଝର ଜିଲା...

ଏନ୍‌କାଉଣ୍ଟରେ ୪ ମାଓବାଦୀ ନିପାତ

ରାୟପୁର/ମାଲକାନଗିରି,୩୦।୪: ଏନକାଉଣ୍ଟରେ ମଙ୍ଗଳବାର ୪ ମାଓବାଦୀ ଟଳିପଡିଛନ୍ତି। ଛତିଶଗଡର ନାରାୟଣପୁର ଆବୁଜମାଡ ଜଙ୍ଗଲରେ ସୁରକ୍ଷାକର୍ମୀ ଏବଂ ମାଓବାଦୀ ମଧ୍ୟରେ ହୋଇଥିବା ଗୁଳିବିନିମୟରେ ୪ ମାଓବାଦୀ ନିହତ...

ଭାଜପା କର୍ମୀ ସମ୍ମିଳନୀ, ମିଶ୍ରଣ ପର୍ବ

କାମାକ୍ଷାନଗର,୩୦।୪(ସୁଧୀର ପରିଡ଼ା): ଢେଙ୍କାନାଳ ଜିଲା କଙ୍କଡାହାଡ଼ ବ୍ଲକ ଦଶୀପୁର, କଣ୍ଟାପାଳ ଓ ବିରିବୋଲେଇ ପଞ୍ଚାୟତରେ ଭାଜପାର କର୍ମୀ ସମ୍ମିଳନୀ ଓ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି।...

ବିଜେଡିରେ ମିଶିଲେ ଜିଲା ଯୁବ କଂଗ୍ରେସ ପୂର୍ବତନ ସଭାପତି

ଢେଙ୍କାନାଳ,୩୦ା୪(ରତନ ନାୟାର): ଢେଙ୍କାନାଳ ସହର ଗଣେଶ ମଣ୍ଡପଠାରେ ରବିବାର ବିଜେଡି ପକ୍ଷରୁ ଏକ ମିଶ୍ରଣପର୍ବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲା ଯୁବ କଂଗ୍ରେସର ପୂର୍ବତନ ସଭାପତି...

କଣ୍ଟେନରରେ ଲାଗିଲା ଭୟଙ୍କର ନିଆଁ: ଲକ୍ଷାଧିକ ଟଙ୍କା ସମ୍ପତ୍ତି ନଷ୍ଟ

କଟକ, ୩୦।୦୪ (କାର୍ତ୍ତିକ ସାହୁ): ଜଗତପୁର ଥାନା ଅନ୍ତର୍ଗତ ନଜରପୁରଠାରେ ଥିବା ଶ୍ରମିକ ମାନଙ୍କର ରହିବା ପାଇଁ ଛ’ଟି କଣ୍ଟେନରରେ ସୋମବାର ବିଳମ୍ବିତ ରାତି ପ୍ରାୟ...

ଚିନ୍ତା ବଢ଼ାଇଲାଣି ଜଙ୍ଗଲ ନିଆଁ

ନୟାଗଡ଼,୩୦।୪(ଲୋକନାଥ ମିଶ୍ର): ନୟାଗଡ଼ ବନଖଣ୍ଡ ଓ ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡରେ ଜଙ୍ଗଲରେ ଲାଗୁଥିବା ନିଆଁ ଚିନ୍ତା ବଢାଇ ଦେଲାଣି। ଅଗ୍ନିବର୍ଷା ବେଳେ ଜଙ୍ଗଲର ନିଆଁର ତାତି...

ରାଜ୍ୟ ସରକାରଙ୍କ ବିରୋଧରେ ଗର୍ଜିଲେ

ରେମୁଣା,୩୦।୪(ରବୀନ୍ଦ୍ର ମହାକୁଡ଼): ବାଲେଶ୍ୱର ଜିଲା ରେମୁଣା ନିର୍ବାଚନମଣ୍ଡଳୀ ଅଧୀନ କୁରୁଡ଼ା ଯାତ୍ରାପଡ଼ିଆଠାରେ କଂଗ୍ରେସର ଏକ ନିର୍ବାଚନୀ ସଭା ଅନୁଷ୍ଠିତ ହୋଇଯାଇଛି। ଏମ୍‌ପି ପ୍ରାର୍ଥୀ ଶ୍ରୀକାନ୍ତ ଜେନା...

କଟକ ଲୋକ ସଭା ଆସନ: ଅଭିଜ୍ଞ ବନାମ ନୂଆ ଚେହେରା

କଟକ,୩୦।୪(ଶିଳ୍ପା ପ୍ରିୟଦର୍ଶିନୀ):କଟକ ସଂସଦୀୟ କ୍ଷେତ୍ରରେ ତ୍ରିମୁଖୀ ଲଢେଇ ହେବା ନେଇ ଆଲୋଚନା ହେଉଛି। ଲୋକ ସଭା ଆସନ ପାଇଁ ବିଜେଡି ସଂତୃପ୍ତ ମିଶ୍ର, ଭାଜପା ଭର୍ତ୍ତୃହରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri