Posted inଖେଳ

ଶେଷ ୬ ସେକେଣ୍ଡରେ ଅଟକି ଯାଇଥିଲା ସମସ୍ତଙ୍କ ହୃଦସ୍ପନ୍ଦନ; ଦେଖନ୍ତୁ ଭାରତର ଐତିହାସିକ ବିଜୟର ସେହି ଭିଡିଓ…

ନୂଆଦିଲ୍ଲୀ,୫।୮: ଅଲିମ୍ପିକ୍ସରେ ଇତିହାସ ରଚିଛି ଭାରତର ପୁରୁଷ ହକି ଦଳ। ଗୁରୁବାର ଖେଳାଯାଇଥିବା ରୋମାଞ୍ଚକର ମ୍ୟାଚ୍‌ରେ ଜର୍ମାନୀକୁ ୫-୪ରେ ପରାସ୍ତ କରି ବ୍ରୋଞ୍ଚ ପଦକ ହାସଲ କରିଛି ଦଳ। ଏକ ସମୟରେ ଭାରତୀୟ ଦଳ ଜର୍ମାନୀ ବିପକ୍ଷରେ ୧-୩ରେ ପଛୁଆ ଥିଲା। ହେଲେ ପରେ ଭାରତର ପ୍ରତ୍ୟାବର୍ତ୍ତନ ସମସ୍ତଙ୍କୁ ଚକିତ କରିଥିଲା। ଟିମ୍‌ ଇଣ୍ଡିଆ ସାତ ମିନିଟ୍‌ରେ ୪ ଗୋଲ୍‌ କରି ମ୍ୟାଚ୍‌କୁ ନିଜ ହାତକୁ ନେଇଥିଲା ଦଳ। ବିଶେଷକରି ଶେଷ ୬ ସେକେଣ୍ଡରେ ଗୋଲକିପର ପିଆର୍‌ ଶ୍ରୀଜେଶ ଜର୍ମାନୀର ପେନାଲ୍ଟିକୁ ରୋବିବାରେ ସଫଳ ହୋଇଥିଲେ। ଏହାପରେ ସମସ୍ତେ ଖୁସିରେ ନାଚିବାକୁ ଲାଗିଥିଲେ।

 

ଖେଳ ଆରମ୍ଭର ଦ୍ୱିତୀୟ ମିନିଟ୍‌ରେ ଫିଲ୍ଡ ଗୋଲ କରିଥିଲା ଜର୍ମାନୀ। ଏହାପରେ ଦ୍ୱିତୀୟ କ୍ୱାର୍ଟରରେ ଭାରତର ସିମରନ୍‌ଜିତ ସିଂହ ମଧ୍ୟ ଫିଲ୍ଡ ଗୋଲ୍‌ କରି ସ୍କୋରକୁ ବରାବର କରିଥିଲେ। ହେଲେ ଜର୍ମାନୀ ଗୋଟିଏ ମିନିଟ ଭିତରେ ଆଉ ୨ ଗୋଲ କରି ମୁକାବିଲାରେ ୩ ଗୋଲରେ ଅଗ୍ରଣୀ ହୋଇଥିଲା। ଭାରତ କିନ୍ତୁ ହାର ମାନି ନ ଥିଲା।

ମ୍ୟାଚ୍‌ର ୨୭ ମିନିଟ୍‌ରେ ହାର୍ଦ୍ଦିକ ସିଂହ ପେନାଲ୍ଟି କର୍ଣ୍ଣରରୁ ଗୋଲ ସ୍କୋର କରିଥିବା ବେଳେ ୨୯ ମିନିଟ୍‌ରେ ହରମନ୍‌ପ୍ରିତ ମଧ୍ୟ ଅନ୍ୟ ଏକ ସମାନ ଗୋଲ୍‌ କରିଥିଲେ। ଭାରତ ପେନାଲ୍ଟିର ସୁଯୋଗକୁ ହାତ ଛଡ଼ା କରି ନ ଥିବା ବେଳେ ଜର୍ମାନୀ କିନ୍ତୁ ମିଳିଥିବା ସମସ୍ତ ସୁଯୋଗରେ ବିଫଳ ହୋଇଥିଲେ। ଏହାପଛରେ ଥିଲେ ଗୋଲକିପର୍‌ ଶ୍ରୀଜେଶ। ପରେ ଭାରତ ଆଉ ଦୁଇ ଗୋଲ୍‌ କରି ସ୍କୋରକୁ ୫-୩ ସ୍ଥିତିକୁ ନେଇଥିଲା।

ଶେଷ ମୁହୂର୍ତ୍ତରେ ଜର୍ମାନ ଟିମ୍‌ ଗୋଲ୍‌ କରିବାକୁ ବହୁତ ଚେଷ୍ଟା କରିଥିଲା। କାରଣ ସେ ୪ ପେନାଲ୍ଟି କର୍ଣ୍ଣର ପାଇଥିଲା। ମାତ୍ର ଅମିତ ରୋହିଦାସ ବିରୋଧି ଦଳକୁ ସଫଳତା ହାସଲ କରିବାକୁ ଦେଇ ନ ଥିଲେ। ମ୍ୟାଚ୍‌ର ଶେଷ ୬ ସେକେଣ୍ଡରେ ଜର୍ମାନୀ ପୁନର୍ବାର ଆଉ ଏକ ପେନାଲ୍ଟି କର୍ଣ୍ଣର ପାଇଥିଲା। ହେଲେ ଗୋଲ୍‌ ହୋଇପାରି ନ ଥିଲା। ସ୍କୋରକୁ ବରାବର ସ୍ଥିତିକୁ ଆଣିବାକୁ ଦଳ ପକ୍ଷରୁ ଶେଷ ପାଞ୍ଚ ମିନିଟ୍‌ରେ ଗୋଲ୍‌କିପରଙ୍କୁ ହଟାଯାଇଥିଲେ ମଧ୍ୟ ସେମାନେ ସଫଳ ହୋଇପାରି ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଡୋପ୍‌ ଟେଷ୍ଟରେ ବିଫଳ ହେଲେ ଗ୍ରାଣ୍ଡସ୍ଲାମ ବିଜୟିନୀ

ପ୍ୟାରିସ, ୬।୨ (ଏଏଫ୍‌ପି)- ପୂର୍ବତନ ଅଷ୍ଟ୍ରେଲିଆନ୍‌ ଓପନ୍‌ ମିକ୍ସଡ ଡବଲ୍‌ ଟାଇଟଲ୍‌ ବିଜୟିନୀ ଆମେରିକାର ଆବିଗେଲ୍‌ ସ୍ପିଅର୍ସ ଟେନିସରୁ ବାସନ୍ଦ ହୋଇଛନ୍ତି। ଡୋପ୍‌ ଟେଷ୍ଟରେ ବିଫଳ...

ପ୍ରସିଦ୍ଧ ହକି ଖେଳାଳି ବଲବୀର ସିଂଙ୍କ ପରଲୋକ

ଚଣ୍ଡୀଗଡ, ୨୫।୫: ପ୍ରସିଦ୍ଧ ହକି ଖେଳାଳି ବଲବୀର ସିଂ ସିନିୟରଙ୍କ ପରଲୋକ ଘଟିଛି। ମୋହାଲିର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବାବେଳେ ତାଙ୍କ ମୃତ୍ୟୁ ହୋଇଛି।...

ଆଜି ହୋଇପାରେ ବିଶ୍ୱକପ୍‌ ଟିମ୍‌ ଘୋଷଣା; ଜାଣନ୍ତୁ କାହାକୁ ମିଳିପାରେ ସୁଯୋଗ…

ନୂଆଦିଲ୍ଲୀ,୮।୯: ବିଶ୍ୱକପ୍‌ ଟି-୨୦ ଆରମ୍ଭ ହେବାକୁ ଆଉ କିଛି ସପ୍ତାହ ବାକି। ଅକ୍ଟୋବର-ନଭେମ୍ବରରେ ଏହି ଟୁର୍ନାମେଣ୍ଟ ୟୁଏଇରେ ଖେଳାଯିଏ। ଏଥିରେ ଭାଗ ନେବାକୁ ଥିବା ଦଳମାନେ...

ଇଂଲଣ୍ଡ ଖେଳାଳି ଆଇପିଏଲ୍‌ର ବାକି ମ୍ୟାଚ୍‌ରେ ସାମିଲ ନ ହୋଇପାରନ୍ତି

ଲଣ୍ଡନ,୧୨।୫(ପି.ଟି.): ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ) ଅନିର୍ଦ୍ଦିଷ୍ଟ କାଳ ପାଇଁ ସସ୍‌ପେଣ୍ଡ ହୋଇଛି। ତେବେ ଆଇପିଏଲ୍‌ର ବାକି ମ୍ୟାଚ୍‌ଗୁଡିକ ପୁଣିଥରେ ଆୟୋଜନ ହେଲେ ଇଂଲଣ୍ଡ ଖେଳାଳିମାନେ...

ବିସିସିଆଇ ଏବେ ମୁଣ୍ଡ ବିହୀନ

ନୂଆଦିଲ୍ଲୀ, ୨୮।୭: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ଏବେ ଏକ ଘଡ଼ିସନ୍ଧି ମୁହୂର୍ତ୍ତ ଦେଇ ଗତି କରୁଛି। ସଭାପତି ଭାବେ ସୌରଭ ଗାଙ୍ଗୁଲିଙ୍କ କାର୍ଯ୍ୟକାଳ ସୋମବାର(ଜୁଲାଇ...

ଆଇପିଏଲ୍‌ ପୂର୍ବରୁ ବିସିସିଆଇ ନେଲା ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୯।୪: କରୋନା ମହାମାରୀ ଯୋଗୁ କ୍ରିକେଟ ବୋର୍ଡ ଅଫ ଇଣ୍ଡିଆ (ବିସିସିଆଇ) ଷ୍ଟାଡିୟମରେ ଇଣ୍ଡିଆନ ପ୍ରିମିୟର ଲିଗର ୧୪ତମ ସିଜିନର ମ୍ୟାଚକୁ କଭର୍‌ କରିବାକୁ ଗଣମାଧ୍ୟମକୁ...

ଗାଭାସ୍କରଙ୍କ ବଡ଼ ଭବିଷ୍ୟବାଣୀ: ଦିନିକିଆ ତ୍ରିଶତକ ହାସଲ କରିପାରିବେ ଏହି ଖେଳାଳି

ନୂଆଦିଲ୍ଲୀ,୨୮।୧୨: ଭାରତୀୟ ଦଳ ବାଂଲାଦେଶି ବିପକ୍ଷରେ ଟେଷ୍ଟ ସିରିଜ ବିଜୟ ସହିତ ୨୦୨୨ କ୍ୟାଲେଣ୍ଡର ବର୍ଷ ଶେଷ କରିଛି। ଏହି ବିଜୟ ସହ ଭାରତ ବିଶ୍ୱ...

ପ୍ରସ୍ତୁତି ପଥେ ବାରବାଟୀ

ଦୀର୍ଘଦିନ ପରେ ବାରବାଟୀ ଷ୍ଟାଡିୟମରେ ଆୟୋଜନ ହେବାକୁ ଯାଉଛି ଆଉ ଏକ ଅନ୍ତର୍ଜାତୀୟ ମ୍ୟାଚ୍‌ । ଦିନିକିଆ ସିରିଜର ତୃତୀୟ ତଥା ଅନ୍ତିମ ମ୍ୟାଚ୍‌ରେ ଭାରତ...

Advertisement
Archives

Model This Week