କଷ୍ଟ ଦୂର କରିବ ନଷ୍ଟ ହେଉଥିବା ପାଣି

ପାଲଲହଡା,୧୪ା୮(ଡି.ଏନ.ଏ.)

ନଷ୍ଟ ହେଉଥିବା ଝରଣା ପାଣିରେ ଚାଷୀଙ୍କ ଜଳ କଷ୍ଟ ଦୂର କରାଯିବ। ପାହାଡ଼ ଉପରେ ଚେକ୍‌ଡ୍ୟାମ ନିର୍ମାଣ କରାଯାଇ ୬୦୦ ଏକର ଜମିକୁ ଜଳସେଚନର ବ୍ୟବସ୍ଥା ହେବ। ଦୁଇଟି ପଞ୍ଚାୟତର ୭୦୦ ଚାଷୀଙ୍କ ଭାଗ୍ୟରେ ପରିବର୍ତ୍ତନ ଆଣିବାକୁ ଏପରି ଏକ ଯୋଜନା କରିଛି ଅନୁଗୋଳ ଜିଲା ପାଲଲହଡା ପଞ୍ଚାୟତ ସମିତି ଓ ବନ ବିଭାଗ। ଏ ନେଇ ବ୍ୟୟ ଅଟକଳ ପ୍ରସ୍ତୁତ କରିବାକୁ ବିଧାୟକ ମୁକେଶ କୁମାର ପାଲ ନିର୍ଦ୍ଦେଶ ଦେବା ପରେ ଖୁସି ବ୍ୟକ୍ତ କରିଛନ୍ତି ସ୍ଥାନୀୟ ଅଞ୍ଚଳର ଚାଷୀ।
ପାଲଲହଡ଼ା ଉପଖଣ୍ଡ ସଦରମହକୁମାଠାରୁ ମାତ୍ର ୯ କିଲୋମିଟର ଦୂର ଈଶ୍ୱରନଗର ପଞ୍ଚାୟତ ସମଳ ଗ୍ରାମ ନିକଟରେ ରହିଛି ମାଲ୍ୟଗିରି ପର୍ବତମାଳା। ୩୩୯୫ ଫୁଟ ଉଚ୍ଚତା ବିଶିଷ୍ଟ ଓ ୧୧୫୦୦ ହେକ୍ଟର ପରିମିତ ଏହି ପର୍ବତମାଳାରୁ ପ୍ରବାହିତ ଚିରସ୍ରୋତା ଝରଣାର ଅର୍ଦ୍ଧାଧିକ ଜଳ ନଷ୍ଟ ହୋଇଯାଉଥିଲା। ନିକଟରେ ଈଶ୍ୱରନଗର ଓ ବତିସୁଆଁ ପଞ୍ଚାୟତ ୧୫ ଖଣ୍ଡ ଗ୍ରାମର ୬୦୦ ଏକର ଚାଷ ଜମି ଥିଲେ ବି ଚାଷୀମାନେ ସେପରି ଉପକୃତ ହୋଇପାରୁ ନ ଥିଲେ। ବର୍ଷତମାମ ଝରଣା ପାଣି ନଷ୍ଟ ହେଉଥିବା ବେଳେ ଚାଷୀମାନେ ଫସଲ ପାଇଁ ବର୍ଷା ଉପରେ ନିର୍ଭର କରୁଥିଲେ। ତେଣୁ ଅଞ୍ଚଳର ୭ଶହ ଚାଷୀଙ୍କୁ ଜଳସେଚନର ସୁବିଧା ଦେବାକୁ ଏପରି ଏକ ଯୋଜନା ପ୍ରସ୍ତୁତ ହେଉଛି। ପାହାଡ଼ ଉପରେ ଚେକ୍‌ଡ୍ୟାମ୍‌ ନିର୍ମାଣ କରାଯାଇ ଝରଣା ପାଣିକୁ ୧୫ ଖଣ୍ଡ ଗ୍ରାମର ଚାଷୀଙ୍କ ନିକଟରେ କିଭଳି ଭାବେ ପହଞ୍ଚାଯାଇପାରିବ ସେ ନେଇ ବିଧାୟକଙ୍କ ନେତୃତ୍ୱରେ ଆରମ୍ଭ ହୋଇଛି ମାନସମନ୍ଥନ। ଗତ ବୁଧବାର ବିଧାୟକ ପାଲ, ବ୍ଲକ ଅଧକ୍ଷ ନବକିଶୋର ନାୟକ, ପାଲଲହଡା ବନବିଭାଗ ରେଞ୍ଜର ଦୁର୍ଯ୍ୟୋଧନ ଜେରେଇ, ଫରେଷ୍ଟର ଭୀମସେନ ଶତପଥୀ, ପଞ୍ଚାୟତ ସମିତି ସହକାରୀ ଯନ୍ତ୍ରୀ ରାମଚନ୍ଦ୍ର ଶତପଥୀ ଉକ୍ତ ପ୍ରସ୍ତାବିତ ସ୍ଥାନ ଅନୁଧ୍ୟାନ କରିଛନ୍ତି। ଏ ନେଇ ଦୁଇ ବିଭାଗ ମିଳିତ ଭାବେ ଯୋଜନା ଓ ପ୍ରକଳ୍ପର ବ୍ୟୟ ଅଟକଳ ପ୍ରସ୍ତୁତ କରିବା ପାଇଁ ବିଧାୟକ ପାଲ ନିର୍ଦ୍ଦେଶ ଦେଇଛନ୍ତି। କେବଳ ଜଳସେଚନ ନୁହେଁ ଏହି ପ୍ରକଳ୍ପକୁ କିପରି ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ କରାଯାଇପାରିବ ସେ ନେଇ ମଧ୍ୟ ଯୋଜନା କରାଯାଉଛି।

