Posted inଖେଳ

ଶେଷ ୬ ସେକେଣ୍ଡରେ ଅଟକି ଯାଇଥିଲା ସମସ୍ତଙ୍କ ହୃଦସ୍ପନ୍ଦନ; ଦେଖନ୍ତୁ ଭାରତର ଐତିହାସିକ ବିଜୟର ସେହି ଭିଡିଓ…

ନୂଆଦିଲ୍ଲୀ,୫।୮: ଅଲିମ୍ପିକ୍ସରେ ଇତିହାସ ରଚିଛି ଭାରତର ପୁରୁଷ ହକି ଦଳ। ଗୁରୁବାର ଖେଳାଯାଇଥିବା ରୋମାଞ୍ଚକର ମ୍ୟାଚ୍‌ରେ ଜର୍ମାନୀକୁ ୫-୪ରେ ପରାସ୍ତ କରି ବ୍ରୋଞ୍ଚ ପଦକ ହାସଲ କରିଛି ଦଳ। ଏକ ସମୟରେ ଭାରତୀୟ ଦଳ ଜର୍ମାନୀ ବିପକ୍ଷରେ ୧-୩ରେ ପଛୁଆ ଥିଲା। ହେଲେ ପରେ ଭାରତର ପ୍ରତ୍ୟାବର୍ତ୍ତନ ସମସ୍ତଙ୍କୁ ଚକିତ କରିଥିଲା। ଟିମ୍‌ ଇଣ୍ଡିଆ ସାତ ମିନିଟ୍‌ରେ ୪ ଗୋଲ୍‌ କରି ମ୍ୟାଚ୍‌କୁ ନିଜ ହାତକୁ ନେଇଥିଲା ଦଳ। ବିଶେଷକରି ଶେଷ ୬ ସେକେଣ୍ଡରେ ଗୋଲକିପର ପିଆର୍‌ ଶ୍ରୀଜେଶ ଜର୍ମାନୀର ପେନାଲ୍ଟିକୁ ରୋବିବାରେ ସଫଳ ହୋଇଥିଲେ। ଏହାପରେ ସମସ୍ତେ ଖୁସିରେ ନାଚିବାକୁ ଲାଗିଥିଲେ।

 

ଖେଳ ଆରମ୍ଭର ଦ୍ୱିତୀୟ ମିନିଟ୍‌ରେ ଫିଲ୍ଡ ଗୋଲ କରିଥିଲା ଜର୍ମାନୀ। ଏହାପରେ ଦ୍ୱିତୀୟ କ୍ୱାର୍ଟରରେ ଭାରତର ସିମରନ୍‌ଜିତ ସିଂହ ମଧ୍ୟ ଫିଲ୍ଡ ଗୋଲ୍‌ କରି ସ୍କୋରକୁ ବରାବର କରିଥିଲେ। ହେଲେ ଜର୍ମାନୀ ଗୋଟିଏ ମିନିଟ ଭିତରେ ଆଉ ୨ ଗୋଲ କରି ମୁକାବିଲାରେ ୩ ଗୋଲରେ ଅଗ୍ରଣୀ ହୋଇଥିଲା। ଭାରତ କିନ୍ତୁ ହାର ମାନି ନ ଥିଲା।

ମ୍ୟାଚ୍‌ର ୨୭ ମିନିଟ୍‌ରେ ହାର୍ଦ୍ଦିକ ସିଂହ ପେନାଲ୍ଟି କର୍ଣ୍ଣରରୁ ଗୋଲ ସ୍କୋର କରିଥିବା ବେଳେ ୨୯ ମିନିଟ୍‌ରେ ହରମନ୍‌ପ୍ରିତ ମଧ୍ୟ ଅନ୍ୟ ଏକ ସମାନ ଗୋଲ୍‌ କରିଥିଲେ। ଭାରତ ପେନାଲ୍ଟିର ସୁଯୋଗକୁ ହାତ ଛଡ଼ା କରି ନ ଥିବା ବେଳେ ଜର୍ମାନୀ କିନ୍ତୁ ମିଳିଥିବା ସମସ୍ତ ସୁଯୋଗରେ ବିଫଳ ହୋଇଥିଲେ। ଏହାପଛରେ ଥିଲେ ଗୋଲକିପର୍‌ ଶ୍ରୀଜେଶ। ପରେ ଭାରତ ଆଉ ଦୁଇ ଗୋଲ୍‌ କରି ସ୍କୋରକୁ ୫-୩ ସ୍ଥିତିକୁ ନେଇଥିଲା।

