Posted inଖେଳ

ବିଗ୍‌ବାଶ୍‌ ଲିଗ୍‌ରେ ଅଧିନାୟକ ପଦକୁ ଫେରିପାରନ୍ତି ଓ୍ବାର୍ନର

ମେଲବୋର୍ନ, ୧୬ା୧୦(ପି.ଟି.): ଅଷ୍ଟ୍ରେଲିଆର ଷ୍ଟାର ଓପନର ଡେଭିଡ୍‌ ଓ୍ବାର୍ନର ଯଥାଶୀଘ୍ର ଡିସେମ୍ବରରେ ବିଗ୍‌ ବାଶ୍‌ ଲିଗ୍‌ (ବିବିଏଲ୍‌)ରେ ଅଧିନାୟକ ପଦ ଫେରିପାରନ୍ତି। ଦେଶର କ୍ରିକେଟ ବୋର୍ଡ ଆଚରଣବିଧିରେ ସମୀକ୍ଷା କରିବା ଲାଗି ବିଚାର କରୁଥିବା ଜଣାପଡ଼ିବା ପରେ ଏହି ସମ୍ଭାବନା ଦେଖା ଦେଇଛି। ବର୍ତ୍ତମାନ ପ୍ରଚଳିତ ନିୟମାନୁସାରେ ଜଣେ ଖେଳାଳି ଦଣ୍ଡବିଧାନକୁ ଗ୍ରହଣ କରିନେବା ମାନେ ଏହାକୁ ସମ୍ପୂର୍ଣ୍ଣ ପାଳନ କରିବା ବାଧ୍ୟତାମୂଳକ। ୨୦୧୮ରେ ବଲ୍‌ ଟାମ୍ପରିଂ ସ୍କାଣ୍ଡାଲରେ ସମ୍ପୃକ୍ତି ଥିବା ଅଭିଯୋଗରେ ଓ୍ବାର୍ନର ଅଧିନାୟକତ୍ୱରୁ ଆଜୀବନ ବାସନ୍ଦ ହୋଇଥିଲେ। ମାତ୍ର କ୍ରିକେଟ ଅଷ୍ଟ୍ରେଲିଆ ଏହାର ଆଚରଣ ବିଧିରେ ସଂଶୋଧନ ଆଣିବାକୁ ବିଚାର କରୁଛି। ଯାହାଫଳରେ ଓ୍ବାର୍ନର ବିବିଏଲ୍‌ରେ ସିଡ୍‌ନୀ ଥଣ୍ଡର କିମ୍ବା ଭବିଷ୍ୟତରେ ଅଷ୍ଟ୍ରେଲିଆ ଦଳର ଅଧିନାୟକତ୍ୱ କରିପାରିବେ। କ୍ରିକେଟ ଅଷ୍ଟ୍ରେଲିଆର ବୋର୍ଡ ବୈଠକ ଇତିମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଦୀର୍ଘମିଆଦୀ ଦଣ୍ଡ ବ୍ୟବସ୍ଥାରେ କିଛିଟା ପରିବର୍ତ୍ତନ କରିବା ସମ୍ପର୍କରେ ଆଲୋଚନା ହୋଇଛି। ଆଚରଣ ବିଧି ସଂଶୋଧନ କରାଗଲେ ସମ୍ପୃକ୍ତ ଖେଳାଳିଙ୍କୁ ଦଣ୍ଡ ହ୍ରାସ ପାଇଁ ନିବେଦନ କରିବାକୁ ହେବ। ତାହା ଗ୍ରହଣଯୋଗ୍ୟ ହେଲେ ଏକ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଖେଳାଳିଙ୍କ କାର୍ଯ୍ୟକଳାପ ଉପରେ ନଜର ରଖାଯିବ। ସନ୍ତୋଷଜନକ ମନେହେଲେ ଦଣ୍ଡ କୋହଳ କରାଯାଇପାରେ କିମ୍ବା ଉାଂଇଈ ଦିଆଯାଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବର୍ଷା ପାଇଁ ଯଦି ଭାରତ-ପାକିସ୍ତାନ ଫାଇନାଲ ମ୍ୟାଚ ବାତିଲ ହୋଇଯାଏ, ତେବେ କିଏ ସ୍ବର୍ଣ୍ଣ ପଦକ ପାଇବ? ଜାଣନ୍ତୁ…

ନୂଆଦିଲ୍ଲୀ,୨।୧୦: ୨୦୨୬ ଏସୀୟ କ୍ରୀଡ଼ାରେ ସ୍ବର୍ଣ୍ଣ ପଦକ ପାଇଁ ଭାରତ ଓ ପାକିସ୍ତାନ ଦଳ ମୁହାଁମୁହିଁ ହେବାକୁ ଯାଉଛନ୍ତି। ପ୍ରଶଂସକମାନେ ଏହି ଗୁରୁତ୍ୱପୂର୍ଣ୍ଣ ମୁକାବିଲାକୁ ଉତ୍ସାହର ସହ…

ଗିଲ୍‌ ମାରିବେ ୧୦ ଦ୍ୱିଶତକ: ଭବିଷ୍ୟବାଣୀ କଲେ ଏହି କ୍ରିକେଟର୍‌

ନୂଆଦିଲ୍ଲୀ,୨।୧୦: ଭାରତୀୟ କ୍ରିକେଟ ଦଳର ଅଧିନାୟକ ଶୁବମନ ଗିଲ ଆଜିକାଲି ଜବରଦସ୍ତ ଫର୍ମରେ ଅଛନ୍ତି। ୱେଷ୍ଟଇଣ୍ଡିଜ ବିପକ୍ଷ ଦିନିକିଆ ସିରିଜରେ ତାଙ୍କ ବ୍ୟାଟ୍‌ରୁ ଏହାର ପ୍ରମାଣ ମଧ୍ୟ…

ଭାରତ-ପାକିସ୍ତାନ ମ୍ୟାଚ ପୂର୍ବରୁ କ୍ରିକେଟ ଜଗତରେ ହଇଚଇ: ହଠାତ୍‌ ସନ୍ନ୍ୟାସ ଘୋଷଣା କରି ଚମକାଇଲେ ଏହି ଭାରତୀୟ ଖେଳାଳି

ନୂଆଦିଲ୍ଲୀ, ୨।୧୦: ଭାରତର ଦିଗ୍ଗଜ ସ୍ପିନର ଯୁଜବେନ୍ଦ୍ର ଚହଲ ଫର୍ଷ୍ଟ-କ୍ଲାସ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ଅର୍ଥାତ୍‌ ଏଣିକି କ୍ରିକେଟପ୍ରେମୀମାନେ ତାଙ୍କୁ ରେଡ-ବଲ କ୍ରିକେଟରେ ଖେଳୁଥିବା ଦେଖିପାରିବେ…

ଭାରତ-ପାକିସ୍ତାନ ମ୍ୟାଚ୍‌: ପୁଣି ଚର୍ଚ୍ଚାରେ ହ୍ୟାଣ୍ଡଶେକ ବିବାଦ

ନାଗୋୟା,୨ା୧୦: ଶନିବାର ଏସିଆନ ଗେମ୍ସ ପୁରୁଷ କ୍ରିକେଟ ପ୍ରତିଯୋଗିତାର ଫାଇନାଲରେ ଭାରତ ଓ ପାକିସ୍ତାନ ପରସ୍ପରକୁ ଭେଟିବେ। ଏହି ମ୍ୟାଚ୍‌ ପୂର୍ବରୁ ପୁଣି ଥରେ ହ୍ୟାଣ୍ଡଶେକ୍‌ ବିବାଦ…

ବିରାଟ-ରୋହିତଙ୍କୁ ପଛରେ ପକାଇଲେ ଗିଲ୍‌: ଜାଣନ୍ତୁ ODI ରନ୍‌ ତାଲିକାରେ କିଏ କେଉଁ ସ୍ଥାନରେ…

ନୂଆଦିଲ୍ଲୀ, ୨।୧୦: ୨୦୨୬ରେ ଦିନିକିଆ କ୍ରିକେଟରେ ଭାରତୀୟ ବ୍ୟାଟର୍ସଙ୍କ ଦବଦବା ଜାରି ରହିଛି। ଚଳିତ ବର୍ଷ ସର୍ବାଧିକ ODI ରନ କରିଥିବା ଟପ-୫ ବ୍ୟାଟର୍ସଙ୍କ ତାଲିକାରେ ଭାରତର…

ବିରାଟ କୋହଲିଙ୍କ ୧୦ ବର୍ଷ ପୁରୁଣା ଟି-୨୦ ରେକର୍ଡ ଭାଙ୍ଗିଲେ ଏହି ଖେଳାଳି, ସବୁଠି ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ,୨।୧୦: ଇଶାନ କିଶନ ପୁଣିଥରେ ନିଜ ବ୍ୟାଟିଂ ଯାଦୁ ଦେଖାଇଛନ୍ତି ଏବଂ ଏଥର ତାଙ୍କ ଇନିଂସ ବିରାଟ କୋହଲିଙ୍କ ଏକ ଦୀର୍ଘଦିନର ରେକର୍ଡକୁ ଅତିକ୍ରମ କରିଛି। ଶ୍ରୀଲଙ୍କା…

ମିଠା ପ୍ୟାକେଟ୍‌ ଖୋଳ ତିଆରି କରୁଛନ୍ତି ବାପା: ଦେଶ ପାଇଁ ସ୍ବର୍ଣ୍ଣ ଆଣିଲେ ଝିଅ

ନୂଆଦିଲ୍ଲୀ,୨।୧୦: ଏସିଆନ ଗେମ୍ସ ୨୦୨୬ରେ ଭାରତୀୟ ମହିଳା ରିକର୍ଭ ତୀରନ୍ଦାଜୀ ଦଳ ଇତିହାସ ରଚିଛି। ଅଙ୍କିତା ଭକତ, କୀର୍ତ୍ତି ଓ କୁମକୁମ ମୋହୋଦଙ୍କୁ ନେଇ ଗଠିତ ଭାରତୀୟ…

ଇତିହାସ ରଚିଲେ ସୁନା ଝିଅ ଲଭଲିନା: ଏସିଆନ ଗେମ୍ସରେ କଲେ କମାଲ୍‌

ନୂଆଦିଲ୍ଲୀ,୨।୧୦: ଭାରତୀୟ ବକ୍ସିଂ ପାଇଁ ଆସିଛି ବଡ଼ ଖୁସି ଖବର। ୨୦୨୬ ଏସିଆନ ଗେମ୍ସରେ ମହିଳା ୭୫ କିଲୋଗ୍ରାମ ବର୍ଗରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି ଭାରତୀୟ ବକ୍ସର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?