କଷ୍ଟ ଦୂର କରିବ ନଷ୍ଟ ହେଉଥିବା ପାଣି

ପାଲଲହଡା,୧୪ା୮(ଡି.ଏନ.ଏ.)

ନଷ୍ଟ ହେଉଥିବା ଝରଣା ପାଣିରେ ଚାଷୀଙ୍କ ଜଳ କଷ୍ଟ ଦୂର କରାଯିବ। ପାହାଡ଼ ଉପରେ ଚେକ୍‌ଡ୍ୟାମ ନିର୍ମାଣ କରାଯାଇ ୬୦୦ ଏକର ଜମିକୁ ଜଳସେଚନର ବ୍ୟବସ୍ଥା ହେବ। ଦୁଇଟି ପଞ୍ଚାୟତର ୭୦୦ ଚାଷୀଙ୍କ ଭାଗ୍ୟରେ ପରିବର୍ତ୍ତନ ଆଣିବାକୁ ଏପରି ଏକ ଯୋଜନା କରିଛି ଅନୁଗୋଳ ଜିଲା ପାଲଲହଡା ପଞ୍ଚାୟତ ସମିତି ଓ ବନ ବିଭାଗ। ଏ ନେଇ ବ୍ୟୟ ଅଟକଳ ପ୍ରସ୍ତୁତ କରିବାକୁ ବିଧାୟକ ମୁକେଶ କୁମାର ପାଲ ନିର୍ଦ୍ଦେଶ ଦେବା ପରେ ଖୁସି ବ୍ୟକ୍ତ କରିଛନ୍ତି ସ୍ଥାନୀୟ ଅଞ୍ଚଳର ଚାଷୀ।
ପାଲଲହଡ଼ା ଉପଖଣ୍ଡ ସଦରମହକୁମାଠାରୁ ମାତ୍ର ୯ କିଲୋମିଟର ଦୂର ଈଶ୍ୱରନଗର ପଞ୍ଚାୟତ ସମଳ ଗ୍ରାମ ନିକଟରେ ରହିଛି ମାଲ୍ୟଗିରି ପର୍ବତମାଳା। ୩୩୯୫ ଫୁଟ ଉଚ୍ଚତା ବିଶିଷ୍ଟ ଓ ୧୧୫୦୦ ହେକ୍ଟର ପରିମିତ ଏହି ପର୍ବତମାଳାରୁ ପ୍ରବାହିତ ଚିରସ୍ରୋତା ଝରଣାର ଅର୍ଦ୍ଧାଧିକ ଜଳ ନଷ୍ଟ ହୋଇଯାଉଥିଲା। ନିକଟରେ ଈଶ୍ୱରନଗର ଓ ବତିସୁଆଁ ପଞ୍ଚାୟତ ୧୫ ଖଣ୍ଡ ଗ୍ରାମର ୬୦୦ ଏକର ଚାଷ ଜମି ଥିଲେ ବି ଚାଷୀମାନେ ସେପରି ଉପକୃତ ହୋଇପାରୁ ନ ଥିଲେ। ବର୍ଷତମାମ ଝରଣା ପାଣି ନଷ୍ଟ ହେଉଥିବା ବେଳେ ଚାଷୀମାନେ ଫସଲ ପାଇଁ ବର୍ଷା ଉପରେ ନିର୍ଭର କରୁଥିଲେ। ତେଣୁ ଅଞ୍ଚଳର ୭ଶହ ଚାଷୀଙ୍କୁ ଜଳସେଚନର ସୁବିଧା ଦେବାକୁ ଏପରି ଏକ ଯୋଜନା ପ୍ରସ୍ତୁତ ହେଉଛି। ପାହାଡ଼ ଉପରେ ଚେକ୍‌ଡ୍ୟାମ୍‌ ନିର୍ମାଣ କରାଯାଇ ଝରଣା ପାଣିକୁ ୧୫ ଖଣ୍ଡ ଗ୍ରାମର ଚାଷୀଙ୍କ ନିକଟରେ କିଭଳି ଭାବେ ପହଞ୍ଚାଯାଇପାରିବ ସେ ନେଇ ବିଧାୟକଙ୍କ ନେତୃତ୍ୱରେ ଆରମ୍ଭ ହୋଇଛି ମାନସମନ୍ଥନ। ଗତ ବୁଧବାର ବିଧାୟକ ପାଲ, ବ୍ଲକ ଅଧକ୍ଷ ନବକିଶୋର ନାୟକ, ପାଲଲହଡା ବନବିଭାଗ ରେଞ୍ଜର ଦୁର୍ଯ୍ୟୋଧନ ଜେରେଇ, ଫରେଷ୍ଟର ଭୀମସେନ ଶତପଥୀ, ପଞ୍ଚାୟତ ସମିତି ସହକାରୀ ଯନ୍ତ୍ରୀ ରାମଚନ୍ଦ୍ର ଶତପଥୀ ଉକ୍ତ ପ୍ରସ୍ତାବିତ ସ୍ଥାନ ଅନୁଧ୍ୟାନ କରିଛନ୍ତି। ଏ ନେଇ ଦୁଇ ବିଭାଗ ମିଳିତ ଭାବେ ଯୋଜନା ଓ ପ୍ରକଳ୍ପର ବ୍ୟୟ ଅଟକଳ ପ୍ରସ୍ତୁତ କରିବା ପାଇଁ ବିଧାୟକ ପାଲ ନିର୍ଦ୍ଦେଶ ଦେଇଛନ୍ତି। କେବଳ ଜଳସେଚନ ନୁହେଁ ଏହି ପ୍ରକଳ୍ପକୁ କିପରି ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ କରାଯାଇପାରିବ ସେ ନେଇ ମଧ୍ୟ ଯୋଜନା କରାଯାଉଛି।