ଶେଷ ମୁହୂର୍ତ୍ତରେ ଜର୍ମାନ ଟିମ୍‌ ଗୋଲ୍‌ କରିବାକୁ ବହୁତ ଚେଷ୍ଟା କରିଥିଲା। କାରଣ ସେ ୪ ପେନାଲ୍ଟି କର୍ଣ୍ଣର ପାଇଥିଲା। ମାତ୍ର ଅମିତ ରୋହିଦାସ ବିରୋଧି ଦଳକୁ ସଫଳତା ହାସଲ କରିବାକୁ ଦେଇ ନ ଥିଲେ। ମ୍ୟାଚ୍‌ର ଶେଷ ୬ ସେକେଣ୍ଡରେ ଜର୍ମାନୀ ପୁନର୍ବାର ଆଉ ଏକ ପେନାଲ୍ଟି କର୍ଣ୍ଣର ପାଇଥିଲା। ହେଲେ ଗୋଲ୍‌ ହୋଇପାରି ନ ଥିଲା। ସ୍କୋରକୁ ବରାବର ସ୍ଥିତିକୁ ଆଣିବାକୁ ଦଳ ପକ୍ଷରୁ ଶେଷ ପାଞ୍ଚ ମିନିଟ୍‌ରେ ଗୋଲ୍‌କିପରଙ୍କୁ ହଟାଯାଇଥିଲେ ମଧ୍ୟ ସେମାନେ ସଫଳ ହୋଇପାରି ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କୋରାପୁଟରେ ପ୍ରବଳ ବର୍ଷା ସମ୍ଭାବନା, ଅଧିକାରୀଙ୍କୁ ମୁଖ୍ୟାଳୟ ନଛାଡ଼ିବା ନିର୍ଦ୍ଦେଶ

କୋରାପୁଟ, ୨୧/୯( ଅମିତାଭ ବେହେରା ): ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇ ଏହା ଅବପାତର ରୂପ ନେବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ ସତର୍କ…

୧୪୦ ଅନ୍ତେବାସୀ ହଷ୍ଟେଲ ଛାଡ଼ିବା ଘଟଣା: ୪୬ ଦିନ ପରେ ଉଚ୍ଚସ୍ତରୀୟ ତଦନ୍ତ

ଝରିଗାଁ,୨୧।୯(କିଶୋର ଚନ୍ଦ୍ର ମଣ୍ଡଳ): ମୌଳିକ ସୁବିଧା-ସୁଯୋଗର ଅଭାବ ଏବଂ ନିମ୍ନମାନର ଖାଦ୍ୟ ଯୋଗାଣ ଯୋଗୁ ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ସାନରଟମରା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ…

ଗଭୀର ଅବପାତ ପ୍ରଭାବ: ୩ ଦିନ ବନ୍ଦ ରହିବ ଗଞ୍ଜାମର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର

ଛତ୍ରପୁର, ୨୧/୯ (ଦିଲ୍ଲୀପ ସାମଲ/ଦ୍ଵାରକା ପଟ୍ଟନାୟକ) : ଗଭୀର ଅବପାତ ଯୋଗୁ ସମ୍ଭାବ୍ୟ ପ୍ରତିକୂଳ ପାଣିପାଗ ପରିସ୍ଥିତିକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ…

ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬: ବରଗଡ଼ ଜିଲାରେ ୧୧.୧୧ ଲକ୍ଷ ଭୋଟର

ବରଗଡ,୨୧।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହଠାରେ ସୋମବାର ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସଆଇଆର) ପ୍ରକ୍ରିୟା ଅନ୍ତର୍ଗତ ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬ ଆନୁଷ୍ଠାନିକ ଭାବେ…

ଫୁଟ୍‌ବଲ ମ୍ୟାଚ୍‌ ଦେଖି ଫେରୁଥିଲେ ୨ ଯୁବକ, ଧକ୍କା ଦେଲା ଅଜଣା ଗାଡ଼ି: ଘଟଣାସ୍ଥଳରେ…

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶୁଳିଆପଦା ବ୍ଲକ କାଳିଆଶୋଳ ନିକଟରେ ସୋମବାର ରାତିରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି ଏକ ଅଜଣା ଗାଡ଼ି ଧକ୍କା…

ପୋଖରୀକୁ ଗାଧୋଇବାକୁ ଯାଇଥିଲେ ନିହାରିକା, ଖସିଗଲା ଗୋଡ଼: ଆଉ ତା’ପରେ…

ଲାଞ୍ଜିଗଡ,୨୧।୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜି ପଞ୍ଚାୟତ ବିଶ୍ୱନାଥପୁର ଥାନା ଅନ୍ତର୍ଗତ ସିନ୍ଧିପଦର ଗ୍ରାମର ଜଣେ ନାବାଳିକାର ପାଣିରେ ବୁଡି ମୃତ୍ୟୁ ଘଟିଛି…

ସମ୍ଭାବ୍ୟ ବାତ୍ୟାକୁ ନେଇ ବଡ଼ ଅପଡେଟ୍‌: ଏହି ବାଟ ଦେଇ ଅତିକ୍ରମ କରିବ ସ୍ଥଳଭାଗ!

ଭୁବନେଶ୍ୱର, ୨୧।୯: ସଷ୍ଟି ହେଲା ଅବପାତ। ପୁରୀଠାରୁ ଦକ୍ଷିଣ-ପୂର୍ବ ଦିଗ ଓ ଗୋପାଳପୁରଠାରୁ ପୂର୍ବ-ଦକ୍ଷିଣ-ପୂର୍ବ ଦିଗରେ ୩୧୦ କି.ମି ଦୂରରେ ଅବପାତ କେନ୍ଦ୍ରୀଭୂତ। କଳିଙ୍ଗପାଟନମରୁ ୩୯୦ କି.ମି…

ବହୁମୁଖୀ ଭବନ ଲୋକାର୍ପଣ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର: ବାଣ୍ଟିଲେ ଭତ୍ତା

ଦିଗପହଣ୍ଡି, ୨୧।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ଅଞ୍ଚଳରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ ଅନୁଷ୍ଠିତ ହୋଇଛି। ସୋମବାର ଦିଗପହଣ୍ଡି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?