ଦାବି ପୂରଣ ନ ହେଲେ ଷ୍ଟିୟରିଂ ଛାଡ଼ିବାକୁ ଚେତାବନୀ

ଭୁବନେଶ୍ୱର,୩୦।୧୦(ବ୍ୟୁରୋ): ଦୀର୍ଘ ୨ ମାସ ହେବ ୧୦ ଦଫା ଦାବି ପୂରଣ ପାଇଁ ଦାବିପତ୍ର ଦିଆଯାଇଥିବା ବେଳେ ସରକାର ଏହାକୁ କର୍ଣ୍ଣପାତ କରୁନାହାନ୍ତି। କରୋନା ମହାମାରୀ କାଳରେ ନିଜ ଜୀବନକୁ ବାଜି ଲଗାଇ ଡ୍ରାଇଭରମାନେ ଗୋଟିଏ ଜାଗାରୁ ଅନ୍ୟତ୍ର ଯାଉଥିବା ବେଳେ ସେମାନଙ୍କୁ କରୋନା ଯୋଦ୍ଧା ମାନ୍ୟତା ମିଳୁ ନାହିଁ। ୧୦ ଦଫା ଦାବି ପୂରଣ ଲାଗି ଶୁକ୍ରବାର ହଜାର ହଜାର ସଂଖ୍ୟାରେ ଡ୍ରାଇଭର ନବୀନ ନିବାସମୁହାଁ ହୋଇଥିଲେ।
ଓଡ଼ିଶା ଡ୍ରାଇଭର ମହାସଂଘର ବିଶାଳ ଶୋଭାଯାତ୍ରା ହେତୁ ରାଜଧାନୀରେ ଟ୍ରାଫିକ୍‌ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଥିଲା। ରସୁଲଗଡ଼ରୁ ବାଣୀବିହାର ହୋଇ ହଜାର ହଜାର ଡ୍ରାଇଭର ହାତରେ ପ୍ଲାକାର୍ଡ ଧରି ବିଭିନ୍ନ ସ୍ଲୋଗାନ ଦେଇ ନବୀନ ନିବାସ ଅଭିମୁଖେ ଯାଇଥିଲେ। ଡ୍ରାଇଭରମାନଙ୍କ ବିଶାଳ ରାଲି ଯୋଗୁ ପ୍ରାୟ ୩ ଘଣ୍ଟା ଧରି ରାସ୍ତାଘାଟ ଜାମ୍‌ ହୋଇ ଯାଇଥିଲା। ନିଜର ଗନ୍ତବ୍ୟସ୍ଥଳକୁ ଯାଉଥିବା ସାଧାରଣ ଲୋକ ବହୁ ଅସୁବିଧାର ସମ୍ମୁଖୀନ ହୋଇଥିଲେ।
୧୦ ଦଫା ଦାବି ପୂରଣ ନିମନ୍ତେ ଗତ ସେପ୍ଟେମ୍ବର ୧ ତାରିଖରେ ଡ୍ରାଇଭର ଦିବସ ଅବସରରେ ଓଡ଼ିଶାର ୩୦ ଜିଲାର ଜିଲାପାଳଙ୍କୁ ମହାସଂଘ ପକ୍ଷରୁ ଦାବିପତ୍ର ଦିଆଯାଇଥିଲା। ଦାବି ପୂରଣ ନ ହେବାରୁ ଡ୍ରାଇଭରମାନେ ରାଜରାସ୍ତାକୁ ଓହ୍ଲାଇଛନ୍ତି।
ଏପରି କି ଗତ ୨୧ ତାରିଖରୁ ରାଜ୍ୟର ବିଭିନ୍ନ ଜିଲାରୁ ଡ୍ରାଇଭରମାନେ ଚାଲି ଚାଲି ଭୁବନେଶ୍ୱରମୁହାଁ ହୋଇଥିଲେ। ଆନ୍ଦୋଳନରତ ଡ୍ରାଇଭରଙ୍କ ଦାବି ଅନୁଯାୟୀ କରୋନା ବେଳେ ଡ୍ରାଇଭରମାନେ ଅହରହ କାମ କରିଥିଲେ । ହେଲେ ସେମାନଙ୍କ ପାଇଁ କୌଣସି ବ୍ୟବସ୍ଥା କରାଯାଇ ନ ଥିଲା । ତାଙ୍କୁ କରୋନା ଯୋଦ୍ଧା ଭାବେ ଘୋଷଣା କରାଯାଇ ନ ଥିବା ବେଳେ ଏ ଯାଏ ବହୁ ଡ୍ରାଇଭର କରୋନା ଟିକା ବି ପାଇପାରି ନାହାନ୍ତି। ରାଜ୍ୟରେ ବିଭିନ୍ନ ସମୟରେ ଦୁର୍ଘଟଣାର ସମ୍ମୁଖୀନ ହେଉଥିବା ଡ୍ରାଇଭରମାନଙ୍କ ସୁରକ୍ଷା ପ୍ରତି ସରକାର ଧ୍ୟାନ ଦେଉ ନ ଥିବା ଅଭିଯୋଗ ହୋଇଛି । ଦୁର୍ଘଟଣାରେ ଡ୍ରାଇଭରଙ୍କ ମୃତ୍ୟୁ ହେଲେ ତାଙ୍କ ପରିବାର ପାଇଁ ୨୦ ଲକ୍ଷ ଟଙ୍କାର ଇନ୍‌ସ୍ୟୁରାନ୍ସ ତଥା ୧୦ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ, ପ୍ରତି ୧୦୦ କିମି ଦୂରତାରେ ବସ୍‌ ପାର୍କିଂ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା, ୫୫ ବର୍ଷ ପରେ ପେନ୍‌ସନ ବ୍ୟବସ୍ଥା, ଡ୍ରାଇଭରଙ୍କୁ ସୁରକ୍ଷା ଦେବା ଇତ୍ୟାଦି ମହାସଂଘ ପକ୍ଷରୁ ଦାବି କରାଯାଇଛି। ସେହିପରି ଡ୍ରାଇଭରଙ୍କ ପ୍ରତିଦିନ କାମ କରିବାର ସମୟ ସୀମା ୮ ଘଣ୍ଟା ରଖିବା ସହ ଛୋଟ ଗାଡ଼ି ଡ୍ରାଇଭରଙ୍କ ଦରମା ଅତି କମରେ ୧୫ ହଜାର ଟଙ୍କା ଓ ଲାଇନ୍‌ ଗାଡ଼ି ଡ୍ରାଇଭରଙ୍କ ଦରମା ୨୦ ହଜାର ଉପରେ କରିବା ଆଦି ଦାବି କରାଯାଇଛି। ଦାବି ପୂରଣ ନ ହେଲେ ଆଗାମୀ ଦିନରେ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ କରିବାକୁ ଡ୍ରାଇଭର ମହାସଂଘ କର୍ମକର୍ତ୍ତା ଚେତାବନୀ ଦେଇଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଜରପଡା ଶିବ ମନ୍ଦିରରୁ ଚୋରି

ଛେଣ୍ଡିପଦା,୨୭।୭(ସ୍ବ.ପ୍ର.): ଅନୁଗୋଳ ଜିଲା ଛେଣ୍ଡିପଦା ଥାନା ଜରପଡା ଧବଳେଶ୍ବର ଶିବ ମନ୍ଦିରରୁ ଶୁକ୍ରବାର ବିଳମ୍ବିତ ରାତିରେ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଶିବ ମନ୍ଦିରରୁ ଦାନ...

ବିପଦ ବଢ଼ାଉଛି ବେଆଇନ ବ୍ଲାଷ୍ଟିଂ

ଢେଙ୍କାନାଳ ଅଫିସ, ୧୯।୨ ଢେଙ୍କାନାଳ ଜିଲା ଓଡ଼ାପଡ଼ା ବ୍ଲକ ଆର୍ତ୍ତସାନ୍ତରାକାଟେଣୀ ଗ୍ରାମ ନିକଟରେ ଥିବା କଳାମୁଗୁନି ପଥର ଖାଦାନରେ ବେଆଇନ ବ୍ଲାଷ୍ଟିଂ ସ୍ଥାନୀୟ ବାସିନ୍ଦାଙ୍କ ସୁରକ୍ଷା...

କଟକରେ ମାଡ଼ିଲାଣି କରୋନା: ଆଜି ଚିହ୍ନଟ ହେଲେ ୧୬ ନୂଆ ପଜିଟିଭ୍‌

କଟକ ଅଫିସ,୧୦।୭: କଟକ ସହରରେ ଶନିବାର ୧୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିରୁ ଇନ୍‌ଷ୍ଟିଚ୍ୟୁଶନାଲ କ୍ୱାରାଣ୍ଟାଇନ୍‌ରୁ ୧୩ଜଣ, ପେଡ୍‌ କ୍ୱାରାଣ୍ଟାଇନ୍‌ରୁ ଜଣେ, ଲୋକାଲ...

ଟ୍ରକ୍‌-ଯାତ୍ରୀବାହୀ ବସ୍‌ ମୁହାଁମୁହିଁ, ୩ ଗୁରୁତର

ବୌଦ୍ଧ,୧୯ା୮(ସ୍ବ.ପ୍ର.): ବୌଦ୍ଧ ଜିଲା ରାଧାନଗର ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଯାତ୍ରୀବାହୀ ବସ୍‌ ସହ ଟ୍ରକ ମୁହାଁ ମୁହିଁ ଧକ୍କା ହେବାରୁ ଟ୍ରକ ଡ୍ରାଇଭରଙ୍କ...

ନଳକୂପରୁ ବାହାରୁଛି ସୁନା ଭଳି ପଦାର୍ଥ

ଖପ୍ରାଖୋଲ,୨୪ା୩(ଡି.ଏନ.ଏ.): ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଅଞ୍ଚଳରେ ସୁନା ଖଣି ଥିବା ନେଇ ସବୁଠି ଚର୍ଚ୍ଚା। ବ୍ଲକର ନାନ୍ଦୁପଲା ଗାଁର ଜଣେ ବ୍ୟକ୍ତିଙ୍କ ଗଭୀର ନଳକୂପରୁ...

୨୬ରେ ଶ୍ରମିକ ସଂଗଠନର ଧର୍ମଘଟ

ଭୁବନେଶ୍ୱର,୨୨।୧୧(ବ୍ୟୁରୋ): କେନ୍ଦ୍ରର ଭାଜପା ସରକାର ଶ୍ରମିକମାନଙ୍କ ସ୍ବାର୍ଥକୁ ଅଣଦେଖା କରି ପାର୍ଲାମେଣ୍ଟରେ ଆଣିଥିବା ଶ୍ରମିକ କୋର୍ଡକୁ ବାତିଲ, କୃଷକ ବିରୋଧୀ ଆଇନ ଏବଂ ରାଷ୍ଟ୍ରୀୟ ସମ୍ପତ୍ତିକୁ...

ଶ୍ରୀକ୍ଷେତ୍ରରେ ରଥର ଚକ ଅଖ ଡେରା ନୀତି ସମ୍ପନ୍ନ

ପୁରୀ ଅଫିସ, ୩୦।୫: ରଥଖଳାରେ ତିନିରଥର ସମସ୍ତ ଚକ ଅଖ ଡେରା ସରିଛି। ବିଧି ଅନୁଯାୟୀ ଭଉଁରୀରେ ତିନିରଥର ୬ଟି ଚକ ଏବଂ ୩ଟି ଅଖ...

ଦିନକରେ ବିଏମ୍‌ସିର ୨୨ କର୍ମଚାରୀ ପଜିଟିଭ୍‌ ଚିହ୍ନଟ, ଲାଗିଲା କଟକଣା

ଭୁବନେଶ୍ୱର,୧୩।୧(ବ୍ୟୁରୋ):ରାଜ୍ୟରେ କରୋନା ସଂକ୍ରମଣ ଉପରମୁହାଁ ରହିଥିବା ବେଳେ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ଅଫିସରେ ପଶିଛି କରୋନା। ଗୋଟିଏ ଦିନରେ ବିଏମ୍‌ସିର ୨୨ କର୍ମଚାରୀ କରୋନା ପଜିଟିଭ୍‌...

Advertisement
Archives

Model This Week