ଦୋ ଫସଲି କରିପାରିବୁ
ପାହାଡ଼ ତଳି ଅଞ୍ଚଳ ହୋଇଥିବାରୁ ସବୁବେଳେ ପାଣି ସମସ୍ୟା ଲାଗି ରୁହେ। କେବଳ ବର୍ଷା ଦିନରେ ହିଁ ବହୁ କଷ୍ଟରେ ଚାଷ କାର୍ଯ୍ୟ କରିହୁଏ। ପାହାଡ଼ ଉପରେ ଚେକ୍‌ଡ୍ୟାମ୍‌ ନିର୍ମାଣ ହେଲେ ନଷ୍ଟ ହେଉଥିବା ଝରଣା ପାଣିରେ ଦୋ ଫସଲି ଚାଷ ହୋଇପାରିବ।
-ରଞ୍ଜନ କୁମାର ସେଠୀ, ଚାଷୀ
ପରିବା ଚାଷ ହୋଇପାରିବ
ପାଣି ଅଭାବରୁ କେବଳ ବର୍ଷକୁ ଥରେ ଧାନ ଚାଷ ହେଉଥିଲା। ପାଖରେ ଝରଣା ସ୍ରୋତ ଥାଇ ମଧ୍ୟ ତାହା ଜମିଯାଏ ପହଞ୍ଚିପାରୁ ନ ଥିଲା। ଯଦି ସେହି ପାଣି ଜମିକୁ ଆସିବାର ବ୍ୟବସ୍ଥା ହୁଏ ତା’ହେଲେ ଧାନ ସହ ବର୍ଷ ତମାମ ପରିବା ଚାଷ ମଧ୍ୟ କରାଯାଇପାରିବ।
-ଶରତ ପ୍ରଧାନ, ଚାଷୀ
ପ୍ରସ୍ତୁତ ହେଉଛି ରୂପରେଖ
ପାହାଡ଼ ଉପରେ ଏହି ପ୍ରକଳ୍ପ ପାଇଁ ଦୁଇଥର ବୈଠକ ବସି ସାରିଛି। ପ୍ରସ୍ତାବିତ ସ୍ଥାନ ଅନୁଧ୍ୟାନ ମଧ୍ୟ କରାଯାଇଛି। ଏବେ ପ୍ରକଳ୍ପର ରୂପରେଖ ପ୍ରସ୍ତୁତ ଚାଲିଛି। ଏହି ଯୋଜନା କାର୍ଯ୍ୟକାରୀ ହେଲେ ଚାଷ ଏବଂ ଚାଷୀଙ୍କ ସହ ପର୍ଯ୍ୟଟନର ମଧ୍ୟ ବିକାଶ ସମ୍ଭବ ହେବ।
-ଦୁର୍ଯ୍ୟୋଧନ ଜେରେଇ, ରେଞ୍ଜର, ପାଲଲହଡ଼ା
୭ଶହ ଚାଷୀଙ୍କ ସମସ୍ୟା ଦୂର ହେବ
ଚାଷ ପାଇଁ ପାଣି ଏଠାକାର ଏକ ମୁଖ୍ୟ ସମସ୍ୟା ଥିଲା। ଏହାକୁ ଦୂର କରିବା ପାଇଁ ଯୋଜନା କରାଯାଉଛି। ଉକ୍ତ ପ୍ରକଳ୍ପ ହେଲେ ୨ଟି ପଞ୍ଚାୟତର ୬୦୦ ଏକର ଜମି ଜଳସେଚିତ ହୋଇପାରିବ ଓ ୭୦୦ରୁ ଊର୍ଦ୍ଧ୍ୱ ଚାଷୀଙ୍କ ମୁହଁରେ ହସ ଫୁଟିପାରିବ। ଏହି ସ୍ଥାନକୁ ପର୍ଯ୍ୟଟନ ମାନଚିତ୍ରରେ ମଧ୍ୟ ସ୍ଥାନିତ କରାଯାଇ ପାରିବ।
-ମୁକେଶ କୁମାର ପାଲ, ବିଧାୟକ, ପାଲଲହଡ଼ା