ଦୋ ଫସଲି କରିପାରିବୁ
ପାହାଡ଼ ତଳି ଅଞ୍ଚଳ ହୋଇଥିବାରୁ ସବୁବେଳେ ପାଣି ସମସ୍ୟା ଲାଗି ରୁହେ। କେବଳ ବର୍ଷା ଦିନରେ ହିଁ ବହୁ କଷ୍ଟରେ ଚାଷ କାର୍ଯ୍ୟ କରିହୁଏ। ପାହାଡ଼ ଉପରେ ଚେକ୍‌ଡ୍ୟାମ୍‌ ନିର୍ମାଣ ହେଲେ ନଷ୍ଟ ହେଉଥିବା ଝରଣା ପାଣିରେ ଦୋ ଫସଲି ଚାଷ ହୋଇପାରିବ।
-ରଞ୍ଜନ କୁମାର ସେଠୀ, ଚାଷୀ
ପରିବା ଚାଷ ହୋଇପାରିବ
ପାଣି ଅଭାବରୁ କେବଳ ବର୍ଷକୁ ଥରେ ଧାନ ଚାଷ ହେଉଥିଲା। ପାଖରେ ଝରଣା ସ୍ରୋତ ଥାଇ ମଧ୍ୟ ତାହା ଜମିଯାଏ ପହଞ୍ଚିପାରୁ ନ ଥିଲା। ଯଦି ସେହି ପାଣି ଜମିକୁ ଆସିବାର ବ୍ୟବସ୍ଥା ହୁଏ ତା’ହେଲେ ଧାନ ସହ ବର୍ଷ ତମାମ ପରିବା ଚାଷ ମଧ୍ୟ କରାଯାଇପାରିବ।
-ଶରତ ପ୍ରଧାନ, ଚାଷୀ
ପ୍ରସ୍ତୁତ ହେଉଛି ରୂପରେଖ
ପାହାଡ଼ ଉପରେ ଏହି ପ୍ରକଳ୍ପ ପାଇଁ ଦୁଇଥର ବୈଠକ ବସି ସାରିଛି। ପ୍ରସ୍ତାବିତ ସ୍ଥାନ ଅନୁଧ୍ୟାନ ମଧ୍ୟ କରାଯାଇଛି। ଏବେ ପ୍ରକଳ୍ପର ରୂପରେଖ ପ୍ରସ୍ତୁତ ଚାଲିଛି। ଏହି ଯୋଜନା କାର୍ଯ୍ୟକାରୀ ହେଲେ ଚାଷ ଏବଂ ଚାଷୀଙ୍କ ସହ ପର୍ଯ୍ୟଟନର ମଧ୍ୟ ବିକାଶ ସମ୍ଭବ ହେବ।
-ଦୁର୍ଯ୍ୟୋଧନ ଜେରେଇ, ରେଞ୍ଜର, ପାଲଲହଡ଼ା
୭ଶହ ଚାଷୀଙ୍କ ସମସ୍ୟା ଦୂର ହେବ
ଚାଷ ପାଇଁ ପାଣି ଏଠାକାର ଏକ ମୁଖ୍ୟ ସମସ୍ୟା ଥିଲା। ଏହାକୁ ଦୂର କରିବା ପାଇଁ ଯୋଜନା କରାଯାଉଛି। ଉକ୍ତ ପ୍ରକଳ୍ପ ହେଲେ ୨ଟି ପଞ୍ଚାୟତର ୬୦୦ ଏକର ଜମି ଜଳସେଚିତ ହୋଇପାରିବ ଓ ୭୦୦ରୁ ଊର୍ଦ୍ଧ୍ୱ ଚାଷୀଙ୍କ ମୁହଁରେ ହସ ଫୁଟିପାରିବ। ଏହି ସ୍ଥାନକୁ ପର୍ଯ୍ୟଟନ ମାନଚିତ୍ରରେ ମଧ୍ୟ ସ୍ଥାନିତ କରାଯାଇ ପାରିବ।
-ମୁକେଶ କୁମାର ପାଲ, ବିଧାୟକ, ପାଲଲହଡ଼ା


Enter your email to get our daily news in your inbox.

All Right Reserved By Dharitri.Com

ଭାଜପାରେ ସାମିଲ ହେଲେ ପୂର୍ବତନ ହକି ଟିମ ଅଧିନାୟକ ପ୍ରବୋଧ ତିର୍କୀ

ଭୁବନେଶ୍ୱର,୨୫।୪: ଭାଜପାରେ ସାମିଲ ହେଲେ ପୂର୍ବତନ ହକି ଟିମ ଅଧିନାୟକ ପ୍ରବୋଧ ତିର୍କୀ। ସୋନପୁର ସମାବେଶକୁ ଆସି ଗୁରୁବାର ବିଧିବଦ୍ଧ ଭାବେ ସେ ପଦ୍ମ ଧରିଛନ୍ତି।...

ଝାରସୁଗୁଡ଼ାରେ ପହଞ୍ଚିଲେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା

ଭୁବନେଶ୍ୱର,୨୫।୪: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଗୁରୁବାର ଝାରସୁଗୁଡ଼ାରେ ପହଞ୍ଚିଛନ୍ତି। ଝାରସୁଗୁଡ଼ାରୁ ହେଲିକପ୍ଟର ଯୋଗେ ସୋନପୁର ଯିବେ। ଏହା ପରେ ସେ ସୋନପୁରରେ ବିଶାଳ...

ନବୀନ, ପାଣ୍ଡିଆନଙ୍କ ମଝିରେ ଫଟୋ ଉଠାଇଲେ ସୁର, ବିଜେଡିରେ ହେବେ କି ସାମିଲ!

ଭୁବନେଶ୍ୱର,୨୫।୪: ବିଧାୟକ ସୁର ରାଉତରାୟଙ୍କୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଏବେ ଆଉ ଏକ ଖବର ସାମ୍ନାକୁ ଆସିଛି। ଜଟଣୀରେ ଥିବା ବିଜେଡି କାର୍ଯ୍ୟାଳୟରେ ସୁର...

ମେ ଦ୍ୱିତୀୟ ସପ୍ତାହ ଆରମ୍ଭ ଯାଏଁ ଜାରି ରହିବ ତାତି!

ଭୁବନେଶ୍ୱର,୨୫।୪: ସମଗ୍ର ଓଡ଼ିଶାରେ ପ୍ରଚଣ୍ଡ ତାତି ଜାରି ରହିଛି। ସକାଳ ୮ଟା ରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ଗୁରୁବାର ପୂର୍ବାହ୍ନ ୧୧ଟା ୩୦ ସୁଦ୍ଧା...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

ଏମ୍‌ପି ସୁରେଶ ପୂଜାରୀଙ୍କ ଘର ପରିସରରେ ଖସିଲା ଡ୍ରୋନ୍‌

ଭୁବନେଶ୍ୱର,୨୫।୪: ଏମ୍‌ପି ସୁରେଶ ପୂଜାରୀଙ୍କ ଘର ପରିସରରେ ଖସିଲା ଡ୍ରୋନ୍‌। ବେଲପାହାଡ଼ ଗାନ୍ଧି ଛକ ଆମ୍ବଝର ନିକଟ ଭଡ଼ା ଘର ପରିସରରେ ଡ୍ରୋନ୍‌ ପଡିଥିବା ସୂଚନା...

ପୁରୀରେ ପହଞ୍ଚିଲା ତୃତୀୟ ପର୍ଯ୍ୟାୟ ରଥକାଠ

ପୁରୀ,୨୫ା୪: ପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ନୟାଗଡ଼ରୁ ତୃତୀୟ ପର୍ଯ୍ୟାୟ ରଥକାଠ ଆସି ବଡ଼ଦାଣ୍ଡସ୍ଥିତ ରଥଖଳାରେ ପହଞ୍ଚିଛି। ଆସିଥିବା କାଠରେ ୨୩ ଖଣ୍ଡ...

ନିଜେ ପଞ୍ଚମ ଫେଲ୍, ଚାକିରି ଦେବା ଆଳରେ ଠକିନେଲେ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା 

ସୋର, ୨୫।୪: (ଜନ୍ମେଜୟ ମିଶ୍ର): ଚାକିରି କରାଇ ଦେବାର ଆଳ ଦେଖାଇ ବାଲେଶ୍ୱର ଜିଲା ସୋର ଅଞ୍ଚଳର ଜଣେ ଯୁବକ ବିଭିନ୍ନ ଲୋକଙ୍କଠାରୁ ୨କୋଟିରୁ ଊର୍ଦ୍ଧ୍ୱ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri