Posted inଫୁରସତ

ସତର୍କ କରୁଛି, ଜୀବନ ବଞ୍ଚାଉଛି ପାଣିପାଗ ପୂର୍ବାନୁମାନ

ଭୁବନେଶ୍ୱର,୨୩।୩(ଅନୁରାଧା ମହାରଣା): ୧୯୫୦ ମାର୍ଚ୍ଚ ୨୩ରେ ଜାତିସଂଘ ଦ୍ବାରା ବିଶ୍ବ ପାଣିପାଗ ସଂଗଠନ ପ୍ରତିଷ୍ଠା ହୋଇଥିଲା। ତେବେ ୧୯୬୧ ମସିହାରୁ ପ୍ରତିବର୍ଷ ଏହିଦିନକୁ ବିଶ୍ବ ପାଣିପାଗ ଦିବସ ଭାବେ ପାଳନ କରାଯାଉଛି। ମାନବ ସମାଜର ସୁରକ୍ଷା ଓ କଲ୍ୟାଣ ପାଇଁ ପାଣିପାଗ ଓ ଜଳବିଜ୍ଞାନ ସେବାର ଅବଦାନ ସମ୍ପର୍କରେ ଏହି ଦିବସ ମନେ ପକାଇଦିଏ।
ବିଶ୍ବ ପାଣିପାଗ ସଂଗଠନର ତଥ୍ୟ ସଂଗ୍ରହ ବିନା ଦୈନନ୍ଦିନ ପାଣିପାଗ ପୂର୍ବାନୁମାନ ପାଇବା ଅସମ୍ଭବ। ଖାଦ୍ୟ ନିରାପତ୍ତା, ଜଳସ୍ରୋତ, ପରିବହନ ଓ ଗମନାଗମନ କ୍ଷେତ୍ରରେ ଏହାର ଭୂମିକା ଗୁରୁତ୍ୱପୂର୍ଣ୍ଣ। ପ୍ରାକୃତିକ ବିପର୍ଯ୍ୟୟ ସମ୍ପର୍କରେ ପୂର୍ବ ସୂଚନା ମିଳୁଥିବାରୁ ଜନଜୀବନକୁ ବିଶେଷ କ୍ଷତିଗ୍ରସ୍ତ ହେବାକୁ ପଡ଼େନାହିଁ। ବିଶ୍ୱ ପାଣିପାଗ ସଂଗଠନ ଯୋଗୁ ବର୍ଷା, ଝଡ଼, ବାତ୍ୟା ଓ ବନ୍ୟା ଆଦି ସମ୍ପର୍କରେ ସୂଚନା ପାଇ ଲୋକେ ସଚେତନ ହୋଇପାରୁଛନ୍ତି। ଆଗୁଆ ସତର୍କ ହୋଇଯାଉଥିବାରୁ କ୍ଷୟକ୍ଷତି ଟଳି ଯାଉଛି ବା କମ୍‌ ହେଉଛି। ତେଣୁ ଚଳିତବର୍ଷ ଏହି ଦିବସର ବିଷୟବସ୍ତୁ ରହିଛି ‘ଆଟ୍‌ ଦ ଫ୍ରଣ୍ଟ୍‌ ଲାଇନ୍‌ ଅଫ୍‌ କ୍ଲାଇମେଟ୍‌ ଆକ୍ସନ’।
‘ଅଙ୍ଗାରକାମ୍ଳ ବାହାର କରୁଥିବା ମାନବକୃତ ପ୍ରକ୍ରିୟା ଉପରେ ରୋକ ଲଗାଯାଉ’
ଜଳବାୟୁ ପରିବର୍ତ୍ତନର ମନୁଷ୍ୟକୃତ କାରଣ ଅଧିକ ରହୁଛି। ସବୁଜଗୃହ ପ୍ରଭାବ ଅଧିକ କ୍ଷତିକାରକ ହେବାର ସମ୍ଭାବନା ରହିଛି। ବର୍ତ୍ତମାନ ଆମ କାର୍ଯ୍ୟକଳାପରେ ସୁଧାର ଆଣିବା ନିହାତି ଦରକାର। ତେବେ ଜଳବାୟୁ ପରିବର୍ତ୍ତନଜନିତ ପ୍ରାକୃତିକ ବିପର୍ଯ୍ୟୟରୁ ରକ୍ଷା ପାଇବା ପାଇଁ ୪ଟି ଦିଗ ପ୍ରତି ଗୁରୁତ୍ୱ ଦେବା ଆବଶ୍ୟକ। ପ୍ରଥମେ ପାଣିପାଗ ସ୍ଥିତି ସଂକ୍ରାନ୍ତରେ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଠିକ୍‌ ଆକଳନ କରାଯିବା ଦ୍ୱାରା ଅନେକ ସମସ୍ୟା ଏଡ଼ାଇ ଦିଆଯାଇପାରେ। ଅନ୍ୟ ୩ଟି ହେଲା ପାଣିପାଗଜନିତ ବିପର୍ଯ୍ୟୟର ଠିକ୍‌ ମୁକାବିଲା, ବିପର୍ଯ୍ୟୟ ରୋକିବାର ପ୍ରୟାସ ଏବଂ ପରିବେଶ ସୁରକ୍ଷା। ତେବେ ଅଙ୍ଗାରକାମ୍ଳ ବାହାରୁ ଥିବା ବିଭିନ୍ନ ମାନବକୃତ ପ୍ରକ୍ରିୟା ଉପରେ ରୋକ ଲଗାଇବା ହିଁ ସର୍ବଶ୍ରେଷ୍ଠ ମାଧ୍ୟମ।
-ଡ. ମୃତ୍ୟୁଞ୍ଜୟ ମହାପାତ୍ର, ଡିଜି, ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର।
‘ପାଣିପାଗର ଠିକ୍‌ ସୂଚନା ପ୍ରଦାନ ଜରୁରୀ’
ଆମେ ସମସ୍ତେ ସଚେତନ ହେଲେ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା କରିବା ସହଜ ହୋଇପାରିବ। ପାଣିପାଗ ସମ୍ପର୍କିତ ଠିକ୍‌ ସୂଚନା ପାଇପାରିଲେ ବନ୍ୟା, ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟରୁ ଅନେକ ଧନଜୀବନ ସୁରକ୍ଷିତ ରହିପାରିବ। ତେଣୁ ବର୍ତ୍ତମାନ ପାକିସ୍ତାନ, ଇଣ୍ଡୋନେସିଆ, ମାଲେସିଆ ଭଳି ଦେଶଗୁଡ଼ିକ ଏଥିପାଇଁ ଭାରତ ଉପରେ ନିର୍ଭରଶୀଳ। ତେବେ ଠିକ୍‌ ପାଣିପାଗ ନିର୍ଣ୍ଣୟ ସହ ଗ୍ଲୋବାଲ ଓ୍ବାର୍ମିଂରୁ ପରିବେଶକୁ ସୁରକ୍ଷିତ ରଖିବା ମଧ୍ୟ ନିତାନ୍ତ ଆବଶ୍ୟକ।
-ଉମାଶଙ୍କର ଦାଶ,
ପାଣିପାଗ ବିଶେଷଜ୍ଞ