Enter your email to get our daily news in your inbox.

All Right Reserved By Dharitri.Com

ପୂଜା କମିଟିଗୁଡ଼ିକୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଭେଟି: ପାର୍ବଣ ପାଇଁ ସମ୍ପୂର୍ଣ୍ଣ ଗ୍ରାଉଣ୍ଡ ରେଣ୍ଟ ଛାଡ଼

ଭୁବନେଶ୍ୱର,୭ା୧୦: ଆଗାମୀ ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପୂଜା କମିଟିଗୁଡ଼ିକ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ଭୁବନେଶ୍ୱର ମହାନଗର ନିଗମ (BMC) ଅଞ୍ଚଳରେ…

ଆସନ୍ତା ୩ ଦିନ ଝଡ଼ବର୍ଷା ସହ ବଜ୍ରପାତ: ସତର୍କ କଲା ପାଣିପାଗ କେନ୍ଦ୍ର

ଭୁବନେଶ୍ୱର, ୭ା୧୦ (ସୌମ୍ୟରଞ୍ଜନ ରାଉତ)- ରାଜ୍ୟରେ କିଛିଦିନ ହେବ ଖରାତାତି ସାଙ୍ଗକୁ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରୁଥିବାବେଳେ ଦିନର ତାପମାତ୍ରା ୩୬ ଡିଗ୍ରୀ ପାର୍‌ କରୁଛି। ତେବେ…

ମୁଖ୍ୟମନ୍ତ୍ରୀଙ୍କ ମା’ଙ୍କ ପରଲୋକ, ଭାବପ୍ରବଣ ହୋଇ କହିଲେ ମୋର ସବୁଠୁ ବଡ଼ ଛାଇ….

ରାଞ୍ଚି,୭।୧୦: ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ମା’ ରୂପୀ ସୋରେନଙ୍କ ପରଲୋକ ହୋଇଛି । ରାଞ୍ଚିର ଏକ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଃଶ୍ୱାସ ତ୍ୟାଗ…

କାଲି ସକାଳ ୬ରୁ ସନ୍ଧ୍ୟା ୬ ଯାଏ ଓଡ଼ିଶା ବନ୍ଦ, ସହଯୋଗ ପାଇଁ ଆହ୍ୱାନ ଦେଲା…

ଭୁବନେଶ୍ୱର,୭।୧୦: ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଦାବିକୁ ନେଇ ଆସନ୍ତାକାଲି (ଗୁରୁବାର) ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଆହ୍ୱାନ ଦିଆଯାଇଛି। ‘INDIA’ ବ୍ଲକ୍‌…

ରାହୁଲ ଗାନ୍ଧୀଙ୍କୁ ହିମନ୍ତ ବିଶ୍ବ ଶର୍ମାଙ୍କ ଅଲ୍ଟିମେଟମ୍, କହିଲେ ବଙ୍କା କରିପାରିବେନି….

ନୂଆଦିଲ୍ଲୀ,୭।୧୦: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ନେଇ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମା ବଡ଼ ବୟାନ ଦେଇଛନ୍ତି । ବୁଧବାର ଏକ କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ…

ରାଜ୍ୟରେ ଫେରୁଛି ଛାତ୍ର ସଂସଦ ନିର୍ବାଚନ: ୧୩ ବିଶ୍ୱବିଦ୍ୟାଳୟରେ ଭୋଟ୍‌, ୩ରେ ସିଧାସଳଖ ନେତା ଚୟନ!

ଭୁବନେଶ୍ୱର,୭।୧୦: ରାଜ୍ୟର ବିଶ୍ୱବିଦ୍ୟାଳୟଗୁଡ଼ିକରେ ଛାତ୍ର ସଂସଦ ପ୍ରକ୍ରିୟା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଛି। ନିଷ୍ପତ୍ତି ଅନୁଯାୟୀ, ରାଜ୍ୟର ୧୩ଟି ବିଶ୍ୱବିଦ୍ୟାଳୟରେ ଛାତ୍ର ସଂସଦ…

କଳାହାଣ୍ଡିରେ କଲେଜ ନିର୍ବାଚନ ନ ହେଉଣୁ ଉତ୍ତେଜନା: ପୋଷ୍ଟର ଚିରାକୁ ନେଇ ଜାତୀୟ ରାଜପଥରେ ଏବିଭିପିର ବିକ୍ଷୋଭ, ଥାନାରେ…

ଭବାନୀପାଟଣା,୭।୧୦(ଉତ୍ତମ କୁମାର ଦାଶ)-କଲେଜ ନିର୍ବାଚନ ତାରିଖ ନିକଟତର ହେଉଥିବା ବେଳେ କଳାହାଣ୍ଡି ଜିଲାରେ କ୍ୟାମ୍ପସ ରାଜନୀତି ସରଗରମ ହେବାରେ ଲାଗିଛି। ବୁଧବାର ଅପରାହ୍ନରେ ଭବାନୀପାଟଣା କଲେଜ ଛକ…

ଚଳନ୍ତା ଟ୍ରେନରୁ ହଠାତ୍ ଡ଼େଇଁ ପଡ଼ିଲେ ଏକାଧିକ ଯାତ୍ରୀ, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଲକ୍ଷ୍ନୌ,୭।୧୦: ଉତ୍ତରପ୍ରଦେଶର ବାରାବଙ୍କିରୁ ସାମ୍ନାକୁ ଆସିଛି ଚକିତ କରିଦେବା ଭଳି ଭିଡିଓ । ଚଳନ୍ତା ଟ୍ରେନରୁ ଡେଇଁ ଯାତ୍ରୀମାନେ ଦୌଡ଼ି ପଳାଉଥିବାର ଦୃଶ୍ୟ ଏବେ ସୋସିଆଲ୍ ମିଡିଆରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?