Enter your email to get our daily news in your inbox.

All Right Reserved By Dharitri.Com

କ୍ୟାମେରା ବୁଲିବା ମାତ୍ରେ ଖୋଲିଗଲା ଗମ୍ଭୀରଙ୍କ ‘ମାଷ୍ଟରପ୍ଲାନ’ର ରହସ୍ୟ! ଭାଇରାଲ ଭିଡିଓରେ ଦେଖାଗଲା…

ନୂଆଦିଲ୍ଲୀ, ୧୯।୮: ଗଲରେ ଲ୍ର ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ଟେଷ୍ଟ ମ୍ୟାଚର ଚତୁର୍ଥ ଦିନରେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଭିଡିଓଟି…

ହୋଟେଲରେ ବଡ଼ଧରଣର ଅଗ୍ନିକାଣ୍ଡ: ୯ ମୃତ

କୋଲକାତା, ୧୯।୯: କୋଲକାତାରେ ଏକ ବଡ଼ ଅଗ୍ନିକାଣ୍ଡ ଘଟଣା ସାମ୍ନାକୁ ଆସିଛି। ନ୍ୟୁ ମାର୍କେଟ ଅଞ୍ଚଳର ଫ୍ରି ସ୍କୁଲ ଷ୍ଟ୍ରିଟ୍‌ରେ ଥିବା ଏକ ହୋଟେଲରେ ଭୟାବହ ଅଗ୍ନିକାଣ୍ଡ…

ମେଣ୍ଢା ପାଳନ କରି ରୋଜଗାର କରନ୍ତୁ ଲକ୍ଷ ଲକ୍ଷ ଟଙ୍କା, ସରକାର ଦେଉଛନ୍ତି ୯୦% ପର୍ଯ୍ୟନ୍ତ ସବସିଡି!

ନୂଆଦିଲ୍ଲୀ, ୧୯।୮: ଗାଁ ଓ ଗ୍ରାମାଞ୍ଚଳରେ ଚାଷ ସହ ପଶୁପାଳନ ଚାଷୀଙ୍କ ଆୟ ବଢ଼ାଇବାର ଏକ ପ୍ରମୁଖ ମାଧ୍ୟମ। ବିଶେଷକରି ମେଣ୍ଢା ପାଳନକୁ କମ ସ୍ଥାନ ଓ…

ପ୍ରଶାସନିକ ଉଦାସୀନତା: ୨ ଶିକ୍ଷକଙ୍କ କାନ୍ଧରେ ହାଇସ୍କୁଲ, ୧୦୦ ପିଲାଙ୍କ ହଷ୍ଟେଲ ଭାର

ଜମନକିରା,୧୯।୮(ରବିନ୍ଦ୍ର ପ୍ରସାଦ ଦାନୀ):ଗୋଟିଏ ପଟେ ସରକାର ଶିକ୍ଷା ବ୍ୟବସ୍ଥାରେ ବ୍ୟାପକ ସଂସ୍କାର ଓ ରୂପାନ୍ତରଣର ଦିଗଦର୍ଶନ ଦେଉଛନ୍ତି। ଅନ୍ୟପଟେ ଗ୍ରାଉଣ୍ଡ ଜିରୋରେ ସରକାରୀ ହାଇସ୍କୁଲଗୁଡ଼ିକ କର୍ମଚାରୀ ଓ…

ନିଖୋଜ ମା’ଙ୍କୁ ଖୋଜୁଛି ବିଜୟ: ବଜାରରୁ ଗଳିକନ୍ଦି ବୁଲି ମାରୁଛନ୍ତି ପୋଷ୍ଟର

ଭୁବନେଶ୍ୱର, ୧୯ା୮(ପ୍ରସନଜିତ୍‌ ସାହୁ):ରାଜଧାନୀ ଭୁବନେଶ୍ବରରେ ନିଖୋଜଙ୍କ ସଂଖ୍ୟା ବଢି ଚାଲୁଥିବା ବେଳେ ଉଦ୍ଧାର କରିବାରେ ବିଫଳ ହେଉଛି କମିଶନରେଟ୍‌ ପୋଲିସ। ସିସିଟିଭି ଫୁଟେଜ୍‌ ଯାଞ୍ଚ ଆଳରେ ପୋଲିସ…

ଆଜି ଶୁଭ ଗ୍ରହଯୋଗ ସୃଷ୍ଟି: ମେଷ ସମେତ ୫ ରାଶିଙ୍କୁ ମିଳିପାରେ ବଡ଼ ଧନଲାଭ ସହ ଚାକିରିରେ ପଦୋନ୍ନତି

ଜ୍ୟୋତିଷ ଦୃଷ୍ଟିରୁ ୧୯ ଅଗଷ୍ଟ ୨୦୨୬ ଦିନଟି ବେଶ ଗୁରୁତ୍ୱପୂର୍ଣ୍ଣ। ଏହି ଦିନ ଶ୍ରାବଣ ଶୁକ୍ଳ ପକ୍ଷର ସପ୍ତମୀ ତିଥି ରହିବ ଏବଂ ବୁଧବାର ହେବ। ସନ୍ଧ୍ୟା…

ବିଶ୍ୱରେକର୍ଡ କଲେ ରିଷଭ ପନ୍ତ: ପ୍ରଥମ ଭାରତୀୟ ବ୍ୟାଟ୍ସମ୍ୟାନ୍‌ ଭାବେ କଲେ ଏମିତି କାରନାମା

ଗାଲେ, ୧୯ା୮(ପିଟି):ଭାରତର ବିସ୍ଫୋରକ ଉଇକେଟ୍‌କିପର-ବ୍ୟାଟର ରିଷଭ ପନ୍ତ ପ୍ରଥମ ଭାରତୀୟ ଓ ବିଶ୍ୱର ଚତୁର୍ଥ ବ୍ୟାଟର ଭାବେ ଟେଷ୍ଟ କ୍ରିକେଟରେ ୧୦୦ ଛକା ପୂରଣ କରିଛନ୍ତି। ଶ୍ରୀଲଙ୍କା…

ମୋଦି ସରକାରଙ୍କ ବଡ଼ ଘୋଷଣା: ଏବେ କେମିତି ମିଳିବ ନୂଆ PNG କନେକ୍ସନ? ଜାଣନ୍ତୁ ବଡ଼ ପରିବର୍ତ୍ତନ

ନୂଆଦିଲ୍ଲୀ, ୧୯।୮: ମଧ୍ୟପ୍ରାଚ୍ୟ ସଙ୍କଟ ଏବଂ LPGର ଅଭାବ ମଧ୍ୟରେ ମୋଦି ସରକାର ବଡ଼ ପଦକ୍ଷେପ ନେଇଛନ୍ତି। ଏବେ ସରକାରଙ୍କ ସମ୍ପୂର୍ଣ୍ଣ ଧ୍ୟାନ ଘରେ ଘରେ ପାଇପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri